ଭୁବନେଶ୍ୱର : ବଲିଉଡ୍ ମ୍ୟୁଜିକର ତାଳେତାଳେ ସମସ୍ତେ ନାଚୁଥିଲେ । ମେ ଫେୟାରର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସୈଫ୍ ଓ କ୍ୟାଟରରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଦ ଉଠୁଥିଲା ପଡ଼ୁଥିଲା । ମେ ଫେୟାର ପରିସରରେ ସୃଷ୍ଟି ହୋଇଥିବା ଉତ୍ସବର ପରିବେଶ । ଭାରତ ଓ ଓ୍ୱେଷ୍ଟଇଣ୍ଡିଜ୍ ଟିମକୁ ସ୍ୱାଗତ କରିବା ପାଇଁ ସମସ୍ତେ ହୋଟେଲ୍ ବାହାରକୁ ଆସିଯାଇଥିଲେ । ପାରଂପରିକ ଢଙ୍ଗରେ ସମସ୍ତଙ୍କୁ ଉତ୍ତରୀୟ, ଫୁଲ ଓ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା ।

୨୨ ତାରିଖ ବାରବାଟୀ ଦିିନିକିଆ ପାଇଁ ଆଜି ମଧ୍ୟାହ୍ନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ବିରାଟ ବାହିନୀ ଓ ଓ୍ୱେଷ୍ଟଇଣ୍ଡିଜ୍ ଟିମ୍ । ବିମାନ ବନ୍ଦରରୁ ସ୍ୱତନ୍ତ୍ର ବସରେ ଖେଳାଳି ଓ ଅଫିସିଆଲ ମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ କାରକେଡରେ ହୋଟେଲ୍ ପରିସରକୁ ଅଣାଯାଇଥିଲା । ସେଠାରେ ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା ।

ଆସନ୍ତାକାଲିଠାରୁ ବାରବାଟୀରେ ସମସ୍ତ ଖେଳାଳି ଅଭ୍ୟାସ କରିବାକୁ ଯିବେ । ତୃତୀୟ ତଥା ଶେଷ ଦିନିକିଆରେ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ ବିରାଟ ବାହିନୀ । ପୂର୍ବରୁ ଉଭୟ ଟିମ୍ ଗୋଟିଏ ଗୋଟିଏ ମ୍ୟାଚ୍ ଜିତିଛନ୍ତି ।



ଆର୍ଥିକ ତାଡ଼ନାକୁ ସହି ନପାରି ଚାରି ଚାରୋଟି ଜୀବନ ଯନ୍ତ୍ରଣା ଜୁଇରେ ଜଳିଗଲା । ଏଭଳି ଅଭାବନୀୟ ଘଟଣା ଜୁନାଗଡ଼ ଜିଲ୍ଲା ଖାମଭାଲିଆ ଗାଁରେ ଘଟିଛି । ରସିକଭାଇ ଦେବ ସୋଲଙ୍କି ଜିଆରଡିରେ ଚାକିରି କରନ୍ତି । ପୂର୍ବରୁ ତାଙ୍କର ୩ଟି ଝିଅ ଥିଲେ । ଯାହାଙ୍କର ବୟସ ୯, ୭ ଓ ୨ ବର୍ଷ । ୪ ଦିନ ତଳେ ତାଙ୍କ ପତ୍ନୀ ଆଉ ଗୋଟିଏ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ।
ଘଟଣା ଜଣା ପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏବେ ୪ ଦିନର ଶିଶୁକନ୍ୟାକୁ କୋଳରେ ଧରି ସ୍ତ୍ରୀ ବାହୁନି ବାହୁନି କାନ୍ଦୁଛି ।…




ବାରିପଦା ଆଇଟିଡିଏ ଅଫିସ୍ ସହ ଦୁର୍ଗାଙ୍କ ବାଲେଶ୍ୱର, ବାରିପଦା, ଭଦ୍ରକ, କେନ୍ଦୁଝର, ଭୁବନେଶ୍ୱର ଘରେ ଭିଜିଲାନ୍ସ ଚଢାଉ କରିଛି । ତେବେ, ଆକଳନ ପରେ ସମ୍ପତ୍ତି ପରିମାଣ ଜଣାପଡ଼ିବ ।

