spot_img
Home Blog Page 7402

ସାହସୀ ତୀର୍ଥ ଯାତ୍ରୀଙ୍କ ପାଇଁ ଧରାପଡ଼ିଲେ ୨ ଡକାୟତ

ଅନୁଗୁଳ: ସାହାସ ଦେଖାଇଲେ ତୀର୍ଥଯାତ୍ରୀ । ଧରାପଡ଼ିଲେ ୨ ଡକାୟତ । ଏଭଳି ଘଟଣା ଦେଖିବାକୁ ମିଳିଛି, ଅନୁଗୁଳ ବଅଁରପାଳ ତଳମୂଳ ସ୍କୁଲ ନିକଟରେ । ଯେଉଁଠି କିଛି ତୀର୍ଥଯାତ୍ରୀଙ୍କ ଗାଡ଼ିକୁ ଅଟକାଇ ଲୁଟ୍‌ ଉଦ୍ୟମ କରିଥିଲେ ଡକାୟତ । ମାରଣାସ୍ତ୍ରର ବ୍ୟବହାର ମଧ୍ୟ କରିଥିଲେ । କିନ୍ତୁ ଜଣେ ଯାତ୍ରୀଙ୍କର ସାହସିକତା ଯୋଗୁଁ ଧରାପଡ଼ିଲେ ୨ ଡକାୟତ । ତେବେ ଜଣେ ଖସିଯିବାରେ ସଫଳ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଢେଙ୍କାନାଳ ସରାଙ୍ଗ ଗାଁର କିଛି ଯ଼ୁବକ ପୁରୀ ଓ ତାରାତାରିଣୀ ଅଭିମୁଖେ ଯାଇଥିଲେ । ତେବେ ତଳମୂଳ ସ୍କୁଲ ନିକଟରେ ୩ ଡକାୟତ ବାଇକରେ ଆସି ୨ ବଲେରୋକୁ ଅଟକାଇଥିଲେ । ତେବେ ଯାତ୍ରୀଙ୍କ ମଧ୍ୟରୁ ଜଣେ ଲୁଟେରା ପିନ୍ଧିଥିବା ହେଲମେଟକୁ ମୁଥା ମାରିଥିଲେ । ଆଉ ଅନ୍ୟ ଯୁବକ ମାନେ ଲୁଟେରାଙ୍କୁ କାବୁ କରି ନେଇଥିଲେ । ଖବରପାଇ ମହିଧରପୁର ଫାଣ୍ଡି ଓ ବଅଁରପାଳ ପୋଲିସ ପହଞ୍ଚି ୨ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୨ଟି ବାଇକ ସହ ମାରଣାସ୍ତ୍ର ଜବତ କରିଛି ।

IAS ସ୍ତରରେ ଅଦଳ ବଦଳ, ନିକୁଞ୍ଜ ଧଳ ହେଲେ ନୂଆ ସ୍ୱାସ୍ଥ୍ୟ ସଚିବ, ପ୍ରମୋଦ ମେହେର୍ଦ୍ଦାଙ୍କୁ ବାଣିଜ୍ୟ ଓ ପରିବହନ ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟରେ ସଚିବ ସ୍ତରରେ ଅଦଳ ବଦଳ ହୋଇଛି । ୧୯୮୮ ବ୍ୟାଚର ବରିଷ୍ଠ ଆଇଏଏସ୍ ଅଫିସର ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିବା ୧୯୯୩ ବ୍ୟାଚ୍ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।

ପୂର୍ବରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଥିବା ୧୯୯୭ ବ୍ୟାଚ୍ ଆଇଏଏସ୍ ଡ. ପ୍ରମୋଦ ମେହେର୍ଦ୍ଦାଙ୍କୁ ବାଣିଜ୍ୟ ଓ ପରିବହନ ଏବଂ କୃଷି ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।

୧୯୯୬ ବ୍ୟାଚ୍ ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ OSRTCର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ସେ ସେସୁର ସିଇଓ ଏବଂ CRUTର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।

୨୦୧୪ ବ୍ୟାଚ୍ ଆଇଏଏସ୍ ୟେଦୁଳା ବିଜୟଙ୍କୁ ଯୋଜନା ଓ ସମନ୍ୱୟ ବିଭାଗର ଉପ ସଚିବ ନିଯୁକ୍ତି ଦିଆଯାଇଥିବା ବେଳେ, ଦିବ୍ୟଜ୍ୟୋତି ପରିଡାଙ୍କୁ ରାଉରକେଲା ମ୍ୟୁନିସିପାଲିଟିର କମିଶନର ଓ ରାଉରକେଲା ସ୍ମାର୍ଟ ସିଟି ସିଇଓ ଭାବେ ଦାୟିତ୍ୱ ଦିଆଯାଇଛି ।

ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ସୁନିତା ଲାକ୍ରା

ଭୁବନେଶ୍ୱର: ଓଡ଼ିଆ ଝିଅ ଅନ୍ତର୍ଜାତୀୟ ହକି ଖେଳାଳି ସୁନିତା ଲାକ୍ରାଙ୍କ ଅବସର । ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ସୁନିତା । ଟୋକିଓ ଅଲମ୍ପିକର୍ ୩୩ ଜଣିଆ ପ୍ରୋବାବୁଲ ଭାରତୀୟ ମହିଳା ଟିମରେ ସ୍ଥାନ ପାଇଥିଲେ ।

ଏବଂ ୨୮ ବର୍ଷୀୟା ଏହି ଖେଳାଳି ଗତ ଅଲମ୍ପିକରେ ଭାରତକୁ ଉପସ୍ଥାପନା ମଧ୍ୟ କରିଥିଲେ ।

ତେବେ ତାଙ୍କ ଆଣ୍ଠୁ ଜନ୍ତ୍ରଣା ପାଇଁ ଅବସର ନେଇ ଥିବା ସ୍ପଷ୍ଟ କରିଛନ୍ତି ।

ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୂରିଲା ୧୪ ବର୍ଷ

ଯାଜପୁର: ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୂରିଲା ୧୪ ବର୍ଷ । ଏହି ଅବସରରେ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ଶୋଭାଯାତ୍ରା । ଆଜିର ଦିନକୁ ସହିଦ୍‌ ସ୍ମୃତି ଦିବସ ଭାବରେ ପାଳନ କରୁଛି ବିସ୍ଥାପିତ ମଞ୍ଚ । ପ୍ରଥମେ ଗୁଳିକାଣ୍ଡସ୍ଥଳ ଚମ୍ପାକୋଇରେ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ସାମିଲ ହୋଇଥିଲେ ଆଦିବାସୀ । ଏହି ଶୋଭାଯାତ୍ରା ଡୁବୁରି ଛକ ଦେଇ ସମାଧିସ୍ଥଳ ଆମ୍ବଗାଡ଼ିଆରେ ପହଞ୍ଚିବ ।

ଯେଉଁଠାରେ ଏକ ସ୍ମୃତିସଭାର ଯୋଜନା କରାଯିବାର କାର୍ଯ୍ୟକ୍ରମ ରହିଛି । ସେପଟେ ସୁରକ୍ଷା ଦୃଷ୍ଟିରୁ ପୋଲିସ ପକ୍ଷରୁ କଡ଼ା ବନ୍ଦୋବସ୍ତ କରାଯାଇଛି । ୨୦୦୬ ଜାନୁଆରୀ ୨ତାରିଖରେ ହୋଇଥିବା ଗୁଳିକାଣ୍ଡରେ ୧୪ଜଣ ଆଦିବାସୀ ପ୍ରାଣ ହରାଇଥିଲେ । ଜଣେ ପୋଲିସ ସହିଦ୍‌ ହୋଇଥିଲେ । ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଆଦିବାସୀଙ୍କ ସ୍ମୃତିରେ ଜାନୁଆରୀ ୨ତାରିଖକୁ ସହିଦ୍‌ ସ୍ମୃତି ଦିବସ ଭାବେ ପାଳନ କରାଯାଉଛି ।

