ଅଶାନ୍ତ ହୋଇପଡିଛି ସ୍ୱାଭିମାନ ଅଞ୍ଚଳ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳ ଦେଖାଦେଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଛି ଫାଟ । ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳ ଏବେ ଅଶାନ୍ତ ହୋଇପଡିଛି । ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।

ଗୁରୁବାର ଦିନ କିଛି ପଞ୍ଚାୟତର ଶହଶହ ଲୋକେ ଏକାଠି ହୋଇ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି ମେଳି କରିଥିଲେ । ଅନ୍ୟ ପକ୍ଷରେ ଅନ୍ୟ ପଂଚାୟତର ଲୋକେ ମଧ୍ୟ ବୈଠକ କରିଥିବା ଦେଖିବାକୁ ମିଳିଥିଲା ।

ସେପଟେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ ଲାଗି ରହିଥିବା ବେଳେ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ ଜାରି ରହିଛି । କିଛି ଦିନ ତଳେ ମାଓବାଦୀ ମାନେ ଗାଁରେ ନିଆଁ ଲଗାଇଥିବା ଘଟଣାକୁ କେନ୍ଦ୍ର କରି ଅଶାନ୍ତି ବଢିବାରେ ଲାଗିଛି ।

ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ବଢିଚାଲିଥିବା ବେଳେ ପ୍ରଜାମେଳି ଦେଖିବାକୁ ମିଳିଥିଲା । ସୁରକ୍ଷା ପାଇଁ ମଧ୍ୟ ପୁଲିସ ମୁତୟନ କରାଯାଇଛି ।

Leave a Reply