ତାରାତାରିଣୀ ପୀଠରେ 5ଟି ସଚିବ: ମନ୍ଦିରର ବିଭିନ୍ନ ସମସ୍ୟା ବିଷୟରେ ସେବାୟତଙ୍କ ସହ କଲେ ଆଲୋଚନା

1 min read

ଗଞ୍ଜାମ: ଗଞ୍ଜାମର ପ୍ରସିଦ୍ଧ ଦେବୀ ପୀଠ ତାରାତାରିଣୀ ଅଚାନକ ଗସ୍ତ କରିଛନ୍ତି 5ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ । ଆଜି ପୂର୍ବାହ୍ନରେ ମାଆ ତାରାତାରିଣୀଙ୍କ ଗସ୍ତ କରିବା ସହ ପୀଠର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ସରକାର ରାଜ୍ୟର ବିଭିନ୍ନ ଐତିହ ଏବଂ ସଂସ୍କୃତି ସଂପନ୍ନ ମନ୍ଦିରର ବିକାଶ ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା କରୁଛନ୍ତି । ସେ ମଧ୍ୟରେ ତାରାତାରିଣୀ ପୀଠ ମଧ୍ୟ ସାମିଲ ହୋଇଛି ।

ପୀଠକୁ ଅଧିକରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ଚାଲିଥିବା ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିସହ ମନ୍ଦିରରେ ଥିବା ବିଭିନ୍ନ ସମସ୍ୟା ନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି 5-ଟି ସଚିବ ।

ଏ ଅବସରରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ପିଡି ଡିଆରଡିଏ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply