spot_img
Home Blog Page 7561

ଖଣ୍ଡଗିରି ଓ ଉଦୟଗିରି ମହୋତ୍ସବ ପାଇଁ ଟ୍ରାଫିକ୍‌ ଆଡ୍‌ଭାଇଜରୀ ଜାରି

ଭୁବନେଶ୍ୱର: ଖଣ୍ଡିଗିରି ଓ ଉଦୟଗିରି ମହୋତ୍ସବ ପାଇଁ ଟ୍ରାଫିକ୍‌ ଆଡ୍‌ଭାଇଜରୀ ଜାରି କରାଯାଇଛି । ଆଜିଠୁ ୧୬ତାରିଖ ଯାଏଁ କମିଶନରେଟ ପୋଲିସ ଆଡଭାଇଜରି ଜାରି କରିଛି । ଖଣ୍ଡଗିରି ଛକରୁ ଜୟଦେବ ଭାଟିକା ଛକକୁ ବାଇକ୍‌ ଚଳାଚଳ ବନ୍ଦ ରହିବା ସହ ମେଳା ସମୟରେ ଜାତୀୟ ରାଜପଥ କଡ଼ରେ ପାର୍କିଂ ମନା । ଜାତୀୟ ରାଜପଥ ଏବଂ ପାଦଚଲା ରାସ୍ତାରେ ପାର୍କିଂ ନିଷେଦ୍ଧ କରାଯାଇଛି ।

ହୋଟେଲ ଖାରବେଳଠାରୁ ଖଣ୍ଡଗିରି ଥାନା ପର୍ଯ୍ୟନ୍ତ ଗାଡ଼ି ପାର୍କିଂ କରିହେବ । ଗାଡି ପାର୍କିଂ ପାଇଁ ଖଣ୍ଡଗିରି ଅଞ୍ଚଳର ବିଭିନ୍ନ ସ୍ଥାନ ଚିହ୍ନଟ ହୋଇଛି ।

ମାଘ ସପ୍ତମୀ ଉପଲକ୍ଷେ ଚନ୍ଦ୍ରଭାଗାରେ ବୁଡ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ

ପୁରୀ: ଆଜି ପବିତ୍ର ମାଘ ସପ୍ତମୀ । ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ପରମ୍ପରା ଅନୁସାରେ ତିନି ଠାକୁରଙ୍କ ମହାସ୍ନ।ନ ପରେ ଶ୍ରଦ୍ଧାଳୁ ମାନେ ଚନ୍ଦ୍ରଭାଗାରେ ବୁଡ ପକାଇଥିଲେ । ବୁଡ ପକାଇବା ପରେ ସୂର୍ଯ୍ୟ ମନ୍ଦିର ପରିଭ୍ରମଣ କରି ନବଗ୍ରହ ପୀଠରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଦିନରେ ଚନ୍ଦ୍ରଭାଗାରେ ବୁଡ ପକାଇଲେ ସମସ୍ତ ରୋଗଭୟରୁ ମୁକ୍ତି ମିଳିଥିବାର ରହିଛି ବିଶ୍ୱାସ ।

Image result for today magha saptami in chandra bhaga

କ’ଣ ପାଇଁ ହୁଏ କିଡନିରେ ଷ୍ଟୋନ !, ଜାଣନ୍ତୁ କେଉଁ ଖାଦ୍ୟ ଖାଇଲେ ଷ୍ଟୋନ୍ ହୋଇଥାଏ ?

ସାଧାରଣତଃ ଆମେ କାର୍ଯ୍ୟ ବହୁଳତା ପାଇଁ ଖାଇବାକୁ ସମୟ ପାଉ ନାହୁଁ । ଅନେକ ସମୟରେ ଭୋକ ଲାଗୁଥିଲେ ବି ଆମେ କିଛି ନକାଇ କାମ କରିଚାଲୁ । ତେବେ ଖାଦ୍ୟ ଠିକ୍‌ ସମୟରେ ନ ଖାଉଥିବାରୁ ଲୋକମାନଙ୍କ ପାଚନ ପ୍ରକ୍ରିୟାରେ ସମସ୍ୟା ଦେଖା ଯାଉଥିବା ବେଳେ କିଡନିରେ ଷ୍ଟୋନର ସମସ୍ୟା ମଧ୍ୟ ଦେଖା ଯାଇଥାଏ । ପ୍ରତିଦିନ ଖାଉଥିବା କିଛି ଖାଦ୍ୟରେ ଓକ୍ସାଲେଟ୍‌ ରହିଥାଏ, ଯାହା କ୍ୟାଲ୍‌ସିୟମକୁ ଜମା କରି ଦେବା ସହ ୟୁରିନ୍‌ରେ ଯିବାକୁ ଦେଇ ନଥାଏ । ଯାହାଫଳରେ ଷ୍ଟୋନ୍‌ ତିଆରି କରିଥାଏ । ଆସନ୍ତୁ ଜାଣିବା, ଦୈନନ୍ଦିନ ଜୀବନରେ ଆପଣ ଖାଉଥିବା କେଉଁ ଜିନିଷଗୁଡ଼ିକ ଶରୀରରେ ଷ୍ଟୋନ୍‌ ତିଆରି କରିଥାଏ ।

