spot_img
Home Blog Page 7377

ସିଲିଣ୍ଡର ଟ୍ରକରେ ନିଆଁ, ବର୍ତ୍ତି ପାରିଲାନି ସ୍କୁଲ ବସ୍

ଗୁଜୁରାଟ: ସୁରଟରେ ଗ୍ୟାସ ସିଲିଣ୍ତର ଭର୍ତ୍ତି ଏକ ଟ୍ରକରେ ହଠାତ୍ ନିଆଁ ଲାଗିଲା । ଏବଂ ସିଲିଣ୍ଡର ଫାଟିବାର ଶବ୍ଦରେ ଭୟଭିତ ହେଲେ ପାଖାପାଖି ଲୋକ । ଏଥିରୁ ବର୍ତ୍ତି ପାରିଲାନି ସ୍କୁଲ ବସ୍ । କିନ୍ତୁ ସମୟ ଥାଉ ଥାଉ ପିଲାଙ୍କୁ ସ୍କୁଲ ବସରୁ ବାହାର କରି ଦିଆଯାଇଥିଲା । ଫଳରେ କୌଣସି କ୍ଷୟକ୍ଷତି ହୋଇନାହିଁ  । ଏହି ଦୁର୍ଘଟଣାରେ ସ୍କୁଲବସ୍ ସହ କିଛି ଅଟୋ ମଧ୍ୟ ଜଳି ଯାଇଛି । ଘଟଣାଟି ସୁରଟ ଓଲପାଡ଼ ଅଞ୍ଚଳରେ ଦେଖିବାକୁ ମିଳିଛି ।

ସୁରଟରେ ଗ୍ୟାସ ସିଲିଣ୍ଡ ଭର୍ତ୍ତି ଏକ ଟ୍ରକ୍ ଯାଉଥିବାବେଳେ ହଠାତ୍ ଟ୍ରକରେ ନିଆଁ ଲାଗିଯାଇଥଲା ଏବଂ ଗୋଟେ ପରେ ଗୋଟେ ସିଲିଣ୍ଡର ଫାଟିବାକୁ ଲାଗିଥିଲା । ଯାହା ଫଳରେ ରାସ୍ତାରେ ଯାଉଥିବା ଗାଡ଼ି ଗୁଡ଼ିକରେ ନିଆଁ ବ୍ୟାପିବାରେ ଲାଗିଥିଲା । ଆଉ ଏହାର ଶିକାର ହୋଇଥିଲା ସ୍କୁଲ ବସ୍ । ତେବେ ନିଆଁ କେଉଁ କାରଣରୁ ଲାଗିଥିଲା ସେ ନେଇ ତନାଘନା ଜାରୀ ।

ଭିଜିଲାନ୍ସ ଜାଲରେ ଫସିଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ଡାଟା ଏଣ୍ଟ୍ରି ଅପରେଟର

ଭଦ୍ରକ: ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାଟା ଏଣ୍ଟ୍ରି ଅପରେଟର । ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗର ଡାଟା ଏଣ୍ଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡା । କଣ୍ଟ୍ରାକ୍ଟର ଦିଗମ୍ବର ଦାସଙ୍କ ଠାରୁ ୧୦ଲକ୍ଷ ଟଙ୍କାର କାମକୁ ଅନଲାଇନରେ କରେଇଦେବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ୩୦ ହଜାର ଟଙ୍କା ନେଉଥିବା ବେଳେ ତାଙ୍କୁ ଭଦ୍ରକ ଭିଜିଲାନ୍ସ ଧରିଥିଲେ ।

