spot_img
Home Blog Page 7360

କରୋନା ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିଲା ଆଇପିଏଲ

କ୍ରିକେଟ ପଡିଆ ଉପରେ କରୋନା ପ୍ରଭାବ । ଅନିଶ୍ଚିତତା ଭିତରେ ଆଇପିଏଲ । ନିରାଶ କ୍ରେକଟ ପ୍ରେମୀ । କରୋନା ପାଇଁ ସାରା ଦେଶରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍‌ । ଏହାକୁ ଦୃଷ୍ଟିରେ ରଖି ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ବା ଆଇପିଏଲର ସିଜିନ୍‌-13 । ଏ ନେଇ ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ଏଥର ଆଇପିଏଲ କେବେ ହେବ ସେ ସଂପର୍କରେ ବିସିସିଆଇ କୈାଣସି ସୂଚନା ଦେଇନାହିଁ । ମାର୍ଚ୍ଚ ୨୯ରେ ଆରମ୍ଭ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟକୁ ପ୍ରଥମେ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଘୂଞ୍ଚାଯାଇଥିଲା । ତେବେ ଆଜି ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି ।

ଏ ସଂପର୍କରେ ଷ୍ଟେକ ହୋଲଡର, ସ୍ପନସର, ଲିଗ୍‌ ମେମ୍ବର, କ୍ରୀଡା ମନ୍ତ୍ର।ଳୟ ପ୍ରଭୃତି ସମସ୍ତଙ୍କୁ ସୂଚନା ଦିଆଯାଇଛି । ଆଇପିଏଲ୍‌ ବନ୍ଦ ହେବା ପରେ ପ୍ରାୟ ୫୦ ହଜାର କୋଟି ଟଙ୍କାର କ୍ଷତି ସହିବ ବିସିସିଆଇ । ଆଇପିଏଲ ସ୍ଥଗିତ ହେବା ପରେ କ୍ରିକେଟପ୍ରେମୀ ନିରାଶ ହୋଇଛନ୍ତି । ଏବେ କାହାରି କଣ୍ଟ୍ରାକ୍ଟ ବାତିଲ କରାଯିବ ନାହିଁ ଏବଂ କରୋନାର ପ୍ରକୋପ କମିବା ପରେ ନୂଆ ମ୍ୟାଚ୍‌ ସୂଚୀ ସଂକ୍ରାନ୍ତରେ ବୋର୍ଡର ବୈଠକ ବସି ନିଷ୍ପତ୍ତି ହେବ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସଂପାଦକ ଜୟ ଶାହା ଅନ୍ୟ ସଦସ୍ୟଙ୍କ ସହ ଭିଡିଓ କନଫେରେନ୍ସରେ ଆଲୋଚନା କରିଥିଲେ ।

ବିସିସିଆଇ ଲଗାତର ସ୍ୱାସ୍ଥ୍ୟ ମନ୍ତ୍ର।ଳୟର ନିର୍ଦ୍ଦେଶନାମା, ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ ଏବଂ ଖେଳାଳିଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି ।  ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିଙ୍କୁ ବିସିସିଆଇ ପକ୍ଷରୁ ୫୧ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ସାରା ବିଶ୍ୱ କରୋନା ପ୍ରଭାବରେ କବଳିତ ଥିବାରୁ ଏହାକୁ ବାଧ୍ୟ ହୋଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ ।

ଇଚ୍ଛା ଥିଲେ ବି ଝିଅକୁ କୋଳେଇ ପାରିଲେନି ବାପା, କବାଟ ସେପଟେ କାନ୍ଦି କାନ୍ଦି ଚାହିଁଲା ଝିଅ… ଭିଡିଓ ହେଲା ଭାଇରାଲ

କରୋନା ଭାଇରାସ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଏବେ ଦ୍ୱିତୀୟ ଭଗବାନଙ୍କ ଭରସାରେ ଲୋକେ କିନ୍ତୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଉଥିବା ଡାକ୍ତରମାନେ ଯେ ସେମାନଙ୍କ ପରିବାରଠାରୁ କେତେ ଦୂରରେ ତାହା ଏବେ ଏକ ଭାଇରାଲ ଭିଡିଓରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖାଯାଇଛି ଜଣେ ଡାକ୍ତର ହସ୍ପିଟାଲରୁ ଡ୍ୟୁଟି ସାରି ଘରକୁ ଫେରିଛନ୍ତି ହେଲେ ସେ କରୋନା ଯୋଦ୍ଧା ହୋଇଥିବାରୁ ତାଙ୍କୁ ଘରକୁ ପ୍ରବେଶ ନିଷେଧ ନଚେତ୍ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ କରୋନା ସଂକ୍ରମଣ ହେବାର ଭୟ ରହିଛି

https://twitter.com/ThePlacardGuy/status/1250293770844663808?s=19

କିନ୍ତୁ ପିତାଙ୍କ ଘରବାହୁଡାକୁ ଦେଖି ଭିତରେ ଥିବା କୁନି ଝିଅଟି ଖୁସିରେ ପିତାଙ୍କ ନିକଟକୁ ଦୌଡିଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି ହେଲେ ନିରୁପାୟ ଡାକ୍ତର ଜଣକ ଘର ବାହାରେ କାଚଦେଇ ଝିଅକୁ ଦେଖି ଫ୍ଲାଇଙ୍ଗ କିସ୍ଦେଉଥିବା ବେଳେ କୁନି ଝିଅଟିର ମନ କିନ୍ତୁ ମାନୁନାହିଁ ପିତା ତାକୁ କୋଳେଇ ନିଅନ୍ତୁ ଏହାହିଁ ଭାବି ସେ କାନ୍ଦିବାକୁ ଲାଗିଛି ହେଲେ ନିରୁପାୟ ପିତା କରୋନା ଭୟରେ ଝିଅଠାରୁ ତଥା ପରିବାରଠାରୁ ଦୂରେଇ ରହିଛନ୍ତି ଏହି ଭିଡିଓଟିକୁ ମଧୁର ନାମକ ଜଣେ ଟୁଇଟର ୟୁଜର ଶେୟାର କରିବା ପରେ ଏପର୍ଯ୍ୟନ୍ତ ଏହାକୁ ୬୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଥିବା ଜଣାପଡିଛି ତେବେ ଭିଡିଓଟି କେଉଁଠିକାର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ

ଓଡ଼ିଶାରେ ଝାଡଖଣ୍ଡୀ ଯୁବକଙ୍କ ଉନ୍ମତକାଣ୍ଡ,ମହିଳା ପୋଲିସଙ୍କ ଉପରେ ଆକ୍ରମଣ

କରଞ୍ଜିଆ: ଅମାନୀଆ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ନିୟମ ଉଲଂଘନ କରି ପୋଲିସକୁ ଆକ୍ରମଣ କଲେ କିଛି ଅମାନିଆ ଯୁବକ । ଲୋକଙ୍କ ସୁରକ୍ଷା ପାଇଁ ରାସ୍ତାରେ ଅହରହ ଜଗି ବସୁଥିବା ଏହି ଯୋଦ୍ଧାଙ୍କ ଉପରକୁ ଆକ୍ରମଣ । ଲକଡାଉନ୍‌ ବେଳେ କର୍ତ୍ତବ୍ୟରତ ପୋଲିସ ଉପରେ ଆକ୍ରମଣ କରାଛନ୍ତି କିଛି ଯୁବକ । ସୂଚନା ଅନୁସାରେ ଓଡ଼ିଶା ପୋଲିସ ଉପରେ ଝାଡ଼ଖଣ୍ଡର କିଛି ଯୁବକ ଆକ୍ରମଣ କରିଛନ୍ତି ।

ତେବେ ଆକ୍ରମଣରେ ଜଣେ ମହିଳା କନେଷ୍ଟବଳ ଓ ଦୁଇଜଣ ହୋମଗାର୍ଡ ଆହତ ହୋଇଛନ୍ତି । ଓଡ଼ିଶା- ଝାଡ଼ଖଣ୍ଡ ସୀମାନ୍ତ ବେନିସାଗର ଛକରେ ଏହି ଘଟଣା ଘଟିଛି । ଲକଡାଉନ୍‌ ପାଇଁ ଓଡ଼ିଶା ପୋଲିସ୍‌ ଏଠାରେ ସୀମା ସିଲ୍‌ କରିଥିଲା । ଝାଡ଼ଖଣ୍ଡର ଦୁଇଜଣ ଯୁବକ ଔଷଧ ନେବା ପାଇଁ ଓଡ଼ିଶାରେ ପ୍ରବେଶ କରିବା ସମୟରେ ପୋଲିସ ସହିତ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା ।

ପରେ ସଂପୃକ୍ତ ଦୁଇ ଯୁବକ ଝାଡ଼ଖଣ୍ଡ ଫେରିଯାଇଥିଲେ ଓ ଆଉ କିଛି ଯୁବକଙ୍କ ସହ ଆସି ଗଣ୍ଡଗୋଳ କରିଥିଲେ । ସେଠାରେ ଲଗାଯାଇଥିବା ସୂଚନା ବୋର୍ଡ, ବାଉଁଶ ଫାଟକ ଓ ପୋଲିସ ବ୍ୟବହାର କରୁଥିବା ଚେୟାର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଝାଡ଼ଖଣ୍ଡ ଯୁବକଙ୍କ ଆକ୍ରମଣରେ ଓଡ଼ିଶା ପୋଲିସର ଜଣେ ମହିଳା କନେଷ୍ଟବଳ ଓ ଦୁଇଜଣ ହୋମଗାର୍ଡ ଆହତ ହୋଇଛନ୍ତି ।