Image result for kidney stone

୧.ପୋଇ ଏବଂ ଭେଣ୍ଡିରେ ଓକ୍ସାଲେଟ୍‌ ରହିଥାଏ, ଯାହା କ୍ୟାଲ୍‌ସିୟମକୁ ଜମା କରି ଦେବା ସହ ମୂତ୍ରରେ ଯିବାକୁ ଦେଇ ନଥାଏ । ଧିରେ ଧିରେ ଏହି କ୍ୟାଲ୍‌ସିୟମ ଅଂଶ ଶରୀରରେ ଜମା ହୋଇ ପଥରର ରୁପ ଧାରଣ କରିଥାଏ ।
୨.ବହୁତ ଲୋକ ଏମିତି ଅଛନ୍ତି, ଯେଉଁମାନେ ନିଜର ଦିନର ଆରମ୍ଭ ଚା’ରୁ କରିଥାନ୍ତି । କିନ୍ତୁ ପ୍ରତିଦିନ ଏହାକୁ ପିଇବା ଦ୍ୱାରା ଷ୍ଟୋନ ହେବାର ଆଶଙ୍କା ବଢ଼ି ଯାଇଥାଏ । ଯଦି ଆପଣଙ୍କର ଏହି ସମସ୍ୟା ରହିଛି ତେବେ ଚା’ ଆଦୌ ପିଅନ୍ତୁ ନାହିଁ । ଏହା ଦ୍ୱାରା ଷ୍ଟୋନ କମିବା ପରିବର୍ତ୍ତେ ବଢ଼ିଥାଏ ।

Image result for kidney stone

୩.ଟମାଟୋରେ ଅଧିକ ପରିମାଣରେ ଓକ୍ସାଲେଟ୍‌ ରହିଥାଏ । ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଟମାଟୋରେ ଥିବା ମଞ୍ଜି ଠିକ୍‌ ଭାବରେ ହଜମ ନ ହୋଇ ଷ୍ଟୋନରେ ପରିଣତ ହୋଇ ଯାଇଥାଏ ।
୪.ଖାଦ୍ୟ ରାନ୍ଧିବା ଏବଂ ଖାଇବା ସମୟରେ ଲୁଣର ବ୍ୟବହାର କମ୍ କରିବା ଦରକାର । କାରଣ ଏଥିରେ ଥିବା ସୋଡିୟମ ପେଟକୁ ଯାଇ କ୍ୟାଲସିୟମରେ ପରିଣତ ହୋଇ ଯାଇଥାଏ । ଯାହା ଫଳରେ ଷ୍ଟୋନର ସମସ୍ୟା ଦେଖା ଯାଇଥାଏ ।

Image result for kidney stone
୫.କିଡନି ଷ୍ଟୋନରୁ ବଞ୍ଚିବା ପାଇଁ ଚକୋଲେଟ୍‌ ଖାଇବା ତୁରନ୍ତ କମାନ୍ତୁ । ଏଥିରେ ଓକ୍ସାଲେଟ୍‌ର ପରିମାଣ ଅଧିକ ମାତ୍ରାରେ ଥିବାରୁ ଖୁବ୍‌ ଶୀଘ୍ର ଏହା ଷ୍ଟୋନର ରୂପ ନେଇଥାଏ ।

ବିକାଶ ସହ ତାରାତାରିଣୀ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ

ଭୁବନେଶ୍ୱର: ଝଲସିବ ରାଜ୍ୟ ପର୍ଯ୍ୟଟନ । ଆହୁରି ସୁନ୍ଦର ଦିଶିବ ଦେବାଦେବୀ ପୀଠ ଓ ଐତିହ୍ୟସ୍ଥଳୀ । ପୁରୀର ଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ଓ କୋଣାର୍କ ଭଳି ହେବ ଗଞ୍ଜାମ ତାରାତାରିଣୀ ପୀଠ । ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣ ଅନୁରୂପ ଭାବେ ହେବ । ରାଜ୍ୟ ସରକାର ତାରାତାରିଣୀର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ।5T ସଚିବ ତାରାତାରିଣୀ ମନ୍ଦିର ପରିଦର୍ଶନ କରିବା ପରେ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା ପ୍ରକାଶ ପାଇଛି । ଆଜି 5T ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍ ଗଞ୍ଜାମ ଗସ୍ତରେ ଯାଇ ତାରାତାରିଣୀ ପୀଠ ପରିଦର୍ଶନ କରିଥଲେ । ମନ୍ଦିରର ବିକାଶ, ଯାତ୍ରୀମାନଙ୍କ ସୁବିଧା ଓବଂ ଋଷିକୂଲ୍ୟା ମୂହାଣର ବିକାଶ ନେଇ ଆଲୋଚନା କରିଛନ୍ତି ।ହିଞ୍ଜିଳି ବ୍ଲକ ଓ ମ୍ୟୁନିସିପାଲିଟିର ୨୬ଟି ହାଇସ୍କୁଲ ହାଇସ୍କୁଲ ପରିଦର୍ଶନ କରିଥିଲେ । ସେଠାରେ ବିଦ୍ୟାଳୟ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ସହ ବିଦ୍ୟାଳୟର ଉନ୍ନତି ପାଇଁ ନିଆଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ହାଇସ୍କୁଲ ଶିକ୍ଷା, ପାନୀୟଜଳ, ସଡ଼କ, ସ୍ୱାସ୍ଥ୍ୟସେବା, ବିଜୁଳି ଯୋଗାଣ ଓ ଜଳସେଚନ ଉପରେ ଗୁରୁତ୍ୱ ଦେଇଛନ୍ତି ।

ଅଶାନ୍ତ ହୋଇପଡିଛି ସ୍ୱାଭିମାନ ଅଞ୍ଚଳ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳ ଦେଖାଦେଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଛି ଫାଟ । ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳ ଏବେ ଅଶାନ୍ତ ହୋଇପଡିଛି । ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।

ଗୁରୁବାର ଦିନ କିଛି ପଞ୍ଚାୟତର ଶହଶହ ଲୋକେ ଏକାଠି ହୋଇ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି ମେଳି କରିଥିଲେ । ଅନ୍ୟ ପକ୍ଷରେ ଅନ୍ୟ ପଂଚାୟତର ଲୋକେ ମଧ୍ୟ ବୈଠକ କରିଥିବା ଦେଖିବାକୁ ମିଳିଥିଲା ।

ସେପଟେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ ଲାଗି ରହିଥିବା ବେଳେ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ ଜାରି ରହିଛି । କିଛି ଦିନ ତଳେ ମାଓବାଦୀ ମାନେ ଗାଁରେ ନିଆଁ ଲଗାଇଥିବା ଘଟଣାକୁ କେନ୍ଦ୍ର କରି ଅଶାନ୍ତି ବଢିବାରେ ଲାଗିଛି ।

ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ବଢିଚାଲିଥିବା ବେଳେ ପ୍ରଜାମେଳି ଦେଖିବାକୁ ମିଳିଥିଲା । ସୁରକ୍ଷା ପାଇଁ ମଧ୍ୟ ପୁଲିସ ମୁତୟନ କରାଯାଇଛି ।

