ବନ୍ଧା ପଡ଼ିଛନ୍ତି ୩୫ ଦାଦନ ଶ୍ରମିକ, ଭିଡ଼ିଓ ମାଧ୍ୟମରେ ଉଦ୍ଧାରର ଗୁହାରୀ

ତେଲେଙ୍ଗାନା: ସରୁନି ଦାଦନ ଦୁଃଖ । ଘରଲୋକଙ୍କ ପେଟରେ ଦାନ ମୁଠେ ପାଇଁ ଯାଇଥିଲେ ଦାଦନ ଖଟି କିନ୍ତୁ ସେଠି ନିଜ ପେଟକୁ ଦାନ ମୁଠେ ଦେଇପାରୁ ନାହାନ୍ତି ଏମାନେ । ତେଲେଙ୍ଗାନାରେ ପୁଣି ବନ୍ଧା ପଡିଛନ୍ତି ଓଡିଆ ଦାଦନ ଶ୍ରମିକ । ବରଗଡରୁ ୩୫ଜଣ ଓଡିଆ ଦାଦନ ଶ୍ରମିକ ବନ୍ଧା ପଡିଥିବା ବେଳେ ଏକ ଭିଡିଓ ମାଧ୍ୟମରେ ଉଦ୍ଧାର ପାଇଁ ଗୁହାରି କରିଛନ୍ତି ।

ଶ୍ରମିକମାନେ ଏକ ଭିଡିଓ କରିବା ସହିତ ଏହି ଭିଡିଓ ମାଧ୍ୟମରେ ସେମାନଙ୍କୁ ଉଦ୍ଧାର ପାଇଁ ଗୁହାରୀ କରିଛନ୍ତି । ସେମାନଙ୍କ କରୁଣ ସ୍ଥିତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇବାକୁ ନିବେଦନ କରିଛନ୍ତି । ପାଇକମାଲ ଯୋଗୀନ୍ଦ୍ରନାଥପୁରର ୩୫ ଜଣ ଶ୍ରମିକ ଇଟା ଭାଟିରେ କାମ ପାଇଁ ତେଲେଙ୍ଗାନା ଯାଇଥିଲେ । କିଛି ଦିନ କାମ କରିବା ପରେ ସେମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଯାଇଥିଲା । ଖାଇବାକୁ ଦିଆଯାଉନଥିବା ବେଳେ ଘରକୁ ଫେରିବାକୁ ମଧ୍ୟ କୈାଣସି ରାସ୍ତା ନଥିବା ସେମାନେ କହିଛନ୍ତି ।

Leave a Reply