ସ୍କୁଲରେ ଗୋଟିଏ ଦିନ ମିଳିବ ପାଠ ପଢ଼ାରୁ ମୁକ୍ତି

ଗଞ୍ଜାମ: ପ୍ରତି ଶନିବାର ହେବ ନୋ ବ୍ୟାଗ ଡ଼େ । ଏଥର ଛାତ୍ରଛାତ୍ରୀ ସ୍କୁଲ ବ୍ୟାଗ୍‌ ନ ନେଇ ଯିବେ ସ୍କୁଲ । ଗୋଟିଏ ଦିନ ଫୁରସତ ମିଳିବ ଛାତ୍ରଛାତ୍ରୀଙ୍କୁ ବ୍ୟାଗ୍‌ ବୋହିବାରୁ । ପାଠ ବଦଳରେ ସ୍କୁଲରେ ମିଳିବ ସାଠର ଜ୍ଞାନ । ଯାହାପାଇଁ ଆଜିଠୁ ଗଞ୍ଜାମରେ ଆରମ୍ଭ ହୋଇଛି ନୋ ସ୍କୁଲ ବ୍ୟାଗ ଡ଼େ । ଛାତ୍ରଛାତ୍ରୀଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଏହି ପ୍ରୟାସ କରାଯାଇଛି ।

ପୂରାତନ ଯୁଗରେ ଯେଉଁସବୁ ଜ୍ଞାନ ଗୁରୁକୂଳରେ ରହି ଶିଷ୍ୟ ମାନେ ଶିଖୁଥିଲେ । ସେହି ଜ୍ଞାନ ସବୁ ଏବେ ସ୍କୁଲରେ ମିଳିବ । ସପ୍ତାହରେ ଗୋଟିଏ ଦିନ ପଢ଼ାରୁ ମୁକ୍ତି ପାଇବେ । ଶନିବାର ପାଠପଢା ବ୍ୟତିତ ଯୋଗଶିକ୍ଷା, ସଫେଇ, ପ୍ଲାଷ୍ଟିକ ବ୍ୟବହାର ନିଷେଧ ନେଇ ସଚେତନତା କରାଯିବ । ଜିଲ୍ଲା ପ୍ରଶାସନର ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave a Reply