ବୋର୍ଡ ରଖିଲା ସ୍ପଷ୍ଟୀକରଣ, ଭାଇରାଲ ହୋଇନି ମାତୃଭାଷା ପ୍ରଶ୍ନପତ୍ର

ଧର୍ମଗଡ଼/କଟକ: ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ଟ୍ୱିଷ୍ଟ । ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅସଲି ନୁହେଁ । ଧର୍ମଗଡ଼ରୁ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଏକ ଟେଷ୍ଟ ପେପରର ବୋଲି ଜଣାପଡ଼ିଛି । କେହି ଦୁର୍ବୃତ୍ତ ମାଧ୍ୟମିକ ଶିକ୍ଷା ପରିଷଦକୁ ବଦନାମ କରିବାକୁ ଯାଇ ଏଭଳି ଭାଇରାଲ କରିଛି ।

ଭାଇରାଲ୍ ହେଲା ମାଟ୍ରିକ୍ ପ୍ରଶ୍ନପତ୍ର ! ପଦାରେ ପଡ଼ିଲା ମାଧ୍ୟମିକ ଶିକ୍ଷା ପରିଷଦର ଅପାରଗତା

ଅନ୍ୟପଟେ ବୋର୍ଡ ସଭାପତି ପ୍ରଥମ ଦିନ ପରୀକ୍ଷା ସୁରୁଖିୁରୁରେ ସରିଥିବା କହିଛନ୍ତି । ଅଭିଯୋଗ ପରେ ସମ୍ପୃକ୍ତ କେନ୍ଦ୍ର ସହ ଯୋଗାଯୋଗ କରିଛୁ । ପ୍ରଶ୍ନପତ୍ର ଭାଇରାଲର କୌଣସି ଆଶଙ୍କା ନାହିଁ ।

ସେହିଭଳି ଘଟଣାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି । ଘଟଣାର ସତ୍ୟାସତ୍ୟ ଯାଞ୍ଚ କରାଯିବ । ଏ ପ୍ରଶ୍ନ ଭୁଲ କି ଠିକ୍‌ ଯାଞ୍ଚ କରାଯିବ । ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନ ନେବାକୁ କଡ଼ା ନିର୍ଦ୍ଦେଶ ଥିଲା । ଯଦି ଘଟଣା ସତ ହୋଇଥାଏ ତେବେ ଏହାର ତଦନ୍ତ ହେବ । ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply