‘ନିର୍ଭୟା’ ରିଭ୍ୟୁ ପିଟିସନରୁ ନିଜକୁ ଦୂରେଇ ରଖିଲେ ପ୍ରଧାନ ବିଚାରପତି, ଜାଣନ୍ତୁ କାହିଁକି ?

1 min read

ନୂଆଦିଲ୍ଲୀ: ୨୦୧୨ ‘ନିର୍ଭୟା’ କାଣ୍ଡର ୪ ଦୋଷୀଙ୍କ ମଧ୍ୟରୁ ଅକ୍ଷୟ ଠାକୁରଙ୍କ ରିଭ୍ୟୁ ପିଟିସନର ଶୁଣାଣି ଆଜି ପାଇଁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି(ବୁଧବାର) ଏହି ମାମଲାର ଶୁଣାଣି ହେବ । ନୂଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । କାଲି ଦିନ ୧୦ଟା ୩୦ରେ ନୂଆ ବେଞ୍ଚ ଗଠନ ହେବ । ପ୍ରଧାନ ବିଚାରପତି ଏସ୍.ଏ ବୋବଡେଙ୍କ ଭଣଜା ‘ନିର୍ଭୟା’ଙ୍କ ପକ୍ଷରୁ ଓକିଲ ଅଛନ୍ତି । ତେଣୁ, ପ୍ରଧାନ ବିଚାରପତି ନିଜକୁ ଖଣ୍ଡପୀଠରୁ ଅଲଗା କରିଛନ୍ତି ।SA BOBDEଆଜି ‘ନିର୍ଭୟା’ ପରିବାରର ଉପସ୍ଥିତିରେ ସିଜେଆଇଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ଦୋଷୀ ଅକ୍ଷୟ ଠାକୁରଙ୍କ ଓକିଲକୁ ରିଭ୍ୟୁ ପିଟିସନ ଉପରେ ତଥ୍ୟ ଦେବାକୁ କୋର୍ଟ ୩୦ ମିନିଟ୍ ସମୟ ଦେଇଥିଲେ । ତେବେ, ଅକ୍ଷୟ ଓକିଲ ତାଙ୍କୁ ନିର୍ଦ୍ଦୋଷ କହିବା ସହ ଗଣମାଧ୍ୟମ ଉପରେ ସବୁ ଦୋଷ ଲଦିଥିଲେ ।

‘ନିର୍ଭୟା’ ମୃତ୍ୟୁ ପରେ ବି ନ୍ୟାୟ ପାଇନାହାନ୍ତି ପରିବାର, ଫାଶୀ ଅପେକ୍ଷାରେ ୪…

ଅନ୍ୟପଟେ ଦୋଷୀଙ୍କ ରିଭ୍ୟୁ ପିଟିସନ୍ ଖାରଜ ପାଇଁ ‘ନିର୍ଭୟା’ଙ୍କ ମାଆ କୋର୍ଟଙ୍କୁ ନିବେଦନ କରିଛନ୍ତି । ଏଥିସହ ଦୋଷୀଙ୍କୁ ତୁରନ୍ତ ଫାଶୀ ଦଣ୍ଡ ଦେବାକୁ ସେ ଦାବି କରିଛନ୍ତି ।ଫାଶୀ ପାଇଁ ତିହାର ଜେଲର ପ୍ରସ୍ତୁତି

ଅନ୍ୟପଟେ ବ୍ଲାକ ୱାରେଣ୍ଟ ରୁଜୁ ହୋଇନଥିଲେ ମଧ୍ୟ ଫାଶୀ ପାଇଁ ତିହାର ଜେଲ୍ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଜେଲ୍ ସୂତ୍ର ମୁତାବକ, ଗୋଟିଏ ଥରରେ ସମସ୍ତ ୪ ଦୋଷୀଙ୍କୁ ଫାଶୀ ଦିଆଯିବ ।

https://nandighoshatv.combuxar-jail-told-to-make-10-ropes-for-the-countrys-hangmen/

କିଛି ଦିନ ପାଇଁ ଟଳିପାରେ ଫାଶୀ

୪ ଦୋଷୀଙ୍କ ଫାଶୀ ସଜ୍ଜା କିଛି ଦିନ ପାଇଁ ଟଳିପାରେ । ଯଦି ସୁପ୍ରିମକୋର୍ଟ ରିଭ୍ୟୁ ପିଟିସନ୍ ଖାରଜ କରନ୍ତି । ତେବେ, ଦୋଷୀଙ୍କ ପାଖରେ ଆଉ କିଛି ସମୟ ରହିବ । ଫାଶୀ ପୂର୍ବରୁ ଡେଥ ୱାରେଣ୍ଟ ଜାରି କରାଯିବ । ଏଥିସହ ଫାଶୀ ପାଇବାକୁ ଥିବା ଦୋଷୀଙ୍କୁ ମାନସିକ ରୂପେ ପ୍ରସ୍ତୁତ କରିବା ପାଇଁ ଜେଲ୍ ପ୍ରଶାସନ ୧୪ ଦିନ ସମୟ ଦେବ ।

https://nandighoshatv.comknown-about-hanging-kothi/

Leave a Reply