ଏଥର ନିଶ୍ଚିନ୍ତରେ ଖାଇପାରିବେ ଚିକେନ ଓ ଅଣ୍ଡା

ଭୁବନେଶ୍ୱର: ଚିକେନ ଓ ଅଣ୍ଡା ଖାଇବାରେ ଆଉ ନାହିଁ କଟକଣା । କାରଣ ରାଜ୍ୟରେ ଆଉ ନାହିଁ ବାର୍ଡ ଫ୍ଲୁ ଟେନସନ । ୩ ଦିନ ଧରି ଓୟୁଏଟିରେ କୁକୁଡା ମରା ଅଭିଯାନ ପରେ ଏହା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ମତ୍ସ୍ୟ ଓ ପଶୁସଂପଦ ସଚିବ । ଓୟୁଏଟିରେ ସେଣ୍ଟ୍ରାଲ ଟିମ ସହିତ ଆଲୋଚନା ପରେ ଏହା କହିଛନ୍ତି ସଚିବ ଆର୍‌.ରଘୁପ୍ରସାଦ । ବର୍ତ୍ତମାନ ସୁଦ୍ଧା ୧୪ ହଜାର ସାମ୍ପୁଲ ଟେଷ୍ଟ କରାଯାଇଥିବା ବେଳେ ସେଥିରୁ କେବଳ ଗୋଟିଏରେ ପଜିଟିଭ ବାହାରିଥିଲା ।

ବାର୍ଡଫ୍ଲୁ ସଂକ୍ରମଣ ନ ବ୍ୟାପିବା ପାଇଁ ଓୟୁଏଟି ପରିସର ସଫା ରଖାଯିବା ସହ ବ୍ଲିଚିଂ ପକାଯାଉଛି । ତେବେ ନଭେମ୍ବରରୁ ଫେବୃଆରୀ ମଧ୍ୟରେ ଓଡ଼ିଶାକୁ ସାଇବେରିଆନ କଣ୍ଟ୍ରିଂରୁ ବିଦେଶାଗତ ପକ୍ଷୀ ଆଗମନ ଥିବାରୁ ଏଭଳି ସ୍ଥିତି ଉପୁଜିଥିବା କହିଛନ୍ତି ପ୍ରାଣୀ ସଂପଦ ବିଭାଗ ସଚିବ । ସେପଟେ ୩ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ସ୍ପଟ ଭେରିଫିକେସନ କରିଛନ୍ତି । ପ୍ରଫେସର ଅଂଶୁମାନ ଶ୍ରୀବାସ୍ତବ, ପ୍ରଫେସର ଆଲୋକ ବାଜପେଇ ଓ ଡାକ୍ତର ଦେବାଶିଷ ଭଟ୍ଟ।ଚାର୍ଯ୍ୟଙ୍କୁ  ନେଇ ଗଠିତ ଟିମ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସ୍ପଟ ଭେରିଫିକେସନ ପରେ ପ୍ରତିକ୍ରିୟା ରଖିଛି ଟିମ । ବାର୍ଡଫ୍ଲୁ ସୀମିତ ଯାଗାରେ ହୋଇଥିବାରୁ ସାଧାରଣ ଲୋକ ଭୟଭିତ ନହେବାକୁ ପରାମର୍ଶ ଦେଇଛି ଟିମ୍‌ ।

Leave a Reply