ମୋବାଇଲ ଫୋନରେ କଥା ହେଉଥିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ

ଭୁବନେଶ୍ୱର: ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । ବାତିଲ୍‌ ହେବ ମଦ୍ୟପ ଡ୍ରାଇଭରଙ୍କ ଲାଇସେନ୍‌ସ । ମଦ ଛାଡ଼ିଲେ ପୁଣି ଲାଇସେନ୍ସ ଦେବା ପାଇଁ ବିଚାର କରାଯିବ । ସେହିପରି ମୋବାଇଲ୍‌ ଫୋନ୍‌ରେ କଥା ହୋଇ ଗାଡ଼ି ଚଳାଇଲେ ବି ବାତିଲ୍‌ ହେବ ଲାଇସେନ୍‌ସ । ନିର୍ଦ୍ଧାରିତ ବେଗଠାରୁ ଅଧିକ ବେଗରେ ଗାଡ଼ି ଚଳାଇଲେ ଓ ଓଭର ଲୋଡ୍‌ ଥିଲେ ବି ଡ୍ରାଇଭରଙ୍କ ଲାଇସେନ୍‌ସ ବାତିଲ କରାଯିବ ।

ତେବେ ଏନେଇ ପଦକ୍ଷେପ ନେବା ଲାଗି ସବୁ ଆର୍‌ଟିଓଙ୍କୁ ପରିବହନ କମିଶନ ତଥା ଅଧ୍ୟକ୍ଷ ଚିଠି ଲେଖିଛନ୍ତି । ସଡ଼କ ଦୁର୍ଘଟଣାରେ ଦେଶରେ ଓଡ଼ିଶାର ସ୍ଥାନ ପଞ୍ଚମ ରହିଛି । ଚଳିତବର୍ଷ ଦୁର୍ଘଟଣା ଏଡ଼ାଇବାକୁ ଲକ୍ଷ୍ୟ ରଖିଛି ସଡ଼କ ଓ ପରିବହନ ବିଭାଗ । ଏଥିସହ ଜାତୀୟ ରାଜପଥରେ ଲାଇଟ୍‌ ଓ ସିସିଟିଭି କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ହୋଇଛି ।

ଦୁବାଇରେ ଡିଜେ ଗାର୍ଲଙ୍କୁ ମୁଦି ପିନ୍ଧାଇ ପ୍ରପୋଜ୍ କଲେ ହାର୍ଦ୍ଦିକ୍ ପାଣ୍ଡ୍ୟା, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ମୁମ୍ବାଇ: କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ନାତାଶା ସ୍ଟାଂକୋଭିକ୍ ଙ୍କର ବୁଧବାର ହୋଇଛି ନିର୍ବନ୍ଧ । ଦୁବାଇଠାରେ ନିର୍ବନ୍ଧ ସରିବା ପରେ ଗୁରୁବାର ସେମାନେ ମୁମ୍ବାଇ ଫେରିଛନ୍ତି । ଫେରିବାବେଳେ ସେମାନଙ୍କୁ ମୁମ୍ବାଇ ଏଆରପୋର୍ଟ ଠାରେ ଦେଖିବାକୁ ମିଳିଥିଲା ।

ସେଠାରେ ନତାଶା ଏକ ଲାଲ୍ ଭେଲବେଟ୍ ଟ୍ରାକ୍ ସୁଟ୍ ପିନ୍ଧିଥିବା ବେଳେ ହାର୍ଦ୍ଦିକ୍ ଏକ ପ୍ରିଣ୍ଟେଡ୍ ସାର୍ଟ ସାଙ୍ଗକୁ କଳା ପ୍ୟାଣ୍ଟ ପିନ୍ଧିଥିବାର ଦେଖିବାକୁ ମିଳିଥିଲେ ।

Image result for hardik and natasha

ସେମାନଙ୍କ ସହ ହାର୍ଦ୍ଦିକଙ୍କ ଭାଇ କ୍ରୁନାଲ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ପଂଖୁରୀ ଶର୍ମା ମଧ୍ୟ ସାମିଲ ଥିଲେ ।Image result for hardik and natasha

ହାର୍ଦ୍ଦିକ୍ ନତାଶାଙ୍କ ସହ ନିଜର ନିର୍ବନ୍ଧ ଫଟୋ ସୋସିଆଲ ମିଡିଆରେ ଛାଡି ଜାନୁଆରୀ ୧ରେ ନିଜ ପ୍ରଶଂସକ ମାନଙ୍କୁ ଚମକାଇ ଦେଇଥିଲେ । ଏହାପରେ ତାଙ୍କ ନିର୍ବନ୍ଧର ବିଭିନ୍ନ ଫଟୋ ଓ ଭିଡିଓ ଭାଇରାଲ୍ ହେବାରେ ଲାଗିଥିଲା । ତେବେ ଏହି ଘଟଣା ପରେ ହାର୍ଦ୍ଦିକ ପାଣ୍ଡ୍ୟା ବହୁ ଟ୍ରୋଲ୍ ର ଶିକାର ହୋଇଥିଲେ । Image result for hardik and natasha

ଆଗକୁ ଏହି ଦୁଇ ସେଲିବ୍ରିଟି କେବେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ତାହା ଦେଖିବା ବାକି ରହିଲା ।

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଟାଟା ଗ୍ରୁପ୍, NCLAT ରାୟକୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ : ବ୍ୟବସାୟୀ ସାଇରସ୍ ମିସ୍ତ୍ରୀଙ୍କୁ ଟାଟା ସନ୍ସର ଅଧ୍ୟକ୍ଷ ପଦରେ ପୁନଃ ଅବସ୍ଥାପିତ କରିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ଟାଟା ଗ୍ରୁପ୍ । ଗତ ଡିସେମ୍ବର ୧୮ ତାରିଖରେ ନ୍ୟାସନାଲ୍ କଂପାନୀ ଲ ଆପିଲେଟ୍ ଟ୍ରିବୁନାଲ ସାଇରସ୍ ମିସ୍ତ୍ରୀଙ୍କ ସପକ୍ଷରେ ନିଷ୍ପତ୍ତି ଦେଇଥିଲେ । ତୁରନ୍ତ ତାଙ୍କୁ ପୁନଃ ଅବସ୍ଥାପିତ କରିବାକୁ ଆପିଲେଟ୍ ଟ୍ରିବୁନାଲ୍ ନିର୍ଦ୍ଦେଶ ଦେଇଥିଲେ ।

ସେତେବେଳେ ଏ ନିଷ୍ପତ୍ତିକୁ ନେଇ ଖୁସି ନଥିବା ଟାଟା ଗ୍ରୁପର ବର୍ତ୍ତମାନର ମ୍ୟାନେଜମେଣ୍ଟ ସୁପ୍ରିମକୋର୍ଟ ଯିବେ ବୋଲି କହିଥିଲେ । ଏବେ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଟାଟା ଗ୍ରୁପ୍ ସୁପ୍ରିମକୋର୍ଟ ଯାଇଥିବା ବେଳେ ମାମଲା ଶୁଣାଣି ପାଇଁ ଏ ଯାଏଁ ଲିଷ୍ଟିଂ ହୋଇନାହିଁ । ତେବେ ୨ ସପ୍ତାହ ମଧ୍ୟରେ ଲିଷ୍ଟିଂ ହେବାନେଇ ସଙ୍କେତ ଦେଇଛନ୍ତି ଟାଟା ଗ୍ରୁପ୍ କାଇନସେଲ୍ ।

ସାଇରସ୍ ମିସ୍ତ୍ରୀଙ୍କ ସପକ୍ଷରେ NCLATଙ୍କ ରାୟ, ଫେରିପାଇବେ ଟାଟା ଗ୍ରୁପର ଅଧ୍ୟକ୍ଷ ପଦ

୨୦୧୬ ଅକ୍ଟୋବରରେ ଟାଟା ସନ୍ସ ଓ ବୋର୍ଡ ନିର୍ଦ୍ଦେଶକରୁ ସାଇରସଙ୍କୁ ହଟାଇ ଦିଆଯାଇଥିଲା । ଏହାପରେ ୨୦୧୭ ଫେବୃଆରୀ ମାସରେ ଟାଟା କନସଲଟାନ୍ସି ଲିମିଟେଡର ଅଧ୍ୟକ୍ଷ ଥିବା ଏନ. ଚନ୍ଦ୍ରଶେଖରନଙ୍କୁ ଟାଟା ଗ୍ରୁପର ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରାଯାଇଥିଲା । ତେବେ ଚନ୍ଦ୍ରଶେଖରନଙ୍କ ନିଯୁକ୍ତିକୁ ବେଆଇନ୍ ଦର୍ଶାଇଥିଲେ ଟ୍ରିବୁନାଲ । ୨୦୧୬ରେ ଅଧ୍ୟକ୍ଷ ପଦରୁ ବରଖାସ୍ତ ହେବା ପରେ ସାଇରସ୍ ଏନସିଏଲଟିର ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ପରିବାର ଦ୍ୱାରା ପରିଚାଳିତ ଦୁଇଟି ଫାର୍ମ ଫକ୍ଷରୁ ଟାଟା ସନ୍ସ ବିରୋଧରେ ମାମଲା ଦାଖଲ ହୋଇଥିଲା । ବମ୍ବେ ବେଞ୍ଚ ସାଇରସଙ୍କ ଆବେଦନକୁ ଖାରଜ କରିଥିବା ବେଳେ ଆଜି ଆପିଲେଟ୍ ଟ୍ରିବୁନାଲ ତାଙ୍କ ସପକ୍ଷରେ ରାୟ ଦେଇଥିଲେ ।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସମ୍ପର୍କୀୟ ଭାଇକୁ ହାଣିଲା ଭାଇ

ବୌଦ୍ଧ: ପାରିବାରିକ କଳହର କରୁଣ ଚିତ୍ର । ସମ୍ପର୍କୀୟ ଭାଇକୁ ହାଣିଲା ଭାଇ। ବୌଦ୍ଧ ଜିଲ୍ଲାର ହରଭଙ୍ଗା କୁଳସାହିରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମୃତକ ହେଉଛନ୍ତି କବିରାଜ ପ୍ରଧାନ। ଘଟଣାରେ ପୋଲିସ ୩ଜଣଙ୍କୁ ଅଟକ ରଖିଥିବା ବେଳେ ଜଣେ ଫେରାର ହୋଇଯାଇଛି ।

ଅଭିଯ଼ୁକ୍ତମାନେ ହେଉଛନ୍ତି ଜଗବନ୍ଧୁ ପ୍ରଧାନ, ତପନ ପ୍ରଧାନ, ଚତୁର୍ଭୁଜ ପ୍ରଧାନ । କବିରାଜ ଓ ଜଗବନ୍ଧୁଙ୍କ ପରିବାର ମଧ୍ୟରେ ଦୀର୍ଘବର୍ଷ ହେଲା କଳହ ଲାଗିରହିଥିଲା । ଗତକାଲି ବିଳମ୍ବିତ ରାତିରେ ଏହି କଳହ ହତ୍ୟାକାଣ୍ଡର ରୂପ ନେଇଥିଲା। ଘଟଣାସ୍ଥଳରେ ହରଭଙ୍ଗା ପୋଲିସ ତଦନ୍ତ କରୁଛି।

ମୃତ୍ୟୁ ପରେ ବି ମିଳିଲାନି ଆମ୍ବୁଲାନ୍ସ

ଭବାନୀପାଟଣା: ପୁଣି ମିଳିଲାନି ଶବବାହକ ଆମ୍ବୁଲାନ୍ସ । ମୃତଦେହକୁ କାନ୍ଧରେ ବୋହିଲେ ସଂପର୍କୀୟ । ଏଭଳି ଘଟଣାକୁ ନେଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଉତ୍ତେଜନା । ଏପରିକି ଘଟଣାସ୍ଥଳରେ ପୋଲିସକୁ ମଧ୍ୟ ପହଞ୍ଚିବାକୁ ପଡ଼ିଥିଲା ।

କିନ୍ତୁ ତଥାପି ବି ଆସି ନ ଥିଲା ମହାପ୍ରୟାଣ ଗାଡ଼ି । ମୃତକ ହେଲେ ଲାଞ୍ଜିଗଡ଼ ସୁକନାଭଟା ଗାଁର କୁନି ନାୟକ । ସେ ଜରରେ ପୀଡ଼ିତ ହୋଇ ଗତ ୬ ଦିନ ହେବ ଚିକିତ୍ସିତ ହେଉଥିଲେ । ତେବେ ବୁଧବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ  ହୋଇଥିଲା । ଦୀର୍ଘ ସମୟ ଧରି ଅପେକ୍ଷା ପରେ ବି ଆମ୍ବୁଲାନ୍ସ  ଆସି ନ ଥିବା ଅଭିଯୋଗ ହୋଇଛି ।