ଦିଗପହଣ୍ଡିରେ ପୋଲିସକୁ ସମ୍ମାନ ଜଣାଇ ପୁଷ୍ପ ବର୍ଷା

ଗଞ୍ଜାମ: କରୋନା ନେଇ ସ୍ଥିତି ଗମ୍ଭୀର । ସବୁ ସ୍ଥାନରେ କରୋନାକୁ ହରାଇବାକୁ ପ୍ରୟାସ । ଏବଂ ଏହି ପ୍ରୟାସରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଡାକ୍ତର ନର୍ସ ଏବଂ ପୋଲିସ ଭାଇମାନେ । କେତକ ସ୍ଥାନରେ ଏମାନଙ୍କୁ ସମ୍ମାନ ଜଣା ଯାଉଥିବା ବେଳେ କେତେ ସ୍ଥାନରେ ଏମାନଙ୍କୁ ବେଖାତିର କରି ଏମାନଙ୍କ ସହ ଓଲଟା ଝଗଡ଼ା କରୁଛନ୍ତି ଲୋକେ । କିନ୍ତୁ ଏଭଳି ପରିସ୍ଥିତିରେ ପୋଲିସମାନଙ୍କର ସାହସିକତା ଏବଂ ଦିନରାତି ଏକ୍ କରି ଯେଉଁ ପରିଶ୍ରମ କରୁଛନ୍ତି ସେମାନଙ୍କୁ ସମ୍ମାନ ଜଣାଇବାକୁ ଲୋକେ କରିଛନ୍ତି ଫୁଲ ବର୍ଷା ।

କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ୍ ବେଳେ ପୋଲିସ ଓ ପ୍ରଶାସନର କାର୍ଯ୍ୟକୁ ସବୁ ସ୍ଥାନରେ ପ୍ରଶଂସା କରାଯାଉଛି । ତେଣୁ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପରେ ଫୁଲ ବର୍ଷା । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି । କରୋନା ମୁକାବିଲା ପାଇଁ ଲୋକଙ୍କୁ ସତର୍କ ଓ ସଚେତନ କଲାବେଳେ ଲୋକେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପରେ ଫୁଲବର୍ଷା କରିଛନ୍ତି ।

ଦିଗପହଣ୍ଡି ତହସିଲ୍‌ଦାର ଅଦ୍ୱେତ କୁମାର ସ୍ୱାଇଁ ଦୀର୍ଘବର୍ଷ ହେଲା କେମୋ ନେଇ କ୍ୟାନସର ସହ ସଂଗ୍ରାମ କରୁଥିବା ସତ୍ତ୍ଵେ ଏବେ ଲୋକଙ୍କ ଜୀବନ ରକ୍ଷା ପାଇଁ କରୋନା ସହ ଲଢୁଛନ୍ତି । ତାଙ୍କର ଏଭଳି କାମକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି । ପୋଲିସ ସହିତ ମିଶି ଦିଗପହଣ୍ଡି ତହସିଲଗାର ଅଦ୍ୱେତ କୁମାର ସ୍ୱାଇଁ  ଲୋକଙ୍କୁ ସଚେତନ କରିବା ବେଳେ ଲୋକମାନେ ସେମାନଙ୍କ ଉପରେ ଫୁଲବର୍ଷା କରିଥିଲେ ।

ଏପ୍ରିଲ୍ ୨୦ ରୁ ଆମାଜନ ଓ ଫ୍ଲିପକାର୍ଟରେ ମୋବାଇଲ୍, ଟିଭି, ଫ୍ରିଜ୍ ଉପଲବ୍ଧ ହେବ

କୋଭିଡ -19କୁ ରୋକିବା  ପାଇଁ ମେ ୩ ପର୍ଯ୍ୟନ୍ତ ଲକଡାଉନ୍ ବଢ଼ାଯାଇଛି । ତେବେ ଏହାର ଗୋଟିଏ ଦିନ ପରେ କେନ୍ଦ୍ର ସରକାର ଆର୍ଥିକ କାର୍ଯ୍ୟକଳାପର ଉପରେ ଏକ ତାଲିକା ପ୍ରସ୍ତୁତ କରିଛନ୍ତି । ଯାହା ଏପ୍ରିଲ୍ ୨୦ ରୁ ଅନୁମତି ପାଇବ । ଏହାଦ୍ୱାରା ଲୋକଙ୍କୁ ବହୁଦିନ ପରେ ଆଶ୍ୱସ୍ତି ମିଳିଛି । କାରଣ ଏହି ନିର୍ଦ୍ଦେଶାବଳୀରେ ଅନ୍‌ଲାଇନ ଟ୍ରାଞ୍ଜାକ୍ସନକୁ ଗୁରୁତ୍ୱ ଦିଆଯାଇଛି ।

