CAAକୁ ଲକ୍ଷ୍ନୌରେ ଉଗ୍ର ବିରୋଧ, ପୋଲିସ ପୋଷ୍ଟ ଧ୍ୱଂସ, ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସା
ଲକ୍ଷ୍ନୌ : ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ, ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପ୍ରବଳ ହିଂସା ଦେଖିବାକୁ ମିଳିଛି । ଆଇନକୁ ବିରୋଧ କରି ପ୍ରଦର୍ଶନ କରୁଥିବା ବ୍ୟକ୍ତି ଉଗ୍ର ଆଚରଣ କରିଛନ୍ତି । ଓଲ୍ଡ ସିଟି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଦେଖିବାକୁ ମିଳିଛି । କୋନେଶ୍ୱର ଏବଂ ହୋସେନଗଞ୍ଜ ମଧ୍ୟରେ ପୋଲିସ ସହ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ପୋଲିସ ପୋଷ୍ଟ ଧ୍ୱଂସ କରିବା ସହ ସୁରକ୍ଷାକର୍ମୀଙ୍କ ଉପରକୁ ଢେଲା ପଥର ମାଡ଼ ହୋଇଛି । ପୋଲିସ ଗାଡ଼ି ଏବଂ ସାଧାରଣ ଲୋକଙ୍କ ଗାଡ଼ି ଜାଳି ଦେଇଛନ୍ତି ଆନ୍ଦୋଳନକାରୀ । ଏବେବି ବିଭିନ୍ନ ସ୍ଥାନରେ ଚାପା ଉତ୍ତେନା ଲାଗି ରହିଛି ।

ହୋସିନାବାଦ, ଦାଲିଗଞ୍ଜ, ତୀଲ ଓ୍ୱାଲି ମସଜିଦ ଏବଂ ଛୋଟା ଇମାମ୍ବରା ପ୍ରଭୃତି ଅଞ୍ଚଳରେ ପୋଲିସ ସହ ସଂଘର୍ଷ ହୋଇଛି । ଶତାଧିକ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି ଉତ୍ତର ପ୍ରଦେଶ ପୋଲିସ । ହିଂସା ଏଭଳି ରୂପ ଧାରଣ କରିଛି ଯେ, ପୋଲିସକୁ ଭିଡ଼ ନିୟନ୍ତ୍ରଣ ପାଇଁ ଲୁହ ବୁହା ଗ୍ୟାସ୍ ଓ ପାଣି ମାଡ଼ କରିବାକୁ ପଡ଼ିଛି । ଲକ୍ଷ୍ନୌରେ ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ହିଂସା ପ୍ରଦର୍ଶନ କରାଯାଉଥିବା ବେଳେ ପ୍ରଦର୍ଶନୀକାରୀ ମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ କିଛି ସ୍ଥାନରେ ଲାଠିଚାର୍ଜ କରିଛି ।

ଆନ୍ଦୋଳନକାରୀ ପ୍ରଥମେ ପୋଲିସ ଉପରକୁ ଢ଼େଲା ପଥର ମାଡ଼ କରିବା ପରେ, ପୋଲିସ ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ଲାଠିମାଡ଼ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ଏହାପରେ ଉତ୍ତର ପ୍ରଦେଶ ପୋଲିସ ଡିଜିପି ଓପି ସିଂହ ହଜରତଗଞ୍ଜ ପରିଦର୍ଶନ କରିଥିଲେ ।