ଦିଗମ୍ବର ଦାସ ଆର୍ଥିକ ବର୍ଷ ୨୦୧୭-୧୮ ମସିହା ପାଇଁ ସାଳନ୍ଦୀ ବନ୍ଧ ଠାରୁ ତୁମ୍ଭାପାଦୀ ଓ ଦୈସିଂ ଠାରୁ କୁଡ଼ିଆମାଳ ପର୍ଯ୍ୟନ୍ତ କଙ୍କ୍ରିଟ  ରୋଡ୍‌ର ୧୦ଲକ୍ଷ ବିଲ୍‌ ଟଙ୍କାକୁ ଅନ୍‌ଲାଇନ୍‌ ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ଏନେଇ କଣ୍ଟ୍ରାକ୍ଟର ଦିଗମ୍ବର ଦାସ ଭଦ୍ରକ ଭିଜିଲାନ୍ସର ସହାୟତା ଲୋଡ଼ିଥିଲେ । ଯୋଜନା ମୁତାବକ ଆଜି ସକାଳୁ ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗର  ଅଫିସ ଖୋଲିବା ପରେ ଦିଗମ୍ବର ଡାଟା ଏଣ୍ଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡାଙ୍କୁ ୩୦ ହଜାର ଟଙ୍କା ଦେଉଥିବା ବେଳେ ଟଙ୍କା ସହ ଧରିଥିଲା ଭିଜିଲାନ୍ସ ।

ସିଆଚିନ ୱାର ମେମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଭାରତୀୟ ସେନାମୁଖ୍ୟ

ସିଆଚିନ: ସିଆଚିନ୍‌ରେ ଆର୍ମି ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ । ପଦ ଗ୍ରହଣ ପରେ ପ୍ରଥମ ଥର ସେ ସିଆଚିନ୍‌ ଗସ୍ତ କରି ସେଠାକାର ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି । ସିଆଚିନରେ ମୁତୟନ ସମସ୍ତ ଯବାନଙ୍କୁ ସେ ନୂଆବର୍ଷର ଅଭିନନ୍ଦନ ଜଣାଇବା ସହିତ ସିଆଚିନ୍ ୱାର ମେମୋରିଆଲ ଠାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଖରାପ ପାଗ ସତ୍ତ୍ୱେ ଭାରତୀୟ ଯବାନ ସେଠାରେ ମୁତୟନ ରହି ଶତ୍ରୁ ଉପରେ କଡ଼ା ନଜର ରଖି ଦେଶକୁ ସୁରକ୍ଷା ଦେଉଥିବାରୁ ସେମାନଙ୍କୁ ପ୍ରଶଂସା କରିଛନ୍ତି ସେନାମୁଖ୍ୟ । ମୁତୟନ ଥିବା ଯବାନଙ୍କ ପାଖରେ ଆବଶ୍ୟକ ଖାଦ୍ୟ ପଦାର୍ଥ ଏବଂ ପୋଷାକ ଯେଭଳି ଠିକ୍‌ ସମୟରେ ପହଞ୍ଚିପାରିବ ସେ ନେଇ ଉଦ୍ୟମ ଅବ୍ୟାହତ ରହିଥିବା ସେ କହିଛନ୍ତି। ଯବାନଙ୍କୁ ରାସନ୍‌ଠୁ ନେଇ ଅନ୍ୟ ଆବଶ୍ୟକ ସାମଗ୍ରୀ ସୁଚାରୁ ଭାବେ କିପରି ଯୋଗାଯିବ, ତା’ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ।

ଠିକ୍‌ ସମୟରେ ସମସ୍ତ ଯବାନ୍‌ ଛୁଟିରେ ଯେଭଳି ଘରକୁ ଯାଇପାରିବେ, ସେ ଦିଗରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଜେନେରାଲ ନରୱାଣେ କହିଛନ୍ତି । ଏତେ ଦୂରରେ ରହିଲେ ବି ସବୁ ଯବାନଙ୍କ ସ୍ଥାନ ତାଙ୍କ ହୃଦୟରେ ବୋଲି ସେ କହିଛନ୍ତି । ସୂଚନା ଅନୁଯାୟୀ, ସେନାମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନରାୱଣେ ପ୍ରଥମ ଥର ପାଇଁ ସିଆଚେନ୍‌ ପରିଦର୍ଶନରେ ଯାଇଛନ୍ତି । ପରେ ସିଆଚିନ ଯୁଦ୍ଧରେ ଭାରତୀୟ ଯବାନଙ୍କ ପ୍ରଦର୍ଶନକୁ ପ୍ରଶଂସା କରି ସେଠାରେ ମୁତୟନ ଥିବା ସମସ୍ତ ଯବାନ ମାନଙ୍କୁ ବ୍ୟାଚ୍ ପ୍ରଦାନ କଲେ ସେନାମୁଖ୍ୟ ।

