YES ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଆରବିଆଇର କଟକଣା

1 min read

ମୁମ୍ବାଇ: YES ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କର କଟକଣା । ଏହି ବ୍ୟାଙ୍କରୁ ଗ୍ରାହକଙ୍କ ଟଙ୍କା ଉଠାଣ ସୀମା ୫୦ ହଜାର ଟଙ୍କା ନିର୍ଦ୍ଧାରଣ କରିଛି ରିଜର୍ଭ ବ୍ୟାଙ୍କ । ଗୋଟିଏ ମାସରେ ସର୍ବାଧିକ ୫୦ ହଜାର ଟଙ୍କା ହିଁ ଉଠାଇ ପାରିବେ । ଏପରିକି ଏଟିଏମ ଓ ଇଣ୍ଟରନେଟ ବ୍ୟାଙ୍କିଂ ସେବା ବନ୍ଦ କରାଯାଇଛି । ନୂଆ ନିୟମ ମାର୍ଚ୍ଚ ୫ରୁ ଲାଗୁ ହୋଇଛି । ଏହା ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ବ୍ୟାଙ୍କର ସ୍ଥିତି ସୁଧାରିବାକୁ ଆରବିଆଇ ଏଭଳି ନିଷ୍ପତ୍ତି ନେଇଛି ।ଅନ୍ୟପକ୍ଷରେ YES ବ୍ୟାଙ୍କରେ ଏସବିଆଇ ନିବେଶ କରିପାରେ । ଏଥିପାଇଁ ବୋର୍ଡ ପକ୍ଷରୁ ମଞ୍ଜୁରି ମିଳିସାରିଥିବା କୁହାଯାଉଛି । SBIର ପୂର୍ବତନ ମୁଖ୍ୟ ବିତ୍ତୀୟ ଅଧିକାରୀ ପ୍ରଶାନ୍ତ କୁମାରଙ୍କୁ ୟେସ୍‌ ବ୍ୟାଙ୍କର ପ୍ରଶାସକ ନିଯୁକ୍ତ କରାଯାଇଛି । ଋଣ ଭାରରେ ବୁଡ଼ିଥିବା ବ୍ୟାଙ୍କକୁ ସଙ୍କଟରୁ  ମୁକୁଳାଇବାକୁ ଉଦ୍ୟମ ଆରମ୍ଭ କରିଛି ଆରବିଆଇ ।

 

Leave a Reply