ଓଡ଼ିଶାରେ ଝାଡଖଣ୍ଡୀ ଯୁବକଙ୍କ ଉନ୍ମତକାଣ୍ଡ,ମହିଳା ପୋଲିସଙ୍କ ଉପରେ ଆକ୍ରମଣ

1 min read

କରଞ୍ଜିଆ: ଅମାନୀଆ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ନିୟମ ଉଲଂଘନ କରି ପୋଲିସକୁ ଆକ୍ରମଣ କଲେ କିଛି ଅମାନିଆ ଯୁବକ । ଲୋକଙ୍କ ସୁରକ୍ଷା ପାଇଁ ରାସ୍ତାରେ ଅହରହ ଜଗି ବସୁଥିବା ଏହି ଯୋଦ୍ଧାଙ୍କ ଉପରକୁ ଆକ୍ରମଣ । ଲକଡାଉନ୍‌ ବେଳେ କର୍ତ୍ତବ୍ୟରତ ପୋଲିସ ଉପରେ ଆକ୍ରମଣ କରାଛନ୍ତି କିଛି ଯୁବକ । ସୂଚନା ଅନୁସାରେ ଓଡ଼ିଶା ପୋଲିସ ଉପରେ ଝାଡ଼ଖଣ୍ଡର କିଛି ଯୁବକ ଆକ୍ରମଣ କରିଛନ୍ତି ।

ତେବେ ଆକ୍ରମଣରେ ଜଣେ ମହିଳା କନେଷ୍ଟବଳ ଓ ଦୁଇଜଣ ହୋମଗାର୍ଡ ଆହତ ହୋଇଛନ୍ତି । ଓଡ଼ିଶା- ଝାଡ଼ଖଣ୍ଡ ସୀମାନ୍ତ ବେନିସାଗର ଛକରେ ଏହି ଘଟଣା ଘଟିଛି । ଲକଡାଉନ୍‌ ପାଇଁ ଓଡ଼ିଶା ପୋଲିସ୍‌ ଏଠାରେ ସୀମା ସିଲ୍‌ କରିଥିଲା । ଝାଡ଼ଖଣ୍ଡର ଦୁଇଜଣ ଯୁବକ ଔଷଧ ନେବା ପାଇଁ ଓଡ଼ିଶାରେ ପ୍ରବେଶ କରିବା ସମୟରେ ପୋଲିସ ସହିତ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା ।

ପରେ ସଂପୃକ୍ତ ଦୁଇ ଯୁବକ ଝାଡ଼ଖଣ୍ଡ ଫେରିଯାଇଥିଲେ ଓ ଆଉ କିଛି ଯୁବକଙ୍କ ସହ ଆସି ଗଣ୍ଡଗୋଳ କରିଥିଲେ । ସେଠାରେ ଲଗାଯାଇଥିବା ସୂଚନା ବୋର୍ଡ, ବାଉଁଶ ଫାଟକ ଓ ପୋଲିସ ବ୍ୟବହାର କରୁଥିବା ଚେୟାର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଝାଡ଼ଖଣ୍ଡ ଯୁବକଙ୍କ ଆକ୍ରମଣରେ ଓଡ଼ିଶା ପୋଲିସର ଜଣେ ମହିଳା କନେଷ୍ଟବଳ ଓ ଦୁଇଜଣ ହୋମଗାର୍ଡ ଆହତ ହୋଇଛନ୍ତି ।

Leave a Reply