 

 

ଜାନୁଆରୀ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ୍‌ ଅଧିବେଶନ। ଫେବ୍ରୁଆରୀ ୧୧ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ। ଏହାପରେ ମାର୍ଚ୍ଚ ୨ରୁ ଏପ୍ରିଲ ୩ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ ଚାଲିବ।

ଜାନୁଆରୀ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ୍‌ ଅଧିବେଶନ। ଫେବ୍ରୁଆରୀ ୧୧ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ। ଏହାପରେ ମାର୍ଚ୍ଚ ୨ରୁ ଏପ୍ରିଲ ୩ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ ଚାଲିବ।

କମିବ ପାରା, ପୁଣି ଭିଜିବ ସାରା ରାଜ୍ୟ । କୋହଲା ପାଗ ଯୋଗୁଁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ କମିବ ବୋଲି ପାଣିପାଗ ବିଭାଗ ସୂଚନା

କମିବ ପାରା, ପୁଣି ଭିଜିବ ସାରା ରାଜ୍ୟ । କୋହଲା ପାଗ ଯୋଗୁଁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ କମିବ ବୋଲି ପାଣିପାଗ ବିଭାଗ ସୂଚନା

ଭାଲୁ ଆକ୍ରମଣରେ ମହିଳା ମୃତ, ମରିଗଲା ପରେବି ମହିଳାଙ୍କୁ ଜଗିରହିଲା ଭାଲୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସିନ୍ଧିଗୁଡ଼ାରେ ଭାଲୁ ଆତଙ୍କ । ଭାଲୁ ଆକ୍ରମଣରେ ଜଣେ ମହିଳା ମୃତ । ଜଙ୍ଗଲ ଭିତରେ ମହିଳାଙ୍କ ମୃତଦେହକୁ ଜଗି ରହିଥିଲା ଭାଲୁ । ୨ଟି ଭାଲୁ ଛୁଆ ମଧ୍ୟ ମୃତଦେହ ପାଖରେ ଥିଲେ । ମୃତ ମହିଳା ହେଲେ ଗୌରୀ ଅମନାତ୍ୟ ।

ଗତ ୩ଦିନ ହେଲା ଗୌରୀ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ଜଙ୍ଗଲ ଭିତରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା । କିନ୍ତୁ ମୃତଦେହ ନିକଟରେ ଭାଲୁ ଜଗି ରହିଥିବା ଦେଖି କେହି ଉଦ୍ଧାର କରିବାକୁ ସାହସ କରିନଥିଲେ ।

ଗାଁଲୋକଙ୍କ ସହାୟତାରେ ବନ ବିଭାଗ କର୍ମଚାରୀ ନିଆଁହୁଳା ଓ ବାଣ ଫୁଟାଇ ଭାଲୁ ଘଉଡ଼ାଇଥିଲେ । ନବରଙ୍ଗପୁର ଏସ୍‌ପି ନୀତିନ କୁଶଲକର ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଭାଲୁ ମୃତ ମହିଳାଙ୍କ ଶରୀରର କିଛି ଅଂଶ ଖାଇ ଦେଇଛି । ମଣିଷଖିଆ ଭାଲୁ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଛି ।

କୋର୍ଟ ପହଞ୍ଚିଲା ‘ଛପାକ’: ରିଲିଜ୍‌ ସ୍ଥଗିତ ରଖିବାକୁ ଆବେଦନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ’ ଗୋଟିଏ ଦିନ ପରେ ରିଲିଜ୍‌ ହେବାକୁ ଯାଉଛି । ହେଲେ ରିଲିଜ୍‌ ପୂର୍ବରୁ ଏହାର ଏକ ବିଗ୍ କେସ୍ ଏବେ କୋର୍ଟରେ ପହଞ୍ଚିଯାଇଛି । ଆଇନଜୀବୀ ଅପର୍ଣ୍ଣା ଭଟ୍ଟ ଫିଲ୍ମର ରିଲିଜ୍‌କୁ ବନ୍ଦ କରିବାକୁ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରେ ଆବେଦନ କରିଛନ୍ତି । ଅପର୍ଣ୍ଣା କହିଛନ୍ତି ସେ ବର୍ଷ ବର୍ଷ ଧରି ଏସିଡ୍‌ ପୀଡିତା ଲକ୍ଷ୍ମୀଙ୍କ ପାଇଁ କେଶ୍‌ ଲଢିଛନ୍ତି ହେଲେ ଫିଲ୍ମରେ ତାଙ୍କୁ କୌଣସି କ୍ରେଡିଟ୍‌ ଦିଆଯାଇନାହିଁ । ସେଥିପାଇଁ ସେ ଫିଲ୍ମର ରିଲିଜ୍‌କୁ ସ୍ଥଗିତ ରଖିବାକୁ ଆବେଦନ କରିଛନ୍ତି ।

Image result for chhapaak

ସୂଚନଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଜଣେ ଲେଖକ ଫିଇ୍ମର କପି ରାଇଟ୍ସକୁ ନେଇ ଅଭିଯୋଗ ଆଣିଥିଲେ । ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଏସିଡ୍‌ ଆଟାର୍କ ପୀଡିତା ଲକ୍ଷ୍ମୀଙ୍କ ଜୀବନ କାହାଣୀ ଉପରେ ଆଧାରିତ । ଏହା ଏଥର ଫ୍ରାଇଡେ ରିଲିଜ୍‌ରେ ପରଦାକୁ ଆସିଥାଆନ୍ତା ।

Related image

ତେବେ ସିନେମାରେ ଏସିଡ଼୍ ଆଟାକର ବଳିଷ୍ଠ କାହାଣୀ ଆପଣଙ୍କ ଅପେକ୍ଷାକୁ ବାନ୍ଧି ରଖିବ ସତ ହେଲେ ଦୀପିକାଙ୍କ ଲୁକ୍ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ  ।ସିନେମାରେ ଦୀପିକା ମାଳତୀ ଚରିତ୍ରରେ ନଜର ଆସିବେ ।

Related image

ଦୀପିକା କୁହନ୍ତି ଜୀବନରେ ସେ ଅନେକ ଚଳଚ୍ଚତ୍ର କରିଛନ୍ତି ଏବଂ ଆଗକୁ ମଧ୍ୟ ଅଭିନୟର ଯାତ୍ରା ଜାରି ରଖିବେ, ତେବେ ଛପ୍ପକ ତାଙ୍କ ଜୀବନରେ ଏକ ଅବିସ୍ମରଣୀୟ ଅଧ୍ୟାୟ । ମେଘନା ଗୁଲଜରଙ୍କ ନିର୍ଦ୍ଦେଶିତ ଏବଂ ସତ୍ୟ ଘଟଣା ଉପରେ ଆଧାରିତ  ଏ ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି ସିନେପ୍ରେମୀ  ।

CAA ବିରୋଧୀ ପ୍ରଦର୍ଶନକୁ ନେଇ ସୁପ୍ରିମକୋର୍ଟଙ୍କ ଚିନ୍ତା

 

ନୂଆଦିଲ୍ଲୀ: ସିଏଏ ବିରୋଧରେ ସାରା ଦେଶରେ ବିରୋଧ ପ୍ରଦର୍ଶନକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ କହିଛନ୍ତି ଯେ, ଦେଶ ସମ୍ପ୍ରତି ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଏପରି ସ୍ଥିତିରେ ସିଏଏ ପାଇଁ ଚିନ୍ତା ନକରି ଶାନ୍ତି ଉପରେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି। ହିଂସା ବନ୍ଦ ହୋଇ ଦେଶରେ ଶାନ୍ତି ଆସିବା ପରେ ହିଁ ସିଏଏ ଉପରେ ବିଚାର କରାଯିବ ।

ସୂଚନା ଅନୁଯାୟୀ, ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରାଯାଇଥିଲା । ସିଏଏକୁ ସାମ୍ବିଧାନିକ ଘୋଷଣା କରିବାକୁ ଦାବି କରାଯାଇଥିଲା ।

ଏହାକୁ ନେଇ ପ୍ରଧାନବିଚାର କହିଛନ୍ତି ଯେ ପ୍ରଥମେ ଦେଶରେ ଚାଲିଥିବା ହିଂସାକୁ ରୋକାଯିବା ସହ ଶାନ୍ତି ବଜାୟ ପରେ ଏଭଳି ୟାଚିକା ଉପରେ ଶୁଣାଣି କରାଯାଇପାରିବ ।

ତାପଜ ବିଦ୍ୟୁତ୍ କ୍ଷେତ୍ରରେ ନିବେଶ ହେବ ୧୭ ହଜାର ୮୩୩ କୋଟି, ସୃଷ୍ଟିହେବ ୬ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ଔଦ୍ୟଗୀକରଣ ଏବଂ ନିଯୁକ୍ତି  ସୁଯୋଗ ସୃଷ୍ଟି କରିବା ଦିଗରେ ସରକାରଙ୍କ ପ୍ରୟାସ ଜାରି ରହିଛି । ଓଡ଼ିଶା ସରକାର ଆଜି ୩ଟି ନିବେଶ ପ୍ରସ୍ତାବକୁ ସ୍ୱୀକୃତି ଦେଇଛନ୍ତି । ଏହା ଦ୍ୱାରା ରାଜ୍ୟରେ ୧୭ ହଜାର ୮୩୩ କୋଟି ଟଙ୍କାର ନିବେଶ ହେବା ସହିତ ୬ ହଜାର ୫୩୯ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଖାରବେଳ ଭବନର ସମ୍ମିଳନୀ କକ୍ଷରେ ହୋଇଥିବା ଏକ ବୈଠକରେ ଉଚ୍ଚ ସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ ଆଲୁମିନିୟମ, ଇସ୍ପାତ୍, ଏବଂ ତାପଜ ବିଦ୍ୟୁତ୍ ପ୍ରତ୍ୟେକ କ୍ଷେତ୍ରରେ ଗୋଟିଏ କରି ସର୍ବମୋଟ ୩ଟି ପ୍ରସ୍ତାବକୁ ସ୍ୱୀକୃତି ଦେବା ସହିତ ଏହି ସବୁ କ୍ଷେତ୍ରରେ ଓଡ଼ିଶାର ପ୍ରମୁଖ ସ୍ଥାନକୁ ଆହୁରି ସୁଦୃଢ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଏହି ବୈଠକରେ ମେକ୍ ଇନ୍ ଓଡ଼ିଶା ୨୦୧୬,ଏବଂ ୨୦୧୮ରେ ପ୍ରାପ୍ତ ହୋଇଥିବା ନିବେଶ ପ୍ରସ୍ତାବ ଗୁଡ଼ିକର ସମିକ୍ଷା କରିଥିଲେ । ବିଗତ ବର୍ଷ ଗୁଡ଼ିକରେ ଓଡ଼ିଶାର ଶିଳ୍ପାୟନ ଉଦ୍ୟମରେ ବିବିଧତାର ସମ୍ଭାବନା ଦେଖିବାକୁ ମିଳିଛି । ରସାୟନ ଏବଂ ପେଟ୍ରୋ କେମିକାଲ୍ସ କ୍ଷେତ୍ର, ପର୍ଯ୍ୟଟନ, ବସ୍ତ୍ର ତଥା ପରିଧାନ ଉଦ୍ୟୋଗ ଏବଂ ଖାଦ୍ୟ ପ୍ରକିୟାକରଣ ଭଳି ବିବିଧ କ୍ଷେତ୍ରରେ ଶିଳ୍ପ ଗୁଡ଼ିକ କାର୍ଯ୍ୟକ୍ଷମ ହେବା ଦିଗରେ ଅଗ୍ରଗତି ହୋଇଛି । ଶିଳ୍ପ ସଚିବ ହେମନ୍ତ ଶର୍ମା ମେକ୍ ଇନ ଓଡ଼ିଶା ୨୦୨୦ର ସଫଳତା ନିମନ୍ତେ ଏକ ଯୋଜନାର ବ୍ୟାଖ୍ୟା କରିଥିଲେ, ଯେଉଁଥିରେ ଶିଳ୍ପ ନିମନ୍ତେ ଉପଯୁକ୍ତ ଭିତ୍ତିଭୂମି, ଉପଯୁକ୍ତ ଯୋଜନା ଏବଂ ଏହି ସବୁର ପ୍ରସାରଣ ଦ୍ୱାରା ନିବେଶକଙ୍କୁ ଆକୃଷ୍ଠ କରିବାର ଉଦ୍ୟମ ଅନ୍ତର୍ଭୁକ୍ତ ରହିଛି ।

ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମତି ପ୍ରାପ୍ତ ପ୍ରସ୍ତାବ ମଧ୍ୟରେ ରହିଛି ହିଣ୍ଡାଲକୋ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍ ଦ୍ୱାରା ରାୟଗଡ଼ା ଜିଲ୍ଲାର କାନସାରୀଗୁଡ଼ା ଠାରେ ବର୍ଷକୁ ୨୦ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଏକ ଆଲୁମିନା ରିଫାଇନାରୀ ପ୍ରକଳ୍ପ । ଏହା ୮ଶହ କୋଟି ଟଙ୍କା ବ୍ୟୟରେ ବିସ୍ତାପିତ ହେବ ଏବଂ ୪୨୫୦ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

ଏନଟିପିସିର ତାଳଚେର ଠାରେ ଥିବା ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ସମ୍ପ୍ରସାରଣ ପ୍ରସ୍ତାବ ମଧ୍ୟ କର୍ତ୍ତୃପକ୍ଷଙ୍କ ଅନୁମୋଦନ ଲାଭ କରିଛି । ଏଠାରେ ୭ ହଜାର ୬୯୮ କୋଟି ୪୬ ଲକ୍ଷ ଟଙ୍କାର ନିବେଶର ପ୍ରସ୍ତାବ ରହିଛି ।

ଏହା ସହିତ ରୁଙ୍ଗଟା ମାଇନ୍ସ ଲିମିଟେଡର ସୁନ୍ଦରଗଡ଼ ଜିଲ୍ଲାର କମଣ୍ଡା ଗାଁରେ ଥିବା ୨.୭ଲକ୍ଷ ଟନ୍ ବର୍ଷିକ ଉତ୍ପାଦନ କ୍ଷମତା ବିଶିଷ୍ଠ ଇସ୍ପାତ ଉତ୍ପାଦନ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ମଧ୍ୟ ଅନୁମତି ଦେଇଛନ୍ତି । ଏହି ସମ୍ପ୍ରସାରଣରେ ୨ ହଜାର ୧୩୫ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇ ୨ ହଜାର ୨୮୯ ବ୍ୟକ୍ତିଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଉଦ୍ୟୋଗର ବାର୍ଷିକ ଉତ୍ପାଦନ କ୍ଷମତା ୯ ଟନକୁ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି ।