ଅଚେତ ମାଡ଼ରୁ ବିଦାହେଲେ ଶିକ୍ଷୟିତ୍ରୀ ଅନିତା ସାଗର

ବରଗଡ଼: ନିର୍ଦ୍ଦୟ ମାଡ଼ରୁ ନିଲମ୍ବିତ । ଫୋନ୍ ଗପରୁ ରାଗ, ଶ୍ରେଣୀ ଗୃହରେ ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ଼ରେ କଲେ ଲହୁଲୁହାଣ । ନିର୍ଦ୍ଦୟତାର ସୀମା ଟପିଥିବା ଶିକ୍ଷୟିତ୍ରୀଙ୍କ ଠାରେ ଶେଷରେ ଲାଗିଛି କାର୍ଯ୍ୟାନୁଷ୍ଠାନ ଛାଟ । ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ରାଜବୁଢ଼ାସମ୍ବର ବିଇଓ ଶିକ୍ଷୟିତ୍ରୀ ଅନିତା ସାଗରଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ।ଗତକାଲି ପଦ୍ମପୁର ବ୍ଲକ ତେଲମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଜଣଙ୍କ କ୍ଲାସରେ ଜଣେ ଛାତ୍ରଙ୍କୁ ମାଡ଼ ମାରିଥିଲେ । ପାଠ ପଢ଼ାଇବା ଛାଡ଼ି ଶିକ୍ଷୟିତ୍ରୀ ଜଣଙ୍କ ମୋବାଇଲରେ ଗପୁଥିଲେ । ଫୋନରେ କଥା ହେବା ନେଇ ଛାତ୍ର ଜଣଙ୍କ ଶିକ୍ଷୟିତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଏଥିରେ ସେ ରାଗି ଯାଇ ବେତରେ ଛାତ୍ରଙ୍କୁ ମନ ଭରିବା ଯାଏଁ ପିଟିଥିଲେ । ଏପିରିକି ଛାତ୍ର ଜଣଙ୍କ ଅଚେତ ହୋଇ ଯାଇଥିଲେ ମଧ୍ୟ ତାଙ୍କ ମନ ବୁଝିନଥିଲା ।

ଚେତାଶୂନ୍ୟ ଅବସ୍ଥାରେ ଛାତ୍ର ଜଣଙ୍କୁ ଗ୍ରାମବାସୀ ମେଡିକାଲରେ ଭର୍ତ୍ତି କରିଥିଲେ । ଏନେଇ ମେଲଛାମୁଣ୍ଡା ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ସମାଲୋଚନା କରାଯାଉଥିବା ବେଳେ ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ ଦେଇ ଫଶିଛନ୍ତି ଶିକ୍ଷୟିତ୍ରୀ ।

Leave a Reply