ଗୃହ ମନ୍ତ୍ରଣାଳୟର ପୂର୍ବ ବିଜ୍ଞପ୍ତିରେ ବିଶେଷ ଭାବରେ କୁହାଯାଇଥିଲା ଯେ ଇ-ବାଣିଜ୍ୟ ପ୍ଲାଟଫର୍ମଗୁଡିକ କେବଳ ଖାଦ୍ୟ, ଫାର୍ମାସ୍ୟୁଟିକାଲ୍ସ ଏବଂ ମେଡିକାଲ ଉପକରଣ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରିବାକୁ ଅନୁମତି ଦିଆଯାଇଛି । କିନ୍ତୁ ଅଧିକାରୀମାନେ ଗୁରୁବାର କହିଛନ୍ତି ଯେ ମୋବାଇଲ୍ ଫୋନ୍, ଟେଲିଭିଜନ, ରେଫ୍ରିଜରେଟର, ଲାପଟପ୍ ଏବଂ ଷ୍ଟେସନାରୀ ଆଇଟମ୍ ଗୁଡିକ ଆମାଜନ, ଫ୍ଲିପକାର୍ଟ ଏବଂ ସ୍ନାପଡାଲ ଭଳି ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ବିକ୍ରୟ କରିବାକୁ ଅନୁମତି ଦିଆଯିବ।

ଫ୍ଲିପକାର୍ଟ, ଆମାଜନ ଏବଂ ପେଟିଏମ୍ ମଲ୍ ପରି ଅନଲାଇନ୍ ଖୁଚୁରା କମ୍ପାନୀଗୁଡିକ ଏପ୍ରିଲ୍ ୨୦ ପରେ ସେମାନଙ୍କ ବ୍ୟବସାୟକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତୁତ ହୋଇଛନ୍ତି  ।  ତେବେ ଇ-ବାଣିଜ୍ୟ କମ୍ପାନୀଗୁଡ଼ିକୁ ସମସ୍ତ ପ୍ରକାର ସାମଗ୍ରୀ ଯୋଗାଇ ଦିଆଯିବ । ବୁଧବାର ଜାରି କରାଯାଇଥିବା ଗାଇଡଲାଇନରେ ମନ୍ତ୍ରଣାଳୟ କହିଛି ଯେ ଏପ୍ରିଲ ୨୦ ରୁ କରୋନାର ହଟସ୍ପଟ୍ ନଥିବା ଅଞ୍ଚଳରେ ଏଭଳି ସେବା ଆରମ୍ଭ ହେବ ।

ଏହା ପରେ, ବର୍ତ୍ତମାନ ଏହି କମ୍ପାନୀଗୁଡିକ ସେମାନଙ୍କର କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି । ବୁଧବାର ଗୃହ ମନ୍ତ୍ରଣାଳୟ ଏକ ଗାଇଡଲାଇନ ଜାରି କରିଛି । ଏଥିରେ କେତେକ ସେବା ପାଇଁ ସର୍ତ୍ତମୂଳକ ରିହାତି ଦିଆଯାଇଛି, ଯାହାଦ୍ୱାରା ଦୈନନ୍ଦିନ ଆବଶ୍ୟକୀୟ ସାମଗ୍ରୀ ଯୋଗାଣ ଜାରି ହୋଇପାରିବ  । କିନ୍ତୁ ଗୃହମନ୍ତ୍ରଣାଳୟ ଏଥିରେ କିଛି ପରିବର୍ତ୍ତନ କରି ଗୁରୁବାର ଏକ ଗାଇଡଲାଇନ ଜାରି କରିଛି । ଯେଉଁଥିରେ ମୋବାଇଲ୍ ଫୋନ୍, ଟେଲିଭିଜନ, ରେଫ୍ରିଜରେଟର, ଲାପଟପ୍ ଏବଂ ଷ୍ଟେସନାରୀ ଆଇଟମ୍ ଗୁଡିକ ଆମାଜନ, ଫ୍ଲିପକାର୍ଟ ଏବଂ ସ୍ନାପଡାଲ ଭଳି ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ବିକ୍ରୟ କରିବାକୁ ଅନୁମତି ଦିଆଯିବ ।

 

ଆଣ୍ଡାମାନ ନିକୋବରରେ ସୁସ୍ଥ ହେଲେ ସମସ୍ତ କରୋନା ପଜିଟିଭ

ପୋର୍ଟ ବ୍ଲେୟାର: କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ଆଣ୍ଡା ମାନ ନିକୋବର ଦ୍ୱୀପ ମଧ୍ୟ ଏଥିରୁ ବାଦ୍‌ ପଡି ନ ଥିଲା। ଏଠାରେ ପ୍ରଥମେ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ସମସ୍ତ ୧୧ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଗୁରୁବାର ଆଣ୍ଡାମାନ ନିକୋବର ଦ୍ୱୀପର ମୁଖ୍ୟ ସଚିବ ଚେତନ ସାଙ୍ଘି ଏହି ସୂଚନା ଦେଇଛନ୍ତି।

