ଖଣ୍ଡଗିରି ଓ ଉଦୟଗିରି ମହୋତ୍ସବ ପାଇଁ ଟ୍ରାଫିକ୍‌ ଆଡ୍‌ଭାଇଜରୀ ଜାରି

ଭୁବନେଶ୍ୱର: ଖଣ୍ଡିଗିରି ଓ ଉଦୟଗିରି ମହୋତ୍ସବ ପାଇଁ ଟ୍ରାଫିକ୍‌ ଆଡ୍‌ଭାଇଜରୀ ଜାରି କରାଯାଇଛି । ଆଜିଠୁ ୧୬ତାରିଖ ଯାଏଁ କମିଶନରେଟ ପୋଲିସ ଆଡଭାଇଜରି ଜାରି କରିଛି । ଖଣ୍ଡଗିରି ଛକରୁ ଜୟଦେବ ଭାଟିକା ଛକକୁ ବାଇକ୍‌ ଚଳାଚଳ ବନ୍ଦ ରହିବା ସହ ମେଳା ସମୟରେ ଜାତୀୟ ରାଜପଥ କଡ଼ରେ ପାର୍କିଂ ମନା । ଜାତୀୟ ରାଜପଥ ଏବଂ ପାଦଚଲା ରାସ୍ତାରେ ପାର୍କିଂ ନିଷେଦ୍ଧ କରାଯାଇଛି ।

ହୋଟେଲ ଖାରବେଳଠାରୁ ଖଣ୍ଡଗିରି ଥାନା ପର୍ଯ୍ୟନ୍ତ ଗାଡ଼ି ପାର୍କିଂ କରିହେବ । ଗାଡି ପାର୍କିଂ ପାଇଁ ଖଣ୍ଡଗିରି ଅଞ୍ଚଳର ବିଭିନ୍ନ ସ୍ଥାନ ଚିହ୍ନଟ ହୋଇଛି ।

Leave a Reply