୬ ବର୍ଷରୁ ଅଧିକ କାର୍ଯ୍ୟ କରିଥିବା ବିଇଓ, ଡିଇଓ କର୍ମଚାରୀଙ୍କ ହେବ ବଦଳି

ଭୁବନେଶ୍ୱର: ଏଣିକି  ୬ବର୍ଷରୁ ଅଧିକ ସମୟ ବିଇଓ, ଡ଼ିଇଓ କାର୍ଯ୍ୟାଳୟରେ ରହିପାରିବେନି କୈାଣସି ଅଧିକାରୀ । ଯେଉଁ ଅଧିକାରୀମାନେ ୬ବର୍ଷରୁ ଅଧିକ କାଳ ରହିଲେଣି ସେମାନଙ୍କୁ ବଦଳି କରିବାକୁ ଗଣଶିକ୍ଷା ବିଭାଗ କଡ଼ା ନିର୍ଦ୍ଦେଶ ଜାରି କରିଛି । ଏନେଇ ନେଇ ବିଭିନ୍ନ ଜିଲ୍ଳ।ରେ ବଦଳି ଆରମ୍ଭ ହୋଇଯାଇଥିବା ମନ୍ତ୍ରୀ କହିଛନ୍ତି । ଚଳିତ ଶିକ୍ଷାବର୍ଷରେ ସମ୍ପୂର୍ଣ୍ଣ ବଦଳି କାମ ଶେଷ ହୋଇଯାଇଥିବ ବୋଲି ମନ୍ତ୍ରୀ କହିଛନ୍ତି । ଆଗକୁ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ କ୍ଷେତ୍ରରେ ଏହି ବଦଳିନିୟମ ଲାଗୁ କରିବାକୁ ଗଣଶିକ୍ଷା ବିଭାଗ ବିଚାର ବିମର୍ଷ କରୁଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି । ବିଇଓ ଓ ଡ଼ିଇଓ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ରହୁଥିବା କର୍ମଚାରୀମାନେ ବହୁ ଅନିୟମିତତା ଜଡ଼ିତ ରହୁଥିବା ବିଭାଗ ପାଖକୁ ଅଭିଯୋଗ ଆସିବା ପରେ ବିଭାଗ ଏପରି ପଦକ୍ଷେପ ନେବା ଆରମ୍ଭ କରିଛି । ଅନ୍ୟପଟେ ନିର୍ଦ୍ଦେଶନାମା ପାଇବା ପରେ ବଦଳି ଆରମ୍ଭ ହେବ ବୋଲି ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି ।

Leave a Reply