ଏହା ସେଠାକାର ଲୋକଙ୍କ ପାଇଁ ନିଶ୍ଚତ ରୂପେ ଖୁସି ଖବର। ଆମେରିକା ଭଳି ଶକ୍ତିଶାଳୀ ଦେଶ କରୋନା କବଳରେ ପଡି ଛଟପଟ ହେଉଥିବା ବେଳେ ଏଠାରେ ଦିନକୁ ହଜାର ହଜାର ଲୋକଙ୍କ ଜୀବନ ଯିବା ଟ୍ରମ୍ପ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟି ଗଲାଣି। ସେହିପରି ଭାରତ ମଧ୍ୟ କରୋନା ଯୁଦ୍ଧରେ ବିଜୟ ଲାଭ କରିବାକୁ ସର୍ବଦା ପ୍ରୟାସ କରି ଚାଲିଛି। ଏ କ୍ଷେତ୍ରରେ ଆଣ୍ଡାମାନ ନିକୋବର ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କୁହାଯାଉଛି।

ସ୍ୱାସ୍ଥ୍ୟକର୍ମୀ ୧୪ ଦିନ କାମ କରିବେ,୧୪ ଦିନ କ୍ୱାରେଣ୍ଟାଇନରେ ରହିବେ

ଭୁବନେଶ୍ୱର:  ରାଜ୍ୟରେ ସଂକ୍ରମଣ ହାର୍ କମ୍ ରହିଛି । ୬୦ଟି ପଜିଟିଭ୍ କେସ୍ ଆସିଛି । ରାଜ୍ୟରେ ଟେଷ୍ଟିଂ କାପାସିଟି ବଢ଼ିଛି । ବସ୍ତିବାସିନ୍ଦା, ସ୍ୱାସ୍ଥ୍ୟ କର୍ମଚାରୀ, ଦୋକାନୀ, ଲକ୍ଷଣ ନଥିବା ଲୋକଙ୍କୁ ମଧ୍ୟ ଟେଷ୍ଟ କରାଯିବ । ଆଗାମୀ ୮ରୁ ୧୦ ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଯେତେଶୀଘ୍ର ସଂକ୍ରମିତ ଚିହ୍ନଟ ହେବେ ସେତେ ଭଲ ହେବ । ଏଭଳି କହିଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର ।

କୋଭିଡ୍ ୧୯ କରୋନା ଭାଇରସ ମୁକାବିଲା ପାଇଁ ରାଜ୍ୟ.ସରକାରଙ୍କ ରଣନୀତି ବାବଦରେ ସୂଚନା ଦେଇ ସୁରେଶ ମହାପାତ୍ର କହିଥିଲେ ଯେ,  ପଜିଟିଭ୍ କେସ୍ ଆସିନଥିବା ଜିଲ୍ଲାରେ ମଧ୍ୟ କୋଭିଡ୍ ହସ୍ପିଟାଲ ନିର୍ମାଣ ହେଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଓ ଜିଲ୍ଲାଗୁଡ଼ିକରେ ମୋଟ ୩୫ଟି କୋଭିଡ୍ ହସ୍ପିଟାଲ୍ ତିଆରି ହେଉଛି । ୨୪ଟି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇ ସାରିଥିବା ବେଳେ ଆସନ୍ତା ୨୦ ତାରିଖ ମଧ୍ୟରେ ଅନ୍ୟ ୧୧ଟି ମେଡିକାଲ୍ କାର୍ଯ୍ୟକ୍ଷମ ହେବ । କେନ୍ଦୁଝର ଜିଲ୍ଲାର ଡୁବୁରୀ ସହିତ ତିନୋଟି କୋଭିଡ୍ ହସ୍ପିଟାଲକୁ ଟାଟା ନିଜ ଅର୍ଥରେ ପରିଚାଳନା କରୁଛି । ଟାଟାର ଏହି କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମହାପାତ୍ର ଟାଟାକୁ ଧନ୍ୟବାଦ ଜଣାଇଛନ୍ତି ।

ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ ଦ୍ୱାରା ସଂକ୍ରମଣ ରୋକିହେବ । ଅନ୍ୟ ସ୍ଥାନରେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଥିଲେ । ଏହାକୁ ଦେଖି ଆମେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛୁ । ସ୍ୱାସ୍ଥ୍ୟକର୍ମୀ ୧୪ ଦିନ କାମ କରିବେ, ୧୪ ଦିନ କ୍ୱାରେଣ୍ଟାଇନରେ ରହିବ । ଏଥିପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି । ଡାକ୍ତରଙ୍କ ରହିବା ଠାରୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରାଯାଇଛି ।  ଫଳରେ ଅନ୍ୟ ମେଡିକାଲ ଗୁଡ଼ିକରେ ରୋଗୀ ସେବା ସ୍ୱାଭାବିକ ରହିବ । ସଂକ୍ରମଣର ଭୟ ମଧ୍ୟ ରହିବ ନାହିଁ ବୋଲି କହିଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର ।

କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରର ୩ଟି କୋଭିଡ୍ ହସ୍ପିଟାଲ ବୁଲି ଦେଖିଲେ 5-ଟି ସଚିବ

ବାଲେଶ୍ୱର: ୩ ଜିଲ୍ଲାର କୋଭିଡ୍ ହସ୍ପିଟାଲ ପରିଦର୍ଶନରେ 5-ଟି ସଚିବ ଭି.କେ. ପାଣ୍ଡିଆନ୍‌ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ 5-ଟି ସଚିବ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଉଭୟ ପ୍ରଥମେ କେନ୍ଦୁଝର ଓ ପରେ ବାରିପଦା ଯାଇ କୋଭିଡ୍ ପରିଦର୍ଶନ କରିଥିବାବେଳେ ପରେ ବାଲେଶ୍ୱର ହସ୍ପିଟାଲ ବୁଲି ଦେଖିଥିଲେ ।

କେନ୍ଦୁଝର ସଦର ବ୍ଲକ ରାଙ୍କରେ ନିର୍ମାଣଧୀନ କୋଭିଡ୍ ହସ୍ପିଟାଲ ବୁଲି ଦେଖିଛନ୍ତି । ଏହି ସମୟରେ ହସ୍ପିଟାଲକୁ ଯାଇଥିବା ସବୁ ରାସ୍ତାକୁ ସିଲ କରାଯାଇଥିଲା । ସେହିପରି ମୟୂରଭଞ୍ଜ ବାରିପଦାର ବାଙ୍କିଶୋଳ କିସ୍‌ ପରିସରରେ ଗତକାଲି ଉଦଘାଟିତ ହୋଇଥିବା ଦୁଇ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଥିଲେ ମୁଖ୍ୟ ଶାସନ ସଚିବ ଓ 5-ଟି ସଚିବ ।

ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ଉଭୟ ହସ୍ପିଟାଲର ସ୍ଥିତି ସମୀକ୍ଷା ସହ ଡାକ୍ତର ଓ କର୍ମଚାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ସୀମାନ୍ତରେ ଲକଡାଉନକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମୟୂରଭଂଜ ଜିଲ୍ଲାପାଳ ଭିନିତ ଭରଦ୍ଵାଜ, ଏସପି ସ୍ମିଥ ପି. ପରମାର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରୂପଭାନୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ୨୦ଟି ଆଇସିୟୁ ସୁବିଧା ରହିଛି । 5-ଟି ସଚିବ ଓ ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ପାଇଁ ତିନି ହସପିଟାଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।

କରୋନା ସଂକ୍ରମଣର ୩୦ ଦିନ ପରେ କଣ ଅଛି ଓଡ଼ିଶାର ସ୍ଥିତି ? ଜାଣନ୍ତୁ…

ଭୁବନେଶ୍ୱର: ୩୦ ଦିନ, ୬୦ କେସ୍ । ଅର୍ଥାତ୍ ଦିନକୁ ହାରାହାରି ୨ଟି ସଂକ୍ରମଣ ମାମଲା । ଓଡ଼ିଶାରେ କରୋନା ସଂକ୍ରମଣକୁ ମାସେ ବିତିଛି । ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଯୋଗୁଁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି । ୧୫ ମାର୍ଚ୍ଚରେ ରାଜ୍ୟର ପ୍ରଥମ କରୋନା ପଜିଟିଭ୍ ମାମଲା ଆସିଥିଲା ରାଜଧାନୀରୁ । ଯାହା ପରେ ପୂରା ରାଜ୍ୟରେ ଆତଙ୍କ ଖେଳି ଯାଇଥିଲା । ତା ପରେ ଗୋଟିଏ ପରେ ଗୋଟିଏ ସଂକ୍ରମିତ ମାମଲା ଆସିବା ସହ ସୁସ୍ଥ ହେବାରେ ଲାଗିଥିଲେ ଆକ୍ରାନ୍ତ । ମାସକ ମଧ୍ୟରେ ରାଜ୍ୟରେ ୬୦ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧୯ ଜଣ ସୁସ୍ଥ ହୋଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଛି ।

୩୦ ଦିନ, ୬୦ କେସ୍

ଦେଶରେ ଅନ୍ୟ ରାଜ୍ୟ ଅପେକ୍ଷା ରାଜ୍ୟରେ ସଂକ୍ରମିତ ହାର୍ ବହୁତ କମ୍ ରହିଛି । ମାସକ ମଧ୍ୟରେ ରାଜ୍ୟରେ ୬୦ଟି ସଂକ୍ରମଣ କେସ୍ ଚିହ୍ନଟ ହୋଇଛି । ସର୍ବାଧିକ ୪୬ ଜଣ ଆକ୍ରାନ୍ତ ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟରେ ରହିଛି ଭଦ୍ରକ । ଏଠାରେ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ପଶ୍ଚିମବଙ୍ଗ ମେଦିନାପୁରର ଜଣେ ଆକ୍ରାନ୍ତ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ।

ନଜର ପକାନ୍ତୁ ରାଜ୍ୟର କେଉଁ ଜିଲ୍ଲାରେ କେତେ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଜିଲ୍ଲା ଆକ୍ରାନ୍ତ ସୁସ୍ଥ ମୃତ
ଖୋର୍ଦ୍ଧା ୧୨ ୦୧
ଭଦ୍ରକ ୦୩ ୦୨ ୦୦
କଳାହାଣ୍ଡି ୦୨ ୦୦
ସୁନ୍ଦରଗଡ଼ ୦୨ ୦୦
କେନ୍ଦ୍ରାପଡ଼ା ୦୨ ୦୦ ୦୦
କଟକ ୦୧ ୦୧ ୦୦
ଯାଜପୁର ୦୧ ୦୦
ପୁରୀ ୦୧ ୦୧ ୦୦
ଢେଙ୍କାନାଳ ୦୧ ୦୦ ୦୦
ମୋଟ ୫୪ ୧୯ ୦୧

ଭଲ ଖବର: ସୁସ୍ଥ ହାର୍ ଅଧିକ

ଓଡ଼ିଶା ପାଇଁ ଆଶ୍ୱସ୍ତିର ବିଷୟ ହେଉଛି ଏଠାରେ ସୁସ୍ଥ ହାର୍ ଅନ୍ୟ ରାଜ୍ୟ ଅପେକ୍ଷା ଅଧିକ ରହିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିବା ବେଳେ ସଂକ୍ରମିତ ଖୁବଶୀଘ୍ର ସୁସ୍ଥ ହେଉଛନ୍ତି । ଏଯାବତ୍ ରାଜ୍ୟରେ ୬୦ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୯ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

୩୦ ଦିନରେ ଜଣେ ମୃତ

କରୋନା ସଂକ୍ରମିତଙ୍କ ମୃତ୍ୟୁ ହାର୍ ଓଡ଼ିଶାରେ ଉଦବେଗ୍ ଜନକ ନୁହେଁ । ରାଜ୍ୟରେ କେବଳ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ବୟସ ୭୨ ବର୍ଷ । ସେ ଏକାଧିକ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ ।

କରୋନା ମୁକାବିଲାରେ ଦେଶ ପାଇଁ ଓଡ଼ିଶା ରୋଲ୍ ମଡେଲ

ମହାମାରୀ କରୋନା ସଂକ୍ରମଣକୁ ନେଇ କଣ କରିବେ ସମସ୍ତେ ଏକଥା ଭାବୁଥିବା ବେଳେ ଓଡ଼ିଶା ପଦକ୍ଷେପ ନେବା ଆରମ୍ଭ କରିଥିଲା । ରାଜ୍ୟରେ ଜଣେ ବିଦେଶ ଫେରନ୍ତା ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ପରେ ସରକାର ବିଦେଶ ଫେରନ୍ତାଙ୍କ ପାଇଁ ସ୍ୱତନ୍ତ୍ର ୱେବସାଇଟ୍ ଖୋଲି ପଞ୍ଜିକରଣ କରିବାକୁ ବାଧ୍ୟ କରିଥିଲେ । ମାର୍ଚ୍ଚ ୧୭ ତାରିଖରେ ସରକାର ପ୍ରତି ପଞ୍ଚାୟତରେ ଆଇସୋଲେସନ୍ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ।

ଏପିରିକି ୪ ମାସର ଭତ୍ତା ଓ ୩ ମାସର ପିଡିଏସ୍ ସାମଗ୍ରୀ ଆଗୁଆ ପ୍ରଦାନ ପାଇଁ ସରକାର ନିଷ୍ପତ୍ତି ନେବା ସହ ବଣ୍ଟନ ଆରମ୍ଭ କରିଥିଲେ । ସମ୍ଭାବ୍ୟ ସଂକ୍ରମଣ ରୋକିବାକୁ ଏପ୍ରିଲ୍ ୨୦ରୁ ରାଜ୍ୟର ସମସ୍ତ ଧାର୍ମିକ ସ୍ଥଳୀକୁ ସର୍ବସାଧାରଣଙ୍କ ପ୍ରବେଶ ବନ୍ଦ କରାଯାଇଥିଲା । ଗ୍ରୁପ୍ ‘ସି’ ଓ ଗ୍ରୁପ୍ ‘ଡି’ ସରକାରୀ କର୍ମଚାରୀଙ୍କୁ ଅଫିସ୍ ଆସିବାକୁ ମନା କରାଯାଇଥିଲା ।

ମାର୍ଚ୍ଚ ୨୧ରେ ୫ ଜିଲ୍ଲା ଓ ୮ ସହରକୁ ରାଜ୍ୟ ସରକାର ଲକଡାଉନ୍ ଘୋଷଣା କରିଥିଲେ । ୨୨ ତାରିଖରେ ବାହାର ରାଜ୍ୟକୁ ବସ୍ ଚଳାଚଳ ବନ୍ଦ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ୨୩ ତାରିଖରେ ୧୪ଟି ଜିଲ୍ଲାକୁ ଲକଡାଉନ୍ ସମ୍ପ୍ରସାରଣ ହୋଇଥିଲା । ୨୪ରେ ସମ୍ପୂର୍ଣ୍ଣ ରାଜ୍ୟକୁ ଲକଡାଉନ୍ ଘୋଷଣା କରିଥିଲେ ସରକାର । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଜାତୀୟ ସ୍ତରରେ ଲକଡାଉନ୍ ଲାଗୁ ହୋଇଥିଲା ।

 

ମାର୍ଚ୍ଚ ୨୬ରେ ସରକାର ରାଜ୍ୟରେ କୋଭିଡ୍ ହସ୍ପିଟାଲ ପାଇଁ ପଦକ୍ଷେପ ନେଇଥିଲେ । ଏଥିରୁ ଅଧିକାଂଶ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମସ୍ତ ୨୪ଟି ମେଡିକାଲ୍ କାର୍ଯ୍ୟକ୍ଷମ ହେବ । ସବୁ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ୍ ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ୨୨ ଶହ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ।

ବ୍ୟାଙ୍କ ଉପରେ ନିର୍ଭର କରେ ଆପଣ ତିନି ମାସ ପାଇଁ EMI ଦେବେ କି ନାହିଁ ,କାହିଁକି ଜାଣନ୍ତୁ

ଡ୍ରୋନକୁ ଖୋଜୁଛି ଡ୍ରୋନ୍ ! କରୋନା ହଟସ୍ପଟ ଅଞ୍ଚଳ ଉପରେ ନଜର ରଖୁଥିବା ଡ୍ରୋନ୍ ନିଖୋଜ

ନୋଏ଼଼ଡା: ଉତ୍ତରପ୍ରଦେଶ ନୋଏଡାରେ କରୋନା ହଟ୍‌ସ୍ପଟ ଅଞ୍ଚଳକୁ ନଜର ରଖିଥିବା ପୋଲିସର ଏକ ଡ୍ରୋନ୍‌ ହଠାତ୍‌ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ଏହି ଡ୍ରୋନ୍‌କୁ ଏକ ସୋସାଇଟି ଉପରେ ନଜର ରଖିବାକୁ ଲଗାଯାଇଥିଲା। ହେଲେ ୪ରୁ ୫ ଦିନ ହେବ ହଠାତ୍‌ ଡ୍ରୋନ୍‌ ନିଖୋଜ ହୋଇଯାଇଥିବା ବେଳେ ଉତ୍ତରପ୍ରଦେଶ ପୋଲିସ ଏହାକୁ ଖୋଜିବା ପାଇଁ ଉଦ୍ୟମ ଚଳାଇଛି। ଏଥିପାଇଁ ଏହି କାର୍ଯ୍ୟରେ ଆଉ ଏକ ଡ୍ରୋନ୍‌ ଲଗାଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ୧୫ଟି ଜିଲାକୁ ହଟ୍‌ସ୍ପଟ ଅଞ୍ଚଳ ଘୋଷଣା କରାଯାଇଛି। ଏଥିସହ ନଏଡାରେ ୨୭ଟି ଅଞ୍ଚଳକୁ ସିଲ୍‌ କରାଯାଇଛି। ଏହି କ୍ରମରେ ନଏଡା ସେକ୍ଟର-୭୫ ସ୍ଥିତ ସୁପରଟେକ କେପଟାଉନ୍‌ ସୋସାଇଟିକୁ ହଟ୍‌ସ୍ପଟ ଘୋଷଣା କରାଯାଇଥିଲା। ଏହି ସୋସାଇଟି ଉପରେ ନଜର ରଖିବା ପାଇଁ ପୋଲିସ ୪ରୁ ୫ ଦିନ ପୂର୍ବରୁ ଏକ ଡ୍ରୋନ୍‌କୁ ନିୟୋଜିତ କରିଥିଲା। କିଛି ସମୟ ପର୍ଯ୍ୟନ୍ତ ସୋସାଇଟିର ସମସ୍ତ ଭିଡିଓ ରେକର୍ଡ ହୋଇଥିବା ବେଳେ ହଠାତ୍‌ ଅପରେଟର ସହ ଡ୍ରୋନ୍‌ର ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା। ଡ୍ରୋନ୍‌ ସହ ସମ୍ପର୍କ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ହୋଇପାରି ନ ଥିଲା।