ହାମିଲଟନ୍: ଭାରତ-ନ୍ୟୁଜିଲାଣ୍ଡ ୩ ଟିକିଆ ଦିନିକିଆର ପ୍ରଥମ ମ୍ୟାଚ୍ । ଟସ୍ ଜିତି ନ୍ୟୁଜିଲାଣ୍ଡର ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି । କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିବେ ମୟଙ୍କ ଅଗ୍ରୱାଲ ଓ ପ୍ରିଥ୍ୱୀ ଶା ।
ସମ୍ବଲପୁର: ପୁଣି ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ଓକିଲ ସଂଘ ପକ୍ଷରୁ ପଶ୍ଚିମ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ପାଳନ । ସମ୍ବଲପୁର-ଜୁନାଗଡ଼ ବାତିଲ୍ ନେଇ ରେଳବାଇ ପକ୍ଷରୁ ସୂଚନା ।
ସମ୍ବଲପୁର: ପୁଣି ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ଓକିଲ ସଂଘ ପକ୍ଷରୁ ପଶ୍ଚିମ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ପାଳନ । ସମ୍ବଲପୁର-ଜୁନାଗଡ଼ ବାତିଲ୍ ନେଇ ରେଳବାଇ ପକ୍ଷରୁ ସୂଚନା ।
ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରସଂଗ: କେନ୍ଦ୍ର ସରକାରଙ୍କ ମୁଖା ଖୋଲିଲେ ପଞ୍ଚଦଶ ଅର୍ଥ କମିଶନ ଚେୟାରମ୍ୟାନ୍
ଭୁବନେଶ୍ୱର: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟ। ପ୍ରସଙ୍ଗରେ ଆସିଲା ଟ୍ୱିଷ୍ଟ । ଧରା ପଡ଼ିଗଲା କେନ୍ଦ୍ରର ଓଡ଼ିଶା ପ୍ରତି ଟାଳଟୁଳ ନୀତି । ଧରା ପକାଇ ଦେଲା ଅର୍ଥ କମିଶନଙ୍କ ମନ୍ତବ୍ୟ । ସ୍ୱତନ୍ତ୍ର ରାଜ୍ୟପାହ୍ୟ। ନେଇ ଅର୍ଥ କମିଶନ କେନ୍ଦ୍ର ସରକାରଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଏହାପରେ କାଠଗଡ଼ାରେ କେନ୍ଦ୍ର ସରକାର ।
ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟ। ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ରାଜ୍ୟ ସରକାର ବାରମ୍ବାର ଦାବି କରି ଆସୁଥିଲେ । ସ୍ୱତନ୍ତ୍ର ପ୍ୟାକେଜ ବି ଦାବି କରାଯାଉଥିଲା । ହେଲେ ଏହାକୁ ଅର୍ଥ କମିଶନଙ୍କ ସୁପାରିସର ଆଳ ଦେଖାଇ କେନ୍ଦ୍ର ସରକାର ଏଡ଼ାଇ ଚାଲିଥିଲେ ।

କିନ୍ତୁ ସ୍ୱତନ୍ତ୍ର ରାଜ୍ୟପାହ୍ୟ। ଲାଗି ଅର୍ଥ କମିଶନଙ୍କ କୈାଣସି ସୁପାରିସ ଦରକାର ନାହିଁ ବୋଲି ପଞ୍ଚଦଶ ଅର୍ଥ କମିଶନ କହିଥିବା ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । କେନ୍ଦ୍ର ଚାହିଁଲେ ସ୍ୱତନ୍ତ୍ର ବିଚାର କରି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟ। ଦେଇପାରିବ । ପଞ୍ଚଦଶ ଅର୍ଥ କମିଶନଙ୍କ ଏପରି ମତ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟ। ପ୍ରଦାନ ଦାବି ଓ ପ୍ରସଙ୍ଗ ପୁଣି ତାଜା ହୋଇଛି । ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟ। ଦେବା ଲାଗି ପ୍ରତିଶ୍ରୁତି ଦେଇଥିଲା । କେନ୍ଦ୍ର ସରକାର କିନ୍ତୁ ଅର୍ଥ କମିଶନଙ୍କ ନାଁ ନେଇ ଓଡ଼ିଶାର ଦାବି ଏଡ଼ାଇ ଚାଲିଥିଲେ । ଏବେ ଅର୍ଥ କମିଶନ ଦେଇଥିବା ମନ୍ତବ୍ୟରୁ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ଓ ବୈମାତୃକ ମନୋଭାବ ଧରାପଡ଼ିଛି । ଓଡ଼ିଶାର ହକ୍ ନେଇ ରାଜନୀତି ଏବେ ପୁଣି ଜୋର୍ ଧରିଥିବା ବେଳେ ରାଜନୈତିକ ସମୀକ୍ଷକ ମଧ୍ୟ ମତ ରଖିଛନ୍ତି ।
ଦୁବାଇରୁ ଉଦ୍ଧାର ହେଲେ ୪ଜଣ ଓଡ଼ିଆ ଶ୍ରମିକ
ଦୁବାଇରେ ଫସିଥିବା ୪ଜଣ ଓଡିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କଲା ରାଜ୍ୟ ସରକାରଙ୍କ ମୋ ପରିବାର ଯୋଜନା । ସେମାନେ ଯାଜପୁର ଅଞ୍ଚଳର ବୋଲି ଜଣା ପଡିଛି । ସେମାନଙ୍କୁ ବର୍ତ୍ତମାନ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।
ଘଟଣାନୁଯାୟୀ ଅଶୋକ କୁମାର ଜେନା ଓ ସୁବାସ କୁମାର ଜେନା ନାମକ ଦୁଇ ଦଲାଲ ୪ଜଣ ଯୁବକ ସଂଜୟ ଜେନା, ଦୀପକ ସେଠୀ, ବିଜୟ ସାହୁ ଓ ଚିରଞ୍ଜୀବ ଜୋନାଙ୍କୁ ଚାକିରି ଲୋଭ ଦେଖାଇ ଦୁବାଇ ନେଇଥିଲେ । କିନ୍ତୁ ସେମାନଙ୍କୁ ସେଠାକାର କମ୍ପାନୀ କାମ ନଦେବା ସହ ମାଡ଼ ମାରୁଥିବାର ଅଭିଯୋଗ ହୋଇଥିଲା । ଘଟଣା ସଂପର୍କରେ ସୂଚନା ମିଳିବା ପରେ ରାଜ୍ୟ ସରକାରଙ୍କ ମୋ ପରିବାର ଟିମ୍ ୪ଓଡିଆ ଶ୍ରମିକଙ୍କୁ ଉଦ୍ଧାର କରିଛି ।
ବେଆଇନ କୋଠା ନିର୍ମାତାଙ୍କୁ ଆଶ୍ୱସ୍ତି: ବଢ଼ିଲା ସର୍ବକ୍ଷମା ଯୋଜନାର ଅବଧି
ଭୁବନେଶ୍ୱର: ବେଆଇନ କୋଠା ନିର୍ମାତାଙ୍କୁ ବଡ଼ ଆଶ୍ୱସ୍ତି । ଡେଡ୍ଲାଇନ ପୂରିବାର ଦିନକ ପୂର୍ବରୁ ବଢ଼ିଲା ସର୍ବକ୍ଷମା ଯୋଜନାର ଅବଧି । ଆଉ ୧୫ ଦିନ ପାଇଁ ରାଜ୍ୟ ସରକାର ସର୍ବକ୍ଷମା ଯୋଜନାର ଅବଧିକୁ ବୃଦ୍ଧି କରିଛନ୍ତି । ସର୍ବକ୍ଷମା ପାଇଁ ଅଧିକ ଆବେଦନ ଓ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଅବଧି ବୃଦ୍ଧି କରାଯାଇଛି । ୧୫ ଦିନ ପରେ ବେଆଇନ ନିର୍ମାଣ ପାଇଁ ଆଇନଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ସ୍ୱାଗତ କରିଥିବା ବେଳେ ବିଜେପି ସମାଲୋଚନା କରିଛି । । ୨୦୧୮ ଜୁନ୍ ୨୦ ତାରିଖରେ ସର୍ବକ୍ଷମା ଯୋଜନା ଲାଗୁ ହୋଇଥିଲା । ୨୦୧୯ ଜୁନ୍ ୧୯ରୁ ଆଉ ୬ ମାସ ବଢ଼ିଥିଲା । ଶେଷ ଡେଡ୍ଲାଇନ ଥିଲା ୨୦୨୦ ଫେବ୍ରୁଆରୀ ୫ ତାରିଖ । ଏବେ ଆଉ ୧୫ଦିନ ବୃଦ୍ଧି କରାଯାଇଛି ।

ସର୍ବକ୍ଷମା ଯୋଜନା ଅବଧି ବୃଦ୍ଧି ନିଷ୍ପତ୍ତିକୁ ସ୍ୱାଗତ କରିଛି କଂଗ୍ରେସ । ସେପଟେ ବିଜେପି କହିଛି, ନିୟମିତ ବ୍ୟବଧାନରେ ସରଜମିନ ତଦନ୍ତ କରାଯାଇ ନଥିବାରୁ ବେଆଇନ ଗୃହ ନିର୍ମାଣ ବଢ଼ିଯାଇଛି । ସର୍ବକ୍ଷମା ଯୋଜନାର ଅବଧି ବୃଦ୍ଧି ଯୋଗୁଁ ଆବେଦନ କରି ନଥିବା ଲୋକମାନେ ଆବେଦନ କରିବାର ସୁଯୋଗ ପାଇବେ ।
ସିନ୍ୱେସ ପାର୍କ: ୧୯ ବର୍ଷରୁ କମ୍ କ୍ରିକେଟ୍, ସେମି ଫାଇନାଲରେ ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ । ଯଶ୍ୱସୀ ଜୟସ୍ୱାଲଙ୍କ ଅପରାଜିତ ୧୦୫ ରନ୍ ।
ସିନ୍ୱେସ ପାର୍କ: ୧୯ ବର୍ଷରୁ କମ୍ କ୍ରିକେଟ୍, ସେମି ଫାଇନାଲରେ ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ । ଯଶ୍ୱସୀ ଜୟସ୍ୱାଲଙ୍କ ଅପରାଜିତ ୧୦୫ ରନ୍ ।
୬ ବର୍ଷରୁ ଅଧିକ କାର୍ଯ୍ୟ କରିଥିବା ବିଇଓ, ଡିଇଓ କର୍ମଚାରୀଙ୍କ ହେବ ବଦଳି
ଭୁବନେଶ୍ୱର: ଏଣିକି ୬ବର୍ଷରୁ ଅଧିକ ସମୟ ବିଇଓ, ଡ଼ିଇଓ କାର୍ଯ୍ୟାଳୟରେ ରହିପାରିବେନି କୈାଣସି ଅଧିକାରୀ । ଯେଉଁ ଅଧିକାରୀମାନେ ୬ବର୍ଷରୁ ଅଧିକ କାଳ ରହିଲେଣି ସେମାନଙ୍କୁ ବଦଳି କରିବାକୁ ଗଣଶିକ୍ଷା ବିଭାଗ କଡ଼ା ନିର୍ଦ୍ଦେଶ ଜାରି କରିଛି । ଏନେଇ ନେଇ ବିଭିନ୍ନ ଜିଲ୍ଳ।ରେ ବଦଳି ଆରମ୍ଭ ହୋଇଯାଇଥିବା ମନ୍ତ୍ରୀ କହିଛନ୍ତି । ଚଳିତ ଶିକ୍ଷାବର୍ଷରେ ସମ୍ପୂର୍ଣ୍ଣ ବଦଳି କାମ ଶେଷ ହୋଇଯାଇଥିବ ବୋଲି ମନ୍ତ୍ରୀ କହିଛନ୍ତି । ଆଗକୁ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ କ୍ଷେତ୍ରରେ ଏହି ବଦଳିନିୟମ ଲାଗୁ କରିବାକୁ ଗଣଶିକ୍ଷା ବିଭାଗ ବିଚାର ବିମର୍ଷ କରୁଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି । ବିଇଓ ଓ ଡ଼ିଇଓ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ରହୁଥିବା କର୍ମଚାରୀମାନେ ବହୁ ଅନିୟମିତତା ଜଡ଼ିତ ରହୁଥିବା ବିଭାଗ ପାଖକୁ ଅଭିଯୋଗ ଆସିବା ପରେ ବିଭାଗ ଏପରି ପଦକ୍ଷେପ ନେବା ଆରମ୍ଭ କରିଛି । ଅନ୍ୟପଟେ ନିର୍ଦ୍ଦେଶନାମା ପାଇବା ପରେ ବଦଳି ଆରମ୍ଭ ହେବ ବୋଲି ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି ।
ଖାଇବାକୁ ଯାଇ ଚଳଚ୍ଚିତ୍ର ନିର୍ଦ୍ଦେଶକ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ଉପରେ କଲେ ଛୁରାମାଡ଼
ଭୁବନେଶ୍ୱର: ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ଉନ୍ମତ୍ତକାଣ୍ଡ । ବିଳମ୍ବିତ ରାତିରେ ରେଷ୍ଟୁରାଣ୍ଟ ଖାଇବାକୁ ଯାଇ ଚଳଚ୍ଚିତ୍ର ନିର୍ଦ୍ଦେଶକ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ଉପରେ କଲେ ଛୁରାମାଡ଼ । ଛୁରିରେ ଆକ୍ରମଣ କରୁଥିବା ସମୟର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ।
ଭୁବନେଶ୍ୱର ରାମ ମନ୍ଦିର ପାଖ ଏକ ରେଷ୍ଟୁରାଣ୍ଟରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ଓ ତାଙ୍କର କିଛି ସାଥୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସିସିଟିଭିରେ କଏଦ ହୋଇଛି ଏହି ଦୃଶ୍ୟ । ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀପ ପଣ୍ଡା ଓ ତାଙ୍କ ସାଥୀମାନେ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିଲେ । ରେଷ୍ଟୁରାଣ୍ଟ କର୍ମଚାରୀ ମନା କରିବାରୁ ତାଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ବେଶ୍ କିଛି ସମୟ ଧରି ଗଣ୍ଡଗୋଳ ଚାଲିଥିଲା । ଏହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଦିଲ୍ଲୀ ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ୩୭୦ ସାଂସଦ
ଦିଲ୍ଲୀ ବିଧାନସଭା ନିର୍ବାଚନ ନେଇ ସବୁ ଦଳ ପକ୍ଷରୁ ଚାଲିଛି ଜୋରଦାର ପ୍ରଚାର । ଭାରତୀୟ ଜନତା ପାର୍ଟି ମଧ୍ୟ ନିଜ ଷ୍ଟାର ପ୍ରଚାରକଙ୍କୁ ନେଇ ରାଲି ଓ ଜନସଭା ଆୟୋଜନ କରୁଛି । ଆଉ ବିଜେପି ପ୍ରଚାରର ନେତୃତ୍ୱ ନେଉଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା । ନବ ନିର୍ବାଚିତ ବିଜେପି ମୁଖ୍ୟ ଜେ.ପି ନଡ୍ଡା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମଧ୍ୟ ଜୋରଦାର ପ୍ରଚାର ଚଳାଇଛନ୍ତି । ଏଭଳି ସମୟରେ ପ୍ରଚାରକୁ ଆହୁରି ଜୋରଦାର କରିବା ନେଇ ଯୋଜନା କରୁଛି ବିଜେପି । ବିଜେପି ନିଜ ପ୍ରଚାରରେ ୩୭୦ରୁ ସାଂସଦଙ୍କୁ ଓହ୍ଲାଇବାକୁ ଯୋଜନା କରିଛି । ଆଗାମୀ ୪ ଦିନ ଯାଏଁ ସଂସଦର କାର୍ଯ୍ୟକ୍ରମ ସରିବା ପରେ ୩୭୦ ସାଂସଦ ରାତିରେ ଦିଲ୍ଲୀର ବସ୍ତି ଅଞ୍ଚଳ ଓ ଅନଧିକୃତ କଲୋନୀକୁ ଯାଇ ଲୋକଙ୍କ ସହ ସାକ୍ଷାତ କରିବେ । ଏଥିସହିତ ପାର୍ଟି କର୍ମକର୍ତ୍ତାଙ୍କ ସହ ମିଶି ଛୋଟ ଛୋଟ ମିଟିଂ କରିବେ । ଗୃହମନ୍ତ୍ରୀ ଅମିତ୍ ଶାହା, ୟୁପି ସିଏମ୍ ଯୋଗୀ ଆଦିତ୍ୟ ନାଥ, ବିଜେପି ଅଧ୍ୟକ୍ଷ ଜଗତ୍ ପ୍ରକାଶ ନଡ୍ଡା ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ଚଳାଇଛନ୍ତି । ଦିଲ୍ଲୀ ନିର୍ବାଚନକୁ ନେଇ ବିଜେପି ପକ୍ଷରୁ ଜାରି ଅନେକ ଘୋଷଣା ପତ୍ରରେ ଜନସାଧାରଣଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛି ବିଜେପି ।
ରେଳ ଧାରଣାରୁ ଅଧ୍ୟାପକଙ୍କ ମୃତଦେହ ଉଦ୍ଧାର
ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ଜୁନିୟର କଲେଜର ଅଧ୍ୟାପକଙ୍କ ମୃତଦେହ ଉଦ୍ଧାର । କମ୍ପୁଟର ବିଭାଗର ଅଧ୍ୟାପକ ଭୁବନେଶ୍ୱର ନାୟକଙ୍କ ମୃତଦେହ ବ୍ରହ୍ମପୁର ଖୋଡ଼ାସିଙ୍ଗି ଏଲ୍ଆଇସି ଅଫିସ ନିକଟ ରେଳ ଧାରଣାରୁ ଉଦ୍ଧାର କରାଯାଇଛି । ତାଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ । ନିକଟରେ ମଦ ବୋତଲ ପଡ଼ିଛି। ଅଧ୍ୟାପକ ଭୁବନେଶ୍ୱର ନାୟକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ରେଳବାଇ ଏବଂ ବୈଦ୍ୟନାଥପୁର ଥାନା ପୋଲିସ ମୃତଦେହ ଉଦ୍ଧାର ସହ ତଦନ୍ତ ଆରମ୍ଭ କରିଛନ୍ତି ।

