ଶୀତଦିନେ ଅଧିକ ଥଣ୍ଡା ହେଉଛି କି ? ହୋଇପାରେ ଏହି ସବୁ ସମସ୍ୟା

ପାଣିପାଗର ପରିବର୍ତ୍ତନ ହେବା କ୍ଷଣି ଶରୀରକୁ ସାଧାରଣତଃ ଥଣ୍ଡା, ଜ୍ୱର, କାଶ ଭଳି ରୋଗ ମାଡ଼ି ବସେ । ବିଶେଷ କରି ଶୀତଦିନେ ଏହା ହେବା ସ୍ୱାଭାବିକ । ଅନେକ ଲୋକ ଏହାର ଘରୋଇ ଉପଚାର କରି କାମ ଚଳାଇ ନିଅନ୍ତି । କେବେକେବେ ଏହି ଫ୍ଲୁ ଅଳ୍ପ ଦିନରେ ଭଲ ହୋଇଯାଏ ତ କେବେକେବେ ଏହା ଦୀର୍ଘଦିନ ଧରି ଛାଡ଼ି ନଥାଏ ।

ତେବେ ଥଣ୍ଡା ହେଲେ ଯଦି ଆପଣଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି କିମ୍ବା ଛାତିରେ କଷ୍ଟ ଅନୁଭବ ହେଉଛି ତେବେ ଏହାକୁ ଆପଣ ଅଣଦେଖା କରନ୍ତୁ ନାହିଁ । ଏହା କାର୍ଡିଓମାୟୋପାଥିର ଲକ୍ଷଣ ହୋଇପାରେ ।

Image result for cold fever

କାର୍ଡିଓମାୟୋପାଥି କ’ଣ?

ଏହା ଏକ ଏମିତି ରୋଗ ଯାହା ହୃତପିଣ୍ଡର ମାଂସପେଶୀ ଗୁଡିକୁ ଦୁର୍ବଳ କରିଦିଏ ଓ ଶରୀରରେ ରକ୍ତ ସଞ୍ଚାଳନ କ୍ଷମତା ମଧ୍ୟ କମାଇଦିଏ। କାର୍ଡିଓମାୟୋପାଥିରେ ମାଂସପେଶୀ ଗୁଡିକ କଠିନ ହୋଇଯାଏ । ଏହି ରୋଗର ଚିକିତ୍ସା ନ କଲେ ରୋଗୀ ଉଚ୍ଚ ରକ୍ତଚାପ, ଡାଇେବଟିସ, ଥାଇରଏଡ୍ ଜନିତ ସମସ୍ୟା ଭୋଗିଥାଏ । କେତେକ କ୍ଷେତ୍ରରେ ରୋଗୀର ହୃଦ୍ କ୍ରିୟା ବନ୍ଦ ହୋଇଯିବା ଆଶଙ୍କା ରହିଛି ।

ନିଶ୍ୱାସ ନେବାରେ ଅସୁବିଧା କିମ୍ବା ଛାତିରେ କଷ୍ଚ ଅନୁଭବ ହେଉଥିଲେ

ଏକ ରିପୋର୍ଟ ଅନୁସାରେ ଥଣ୍ଡା ହେଲେ ସାଧାରଣତଃ ଲୋକମାନଙ୍କୁ ନିଶ୍ୱାସ ନେବାରେ ଅସୁବିଧା ଓ ଛାତିରେ କଷ୍ଚ ଅନୁଭବ ହୋଇଥାଏ । ତଥାପି ଲୋକେ ଡାକ୍ତରଙ୍କ ପରାମର୍ଶ ନେବାକୁ ଉଚିତ ମନେ କରନ୍ତି ନାହିଁ । ଡାକ୍ତରଙ୍କ କହିବା ଅନୁସାରେ ଯଦି ଘରୋଇ ଉପଚାର ପରେ ମଧ୍ୟ ଆପଣଙ୍କ ଥଣ୍ଡା ଦୀର୍ଘଦିନ ଧରି କମୁ ନାହିଁ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇଯିବା ଆବଶ୍ୟକ ।

 

 

Leave a Reply