ଅଭାବ ଆଣିଲା ମୃତ୍ୟୁ, ଚତୁର୍ଥ ଝିଅ ଜନ୍ମ ହେବାରୁ ୩ ଝିଅଙ୍କୁ ମାରି ନିଜେ ଝୁଲି ପଡ଼ିଲା ବାପା

1 min read

ଗୁଜରାଟ: ଓଳିଏ ଖାଇ, ଓଳିଏ ଉପାସ ରହୁଥିଲେ । ନିଜେ ଭୋକିଲା ରହୁଥିଲେ ବି ୩ ପିଲାଙ୍କୁ କେବେ ଜାଣିବାକୁ ଦେଉନଥିଲେ ଅଭାବ । ଆର୍ଥିକ ଅନଟନ ସହ ପ୍ରତି ମୁହୂର୍ତ୍ତରେ ଏମିତି ଯୁଝି ଚାଲିଥିଲେ । ହେଲେ, ଚତୁର୍ଥ ଝିଅ ଜନ୍ମ ହେବା ପରେ ଖାଦ୍ୟ ପାଇଁ ଭାଙ୍ଗି ପଡ଼ିଥିଲେ ସେ । ଗୁମସୁମ ରହିବା ସହ କାହାରିକୁ କିଛି କହୁନଥିଲେ । ଆଉ ଶେଷରେ ୩ ଝିଅଙ୍କୁ ମାରିବା ସହ ନିଜେ ମରିଗଲେ ।ଆର୍ଥିକ ତାଡ଼ନାକୁ ସହି ନପାରି ଚାରି ଚାରୋଟି ଜୀବନ ଯନ୍ତ୍ରଣା ଜୁଇରେ ଜଳିଗଲା । ଏଭଳି ଅଭାବନୀୟ ଘଟଣା ଜୁନାଗଡ଼ ଜିଲ୍ଲା ଖାମଭାଲିଆ ଗାଁରେ ଘଟିଛି । ରସିକଭାଇ ଦେବ ସୋଲଙ୍କି ଜିଆରଡିରେ ଚାକିରି କରନ୍ତି । ପୂର୍ବରୁ ତାଙ୍କର ୩ଟି ଝିଅ ଥିଲେ । ଯାହାଙ୍କର ବୟସ ୯, ୭ ଓ ୨ ବର୍ଷ । ୪ ଦିନ ତଳେ ତାଙ୍କ ପତ୍ନୀ ଆଉ ଗୋଟିଏ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ।

ଏଥିଯୋଗୁଁ ଭାଙ୍ଗି ପଡ଼ିଥିଲେ ଦେବ ସୋଲଙ୍କି । ଶେଷରେ ଜୀବନର ଶେଷ ରାସ୍ତା ବାଛି ନେଇଥିଲେ । ପାଖ ଗାଁରେ ପରବ ଚାଲିଥିବାରୁ ସକାଳେ ୩ ଛୁଆଙ୍କୁ ଖୁଆଇ ସାରି ସାଙ୍ଗରେ ନେଇ ଯାଇଥିଲେ । କୋଲ୍ଡ ଡ୍ରିଙ୍କ୍ସରେ କୀଟନାଶକ ମିଶାଇ ଛୁଆଙ୍କୁ ପିଆଇବା ସହ ନିଜେ ପିଇଥିଲେ । କିନ୍ତୁ, ସୌଭାଗ୍ୟବଶତଃ କାହାର କିଛି ହୋଇନଥିଲା । ପରେ ସେ ହିଣ୍ଡୋଲା ନିକଟ କ୍ଷେତରେ ଥିବା କୂଅରେ ୩ ଝିଅଙ୍କୁ ଫୋପାଡ଼ି ମାରିଦେବା ସହ ନିଜେ ଆତ୍ମହତ୍ୟା କରିଛନ୍ତି ।ଘଟଣା ଜଣା ପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏବେ ୪ ଦିନର ଶିଶୁକନ୍ୟାକୁ କୋଳରେ ଧରି ସ୍ତ୍ରୀ ବାହୁନି ବାହୁନି କାନ୍ଦୁଛି ।…

https://nandighoshatv.comdengue-claims-4-lives-from-a-family-in-telangana/

Leave a Reply