କୋଟିଏରେ ଦେଖିବାକୁ ମିଳେ ଏମିତି ଗୋଟିଏ ଘଟଣା

ପିପିଲି: ମାନବିକତା ପରିଚୟ ଦେଲେ ୨ ଯୁବକ । ଫେରାଇଲେ ରାସ୍ତାରୁ ପାଇଥିବା ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ଗହଣା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ନିମାପଡ଼ା ଗୋପୀନାଥ ପାଟଣାର ଚନ୍ଦନ ବାରିକ ଓ ଆଲୋକ ନାୟକଙ୍କ ଏ କାର୍ଯ୍ୟକୁ ସମସ୍ତେ ଭୂୟସୀ ପ୍ରଶଂସା କରୁଛନ୍ତି ।ଗତ ୧୮ ତାରିଖରେ ନିମାପଡ଼ା ବ୍ଲକ୍ ଇଚ୍ଛାପୁର ଗାଁର କାବେରୀ ପ୍ରଧାନଙ୍କ ଭ୍ୟାନିଟି ବ୍ୟାଗଟି ଗୋପୀନାଥ ପାଟଣା ଗାଁ ନିକଟରେ ଖସିପଡ଼ିଥିଲା । ତାକୁ ପାଇଥିଲେ ଗାଁର ଚନ୍ଦନ ବାରିକ ଓ ଆଲୋକ ନାୟକ । ଭ୍ୟାନିଟିରେ ପର୍ସ ସହ ସୁନା ଅଳଙ୍କାର ଥିବା ଦେଖିଥିଲେ । ହେଲେ, ଉଭୟ ଲୋଭ ନକରି ଗ୍ରାମବାସୀଙ୍କୁ ଏନେଇ ଜଣାଇଥିଲେ । ଆଉ ସୋସିଆଲ ମିଡିଆରେ ହଜିଥିବା ଜିନିଷର ଫଟୋ ଫୋଷ୍ଟ କରିଥିଲେ ।ସୋସିଆଲ ମିଡିଆରୁ ଜାଣିବା ପରେ ଗୋପୀନାଥପୁର ପାଟଣା ଗ୍ରାମବାସୀଙ୍କୁ ନିଜ ଭ୍ୟାନିଟି ବୋଲି ଦାବି କରିବା ସହ କାବେରୀ ପ୍ରମାଣ ଦେଇଥିଲେ । ତାପରେ ଗ୍ରାମବାସୀ କାବେରୀଙ୍କୁ ବ୍ୟାଗ ଓ ଅଳଙ୍କାର ହସ୍ତାନ୍ତର କରିବା ସହ ୨ ଯୁବକଙ୍କୁ ପ୍ରଶଂସା କରିଛନ୍ତି । ହଜିଥିବା ଜିନିଷ ପାଇ ଫେରାଇଥିବାରୁ ଚନ୍ଦନ ଓ ଆଲୋକଙ୍କୁ କାବେରୀ ପ୍ରଶଂସା କରିବା ସହ ତାଙ୍କ ନିକଟରେ ଋଣୀ ଥିବା କହିଛନ୍ତି ।

Leave a Reply