ଦିଲ୍ଲୀ ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ୩୭୦ ସାଂସଦ

BJP Won 40 Seats Out Of 59 In Assembly By Polls In 11 States

ଦିଲ୍ଲୀ ବିଧାନସଭା ନିର୍ବାଚନ ନେଇ ସବୁ ଦଳ ପକ୍ଷରୁ ଚାଲିଛି ଜୋରଦାର ପ୍ରଚାର । ଭାରତୀୟ ଜନତା ପାର୍ଟି ମଧ୍ୟ ନିଜ ଷ୍ଟାର ପ୍ରଚାରକଙ୍କୁ ନେଇ ରାଲି ଓ ଜନସଭା ଆୟୋଜନ କରୁଛି । ଆଉ ବିଜେପି ପ୍ରଚାରର ନେତୃତ୍ୱ ନେଉଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା । ନବ ନିର୍ବାଚିତ ବିଜେପି ମୁଖ୍ୟ ଜେ.ପି ନଡ୍ଡା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମଧ୍ୟ ଜୋରଦାର ପ୍ରଚାର ଚଳାଇଛନ୍ତି । ଏଭଳି ସମୟରେ ପ୍ରଚାରକୁ ଆହୁରି ଜୋରଦାର କରିବା ନେଇ ଯୋଜନା କରୁଛି ବିଜେପି । ବିଜେପି ନିଜ ପ୍ରଚାରରେ ୩୭୦ରୁ ସାଂସଦଙ୍କୁ ଓହ୍ଲାଇବାକୁ ଯୋଜନା କରିଛି । ଆଗାମୀ ୪ ଦିନ ଯାଏଁ ସଂସଦର କାର୍ଯ୍ୟକ୍ରମ ସରିବା ପରେ ୩୭୦ ସାଂସଦ ରାତିରେ ଦିଲ୍ଲୀର ବସ୍ତି ଅଞ୍ଚଳ ଓ ଅନଧିକୃତ କଲୋନୀକୁ ଯାଇ ଲୋକଙ୍କ ସହ ସାକ୍ଷାତ କରିବେ । ଏଥିସହିତ ପାର୍ଟି କର୍ମକର୍ତ୍ତାଙ୍କ ସହ ମିଶି ଛୋଟ ଛୋଟ ମିଟିଂ କରିବେ । ଗୃହମନ୍ତ୍ରୀ ଅମିତ୍‌ ଶାହା, ୟୁପି ସିଏମ୍‌ ଯୋଗୀ ଆଦିତ୍ୟ ନାଥ, ବିଜେପି ଅଧ୍ୟକ୍ଷ ଜଗତ୍‌ ପ୍ରକାଶ ନଡ୍ଡା ଡୋର୍ ଟୁ ଡୋର୍‌ କ୍ୟାମ୍ପେନ୍‌ ଚଳାଇଛନ୍ତି । ଦିଲ୍ଲୀ ନିର୍ବାଚନକୁ ନେଇ ବିଜେପି ପକ୍ଷରୁ ଜାରି ଅନେକ ଘୋଷଣା ପତ୍ରରେ ଜନସାଧାରଣଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛି ବିଜେପି ।

Leave a Reply