ଠିକା ସଂସ୍ଥାର ମନମାନୀ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଆଳରେ ଚାଲିଛି ମନଇଚ୍ଛା ଗଛକଟା ସାଙ୍ଗକୁ ପଥର ବ୍ଳାଷ୍ଟିଂ

ବୌଦ୍ଧ: ଠିକା ସଂସ୍ଥାର ଦାଦାଗିରି । ମନଇଚ୍ଛା କାମ କରୁଛି ଠିକାସଂସ୍ଥା । ଗଛ କାଟିବା ସହିତ ଗୋଚର ଜମିରେ ଖୋଳା ଖୋଳି ଓ ବ୍ଲ।ଷ୍ଟିଂ କରାଯାଉଛି । ଫଳରେ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ବୌଦ୍ଧ ଜିଲ୍ଲା ହରଭଙ୍ଗା ତିରଡ଼ ଗାଁରେ ଉଠା ଜଳସେଚନ ପ୍ରକଳ୍ପ କାମରେ ଏଭଳି ଦେଖିବାକୁ ମିଳୁଛି ।  ବୌଦ୍ଧ ହରଭଙ୍ଗା ତିରଡ଼ ଗାଁରେ ଉଠା ଜଳସେଚନ ପ୍ରକଳ୍ପ କାମ ଆରମ୍ଭ ହୋଇଛି । କାମ କରୁଛି ଆନ୍ଧ୍ରର ଏକ ଠିକାସଂସ୍ଥା ।

ମନଇଚ୍ଛା ସଂସ୍ଥା ଗଛ କାଟିବା ସହିତ ଗାଁର ପୋଖରୀ ପୋତି ଦେଇଛି । ଗୋଚର ଜମି ଉପରେ କାମ  କରାଯାଉଥିବାରୁ ଲୋକ ବିରୋଧ କରିଛନ୍ତି । ହେଲେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଥିବା କହି ଗ୍ରାମବାସୀଙ୍କୁ ଧମକାଯାଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ଜନବସତି ନିକଟରେ ପଥର ବ୍ଲ।ଷ୍ଟିଂ କରାଯାଉଥିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍କୁଲକୁ ଲାଗିଥିବା ଖେଳ ପଡିଆକୁ ମଧ୍ୟ ଖୋଳାଯିବା ସହ ଏହା ନିକଟରେ ବ୍ୟାରିକେଡ ନିର୍ମାଣ କରାଯାଇଛି ।

ଘଟଣା ନେଇ ତଦନ୍ତ କରାଗଲା ପରେ କାଯ୍ୟ।ନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ପ୍ରକଳ୍ପ ପାଇଁ ଲୋକଙ୍କ ଭିତରେ ଉତ୍ସାହ ଥିଲେ ବି ଠିକାସଂସ୍ଥାର ମନଇଚ୍ଛା କାମକୁ ବିରୋଧ କରାଯାଉଛି ।

Leave a Reply