ଭୁବନେଶ୍ୱର: କିଡନୀ ଦାନ କରି ଅନ୍ୟ ଜୀବନ ବଞ୍ଚାଇଥିବା ମୃତ ପ୍ରିୟଙ୍କାରାଣୀଙ୍କ ପରିବାର ସୂରଜ ଯୋଜନାରେ ସାମିଲ ହେବ । ଝିଅର ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ।
ପ୍ରିୟଙ୍କାଙ୍କ ଝିଅକୁ ମାଗଣା ଚିକିତ୍ସା ଯୋଗାଇବେ ରାଜ୍ୟ ସରକାର
କିଡନି ଦାନ କରିଥିବା ପ୍ରିୟଙ୍କାଙ୍କ ଝିଅକୁ ମାଗଣା ଚିକିତ୍ସା ଯୋଗାଇବେ ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଦୁର୍ଘଟଣାରେ ଗୁରୁତର ହୋଇ ପ୍ରିୟଙ୍କାଙ୍କ ଝିଅ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ତେବେ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ଉଠାଇବେ । ପ୍ରିୟଙ୍କାଙ୍କ ପରିବାରର ତ୍ୟାଗକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

କିଡନୀ ଦାନ କରି ୨ଜଣଙ୍କ ଜୀବନ ବଞ୍ଚାଇଛନ୍ତି ପ୍ରିୟଙ୍କା । ତାଙ୍କ ପରିବାରକୁ ସୁରଜ ଯୋଜନାରେ ସମ୍ବର୍ଦ୍ଧିତ କରାଯିବ । ଏଥିସହ ସଫଳ କିଡନି ପ୍ରତିରୋପଣ ପାଇଁ ଡାକ୍ତରୀ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏସସିବିରେ ଆଉ ଜଣେ କରୋନା ସନ୍ଦିଗ୍ଧ
କଟକ: ଘାରିଛି କରୋନା ଭୟ । ଏସସିବିରେ ଭର୍ତ୍ତି ହୋଇଛନ୍ତି ଆଉ ଜଣେ କରୋନା ସନ୍ଦିଗ୍ଧ । ଯୁବକ ଜଣଙ୍କ ଘର ଜଗତସିଂହପୁର ଜିଲ୍ଲାରେ । ସେ ହଂକଂର ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ଭାବେ କାଣ କରୁଥିଲେ । ସେଠାରୁ ସେ କୌଣସି କାମରେ ଚୀନ୍ ଯାଇଥିଲେ । ଜାନୁଆରୀ ୨୪ରେ ଓଡ଼ିଶା ଫେରିଥିଲେ । ପୂର୍ବରୁ ୨ ଜଣ କରୋନା ସନ୍ଦିଗ୍ଧ ଏସସିବିରେ ଭର୍ତ୍ତି ହୋଇଛନ୍ତି ।
କରୋନା ଭାଇରସ୍ ସଂକ୍ରମଣ ସନ୍ଦେହରେ ପରୀକ୍ଷା ପାଇଁ ପଠାଯାଇଥିବା ୬ଟି ନମୁନାରୁ ୫ଟିର ରିପୋର୍ଟ ନେଗେଟିଭ୍ ଆସିଛି । ଆଉ ଗୋଟିଏ ନମୁନାର ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି । କଟକ ଏସ୍ସିବିରେ ଭର୍ତ୍ତି ୨ ଜଣ ସୁସ୍ଥ ଅଛନ୍ତି । ବାକି ୧୨ ଜଣଙ୍କୁ ହୋମ୍ ସର୍ଭେଲାନ୍ସରେ ରଖାଯାଇଛି । ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇଥିବା ବେଳେ ମୁକାବିଲା ପାଇଁ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି । ଆଜି ସୁଦ୍ଧା ଚୀନରେ କରୋନାରେ ୪୯୨ ଜଣଙ୍କ ମୃତ୍ୟୁ ହୋଇଛି ।
ପାରାଦୀପ: ଗଡ଼ ଲୋକନାଥ ମନ୍ଦିର ଗଡ଼ାରେ ଦୁର୍ଘଟଣା । ଟ୍ରକ ପଛରେ ପିଟିହେଲା କାର, ଜଣେ ମୃତ । ୩ ଗୁରୁତରଙ୍କୁ କଟକ ସ୍ଥାନାନ୍ତର । ମୃତକ ନୂଆ ବଜାର କଲୋନୀର ସାରଦା ସ୍ୱାଇଁ ।
ପାରାଦୀପ: ଗଡ଼ ଲୋକନାଥ ମନ୍ଦିର ଗଡ଼ାରେ ଦୁର୍ଘଟଣା । ଟ୍ରକ ପଛରେ ପିଟିହେଲା କାର, ଜଣେ ମୃତ । ୩ ଗୁରୁତରଙ୍କୁ କଟକ ସ୍ଥାନାନ୍ତର । ମୃତକ ନୂଆ ବଜାର କଲୋନୀର ସାରଦା ସ୍ୱାଇଁ ।
ଜୟପୁର: ଲିଙ୍ଗରାଜ ନଗର ଗଣନାଥ ହୋମିଓ କ୍ଲିନିକ ଉପରେ ଚଢ଼ାଉ । ମିଳିତ ଚଢ଼ାଉ କରି ନକଲି କଫ ସିରପ୍ ଜବତ କଲେ ଡ୍ରଗ୍ସ ଇନ୍ସପେକ୍ଟର ଓ ପୋଲିସ ।
ଜୟପୁର: ଲିଙ୍ଗରାଜ ନଗର ଗଣନାଥ ହୋମିଓ କ୍ଲିନିକ ଉପରେ ଚଢ଼ାଉ । ମିଳିତ ଚଢ଼ାଉ କରି ନକଲି କଫ ସିରପ୍ ଜବତ କଲେ ଡ୍ରଗ୍ସ ଇନ୍ସପେକ୍ଟର ଓ ପୋଲିସ ।
ନିର୍ଭୟା ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ? ଆଜି ନିଷ୍ପତ୍ତି
ନୂଆଦିଲ୍ଲୀ: କେବେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ ? ଆଇନ ଆଳରେ ଖେଳୁଛନ୍ତି ଗୋଟେ ପରେ ଗୋଟେ ଚାଲ୍ । ନିର୍ଭୟା ମାମଲାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ର।ଳୟ କରିଥିବା ଆବେଦନ ନେଇ ଆଜି ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିବେ । ପୂର୍ବରୁ ପଟିଆଲା ହାଉସ କୋର୍ଟ ୪ନିର୍ଭୟା ଦୋଷୀଙ୍କ ଫାଶୀ ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ । ଏହା ବିରୋଧରେ କେନ୍ଦ୍ର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା ।

ରବିବାର ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ଡେଥ୍ ୱାରେଣ୍ଟ ଉପରେ ରହିତାଦେଶକୁ ଚ୍ୟାଲେଞ୍ଜ କରିଥିଲେ କେନ୍ଦ୍ର ସରକାର । ଆଇନଗତ ବିକଳ୍ପ ଶେଷ ହୋଇଥିବା ଦୋଷୀଙ୍କୁ ଫାଶୀ ଦେବାକୁ କେନ୍ଦ୍ର ସରକାର ଅନୁରୋଧ କରିଥିଲେ । ଏହାକୁ ଆଇନ୍ ବିରୋଧୀ ଦର୍ଶାଇ ଦୋଷୀଙ୍କ ଓକିଲ ବିରୋଧ କରିଥିଲେ । ତେବେ ଦୋଷୀଙ୍କୁ ଏକାଠି ନା ଅଲଗା ଅଲଗା ଫାଶୀ ଦିଆଯିବ, ସେନେଇ ଆଜି ନିଷ୍ପତ୍ତି ନିଆଯିବ । ୪ଦୋଷୀଙ୍କୁ ଫେବ୍ରୁଆରୀ ୧ରେ ଫାଶୀ ପାଇଁ ଡେଥ୍ ୱାରେଣ୍ଟ ଉପରେ ଦିଲ୍ଲୀ ହାଇକୋର୍ଟ ରହିତାଦେଶ ଲଗାଇଥିଲେ ।
ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶା ଅଚଳ
ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶା ବନ୍ଦ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ବନ୍ଦ ପାଳନ କରାଯାଉଛି । ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଷ୍ଟ ଅଫିସ, ବୀମା ତଥା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ବନ୍ଦ ରହିବ । ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମେତ ବଲାଙ୍ଗିର, ବରଗଡ଼ ଏବଂ କଳାହାଣ୍ଡି ଜିଲ୍ଲାର ଓକିଲ ସଂଘ ବନ୍ଦରେ ସାମିଲ ହୋଇଛନ୍ତି ।
ହାଇକୋର୍ଟ ସ୍ଥାପନ ଦାବିରେ ଅନେକ ଦିନରୁ ଆନ୍ଦୋଳନ ଚାଲି ଆସୁଥିଲେ ମଧ୍ୟ ବିଭିନ୍ନ କାରଣ ପାଇଁ କେତେକ ଜିଲ୍ଲା ଏଥିରୁ ଅଲଗା ହୋଇଯାଇଥିଲେ । ବର୍ତ୍ତମାନ ସମଗ୍ର ପଶ୍ଚିମ ଓଡ଼ିଶାର ଓକିଲ ସଂଘ ଏଥିରେ ସାମିଲ ହୋଇଥିବାରୁ ବନ୍ଦ ପାଳନର ଗୁରୁତ୍ୱ ବଢିଯାଇଛି ।
ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ କଟକଣା ସତ୍ତ୍ୱେ ପଶ୍ଚିମ ଓଡ଼ିଶାର ଓକିଲ ଏକଜୁଟ ହୋଇ ବନ୍ଦ ପାଳନ କରୁଛନ୍ତି । ବଲାଙ୍ଗିର, ବୌଦ୍ଧ, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳୁଛି ।
କଟକ: ଏସସିବିରେ ଆଉ ଜଣେ କରୋନା ସନ୍ଦିଗ୍ଧ । ହଂକଂର ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ଭାବେ କାମ କରୁଥିଲେ । ଗତ ୨୪ ତାରିଖରେ ଚୀନରୁ ଘରକୁ ଫେରିଥିଲେ । ଯୁବକଙ୍କ ଘର ଜଗତସିଂହପୁରରେ ।
କଟକ: ଏସସିବିରେ ଆଉ ଜଣେ କରୋନା ସନ୍ଦିଗ୍ଧ । ହଂକଂର ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ଭାବେ କାମ କରୁଥିଲେ । ଗତ ୨୪ ତାରିଖରେ ଚୀନରୁ ଘରକୁ ଫେରିଥିଲେ । ଯୁବକଙ୍କ ଘର ଜଗତସିଂହପୁରରେ ।
ଜାଣନ୍ତୁ ସକାଳୁ ଉଠି କ’ଣ କରିବା ଉଚିତ
୧. ସକାଳୁ ଉଠିବା ପରେ ପ୍ରଥମେ ଏକ ଗ୍ଲାସ ପାଣି ପିଇ ନିଜ ଦିନର ଆରମ୍ଭ କରନ୍ତୁ । ଏପରି କରିବା ଦ୍ୱାରା ପାଚନ ତନ୍ତ୍ର ସଫା ରହିଥାଏ ।
୨. ଏହାପରେ ସକାଳ ସମୟରେ ଗୋଟିଏ କିମ୍ବା ଦୁଇଟି ଖଜୁରୀ ଖାଆନ୍ତୁ । ଏହା ପାଚନ ତନ୍ତ୍ର ଓ ପେଟ ଜନିତ ବହୁ ସମସ୍ୟା ଦୂର କରିଥାଏ ।
୩. ଜଳଖିଆରେ ଫଳ ଓ ପ୍ରୋଟିନ ଯୁକ୍ତ ଖାଦ୍ୟ ନିଶ୍ଚୟ ସାମିଲ କରନ୍ତୁ । ସିଝା ଅଣ୍ଡା ମଧ୍ୟ ଖାଇପାରିବେ ।
୪. ସକାଳେ କିଛି ସମୟ ପାଇଁ ଘରର ବାହାରକୁ ଯାଆନ୍ତୁ । ଏହା ଦ୍ୱାରା ସୂର୍ଯ୍ୟକିରଣରେ ଥିବା ଭିଟାମିନ- ଡି ସିଧାସଳଖ ମିଳିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ।
୫. ଏହାସହ ନିଜ ପସନ୍ଦ ଅନୁଯାୟୀ କିଛି ସମୟରେ ଚାଲିବା, ଦୌଡ଼ିବା କିମ୍ବା ସାଇକେଲିଂ କରିବା ସ୍ୱାସ୍ଥ୍ୟ ପାଇଁ ଭଲ ।
ତ୍ୱଚା ପାଇଁ ଏହି ଟିପ୍ସ –

୧. ଫେସ୍ କ୍ଲିନିଜରରେ ମୁହଁ ଧୁଅନ୍ତୁ ।
୨. ସ୍କିନ୍ ଟୋନରର ବ୍ୟବହାର ନିଶ୍ଚୟ କରନ୍ତୁ । ଏହା ତ୍ୱଚା ପାଇଁ ଲାଭଦାୟକ ।
୩. ଯଦି କୁଆଡେ ବାହାରକୁ ବାହାରୁଛନ୍ତି ତେବେ ବାହାରକୁ ଯିବାର ଅଧଘଣ୍ଟା ଆଗରୁ ସନସକ୍ରିନ୍ ଲୋୟନ ଲଗାଇବାକୁ କେବେ ଭୁଲନ୍ତୁ ନାହିଁ ।
ଟସ୍ ଜିତିଲା ନ୍ୟୁଜିଲାଣ୍ଡ, ବ୍ୟାଟିଂ କରିବ ଭାରତ
ହାମିଲଟନ୍: ଭାରତ-ନ୍ୟୁଜିଲାଣ୍ଡ ୩ ଟିକିଆ ଦିନିକିଆର ଆଜି ପ୍ରଥମ ମ୍ୟାଚ୍ । ଟସ୍ ଜିତି ନ୍ୟୁଜିଲାଣ୍ଡର ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି । ଭାରତ ବ୍ୟାଟିଂ କରୁଛି । ସେଡେନ୍ ପାର୍କରେ ଖେଳା ଯାଉଥିବା ପ୍ରଥମ ଦିନିକିଆରେ ରୋହିତ ଶର୍ମା ଓ ଶିଖର ଧୱନ ଖେଳୁନାହାନ୍ତି । ରୋହିତ ଓ ଧୱନଙ୍କ ସ୍ଥାନରେ କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳୁଛନ୍ତି ମୟଙ୍କ ଅଗ୍ରୱାଲ ଓ ପ୍ରିଥ୍ୱୀ ଶା । ଉଭୟ ଭାରତ ପକ୍ଷରୁ ବ୍ୟାଟିଂ ଓପନ୍ କରିଛନ୍ତି ।
ମୟଙ୍କ ଓ ପ୍ରିଥ୍ୱୀ ଚତୁର୍ଥ ଭାରତୀୟ ଯୋଡ଼ି ଭାବେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଡେବ୍ୟୁ କରିଛନ୍ତି । ନ୍ୟୁଜିଲାଣ୍ଡ ଟିମର ଅଧିନାୟକ କାନେ ୱିଲିୟମସନ୍ ଖେଳୁନାହାନ୍ତି । କାନେଙ୍କ ବଦଳରେ ନେତୃତ୍ୱ ନେଉଛନ୍ତି ଟମ୍ ଲଥାମ୍ ଦଳର ନେତୃତ୍ୱ ନେଉଛନ୍ତି ।

