କରୋନା ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିଲା ଆଇପିଏଲ

1 min read

କ୍ରିକେଟ ପଡିଆ ଉପରେ କରୋନା ପ୍ରଭାବ । ଅନିଶ୍ଚିତତା ଭିତରେ ଆଇପିଏଲ । ନିରାଶ କ୍ରେକଟ ପ୍ରେମୀ । କରୋନା ପାଇଁ ସାରା ଦେଶରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍‌ । ଏହାକୁ ଦୃଷ୍ଟିରେ ରଖି ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ବା ଆଇପିଏଲର ସିଜିନ୍‌-13 । ଏ ନେଇ ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ଏଥର ଆଇପିଏଲ କେବେ ହେବ ସେ ସଂପର୍କରେ ବିସିସିଆଇ କୈାଣସି ସୂଚନା ଦେଇନାହିଁ । ମାର୍ଚ୍ଚ ୨୯ରେ ଆରମ୍ଭ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟକୁ ପ୍ରଥମେ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଘୂଞ୍ଚାଯାଇଥିଲା । ତେବେ ଆଜି ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି ।

ଏ ସଂପର୍କରେ ଷ୍ଟେକ ହୋଲଡର, ସ୍ପନସର, ଲିଗ୍‌ ମେମ୍ବର, କ୍ରୀଡା ମନ୍ତ୍ର।ଳୟ ପ୍ରଭୃତି ସମସ୍ତଙ୍କୁ ସୂଚନା ଦିଆଯାଇଛି । ଆଇପିଏଲ୍‌ ବନ୍ଦ ହେବା ପରେ ପ୍ରାୟ ୫୦ ହଜାର କୋଟି ଟଙ୍କାର କ୍ଷତି ସହିବ ବିସିସିଆଇ । ଆଇପିଏଲ ସ୍ଥଗିତ ହେବା ପରେ କ୍ରିକେଟପ୍ରେମୀ ନିରାଶ ହୋଇଛନ୍ତି । ଏବେ କାହାରି କଣ୍ଟ୍ରାକ୍ଟ ବାତିଲ କରାଯିବ ନାହିଁ ଏବଂ କରୋନାର ପ୍ରକୋପ କମିବା ପରେ ନୂଆ ମ୍ୟାଚ୍‌ ସୂଚୀ ସଂକ୍ରାନ୍ତରେ ବୋର୍ଡର ବୈଠକ ବସି ନିଷ୍ପତ୍ତି ହେବ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସଂପାଦକ ଜୟ ଶାହା ଅନ୍ୟ ସଦସ୍ୟଙ୍କ ସହ ଭିଡିଓ କନଫେରେନ୍ସରେ ଆଲୋଚନା କରିଥିଲେ ।

ବିସିସିଆଇ ଲଗାତର ସ୍ୱାସ୍ଥ୍ୟ ମନ୍ତ୍ର।ଳୟର ନିର୍ଦ୍ଦେଶନାମା, ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ ଏବଂ ଖେଳାଳିଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି ।  ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିଙ୍କୁ ବିସିସିଆଇ ପକ୍ଷରୁ ୫୧ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ସାରା ବିଶ୍ୱ କରୋନା ପ୍ରଭାବରେ କବଳିତ ଥିବାରୁ ଏହାକୁ ବାଧ୍ୟ ହୋଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ ।

Leave a Reply