କୁହୁଡ଼ିରେ ଲୁଚିଲା ରାଜ୍ୟ

SRC Issues Dense Fog Alert To Some District Of Odisha

ଭୁବନେଶ୍ୱର: ଅଦିନିଆ ବର୍ଷା ପରେ କୁହୁଡ଼ି ।  ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଫଳରେ ଯାତାୟତ ପ୍ରଭାବିତ ହୋଇଛି । ଜଗତସିଂହପୁରରେ ବୁଧବାର ରାତିରୁ ହିଁ ଘନ କୁହୁଡ଼ିର ଆସ୍ତରଣ । ଜିଲ୍ଲାର ତିର୍ତ୍ତୋଲ, ବାଲିକୁଦା, ନାଉଗାଁ, ପାରାଦୀପ ଓ ଏରସମା ପରି ଅଞ୍ଚଳରେ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି । ପାରାଦୀପରେ ବନ୍ଦର ନିଷିଦ୍ଧାଞ୍ଚଳ ପୂରା କୁହୁଡ଼ିର ଆସ୍ତରଣ ଭିତରେ ରହିଥିଲା । ଫଳରେ ବନ୍ଦରରେ କାରବାର ପ୍ରଭାବିତ ହୋଇଛି । ସେହିପରି ରାସ୍ତା କଡ଼ରେ ଛିଡ଼ା ହୋଇଛି ଟ୍ରକ ।

ସେହିପରି ଭଦ୍ରକରେ ମଧ୍ୟ ଘନ କୁହୁଡ଼ିର ବଳୟ । କୁହୁଡ଼ି ଭିତରେ ପ୍ରଭାବିତ ହୋଇଛି ଯାତାୟତ । ଖାସକରି ୧୬ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଡ଼ି ଚାଳକ । ବର୍ଷା ପରେ ଏବେ ଶୀତ ସହ ଫେରିଛି କୁହୁଡ଼ି । ଆଜି ସକାଳୁ ରାଜଧାନୀରେ ମଧ୍ୟ ଘନ କୁହୁଡ଼ିରେ ଯାତାୟତ ଏକ ରକମ ଠପ୍ ହୋଇଯାଇଥିଲା ।

Leave a Reply