ସାହାଯ୍ୟ କରିବ ସେନସର…କମ୍ପନ କଢ଼ାଇ ନେବ ବାଟ…
ଯାଜପୁର: ଅନ୍ଧ ଆଉ ବଧିରଙ୍କୁ ବିପଦରୁ ରକ୍ଷା କରିବ ଚଷମା । ଏହି ଚଷମା ହେବ ଅନ୍ଧର ଲଉଡ଼ି ମାନେ ଆଗରେ ଥିବା ବାଧାବିଘ୍ନ ଜଣାଇଦେବ। ଖାଲି ଅନ୍ଧ ନୁହେଁ ବଧିରଙ୍କ ପାଇଁ ମଧ୍ୟ କମ୍ପନ ଜରିଆରେ ବିପଦର ଇସାରା ଦେବ । ଏହା ସିନେମା କିମ୍ବା କମିକ୍ସର ଯାଦୁ ଚଷମା ନୁହେଁ, ଏଭଳି ଖାସ୍ ଚଷମା ତିଆରି କରିଛନ୍ତି ଜଣେ କୁନି ବୈଜ୍ଞାନିକ । ସେ ହେଉଛନ୍ତି ଯାଜପୁର ପିସିସି ହାଇସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ପ୍ରିୟବ୍ରତ ସାହୁ ।
ପ୍ରିୟବ୍ରତଙ୍କ କହିବା ମୁତାବକ, ୧୦୦ ସେଣ୍ଟିମିଟର ଭିତରେ କିଛି ବି ପ୍ରତିବନ୍ଧକ ଆସିଲେ, ଏହାର ବଜର ବାଜି ଉଠିବ । ତେଣୁ ଅନ୍ଧ ଲୋକଟି ସତର୍କ ହୋଇ ବାଟ ବଦଳାଇ ପାରିବ । ସେହିପରି ଯଦି ଜଣେ ବଧିର ଏହାକୁ ପିନ୍ଧୁଛନ୍ତି, ତେବେ କିଛି ବି ବିପଦ ପୂର୍ବରୁ ଏଥିରେ କମ୍ପନ ବା ଭାଇବ୍ରେସନ ସୃଷ୍ଟି ହେବ ।
ଆପଣମାନେ ଭାବୁଥିବେ ପ୍ରିୟବ୍ରତ କାହିଁକି ଏମିତି ଚଷମା ତିଆରି କରିବାକୁ ଇଚ୍ଛା ପ୍ରକାଶ କଲେ? ଏହାର କାରଣ କ’ଣ ? ଥରେ ଜଣେ ଅନ୍ଧଙ୍କୁ ଅସୁବିଧାରେ ପଡ଼ିଥିବାର ଦେଖି ସେମାନଙ୍କ ସୁବିଧା ଅସୁବିଧା ବୁଝିଥିଲେ ଏବଂ ସେମାନଙ୍କ ପାଇଁ କିଛି କରିବାର ଇଚ୍ଛା ତାଙ୍କୁ ଜଣେ କୁନି ବୈଜ୍ଞାନିକ କରିଦେଇଛି । ସେବେଠାରୁ ଥିବା ଇଚ୍ଛାକୁ ଆଜି ସେ ସାକାର କରିଛନ୍ତି । ଏଥିରେ ସହଯୋଗ କରିଛି ସ୍କୁଲରେ ଥିବା ବିଜ୍ଞାନ ଗବେଷଣା କେନ୍ଦ୍ର । ନିଜର ଚେଷ୍ଟା ଓ ଶିକ୍ଷକଙ୍କ ସହାୟତାରେ ପ୍ରିୟଙ୍କୁ ମିଳିଛି ଏହି ସେନସର ସ୍ପେକ୍ଟ । ଯାହା ଏବେ ଦିବ୍ୟାଙ୍ଗଙ୍କ ପାଇଁ ଏକ ପ୍ରକାର ବରଦାନ ସଦୃଶ ହୋଇଛି ।
ଏ ବର୍ଷର ଶେଷ ସୂର୍ଯ୍ୟ ପରାଗ ସଂପର୍କରେ ସବିଶେଷ ତଥ୍ୟ, ପଢ଼ନ୍ତୁ କେବେ ଓ କେତେବେଳେ ପାକ ତ୍ୟାଗ ଓ ପୂଜା ନିଷେଧ
ଭୁବନେଶ୍ୱର : ଆଗକୁ ଆସୁଛି ବର୍ଷର ଶେଷ ସୂର୍ଯ୍ୟ ପରାଗ । ଚଳିତ ମାସ ୨୬ ତାରିଖରେ ସୂର୍ଯ୍ୟରେ ପରାଗ ଲାଗିବାକୁ ଯାଉଛି । ଏହି ମହାଜାଗତିକ ଦୃଶ୍ୟ ଭାରତରେ ଦେଖିବାକୁ ମିଳିବ । ପ୍ରତିବର୍ଷ ୫ରୁ ୭ଥର ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିଥାଏ । କେବେ କେବେ ଏହା କମ୍ ମଧ୍ୟ ହୋଇଥାଏ । ପରାଗ ସେତେବେଳେ ଲାଗେ ଯେତେବେଳେ, ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ର ରହିଯାଏ । ସୂର୍ଯ୍ୟ ପରାଗ ଅମାବାସ୍ୟା ଦିନରେ ହିଁ ହୋଇଥାଏ । ବୈଜ୍ଞାନିକଙ୍କ ଭାଷାରେ ଏହାକୁ ବଳୟାକାର ସୁର୍ଯ୍ୟ ପରାଗ ବୋଲି କୁହାଯାଏ ।
ଗ୍ରହଣ ଲାଗିବାର ସମୟ:

ପରାଗ ଓ ଗ୍ରହଣ ଲାଗିବାର ସାଧାରଣତଋ ୯ ଘଣ୍ଟା କିମ୍ବା ୧୨ ଘଣ୍ଟା ପୂର୍ବରୁ ହାଣ୍ଡି ଛାଡ଼ କରାଯାଏ । ଏହାକୁ ପାକ ନିଷେଧ କୁହାଯାଏ । କାରଣ ପରାଗ ଲାଗିବା ସମୟରେ ପେଟରେ କିଛି ଖାଦ୍ୟ ପଦାର୍ଥ ନରହିବା ଭଲ । ତେଣୁ ୧୨ଘଣ୍ଟା ପୂର୍ବରୁ ହାଣ୍ଡିଛାଡ଼ କରାଯାଇଥାଏ । ସୂର୍ଯ୍ୟ ପରାଗର ପ୍ରକ୍ରିୟା ୨୫ ଡିସେମ୍ବର ସଂଧ୍ୟା ୫ଟା ୩୭ରୁ ହିଁ ଆରମ୍ଭ ହୋଇ ୨୬ ଡିସେମ୍ବର ସକାଳ ୧୦ଟା ୫୭ରେ ଶେଷ ହେବ । ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ କାରଣ ଏହି ସମୟରେ ଦେବ ପୂଜା ମଧ୍ୟ ନିଶିଦ୍ଧ ହୋଇଥାଏ । କୁହାଯାଉଛି କି ଏହି ଆଶିଂକ ସୂର୍ଯ୍ୟ ପରାଗ ୮ଟା ୧୭ରେ ଆରମ୍ଭ ହୋଇ ୧୦ଟା ୫୭ରେ ଶେଷ ହେବ। ଶ୍ରୀମନ୍ଦିରରେ ୨୫ ତାରିଖ ରାତି ୮ଟା ୨୦ରୁ ପାକତ୍ୟାଗ ନୀତି ଆରମ୍ଭ ହେବ । ପରଦିନ ସକାଳ ୮ଟା ୨୦ରେ ଗ୍ରହଣ ସ୍ପର୍ଶ କରୁଥିବାରୁ ସେହି ସମୟରେ ଦେବ ନୀତି କରାଯିବ ନାହିଁ । ପରାଗ ଛାଡ଼ିଲେ ମହାସ୍ନାନ ପରେ ସମସ୍ତ ନୀତିକାନ୍ତି ପୂର୍ବଭଳି କରାଯିବ ।
ଉଚ୍ଛେଦ ପରେ ଝଲସୁଛି ଶ୍ରୀମନ୍ଦିର ସମ୍ମୁଖ
ପୁରୀ: ଶ୍ରୀମନ୍ଦିର ଚାରିପାଖରେ ୭୫ମିଟର ଉଚ୍ଛେଦ କାର୍ଯ୍ୟ ଜାରିରହିଛି । ଆଜି ପଶ୍ଚିମ ଦ୍ୱାର ସମ୍ମୁଖରେ ଥିବା ଗୋଟିଏ ବ୍ୟବସାୟିକ ପ୍ରତିଷ୍ଠାନକୁ ଭାଙ୍ଗି ଦିଆଯାଇଥିବା ବେଳେ ଅନ୍ୟ ପଟେ ଗଡନ୍ତି ଛକରେ ଥିବା ବ୍ୟକ୍ତିଗତ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ଉଚ୍ଛେଦ କରାଯାଉଛି । ଉଚ୍ଛେଦ ପରେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟରେ ଲାଗିଛି ଚାରଚାନ୍ଦ ।

ପୂର୍ବରୁ ଜବରଦଖଲରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ, ଉଠାଦୋକାନୀଙ୍କୁ ଆଉ ଦେଖିବାକୁ ମିଳୁନି । ଫଳରେ ପୂର୍ବର ଦୃଶ୍ୟ ଅପେକ୍ଷା ଶ୍ରୀମନ୍ଦିର ଅଧିକ ସୁନ୍ଦର ଦିଶୁଛି । ଦିନକୁ ଦିନ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଧାଡି ଦର୍ଶନ ପାଇଁ ଏଵେ ଅତ୍ୟାଧୁନିକ ସେଡ୍ ନିର୍ମାଣ କରାଯାଉଛି । ତେବେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକୁ ଆହୁରି ମନରୋମ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ପାଇଁ ଗତକାଲି ରାତିଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ଗଛ ଲଗାଯାଇଛି ।

ସମ୍ପୂର୍ଣ୍ଣ ସିଂହଦ୍ୱାର ଅଞ୍ଚଳକୁ ସବୁଜିମା କରିବା ପାଇଁ ଏଵେ ବିଭିନ୍ନ ଚାରା ଓ ଗଛ ପୁରୀକୁ ଆସିବାରେ ଲାଗିଛି । ଏଵେ ବଡ଼ବଡ଼ କୁଣ୍ଡରେ ଗଛ ଲଗାଯାଇଥିବା ବେଳେ ନୂଆ ସେଡ୍ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି |
କେନ୍ଦୁଝର ଶିଶୁ ଦୁଷ୍କର୍ମ ଓ ହତ୍ୟା ଘଟଣା; ୨ ବର୍ଷ ପରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ
କେନ୍ଦୁଝର: ଶିଶୁକନ୍ୟା ଦୁଷ୍କର୍ମ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ । କେନ୍ଦୁଝର ଚମ୍ପୁଆ ଥାନା ସସାଙ୍ଗ ଗାଁରେ ଗତ ୨୦୧୭ ମସିହା ଜାନୁଆରୀ ୧୩ ତାରିଖରେ ଜଣେ ତିନି ବର୍ଷର୍ ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସୁନିଲ ନାୟକକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କେନ୍ଦୁଝର ADJ ଲୋକନାଥ ସାହୁ ।

ଗତ ଜାନୁଆରୀ ୧୩, ୨୦୧୭ମସିହାରେ ଶିଶୁଟିର ବାପା ମାଆ ହାଟକୁ ଯାଇଥିବା ସମୟରେ ଶିଶୁଟି ତାଙ୍କ ଚାକରାଣୀ ପାଖରେ ଥିଲା । ଏହି ସମୟରେ ତାଙ୍କ ସଂପର୍କୀୟ ସୁନୀଲ (ଅଭିଯୁକ୍ତ) ଅନ୍ୟଦିନ ଭଳି ସେଦିନ ମଧ୍ୟ ଝିଅକୁ ବୁଲାଇବାକୁ ନେଇଥିଲେ । ହେଲେ ତା’ ପରଠାରୁ ଶିଶୁକନ୍ୟାର ଆଉ ଖୋଜଖବର ମିଳିନଥିଲା । ତାପର ଦିନ ଶିଶୁଟିର ମୃତଦେହ ଗାଁ ସ୍କୁଲର ପରିତ୍ୟକ୍ତ ରୋଷେଇ ଘରୁ ମିଳିଥିଲା । ଯାହାକୁ ନେଇ ତୀବ୍ର ଜନଅସନ୍ତୋଷ ଦେଖା ଦେଇଥିଲା ।

ଶିଶୁର ବାପା ଥାନାରେ ଏତଲା ଦେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ଘଟଣାର ତଦନ୍ତ ପରେ ୨୮ ଜଣଙ୍କୁ ସାକ୍ଷୀ ନେଇ ସୁନିଲ ଅଭିଯୁକ୍ତ ବୋଲି ପୋଲିସ ଜାଣିବାକୁ ପାଇଲା । ଏହାର ଶୁଣାଣି କରି ଆଜି କେନ୍ଦୁଝର ADJ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି ।
ଅଭାବ ଆଣିଲା ମୃତ୍ୟୁ, ଚତୁର୍ଥ ଝିଅ ଜନ୍ମ ହେବାରୁ ୩ ଝିଅଙ୍କୁ ମାରି ନିଜେ ଝୁଲି ପଡ଼ିଲା ବାପା
ଗୁଜରାଟ: ଓଳିଏ ଖାଇ, ଓଳିଏ ଉପାସ ରହୁଥିଲେ । ନିଜେ ଭୋକିଲା ରହୁଥିଲେ ବି ୩ ପିଲାଙ୍କୁ କେବେ ଜାଣିବାକୁ ଦେଉନଥିଲେ ଅଭାବ । ଆର୍ଥିକ ଅନଟନ ସହ ପ୍ରତି ମୁହୂର୍ତ୍ତରେ ଏମିତି ଯୁଝି ଚାଲିଥିଲେ । ହେଲେ, ଚତୁର୍ଥ ଝିଅ ଜନ୍ମ ହେବା ପରେ ଖାଦ୍ୟ ପାଇଁ ଭାଙ୍ଗି ପଡ଼ିଥିଲେ ସେ । ଗୁମସୁମ ରହିବା ସହ କାହାରିକୁ କିଛି କହୁନଥିଲେ । ଆଉ ଶେଷରେ ୩ ଝିଅଙ୍କୁ ମାରିବା ସହ ନିଜେ ମରିଗଲେ ।
ଆର୍ଥିକ ତାଡ଼ନାକୁ ସହି ନପାରି ଚାରି ଚାରୋଟି ଜୀବନ ଯନ୍ତ୍ରଣା ଜୁଇରେ ଜଳିଗଲା । ଏଭଳି ଅଭାବନୀୟ ଘଟଣା ଜୁନାଗଡ଼ ଜିଲ୍ଲା ଖାମଭାଲିଆ ଗାଁରେ ଘଟିଛି । ରସିକଭାଇ ଦେବ ସୋଲଙ୍କି ଜିଆରଡିରେ ଚାକିରି କରନ୍ତି । ପୂର୍ବରୁ ତାଙ୍କର ୩ଟି ଝିଅ ଥିଲେ । ଯାହାଙ୍କର ବୟସ ୯, ୭ ଓ ୨ ବର୍ଷ । ୪ ଦିନ ତଳେ ତାଙ୍କ ପତ୍ନୀ ଆଉ ଗୋଟିଏ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ।

ଏଥିଯୋଗୁଁ ଭାଙ୍ଗି ପଡ଼ିଥିଲେ ଦେବ ସୋଲଙ୍କି । ଶେଷରେ ଜୀବନର ଶେଷ ରାସ୍ତା ବାଛି ନେଇଥିଲେ । ପାଖ ଗାଁରେ ପରବ ଚାଲିଥିବାରୁ ସକାଳେ ୩ ଛୁଆଙ୍କୁ ଖୁଆଇ ସାରି ସାଙ୍ଗରେ ନେଇ ଯାଇଥିଲେ । କୋଲ୍ଡ ଡ୍ରିଙ୍କ୍ସରେ କୀଟନାଶକ ମିଶାଇ ଛୁଆଙ୍କୁ ପିଆଇବା ସହ ନିଜେ ପିଇଥିଲେ । କିନ୍ତୁ, ସୌଭାଗ୍ୟବଶତଃ କାହାର କିଛି ହୋଇନଥିଲା । ପରେ ସେ ହିଣ୍ଡୋଲା ନିକଟ କ୍ଷେତରେ ଥିବା କୂଅରେ ୩ ଝିଅଙ୍କୁ ଫୋପାଡ଼ି ମାରିଦେବା ସହ ନିଜେ ଆତ୍ମହତ୍ୟା କରିଛନ୍ତି ।
ଘଟଣା ଜଣା ପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏବେ ୪ ଦିନର ଶିଶୁକନ୍ୟାକୁ କୋଳରେ ଧରି ସ୍ତ୍ରୀ ବାହୁନି ବାହୁନି କାନ୍ଦୁଛି ।…
https://nandighoshatv.comdengue-claims-4-lives-from-a-family-in-telangana/
ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ପୋଲିସ-ମାଓବାଦୀ ଗୁଳିବିନିମୟ । ସୁକମା ସିଙ୍ଗମଡୁଗୁ-କେଦାଲ ଜଙ୍ଗଲରେ ଗୁଳିବିନିମୟ । ଜଣେ ମହିଳା ମାଓବାଦୀ ନିହତ ସୂଚନା ।
ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ପୋଲିସ-ମାଓବାଦୀ ଗୁଳିବିନିମୟ । ସୁକମା ସିଙ୍ଗମଡୁଗୁ-କେଦାଲ ଜଙ୍ଗଲରେ ଗୁଳିବିନିମୟ । ଜଣେ ମହିଳା ମାଓବାଦୀ ନିହତ ସୂଚନା ।







