ଜାପାନରୁ ଫେରିଲେ ଓଡ଼ିଆ ଇଂଜିନିୟର

ବ୍ରହ୍ମପୁର: ଜାପାନରୁ ଫେରିଲେ ଓଡ଼ିଆ ଇଂଜିନିୟର ଶିବାଶିଷ ନାୟକ। ୟାକୋହାମା ଜଳସୀମାରେ ଥିବା ଡାଇମଣ୍ଡ ପ୍ରିନ୍ସେସ୍‌ ଜାହାଜରୁ ୧୧୯ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଛି। ଏଥିସହ ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫ୍ରିକା ଓ ପେରୁର ୫ଜଣଙ୍କୁ ସୁରକ୍ଷିତ ଭାବେ ଫେରାଇ ଅଣାଯାଇଛି। ଏସଂପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଟୋକିଓରୁ ୧୧୯ଜଣ ଭାରତୀୟଙ୍କୁ ନେଇ ଆଜି ଭୋରରୁ ଦିଲ୍ଲୀରେ ପହଞ୍ଚିଛି । ଏଥିପାଇଁ ଜାପାନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଦେଶ ମନ୍ତ୍ରୀ।

ଜାପାନ ଜଳ ସୀମାରେ ଅଟକି ରହିଥିଲେ ବ୍ରହ୍ମପୁରର ଶିବାଶିଷ ନାୟକ । ନନ୍ଦିଘୋଷ ଟିଭିରେ ପ୍ରଥମେ ପ୍ରସାରିତ ହୋଇଥିଲା ଏ ଖବର । ଲାଇଭ୍‌ କଭରେଜ୍‌ ବେଳେ ଅପେକ୍ଷାର ଦିନ ଗଣୁଥିବା ଥିବା ପୁଅ ସହ ଫୋନ୍‌ଯୋଗେ କଥା ହୋଇ ଭାବବିହ୍ୱଳ ହୋଇ ପଡିଥିଲେ ବାପା। ଏହାପରେ ଶିବାଶିଷଙ୍କୁ ଫେରାଇ ଆଣିବାକୁ ନନ୍ଦିଘୋଷ ଟିଭି ଓ ରାଜ୍ୟ ସରକାରଙ୍କ ମୋ ପରିବାର ପକ୍ଷରୁ ଉଦ୍ୟମ କରାଯାଇଥିଲା। ଜାପାନରୁ ଫେରିବା ପରେ ଶିବାଶିଷଙ୍କ ପରିବାର ଆଶ୍ୱସ୍ତ ହୋଇଛନ୍ତି।

Leave a Reply