spot_img
Home Blog Page 7401

ଯେଉଁ ଅଭିନେତ୍ରୀଙ୍କ ଘର ନାମ ‘ରାମାୟଣ’, ତାଙ୍କୁ ‘ସଞ୍ଜୀବନି ବୁଟି’ ପାଇଁ ଟ୍ରୋଲ କଲା ଦୂରଦର୍ଶନ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ଦୃତଗତିରେ ବ୍ୟାପୁଥିବାବେଳେ ସମଗ୍ର ଦେଶ ଏବେ ଲକଡାଉନରେ । ଏହି ସମୟରେ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ଟିଭିରେ ଆଉଥରେ ରାମାୟଣ ଏବଂ ମହାଭାରତର ଟେଲିକଷ୍ଟ ଆରମ୍ଭ ହୋଇଛି ।

ତେହେ ଏହାରି ଭିତରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ଟ୍ୱିଟରରେ ନେଟିଜେନ ଟ୍ରୋଲ କରିବାକୁ ଲାଗିଛନ୍ତି । ତେବେ ମୁକେଶ ଖନ୍ନାଙ୍କ ଅନୁରୋଧ କ୍ରମେ ଖୋଦ ଦୂରଦର୍ଶନ ଏକ ଟ୍ୱିଟ କରି ସୋନାକ୍ଷୀଙ୍କ ସହ ଥଟ୍ଟା କରିଥିବା ଦେଖିବାକୁ ମିଳିଛି ।

ରାମାୟଣ ଉପରେ ଦୂରଦର୍ଶନର ପ୍ରଶ୍ନ-

ଟ୍ୱିଟର ଜରିଆରେ ଦୂରଦର୍ଶନ ଲୋକମାନଙ୍କୁ ଏକ ସରଳ ପ୍ରଶ୍ନ ପଚାରିଛି । ତେବେ ସେହି ପ୍ରଶ୍ନର ଅପସନ ଗୁଡ଼ିକ ଖୁବ ମଜାଳିଆ ରହିଛି ।  ପ୍ରଶ୍ନଟି ହେଉଛି- ହନୁମାନ ସଞ୍ଜୀବନୀ ବୁଟି କାହା ପାଇଁ ଆଣିଥିଲେ? ଦିଆଯାଇଥିବା ଅପସନଗୁଡ଼ିକ ହେଲା- ସୁଗ୍ରିବ, ଲକ୍ଷ୍ମଣ, ଶତୃଘ୍ନ  ।  ବର୍ତ୍ତମାନ ଏହି ତୃତୀୟ ବିକଳ୍ପ ମାଧ୍ୟମରେ ସୋନାକ୍ଷୀ ସିହ୍ନାଙ୍କୁ ଟ୍ରୋଲ କରାଯାଉଛି କାରଣ ତାଙ୍କ ପିତାଙ୍କ ନାମ ଶତୃଘ୍ନ ।

ତେବେ ଦୂରଦର୍ଶନ ଦ୍ୱାରା ପୋଷ୍ଟ କରାଯାଇଥିବା ଏହି ପ୍ରଶ୍ନଟି ଏମିତି କରାଯାଇନାହିଁ । । ବରଂ ଏଥିରେ ସୋନାକ୍ଷୀ ସିହ୍ନାଙ୍କୁ ଜାଣିଶୁଣି କଟାକ୍ଷ କରାଯାଇଛି ।   କାରଣ କୌନ ବନେଗା କରୋଡପତିରେ ଯେବେ ତାଙ୍କୁ ଏ ପ୍ରଶ୍ନ ପଚରା ଯାଇଥିଲା , ସେ ଏହାର ଉତ୍ତର ଦେଇପାରିନଥିଲେ  । ପ୍ରଶ୍ନର ଉତ୍ତର ଦେବା ପାଇଁ ସେ ଲାଇଫ୍ ଲାଇନର ସହାୟତା ନେଇଥିଲେ, ଯାହା ପାଇଁ ସେ ସୋସିଆଲ ମିଡିଆରେ ଖୁବ ଟ୍ରୋଲ ମଧ୍ୟ ହୋଇଥିଲେ । ଲୋକମାନେ ତାଙ୍କୁ ଏଥିପାଇଁ ବି ଟ୍ରୋଲ କରିଥିଲେ ଯେ, ସୋନାକ୍ଷାଙ୍କର ଘରର ନାମ ରାମାୟଣ ଅଟେ ଏବଂ ଶତୃଘ୍ନ ସିହ୍ନାଙ୍କ ଭାଇ ମାନଙ୍କ ନାମ ହେଉଛି, ରାମ ସିହ୍ନା, ଲକ୍ଷଣ ସିହ୍ନା ଏବଂ ଭରତ  । ଏବଂ ସୋନାକ୍ଷୀଙ୍କ ଦୁଇ ଭାଇଙ୍କ ନାମ ହେଉଛି ଲବ ଏବଂ କୁଶ ।

ସୋନାକ୍ଷୀ ସିହ୍ନାଙ୍କୁ ଟ୍ରୋଲ କରାଯାଉଛି

https://twitter.com/SlayerKing_05/status/1246512104800022528

ଏହି ଘଟଣାକୁ ବର୍ଷେ ପୁରିଥିବା ବେଳେ ଲୋକମାନେ ପୁଣି ସୋନାକ୍ଷୀ ସିହ୍ନାଙ୍କୁ ଟ୍ରୋଲ କରୁଛନ୍ତି | ଲୋକମାନେ ତାଙ୍କୁ ବିଭିନ୍ନ ଉପାୟରେ ପରିହାସ କରୁଛନ୍ତି | ଜଣେ ଉପଭୋକ୍ତା ଏକ ମଜାଳିଆ ପୋଷ୍ଟ ଲେଖିଛନ୍ତି । ଲକ୍ଷ୍ମଣ ରେଖା ସୋନାକ୍ଷୀଙ୍କ ପାଇଁ କଣ ତାକୁ  ସେ ଦୁଇଟି ଚିତ୍ର ମାଧ୍ୟମରେ କହିଛନ୍ତି ।

ଏହାପୂର୍ବରୁ ଅଭିନେତା ମୁକେଶ ଖାନ୍ନା ମଧ୍ୟ ସୋନାକ୍ଷୀ ସିହ୍ନାଙ୍କୁ ଟାର୍ଗେଟ କରିଥିଲେ। ସେ ରାମାୟଣ ଏବଂ ମହାଭାରତ ଦେଖିବା ପାଇଁ ଅଭିନେତ୍ରୀଙ୍କୁ କହିଥିଲେ ।

ଲକଡାଉନରେ ଅଟକି ରହିଛି ବୀମା ପଲିସିର ରିନ୍ୟୁଆଲ? ଏବେ କଣ କରିବେ ଜାଣନ୍ତୁ

ନୂଆଦିଲ୍ଲୀ: ଅଧିକାଂଶ ଲୋକେ ସ୍ୱାସ୍ଥ୍ୟ ବୀମା, ଜୀବନ ବୀମା କିମ୍ବା ଥାର୍ଡ ପାର୍ଟି ଯାନବାହନ ବୀମା ରିନ୍ୟୁ ହୋଇନପାରିଲେ ଭୟଭୀତ ହୁଅନ୍ତି । ତେବେ ଲକଡାଉନ୍ ସମୟରେ ଯଦି ଏହା ରିନ୍ୟୁ ହୋଇନାହିଁ ତାହେଲେ ଚିନ୍ତା କରିବା କରନ୍ତୁ ନାହିଁ । କାରଣ ଏବେ ସମସ୍ତେ ରିନ୍ୟୁ ପାଇଁ ଅଧିକ ସମୟ ପାଇବେ । ବୀମା ରିନ୍ୟୁ ସହ ଜଡିତ କିଛି ତଥ୍ୟ ଉପରେ ନଜର ପକାନ୍ତୁ ।

ବୀମା କମ୍ପାନୀମାନେ ସ୍ୱାସ୍ଥ୍ୟ ବୀମା ପଲିସିର ରିନ୍ୟୁ ତାରିଖକୁ ଏପ୍ରିଲ ମାସ ୨୧ତାରିଖକୁ ବୃଦ୍ଧି କରାଯାଇଛି । ଏନେଇ ଅର୍ଥ ମନ୍ତ୍ରାଣାଳୟ ଅଧୀନରେ ଆର୍ଥିକ ସେବା ବିଭାଗ ପକ୍ଷରୁ ଏପ୍ରିଲ ୧ ତାରିଖରେ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା।

ଯାହାର ସ୍ୱାସ୍ଥ୍ୟ ବୀମା ପଲିସିର ଅବଧି ମାର୍ଚ୍ଚ ୨୫ ତାରିଖରୁ ଏପ୍ରିଲ ୧୪ ତାରିଖ ମଧ୍ୟରେ ସରିବ ଏବଂ ଯେଉଁମାନେ କରୋନା ଭାଇରସ ମହାମାରୀ ଯୋଗୁଁ ରିନ୍ୟୁ କରିପାରିନାହାନ୍ତି, ସେମାନେ ଏପ୍ରିଲ ୨୧ତାରିଖ କିମ୍ବା ତା ପୂର୍ବରୁ ପ୍ରିମିୟମ ଦେଇପାରିବେ । ଜୀବନ ବୀମା ପଲିସି ଧାରକମାନଙ୍କୁ ପ୍ରିମିୟମ ଦେୟ ପାଇଁ ୩୦ଦିନର ଅଧିକ ସମୟ ଦିଆଯାଇଛି ।

ଥାର୍ଡ ପାର୍ଟି ଯାନ ବୀମା ପ୍ରିମିୟମ ଦେବାକୁ ଗାଡି ମାଲିକମାନଙ୍କୁ ଅଧିକ ସମୟ ଦିଆଯାଇଛି । ଏହି ସୂଚନା (ଆଇଆରଡିଏ) ର ଏକ ସର୍କୁଲାରରେ ଦିଆଯାଇଛି। ସର୍କୁଲାର ଅନୁସାରେ, ଦେଶରେ ଲକଡାଉନ୍ ପାଇଁ ପ୍ରିମିୟମ ଦେୟର ସମୟ ଏପ୍ରିଲ ୨୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିପାଇଁ ଆଇଆରଡିଏ ସର୍କୁଲାରରେ କୌଣସି ଜରିମନା ଉଲ୍ଲେଖ କରାଯାଇ ନାହିଁ । ବୀମା ଧାରକମାନଙ୍କୁ ଏଥିପାଇଁ ଜରିମନା ଦେବାକୁ ପଡିବ ନାହିଁ ।

୩୦ କୋଟିରେ ବିକ୍ରି ହେବ ଷ୍ଟାଚ୍ୟୁ ଅଫ୍ ୟୁନିଟି ! ଜାଣନ୍ତୁ ସତ କଣ …

କରୋନା ପାଇଁ ସାରା ଦେଶ ସଂଘର୍ଷ କରୁଛି। ଏଭଳି ପରିସ୍ଥିତିରେ ରାତିରେ ଶାନ୍ତିରେ ଟିକେ ଶୋଇବା ବି କଷ୍ଟକର । କିନ୍ତୁ ଏହି ସମୟରେ ମଧ୍ୟ ଠକଙ୍କ ମସ୍ତିଷ୍କ କାର୍ଯ୍ୟକ୍ଷମ । କରୋନା ସଂକଟ କାଳରେ ବି ଠକେଇ କରି ରୋଜଗାର କରିବା ମୌକା ସେମାନେ ଛାଡୁ ନାହାନ୍ତି । ଯାହାର ତାଜା ଉଦାହରଣ ହେଉଛି ଗୁଜୁରାଟରେ ଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ବିକ୍ରି ପାଇଁ ଜଣେ ଠକ ଦେଇଥିବା ବିଜ୍ଞାପନ ।  ଗୁଜୁରାଟରେ ୨୦୧୮ରେ ଉଦଘାଟନ ହୋଇଥିବା ଲୌହ ମାନବ ସର୍ଦ୍ଦାର ପଟେଲଙ୍କ  ଷ୍ଟାଚ୍ୟୁ ଅଫ୍ ୟୁନିଟି କୁ ବିକ୍ରି ପାଇଁ ଅନଲାଇନରେ ବିଜ୍ଞାପନ  ପ୍ରକାଶିତ ହୋଇଛି ।  ତେବେ ଏନେଇ ବିଜ୍ଞାପନ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ନର୍ମଦା ଜିଲ୍ଲାର କେଭାଡିଆ ପୋଲିସ ଏକ ଏଫଆଇଆର ଦାଖଲ କରିଛି। OLX ୱେବସାଇଟରେ ଦିଆଯାଇଥିବା ଏହି ବିଜ୍ଞାପନରେ ପ୍ରତିମୂର୍ତ୍ତିର ମୂଲ୍ୟ ୩୦ ହଜାର କୋଟି ଟଙ୍କା ଦିଆଯାଇଛି। ଏହି ବିଜ୍ଞାପନରେ କୁହାଯାଇଛି ଯେ ମୂର୍ତ୍ତି ବିକ୍ରୟ କରି କରୋନା ଚିକିତ୍ସା ପାଇଁ ନିୟୋଜିତ ଡାକ୍ତରଖାନା ଏବଂ ଏହାର ସୁବିଧା ପାଇଁ ସରକାରଙ୍କ ଖର୍ଚ୍ଚ କ୍ଷତିପୂରଣ ଦିଆଯିବ।
ଷ୍ଟାଚ୍ୟୁ ଅଫ୍ ୟୁନିଟି ହେଉଛି ସର୍ଦ୍ଦାର ପଟେଲଙ୍କ ସ୍ମୃତି। ଏହାକୁ ୨୦୧୮ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିଲେ। ଏହାର ଉଚ୍ଚତା ୧୮୨ ମିଟର ଏବଂ ଏହା ବିଶ୍ୱର ସବୁଠାରୁ ବଡ ପ୍ରତିମୂର୍ତ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସମଗ୍ର ବିଶ୍ୱରୁ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିଛି।

କେଭାଡିଆ ପୋଲିସ ଷ୍ଟେସନର ଅଧିକାରୀଙ୍କ କହିବାନୁସାରେ, ଶନିବାର ଦିନ ଜଣେ ଅଜଣା ବ୍ୟକ୍ତି ଏକ ବିଜ୍ଞାପନ ଦେଇଥିଲେ । ଖବରକାଗଜରେ ଖବର ପ୍ରକାଶ ପାଇବା ପରେ ସ୍ମାରକପତ୍ରର ତଦାରଖ କରୁଥିବା ଅଧିକାରୀମାନେ ଏହା ଜାଣି ପୋଲିସ ସହ ଯୋଗାଯୋଗ କରିଥିଲେ ଏବଂ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଠକେଇ, ଏପିଡେମିକ୍ ଆଇନ ଏବଂ ଆଇଟି ଆକ୍ଟ ଅନୁଯାୟୀ ଆଇପିସି ଅନୁଯାୟୀ ବିଜ୍ଞାପନଦାତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

କେଡଭିଆ ପୋଲିସ ଷ୍ଟେସନର ଇନ୍ସପେକ୍ଟର ପି.ଟି ଚୌଧୁରୀଙ୍କ ଅନୁଯାୟୀ, ବିଜ୍ଞାପନ ପୋଷ୍ଟ କରିବା ପରେ ଏହାକୁ ୱେବସାଇଟରୁ ହଟାଇ ଦିଆଯାଇଥିଲା। ଷ୍ଟାଚ୍ୟୁ ଅଫ୍ ୟୁନିଟିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ ବିଜ୍ଞାପନ ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ସରକାରୀ ସମ୍ପତ୍ତି ବିକ୍ରୟ କରିବାକୁ ଅନୁମତି ଦିଆଯାଇ ନାହିଁ। ତଥାପି ସେ ଏହି ବିଜ୍ଞାପନ ଦେଇ ଲୋକଙ୍କୁ ବିଭ୍ରାନ୍ତ କରି ସରକାରଙ୍କୁ ବଦନାମ କରିଥିଲେ। ଏହି ବିଜ୍ଞାପନ କୋଟି କୋଟି ଲୋକଙ୍କ ଭାବନାକୁ ଆଘାତ ଦେଇଛି, ଯେଉଁମାନେ ସର୍ଦ୍ଦାର ପଟେଲଙ୍କୁ ସେମାନଙ୍କ ପ୍ରେରଣା ବୋଲି ଭାବନ୍ତି |

ନା ଥକିବା, ନା ହାରିବା… କରୋନା ବିରୋଧରେ ଲମ୍ବା ଲଢ଼େଇ ଜିତିବାକୁ ହେବ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି କରୋନା ବିରୋଧରେ ଲମ୍ବା ଲଢେଇ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି । ସେ କହିଛନ୍ତି ଯେ, ନା ଆମେ ଥକିବା ନା ହାରିବା କରୋନା ବିରୋଧରେ ଲମ୍ବା ଲଢେଇକୁ ଆମକୁ କୌଣସି ମତେ ମଧ୍ୟ ଜିତିବାକୁ ପଡିବ ।

ଭାରତ ସରକାର ନେଇଛନ୍ତି ଅନେକ ନିର୍ଣ୍ଣୟ

କରୋନାର ମୁକାବିଲା ପାଇଁ ତାଙ୍କ ସରକାର ଅନେକ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । କରୋନାର ପ୍ରଭାବ ସମସ୍ତଙ୍କ ଉପରେ ପଡିଥାଏ । ଏହା ସମ୍ବନ୍ଧରେ କାହାରିକୁ କିଛି ମଧ୍ୟ ଜଣା ନଥିଲା । କିନ୍ତୁ ସରକାର ବିମାନ ବନ୍ଦର ବନ୍ଦ କରିବା ସହ ମେଡିକାଲ ସୁବିଧା ପ୍ରଦାନ କରିବା ଭଳି ନିଷ୍ପତି ନେଇଛନ୍ତି ।

ଦୁନିଆରେ ଭାରତର କରୋନା ବିରୋଧି ନିର୍ଣ୍ଣୟକୁ ନେଇ ଚର୍ଚ୍ଚା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ କରୋନା ସମ୍ବନ୍ଧିତ ଭାରତର ପଦକ୍ଷେପକୁ ପ୍ରଶଂସା କରିଛି । ଏହା ସହ ବିଶ୍ୱର ଅନେକ ମଂଚରେ ଭାରତ କରୋନାକୁ ନେଇ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି  ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

କରୋନା ଭୟରେ ଲଣ୍ଡା ହେଲେ ପୋଲିସ କର୍ମଚାରୀ ! .. ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବରେ କରୋନା ଭାଇରସ ଜନିତ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।  କରୋନାର ମୁକାବିଲା ପାଇଁ ଲକ୍ ଡାଉନ ଠାରୁ ଆହୁରି ଅନେକ ପଦକ୍ଷେପ ନିଆଗଲାଣି । ତଥାପି କରୋନା ସଂକ୍ରମିତଙ୍କ ସଂଖ୍ୟା କମୁ ନାହିଁ ।  ଏଇ ଭିତରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀର ନିଜମୁଦ୍ଦିନ ପୋଲିସ ଷ୍ଟେସନର କିଛି ଅଧିକାରୀ କରୋନା ଭୟରେ ଲଣ୍ଡା ହୋଇଛନ୍ତି । କାରଣ ହେଉଛି କରୋନା କେଶ ଜରିଆରେ ଅଧିକ ବ୍ୟାପେ ବୋଲି କୁହାଯାଉଛି ।

ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଅବସ୍ଥିତ ତବଲିଗୀ ଜାମାତ ମରକଜର ମୁଖ୍ୟାଳୟ ଏବେ କରୋନା ଏପିକ୍ ସେଣ୍ଟର । ଦେଶର ମୋଟ କରୋନା ରୋଗୀଙ୍କ ମଧ୍ୟରୁ ୩୫ ପ୍ରତିଶତଙ୍କର ମରକଜ ସହ ସମ୍ପର୍କ ରହିଛି । ମରକଜ ଉପରେ ପୋଲିସ ନଜର ରହିଛି । ମରକଜ୍ କାର୍ଯ୍ୟାଳୟ ନିଜାମୁଦ୍ଦିନ ଥାନା ଅଧିନରେ ଆସୁଛି । ତେଣୁ ସେଠାକୁ ଏହି ଥାନା କର୍ମଚାରୀଙ୍କ ଯିବା ଆସିବା ଲାଗି ରହୁଛି । ଏମିତିରେ ପୋଲିସ କର୍ମଚାରୀ ନିଜ ସୁରକ୍ଷାକୁ ଦୃଷ୍ଟିରେ ରଖି ଲଣ୍ଡା ହୋଇଛନ୍ତି ।

ନିଜାମୁଦ୍ଦିନ ପୋଲିସ ଷ୍ଟେସନରେ ପୋଷ୍ଟ କରାଯାଇଥିବା ପ୍ରାୟ ୧୦ ରୁ ୧୨ ଜଣ ପୋଲିସ ଏପରି କରିଛନ୍ତି, ଏହା କରିବାର ମୁଖ୍ୟ କାରଣ ହେଉଛି କରୋନା ଭୟ। କିନ୍ତୁ ପୋଲିସ କର୍ମଚାରୀ ମାନେ କରୋନା ଭୟରେ ଏମିତି କରିଛନ୍ତି ବୋଲି ସ୍ପଷ୍ଟ କରିନାହାନ୍ତି। ତେବେ ଏହା ମଧ୍ୟ କୁହାଯାଉଛି ଯେ କରୋନା ସଂକ୍ରମଣ କେଶ ମାଧ୍ୟମରେ ଶୀଘ୍ର ବିସ୍ତାର ହୋଇପାରେ, ଏହାକୁ ଦୃଷ୍ଟିରେ ରଖି ପୋଲିସ କର୍ମଚାରୀମାନେ ସତର୍କତା ଅବଲମ୍ବନ କରିଛନ୍ତି।

କରୋନା ଭାଇରସ ପ୍ରସଙ୍ଗରେ  ବିଶେଷଜ୍ଞମାନେ କହିଛନ୍ତି ଯେ ଛିଙ୍କିବା ଏବଂ ହାତ ଛୁଇଁବା ଦ୍ୱାରା ଏହି ଭାଇରସର ବିସ୍ତାର ହୋଇଥାଏ  । କେଶରେ ଭାଇରସ ଅଧିକ ସମୟ ସକ୍ରିୟ ରହିପାରେ ବୋଲି ବିଶେଷଜ୍ଞଙ୍କ ମତ ।

ଦିଲ୍ଲୀରେ ତବଲିଗୀ ଜାମାତର ମରକଜରେ ପ୍ରାୟ ୨୦୦୦ ଲୋକ ଯୋଗ ଦେଇଥିଲେ । ଏହି ସଭାରେ ଯୋଗ ଦେଇଥିବା ଅନେକ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ । ବିଭିନ୍ନ ରାଜ୍ୟରୁ ଯାଇଥିବା ଧର୍ମ ପ୍ରଚାରକ ନିଜ ସହ ନିଜ ରାଜ୍ୟକୁ କରୋନା ଭୂତାଣୁ ନେଇଥିଲେ । ଯାହା ତାମିଲନାଡୁ ଓ ଓଡିଶାରେ ସଂକ୍ରଣ ଘଟଣାରୁ ଜଣା ପଡୁଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ତିନି-ଚାରି ଦିନ ମଧ୍ୟରେ ଦେଶରେ ହଠାତ୍ କରୋନା ସଂକ୍ରମଣ  ବୃଦ୍ଧି ପାଇଛି । ଏହା ପଛର କାରଣ ହେଉଛି ଜମାତରେ  ବହୁ ସଂଖ୍ୟାରେ ଲୋକ ଏକାଠି ହେବା ।  ସୋମବାର ସକାଳ ସୁଦ୍ଧା ଭାରତରେ କରୋନା ସଂକ୍ରମଣ ମାମଲା ୩୫୦୦ ରୁ ଅଧିକରେ ପହଞ୍ଚିଛି।

ବଢୁଛି କରୋନା ସଂକ୍ରମଣ…ଦେଶରେ ଶହେ ଟପିଲା ଡେଥ୍‌ ଟୋଲ…୪ ହଜାରରୁ ଅଧିକ ସଂକ୍ରମିତ, ମହାରାଷ୍ଟ୍ରରେ ସର୍ବାଧିକ…

ବଢୁଛି କରୋନା ସଂକ୍ରମଣ…ଦେଶରେ ଶହେ ଟପିଲା ଡେଥ୍‌ ଟୋଲ…୪ ହଜାରରୁ ଅଧିକ ସଂକ୍ରମିତ, ମହାରାଷ୍ଟ୍ରରେ ସର୍ବାଧିକ…ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି କେନ୍ଦ୍ର ମନ୍ତ୍ରିପରିଷଦ ବୈଠକ…

ଦେଶର କିଛି ଅଂଚଳରେ ତୃତୀୟ ଷ୍ଟେଜରେ କରୋନା ସଂକ୍ରମଣ, ମୃତକଙ୍କ ସଂଖ୍ୟା ହେଲା ୧୦୯

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗୋଟିଏ ଖରାପ ଖବର ସାମ୍ନାକୁ ଆସିଛି । କୁହାଯାଉଛି ଯେ, କରୋନା ଭାରତର କିଛି ଅଂଚଳରେ ତୃତୀୟ ଷ୍ଟେଜରେ ପହଂଚିଛି ।  ଏକ ଜାତୀୟ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦିପ ଗୁଲେରିଆ ଏହା କହିଛନ୍ତି । ଗୁଲେରିଆ କହିଛନ୍ତି ଯେ, ଅନେକ ଅଂଚଳରେ କରୋନାର କମ୍ୟୁନିଟି ସଂକ୍ରମଣ ହୋଇଛି । ସେ କହିଛନ୍ତି ଯେ, ପୁରା ଦେଶରେ କରୋନା ଦ୍ୱିତୀୟ ଓ ତୃତୀୟ ଷ୍ଟେଜ ମଧ୍ୟରେ ରହିଛି ।

ଗୁଲେରିଆଙ୍କ ଅନୁସାରେ ଦେଶର କିଛି ଭାଗରେ କରୋନା ମାମଲାରେ ଅଚାନକ ବୃଦ୍ଧି ଆସିଛି ଓ କିଛି ଅଂଚଳରେ ସ୍ଥାନୀୟ କମ୍ୟୁନିଟି ସ୍ପ୍ରେଡ୍ ହେଉଛି । ମୁମ୍ବାଇରେ ଏହା ଷ୍ଟେଜ୍ ୨ ଓ ୩ ମଧ୍ୟରେ ରହିଛି । ତେବେ ଭାରତର ଅଧିକାଂଶ ଅଂଚଳରେ ଏହା ଷ୍ଟେଜ୍-୨ରେ ଅଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କିଛି କିଛି ହଟସ୍ପଟରେ କମ୍ୟୁନିଟି ସ୍ପ୍ରେଡ୍ ହେଉଛି । ସେଠାରେ ଯଦି ସ୍ଥିତିକୁ ନିୟନ୍ତ୍ରଣାଧିନ କରାଯାଇ ପାରୁଛି ତେବେ ଚିନ୍ତାର କୌଣସି କାରଣ ନାହିଁ । ପ୍ରାରମ୍ଭିକ କମ୍ୟୁନିଟି ସ୍ପ୍ରେଡ୍ କିଛି ଅଂଚଳରେ ହେଉଛି । ତେଣୁ ଏବେ ଆମକୁ ଅଧିକ ସତର୍କ ରହିବାକୁ ପଡିବ । ତବଲିଗି ଜମାତ ପାଇଁ ହିଁ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ହୋଇଛି ବୋଲି ସେ କହିଛନ୍ତି ।

ତବଲିଗି ଜମାତ ପଟୁ ଥିବା ବିପଦ ବାବଦରେ ସେ କହିଛନ୍ତି ଯେ, ଏହି ବ୍ୟକ୍ତିମାନଙ୍କୁ ଖୋଜି ବାହାର କରିବା ନିହାତି ଜରୁରୀ । ସେମାନେ ଯେଉଁ ଯେଉଁ ଅଂଚଳକୁ ଯାଇଛନ୍ତି ସେ ସବୁ ଅଂଚଳର ଯେଉଂମାନଙ୍କ ସଂପର୍କରେ ଆସିଛନ୍ତି ସେମାନଙ୍କୁ ଖୋଜି ତୁରନ୍ତ କ୍ୱାରେଣ୍ଟାଇନରେ ରଖିବା ଆବଶ୍ୟକ  ।

ଏହାଭିତରେ ଦେଶେ କରୋନା କାରଣରୁ ୧୦୦ରୁ ଅଧିକ ପ୍ରାଣ ହରାଇଲେଣି ।

ବମିଖାଲର ସମସ୍ତ ଆକ୍ରାନ୍ତ ଗୋଟିଏ ପରିବାରର…ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍‌, ଭୁବନେଶ୍ବରରେ ୩୦ଟି କରୋନା ଆକ୍ଟିଭ୍‌ କେସ

ବମିଖାଲର ସମସ୍ତ ଆକ୍ରାନ୍ତ ଗୋଟିଏ ପରିବାରର…ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍‌…ଭୁବନେଶ୍ବରରେ ୩୦ଟି କରୋନା ଆକ୍ଟିଭ୍‌ କେସ…ଅଧିକାଂଶଙ୍କର ସୂର୍ଯ୍ୟନଗର ଓ ବମିଖାଲ ଆକ୍ରାନ୍ତଙ୍କ ସହ ରହିଛି ଲିଙ୍କ…

କରୋନାଭାଇରସ୍ ଆତଙ୍କ : ଦେଶରେ ୩୫୭୭ ସଂକ୍ରମିତ, ୮୩ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ ବିସ୍ତାର ଜାରି ରହିଛି। ଏବେ ସୁଦ୍ଧା ଭାରତରେ କରୋନାଭାଇରସ ଯୋଗୁଁ ୮୩ ଜଣଙ୍କର ମୃତ୍ୟୁ ହୋଟିଛି ଏବଂ ୩୫୭୭ ଜଣ  ସଂକ୍ରମଣର ଶିକାର ହୋଇଛନ୍ତି। ଏଥିମଧ୍ୟରୁ ଏବେ ୩୨୧୯ ଜଣଙ୍କଠାରେ ଭାଇରସ  ସକ୍ରିୟ ଅଛି ।  ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୦୫ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ  ଏହି ରୋଗରୁ ସୁସ୍ଥ ହୋଇ ଘରକୁ ଫେରିବା ରୋଗୀଙ୍କ ସଂଖ୍ୟା ୨୭୫ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ,  ଦେଶର ୨୯ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ବ୍ୟାପିଛି । ଏପର୍ଯ୍ୟନ୍ତ ୩୫୭୭ଟି ମାମଲା ସାମ୍ନାକୁ ଆସିଛି। ଏଥିମଧ୍ୟରେ ୬୫ ଜଣ ବିଦେଶୀ ରୋଗୀ ଅଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ୪୯୦ ଜଣ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ୨୪ ଜଣଙ୍କର ମୃତ୍ୟୁ ହୋଇଛି। ତାମିଲନାଡୁରେ ୪୮୫ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ତିନି ଜଣଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁ ଏବେ ଦ୍ବିତୀୟ ସ୍ଥାନରେ ରହିଛି । ଏହା ପରେ ଦିଲ୍ଲୀରେ ସର୍ବାଧିକ ୪୪୫ ଲୋକେ ସଂକ୍ରମିତ ହୋଇଛନ୍ତି ଏବଂ ୬ଜଣଙ୍କର ମୃତ୍ୟୁ ହୋଇଛି। କେରଳରେ ୩୦୬ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ରାଜସ୍ଥାନରେ ୨୦୦ ଲୋକେ ସଂକ୍ରମିତ ହୋଇଛନ୍ତି । ଉତ୍ତରପ୍ରଦେଶରେ୨୨୭ ଲୋକେ ସଂକ୍ରମିତ ହୋଇଛନ୍ତି।

ଆନ୍ଧ୍ରପ୍ରଦେଶରେ ୧୬୧ ଜଣ ଏବଂ କର୍ଣ୍ଣାଟକରେ ୧୪୪ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ୫ ଜଣଙ୍କର ମୃତ୍ୟୁ ହୋଇଛି। ତେଲେଙ୍ଗାନାରେ ୨୬୯ , ମଧ୍ୟପ୍ରଦେଶରେ ୧୦୪ ଏବଂ ଗୁଜରାଟରେ ୧୦୫ ଜଣ ସଂକ୍ରମିତ ହୋଇଛନ୍ତି । ଏହା ସହ ପଞ୍ଜାବରେ ପାଞ୍ଚ ଜଣ, ପଶ୍ଚିମବଙ୍ଗରେ ତିନିଜଣ, କେରଳ, ଜାମ୍ମୁ କାଶ୍ମୀର ଏବଂ ଉତ୍ତରପ୍ରଦେଶରେ ଦୁଇଜଣ ସଂକ୍ରମିତ ହୋଇଛନ୍ତି । ବିହାର ଏବଂ ହିମାଚଳ ପ୍ରଦେଶରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି।

ଆର୍ଥିକ ଚିନ୍ତାରୁ ମୁକ୍ତି ପାଇବେ…ସମାଜ କଲ୍ୟାଣ କାର୍ଯ୍ୟରେ ସମୟ କଟିବ

ଏପ୍ରିଲ୍‌ ୬, ୨୦୨୦, ମୀନ ୨୪ ଦିନ

୧୯୪୧ ଶକାଦ୍ଦ,୧୪୨୭ ସାଲ୍‌,୨୦୭୭ ସମ୍ବତ୍‌

ଚୈତ୍ର ମାସ,ଶୁକ୍ଳପକ୍ଷ,ଚତୁର୍ଦ୍ଦଶୀ ତିଥି,ସୋମବାର

ଉତ୍ତର ଫାଲଗୁନୀ ନକ୍ଷତ୍ର,କନ୍ୟା ରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି

ଯୋଗିନୀ ରହିବେ ପଶ୍ଚିମ ଦିଗରେ, ତେଣୁ ପଶ୍ଚିମ ଦିଗକୁ ଯାତ୍ରା ନିଷେଧ

ଘାତଚନ୍ଦ୍ର – ବୃଷ ରାଶି ପୁରୁଷ ଏବଂ ଧନୁ ରାଶି ମହିଳା

ଘାତବାର- ମିଥୁନ ରାଶିର ବ୍ୟକ୍ତିମାନଙ୍କ ପାଇଁ

ଶୁଭ ସମୟ- ସକାଳ ୯ଟା ଠାରୁ  ଦିନ ୧୦ଟା ୩୦

ଦିନ ୧ଟା ଠାରୁ ଦିନ ୩ଟା ପର୍ଯ୍ୟନ୍ତ

ଅଶୁଭ ସମୟ- ସକାଳ ୭ଟା ୩୦ ରୁ ସକାଳ ୯ଟା ପର୍ଯ୍ୟନ୍ତ

ଆଜି ବିରି ଖାଇବା ମନା

ମେଷ ରାଶି

ଅଶ୍ବିନୀ- ଆର୍ଥିକ ଚିନ୍ତାରୁ ମୁକ୍ତି ପାଇବେ, ବନ୍ଧୁଙ୍କର ସହଯୋଗ ମିଳିବ

ଦ୍ବିଜା- ଅର୍ଥକୁ ନେଇ ଚିନ୍ତାରେ ରହିବେ

କୃତ୍ତିକା- ପରିବାର ସହିତ ସମୟ କଟିବ

ହନୁମାନ ଚାଳିଶା ପାଠ କରନ୍ତୁ

ବୃଷ ରାଶି

କତ୍ତିକା-ପଡୋଶୀଙ୍କ ସାହାଯ୍ୟ ସହଯୋଗ ପାଇବେ

ରୋହିଣୀ- ଅଧିକ ଖର୍ଚ୍ଚ ହୋଇପାରେ, ସତର୍କ ରୁହନ୍ତୁ

ମୃଗଶିରା- ସୁଖଶାନ୍ତିରେ ସମୟ କାଟିବେ

ଅସହାୟ ବ୍ୟକ୍ତିଙ୍କୁ ଖାଇବାକୁ ଦିଅନ୍ତୁ

ମିଥୁନ ରାଶି

ମୃଗଶିରା- ଶରୀର ପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରନ୍ତୁ

ଆର୍ଦ୍ରା- ଆକସ୍ମିକ ଭାବରେ ଅର୍ଥ ଖର୍ଚ୍ଚ ହେବ

ପୁନର୍ବସୁ- ସମାଜ କଲ୍ୟାଣ କାର୍ଯ୍ୟରେ ସମୟ କଟିବ

ମହାଦେବଙ୍କୁ ଦର୍ଶନ କରନ୍ତୁ

କର୍କଟ ରାଶି

ପୁନର୍ବସୁ- ଧର୍ଯ୍ୟର ସହ କାର୍ଯ୍ୟ କରନ୍ତୁ, ସବୁ ଠିକ୍‌ ହୋଇଯିବ

ପୁଷ୍ୟ।-ନିଜର ଭୁଲ୍‌ ପାଇଁ ଅପମାନିତ ହେବେ, ଜଗିରଖି ଚଳନ୍ତୁ

ଅଶ୍ଳେଷା- ପାରିବାରିକ ଶାନ୍ତି ମନକୁ ସୁଦୃଢ କରିବ

ଗରିବ ଅସହାୟଙ୍କୁ ଜଳଦାନ କରନ୍ତୁ

ସିଂହ ରାଶି

ମଘା- ଅନ୍ୟକୁ ସାହାଯ୍ୟ ସହଯୋଗ କରନ୍ତୁ, ମନରେ ଶାନ୍ତି ପାଇବେ

ପୂର୍ବାଫାଲଗୁନି-ନିଜର ସ୍ବାର୍ଥ ପାଇଁ ମିଛ କୁହନ୍ତୁ ନାହିଁ

ଉତ୍ତରଫାଲଗୁନି-ଶରୀର ଓ ମନ ଆଜି ସୁସ୍ଥ ରହିବ

ଆଜି ପଶୁପକ୍ଷୀଙ୍କୁ ଖାଦ୍ୟ ଦାନ କରନ୍ତୁ ମଙ୍ଗଳ ହେବ

କନ୍ୟା ରାଶି

ଉତ୍ତରାଫାଲଗୁନି-ସମୃସ୍ତ ଦିଗରୁ ଦିନଟି ଭଲରେ କଟିବ

ହସ୍ତା-ଶରୀର ପ୍ରତି ବିପଦ ରହିଛି, ସତର୍କ ରୁହନ୍ତୁ

ଚିତ୍ରା- ଭଲ କାର୍ଯ୍ୟରେ ସମୟ କଟିବ

ଓଁ ନମଃ ଶିବାୟ ମନ୍ତ୍ରକୁ ଜପ କରନ୍ତୁ

ତୁଳା ରାଶି

ଚିତ୍ରା-ଆର୍ଥିକ ଲାଭର ଯୋଗ ରହିଛି

ସ୍ବାତୀ- ପରିବାର ସହିତ ସୁଖଶାନ୍ତିରେ ସମୟ କଟିବ

ବିଶାଖା-ଧାର୍ମିକ ପରିବେଶରେ ଯୋଗ ଦେବେ

ଗୁରୁଜନଙ୍କର କଥା ମାନି ଚଳନ୍ତୁ

ବିଛା ରାଶି

ବିଶାଖା- ପରୋପକାରୀ କାର୍ଯ୍ୟରେ ସମୟ କଟିବ

ଅନୁରାଧା- ମାନସିକ ଚାପ ମଧ୍ୟରେ ଦିନଟି ବିତାଇବେ

ଜ୍ୟୋଷ୍ଠା- କୈାଣସି ଅର୍ଥ ସମସ୍ୟା ରହିଥିଲେ ତାହା ଆଜି ଦୁର ହେବ

ବୁଲା କୁକୁରକୁ ଖାଦ୍ୟ ଦାନ କରନ୍ତୁ

ଧନୁ ରାଶି

ମୂଳା- ବନ୍ଧୁଙ୍କ ଠାରୁ ସହଯୋଗ,ସାହାଯ୍ୟ ପାଇବେ

ପୂର୍ବାଷାଢା- ଧନହାନୀ,ମନସ୍ତାପ ମଧ୍ୟରେ ଦିନଟି ଅତିବାହିତ ହେବ

ଉତ୍ତରାଷାଢା- ଧର୍ଯ୍ୟ ରଖି କାର୍ଯ୍ୟ କରି ଚାଲନ୍ତୁ

ହନୁମାନ ଚାଳିଶା ପାଠ କରନ୍ତୁ

ମକର ରାଶି

ଉତ୍ତରାଷାଢା- ମାନସିକ ଶାନ୍ତି ରହିବ

ଶ୍ରବଣା- ମାନସିକ ଚାପ ମୃଧ୍ୟରେ ସମୟ କଟିବ

ଧନିଷ୍ଠା-ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ

ଈଶ୍ବରଙ୍କୁ ଧ୍ୟାନ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ଶରୀର ପ୍ରତି ବିପଦ ରହିଛି, ଜଗିରଖି ଚଳନ୍ତୁ

ଶତଭିଷା-ଯେତେ କମ୍‌ କଥା କହିବେ ସେତେ ଭଲ

ପୂର୍ବଭାଦ୍ର- ପରିବାରରେ ଶାନ୍ତି ବଜାୟ ରଖନ୍ତୁ

ମୃହାଦେବଙ୍କ ମନ୍ତ୍ର ପାଠ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ର- କାର୍ଯ୍ୟରେ ସଫଳତା ପାଇବେ

ଉତ୍ତରଭାଦ୍ର- ଦିନଟିକୁ ଜଗିରଖି ଚଳନ୍ତୁ

ରେବତୀ- ଧାର୍ମିକ ପରିବେଶ ମଧ୍ୟରେ ସମୟ କାଟିବେ

ପ୍ରଭୁଙ୍କର ଧ୍ୟାନ କରନ୍ତୁ

 

ଜ୍ୟୋତିର୍ବିଦ ଶ୍ୟାମ ସୁନ୍ଦର ବାଗ୍‌