ଅତ୍ୟାଧୁନିକ ପ୍ରଣାଳୀରେ ଚାଷ: ହଳଦୀ, ଅଦା ଓ ତୁଳସୀରୁ ପ୍ରସ୍ତୁତି ହେଉଛି ସୁଗନ୍ଧିତ ତୈଳ

ଗଜପତି: ଚାଷକୁ ନେଇ ବ୍ୟବସାୟ । ଏହାଦ୍ଵାରା ଅଧିକରୁ ଅଧିକ ଯ଼ୁବଗୋଷ୍ଠୀ ସ୍ୱାବଲମ୍ୱୀ ହୋଇପାରୁଛନ୍ତି । ଏଭଳି ଜଣେ ସଫଳ ଯ଼ୁବକ ହେଲେ  ଗଜପତି ଜିଲ୍ଲା କାଶୀନଗର ବ୍ଲକ ଲକ୍ଷ୍ମୀପୁର ଗାଁର ଅଶ୍ୱିନୀ ନାଏକ । ସରକାରୀ ସହଯୋଗରେ ସେ ତିଆରି କରିଛନ୍ତି ନୀଳାଚଳ ଏରୋମା ହରବାଲ ପ୍ଲାଣ୍ଟ ।

ଗଜପତି ଜିଲ୍ଲା କାଶୀନଗର ବ୍ଲକ୍‌ ଲକ୍ଷ୍ମୀପୁର ଗାଁର ଅଶ୍ୱିନୀ ନାଏକ । ଯୁବଗୋଷ୍ଠୀଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି । ନିଜ ଚେଷ୍ଟା ଏବଂ ସରକାରୀ ସହଯୋଗରେ ତିଆରି କରିଛନ୍ତି ନୀଳାଚଳ ଏରୋମା ହର୍ବାଲ ପ୍ଲାଣ୍ଟସନ । ଉଦ୍ୟାନ ବିଭାଗ ସହଯୋଗରେ ଅଶ୍ୱିନୀ କରିଥିବା ଏହି ପ୍ରକଳ୍ପରୁ ଭଲ ବ୍ୟବସାୟ କରୁଛନ୍ତି ।

ହଳଦୀ, ଅଦା, ଗୋଲ ମରିଚ, ଗନ୍ଧଶୁଣ୍ଠି, ତୁଳସୀ ଆଦିରୁ ଅତ୍ୟାଧୁନିକ ପ୍ରଣାଳୀରେ ସୁଗନ୍ଧିତ ତୈଳ ପ୍ରସ୍ତୁତ କରାଯାଉଛି । ସରକାରୀ ଯୋଜନାରେ ତାଙ୍କୁ ସବସିଡି ମାଧ୍ୟମରେ ଆର୍ଥିକ ସହାୟତା ମିଳିଛି । ଏହି ଯୋଜନାରେ ଅନ୍ୟ ଯ଼ୁବକଙ୍କୁ ମଧ୍ୟ ସାମିଲ କରି ସ୍ୱାବଲମ୍ବୀ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । —

Leave a Reply