ବିଶ୍ରାମ ନେଉଥିବା ବେଳେ ଆକ୍ରମଣ କଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ରାଜରାସ୍ତାରେ ଲୁଟେରାଙ୍କ ଆତଙ୍କ ରାଜ୍‌ । ଟ୍ରକ୍‌ ଡ୍ରାଇବରଙ୍କୁ ଧାରୁଆ ଅସ୍ତ୍ରରେ ଲହୁ ଲୁହାଣ କଲେ ଅଭିଯୁକ୍ତ । ଦୁଇ ଗୁରୁତର କଟକ ଏସ୍‌ସିବିକୁ ସ୍ଥାନାନ୍ତର । ଖୋର୍ଦ୍ଧା ଚମ୍ପାଗଡ ନିକଟରେ ଭୋର ୫ଟା ବେଳେ ଘଟିଛି ଏହି ଅଭାବନୀୟ ଘଟଣା ।  ରାତିରେ ବିଶ୍ରାମ ନେବାପାଇଁ ରାସ୍ତା କଡରେ ଦୁଇଟି ଟ୍ରକର ଡ୍ରାଇଭର ଅଟକି ଥିଲେ ।

ଭୋରରୁ ଦୁଇ ଦର୍ବୃତ୍ତ ବାଇକ୍‌ରେ ଆସି ଡ୍ରାଇଭରମାନଙ୍କୁ ବଟି ମାଗିଥିଲେ । ହେଲେ ଟଙ୍କା ନଦେବାରୁ ଦୁଇ ଡ୍ରାଇଭରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ଗାଡିକୁ ଭଙ୍ଗା ରୁଜା କରିଛନ୍ତି ଦୁର୍ବୃତ୍ତ । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଦୁଇ ଆହତଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଅବସ୍ଥା ଗରୁତର ହେବାରୁ ଦୁହିଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଚାନ୍ଦପୁର ନିକଟରେ ପୋଲିସର ପେଟ୍ରୋଲଂ ଅଭାବରୁ ଏଭଳି ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟବାସୀ ।

Leave a Reply