ନିର୍ଭୟା ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ? ଆଜି ନିଷ୍ପତ୍ତି

ନୂଆଦିଲ୍ଲୀ: କେବେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ ? ଆଇନ ଆଳରେ ଖେଳୁଛନ୍ତି ଗୋଟେ ପରେ ଗୋଟେ ଚାଲ୍‌ । ନିର୍ଭୟା ମାମଲାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ର।ଳୟ କରିଥିବା ଆବେଦନ ନେଇ ଆଜି ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିବେ । ପୂର୍ବରୁ ପଟିଆଲା ହାଉସ କୋର୍ଟ ୪ନିର୍ଭୟା ଦୋଷୀଙ୍କ ଫାଶୀ ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ । ଏହା ବିରୋଧରେ କେନ୍ଦ୍ର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା ।

ରବିବାର ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ଡେଥ୍‌ ୱାରେଣ୍ଟ ଉପରେ ରହିତାଦେଶକୁ ଚ୍ୟାଲେଞ୍ଜ କରିଥିଲେ କେନ୍ଦ୍ର ସରକାର । ଆଇନଗତ ବିକଳ୍ପ ଶେଷ ହୋଇଥିବା ଦୋଷୀଙ୍କୁ ଫାଶୀ ଦେବାକୁ କେନ୍ଦ୍ର ସରକାର ଅନୁରୋଧ କରିଥିଲେ । ଏହାକୁ ଆଇନ୍‌ ବିରୋଧୀ ଦର୍ଶାଇ ଦୋଷୀଙ୍କ ଓକିଲ ବିରୋଧ କରିଥିଲେ । ତେବେ ଦୋଷୀଙ୍କୁ ଏକାଠି ନା ଅଲଗା ଅଲଗା ଫାଶୀ ଦିଆଯିବ, ସେନେଇ ଆଜି ନିଷ୍ପତ୍ତି ନିଆଯିବ । ୪ଦୋଷୀଙ୍କୁ ଫେବ୍ରୁଆରୀ ୧ରେ ଫାଶୀ ପାଇଁ ଡେଥ୍‌ ୱାରେଣ୍ଟ ଉପରେ ଦିଲ୍ଲୀ ହାଇକୋର୍ଟ ରହିତାଦେଶ ଲଗାଇଥିଲେ ।

Leave a Reply