ଫାଶୀ ତାରିଖ ସ୍ଥଗିତ ପରେ କୋହରେ ‘ନିର୍ଭୟା’ଙ୍କ ମାଆ କହିଲେ ଏମିତି…

ନୂଆଦିଲ୍ଲୀ: ଫାଶୀ ତାରିଖ ଘୁଞ୍ଚିବା ପରେ ପ୍ରତିକ୍ରିୟା ରଖିଛନ୍ତି ‘ନିର୍ଭୟା’ଙ୍କ ମାଆ ଆଶା ଦେବୀ । ଦୋଷୀଙ୍କ ଓକିଲ ଏପି ସିଂ, ସେମାନଙ୍କୁ କେବେ ବି ଫାଶୀ ହେବନାହିଁ ବୋଲି କହୁଛନ୍ତି । ୪ ଦୁଷ୍କର୍ମକାରୀଙ୍କୁ ଫାଶୀ ହେବା ପର୍ଯ୍ୟନ୍ତ ମୁଁ ଲଢ଼େଇ ଜାରି ରଖିବି । ସେମାନଙ୍କୁ ଫାଶୀ ହେଲେ ଯାଇ ମୋ ଝିଅର ଆତ୍ମାକୁ ଶାନ୍ତି ମିଳିବ ବୋଲି କହିଛନ୍ତି ଆଶା ଦେବୀ । ଏଥିସହ ଆଶା ଦେବୀ, ସରକାର ଦୁଷ୍କର୍ମକାରୀଙ୍କୁ ନିଶ୍ଚିତ ଫାଶୀ ଦେବା ଦରକାର ବୋଲି କହିଛନ୍ତି ।

‘ନିର୍ଭୟା’ ରିଭ୍ୟୁ ପିଟିସନରୁ ନିଜକୁ ଦୂରେଇ ରଖିଲେ ପ୍ରଧାନ ବିଚାରପତି, ଜାଣନ୍ତୁ କାହିଁକି ?

ମେ’ ପ୍ରଥମ ସପ୍ତାହରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା

ଆସନ୍ତା ମେ’ ପ୍ରଥମ ସପ୍ତାହରେ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା । ଚଳିତ ବର୍ଷ ସମସ୍ତ ପରୀକ୍ଷା CBT ବା କମ୍ପୁଟର ବେସ୍‌ ଟେଷ୍ଟିଂ ମାଧ୍ୟମରେ ଅନୁଷ୍ଠିତ ହେବ । ଉଭୟ ୟୁଜି ଓ ପିଜି ପାଠ୍ୟକ୍ରମରେ ଅନ୍‌ଲାଇନ୍‌ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ବି ଫାର୍ମା, ଲାଟେରାଲ ଏଣ୍ଟ୍ରି ଟୁ ବି ଫାର୍ମା, ଏମ୍‌ବିଏ, ଲାଟେରାଲ ଏଣ୍ଟ୍ରି ଟୁ ବିଟେକ୍‌ ଫର ଡିପ୍ଳୋମା ଷ୍ଟୁଡେଣ୍ଟ, ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ଲାଟେରାଲ ଏଣ୍ଟ୍ରି ଟୁ ବିଟେକ୍‌, ଏମ୍‌ସିଏ, ଲାଟେରାଲ ଏଣ୍ଟ୍ରି ଟୁ ଏମ୍‌ସିଏ, ଏମ୍‌ବିଏ, ଏମ୍‌ଟେକ୍‌, ଆର୍କିଟେକ, ଏମ୍‌ପ୍ଳାନ ପରୀକ୍ଷା ଅନ୍‌ଲାଇନ୍‌ ମାଧ୍ୟମରେ କରାଯିବ ବୋଲି ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦିପ ଚାନ୍ଦ । ଗତ ବର୍ଷ ଏହି ପରୀକ୍ଷା ଅଫଲାଇନ୍‌ ମାଧ୍ୟମରେ କରାଯାଇଥିଲା ।

‘ନିର୍ଭୟା’ ଦୁଷ୍କର୍ମକାରୀଙ୍କ ଫାଶୀ ଉପରେ ସ୍ଥଗିତାଦେଶ

ନୂଆଦିଲ୍ଲୀ: କାଲି ହେବନାହିଁ ‘ନିର୍ଭୟା’ ଦୁଷ୍କର୍ମକାରୀଙ୍କୁ ଫାଶୀ । ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ଫାଶୀ ଉପରେ ସ୍ଥଗିତା ଆଦେଶ ଦେଇଛନ୍ତି । ୪ ଦୋଷୀ ବିନୟ, ମୁକେଶ, ବିନୟ ଓ ପୱନଙ୍କୁ ଆସନ୍ତାକାଲି ଫାଶୀ ଦିଆଯିବ ନାହିଁ ।

ଫାଶୀ ତାରିଖ ଘୁଞ୍ଚାଇବା ପାଇଁ ଦୋଷୀମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଆଜି ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ ଫାଶୀ ସ୍ଥଗିତ ରଖିଛନ୍ତି । ପୂର୍ବରୁ ଦିଲ୍ଲୀ ପଟିଆଲା ହାଉସକୋର୍ଟ ଜାନୁଆରୀ ୨୨ରେ ଫାଶୀ ପାଇଁ ଡେଥ୍ ୱାରେଣ୍ଟ ଜାରି କରିଥିଲେ । ପରବର୍ତ୍ତୀ ସମୟରେ ଦୋଷୀ ଆଇନରେ ଥିବା ଗଳାବାଟର ଆଶ୍ରୟ ନେବାରୁ ଫାଶୀ ତାରିଖ ଟଳିଥିଲା ।

‘ନିର୍ଭୟା’ ରିଭ୍ୟୁ ପିଟିସନରୁ ନିଜକୁ ଦୂରେଇ ରଖିଲେ ପ୍ରଧାନ ବିଚାରପତି, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ଘୁଞ୍ଚିଲା ‘ନିର୍ଭୟା’ ଦୋଷୀଙ୍କ ଫାଶୀ ତାରିଖ । ଆସନ୍ତାକାଲି ୪ ଦୋଷୀଙ୍କୁ ଫାଶୀ ହେବନାହିଁ । ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ ଫାଶୀ ସ୍ଥଗିତ ।

ନୂଆଦିଲ୍ଲୀ: ଘୁଞ୍ଚିଲା ‘ନିର୍ଭୟା’ ଦୋଷୀଙ୍କ ଫାଶୀ ତାରିଖ । ଆସନ୍ତାକାଲି ୪ ଦୋଷୀଙ୍କୁ ଫାଶୀ ହେବନାହିଁ । ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ ଫାଶୀ ସ୍ଥଗିତ ।

ଆସନ୍ତାକାଲି ମାଘ ସପ୍ତମୀ, ପାପ ଧୋଇବାକୁ ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

ଆସନ୍ତାକାଲି ମାଘ ସପ୍ତମୀ । ଓଡ଼ିଆ ପରମ୍ପରା ଅନୁଯାୟୀ ଚନ୍ଦ୍ରଭାଗାରେ ବୁଡ ପକାଇବେ ଶ୍ରଦ୍ଧାଳୁ । ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖାଦେବ । ଠାକୁରଙ୍କ ମହାସ୍ନ।ନ ପାଇଁ ଲଗ୍ନ ସ୍ଥିର କରାଯାଇଥିବା ବେଳେ ଏହା ପରେ ଶ୍ରଦ୍ଧାଳୁ ପକାଇବେ ବୁଡ । ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ନେଇ କୋଣାର୍କ ଏନଏସି ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ପାଇଁ ସବୁ ବ୍ୟବସ୍ଥା କରାଯାଇଛି । ଏହା ସହିତ ପୂର୍ତ୍ତ ବିଭାଗ ପକ୍ଷରୁ କୃତ୍ରିମ ପୁଷ୍କରିଣୀ ତିଆରି କରାଯିବା ସହିତ ବ୍ୟାରିକେଡ ଦିଆଯାଇଛି । ମେଳା ପଡିଆରେ ସ୍ୱତନ୍ତ୍ର ଭାବରେ ପାନୀୟ ପରିମଳ ଦିଗରେ ସୁବନ୍ଦୋବସ୍ଥ କରାଯାଇଛି ।

Image result for chandrabhaga in maghasaptami

ପରମ୍ପରା ଅନୁସାରେ ପ୍ରଥମେ ତ୍ରିବେଣୀଶ୍ୱର, ଐଶାନେଶ୍ୱର ଓ ଦକ୍ଷିଣେଶ୍ୱର ମହାଦେବଙ୍କ ମହାସ୍ନ।ନ ପରେ ଶ୍ରଦ୍ଧାଳୁ ବୁଡ ପକାଇବେ । ଭୋର ୩ଟା ୩୦ମିନିଟ୍‌ରେ ସ୍ନ।ନ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି । କିମ୍ବଦନ୍ତୀ ଅନୁସାରେ କୃଷ୍ଣ ପୁତ୍ର ଶାମ୍ବ ଚନ୍ଦ୍ରଭାଗା କୂଳରେ ତପସ୍ୟା କରି ଏକ ଅଭିଶାପରୁ ମୁକ୍ତ ହୋଇଥିଲେ । ଏହି ଦିନରେ ଏଠାରେ ବୁଡ ପକାଇଲେ ସବୁ ପାପ କ୍ଷୁର୍ଣ୍ଣ ହୋଇଥାଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି ।