ବାରବାଟୀ ଦିନିକିଆ ପାଇଁ ଓଡ଼ିଶା ପହଞ୍ଚିଲେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଖେଳାଳି, ନାଚ ଗୀତ ଓ ପାରଂପରିକ ଢଙ୍ଗରେ ସ୍ୱାଗତ ସମ୍ୱର୍ଦ୍ଧନା

ଭୁବନେଶ୍ୱର : ବଲିଉଡ୍ ମ୍ୟୁଜିକର ତାଳେତାଳେ ସମସ୍ତେ ନାଚୁଥିଲେ । ମେ ଫେୟାରର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସୈଫ୍ ଓ କ୍ୟାଟରରଙ୍କ ପର୍ଯ୍ୟନ୍ତ  ସମସ୍ତଙ୍କ ପାଦ ଉଠୁଥିଲା ପଡ଼ୁଥିଲା । ମେ ଫେୟାର ପରିସରରେ ସୃଷ୍ଟି ହୋଇଥିବା ଉତ୍ସବର ପରିବେଶ । ଭାରତ ଓ ଓ୍ୱେଷ୍ଟଇଣ୍ଡିଜ୍ ଟିମକୁ ସ୍ୱାଗତ କରିବା ପାଇଁ ସମସ୍ତେ ହୋଟେଲ୍ ବାହାରକୁ ଆସିଯାଇଥିଲେ । ପାରଂପରିକ ଢଙ୍ଗରେ ସମସ୍ତଙ୍କୁ ଉତ୍ତରୀୟ, ଫୁଲ ଓ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା ।

୨୨ ତାରିଖ ବାରବାଟୀ ଦିିନିକିଆ ପାଇଁ ଆଜି ମଧ୍ୟାହ୍ନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ବିରାଟ ବାହିନୀ ଓ ଓ୍ୱେଷ୍ଟଇଣ୍ଡିଜ୍ ଟିମ୍ । ବିମାନ ବନ୍ଦରରୁ ସ୍ୱତନ୍ତ୍ର ବସରେ ଖେଳାଳି ଓ ଅଫିସିଆଲ ମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ କାରକେଡରେ ହୋଟେଲ୍ ପରିସରକୁ ଅଣାଯାଇଥିଲା । ସେଠାରେ ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା ।

ଆସନ୍ତାକାଲିଠାରୁ ବାରବାଟୀରେ ସମସ୍ତ ଖେଳାଳି ଅଭ୍ୟାସ କରିବାକୁ ଯିବେ । ତୃତୀୟ ତଥା ଶେଷ ଦିନିକିଆରେ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ ବିରାଟ ବାହିନୀ ।  ପୂର୍ବରୁ ଉଭୟ ଟିମ୍ ଗୋଟିଏ ଗୋଟିଏ ମ୍ୟାଚ୍ ଜିତିଛନ୍ତି ।

 

Leave a Reply