ଜୀବନ ଚାଲିଗଲା ପଛେ, ଫଟୋ ଉଠାଇବା ଛାଡ଼ିଲେନି ଲୋକେ

ଭଦ୍ରକ: ମରିଗଲା ମାନବିକତା । ମୃତ୍ୟୁ ସହ ସଂଘର୍ଷ କରୁଥିବା ଯୁବକଙ୍କୁ ଉଦ୍ଧାର କରିବା ଛାଡ଼ି ଫଟୋ, ଭିଡିଓ ଉଠାଇଲେ ଲୋକେ । ଭଦ୍ରକ ସାହାପୁର ଛକରେ ଏଭଳି ଅଭାବନୀୟ ଘଟଣା ସାମନାକୁ ଆସିଛି ।

ଜାତୀୟ ରାଜପଥ ଉପରେ ବାଇକ୍‌ ଆରୋହୀଙ୍କୁ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା । ବାଇକ ଚାଳକ ତଳେ ପଡିଯିବାରୁ ଟ୍ରକଟି ଅଣ୍ଟା ଉପରେ ଚଢିଯାଇଥିଲା । ଯୁବକ ଜଣକ ମୃତ୍ୟୁ ସହ ସଂଘର୍ଷ କରୁଥିଲେ ।

ତେବେ ତାଙ୍କୁ ଉଦ୍ଧାର କରିବା ବଦଳରେ ତାଙ୍କ ଫଟୋ ଉଠାଉଥିଲେ ଉପସ୍ଥିତ ଲୋକେ । ଜୀବନ ଅପେକ୍ଷା ସଉକ ଆଗ ଥିଲା । କିଛି ସମୟ ପରେ ପୋଲିସ ଆସି ଯୁବକଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲା । ହେଲେ ସେତେବେଳକୁ ଜୀବନ ଯୁଦ୍ଧରେ ହାରିସାରିଥିଲେ ଯୁବକ । ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

Leave a Reply