spot_img
Home Blog Page 7359

ରାଜ୍ୟ ପାଳୁଛି ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧ ଦିବସ

ଭୁବନେଶ୍ୱର: ଆଜି ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧ ଦିବସ । ରାଜ୍ୟବ୍ୟାପୀ ଏହା ପାଳନ କରାଯାଉଛି; କିନ୍ତୁ ନିରାଡ଼ମ୍ବର ଭାବରେ । ସଭାସମିତି ନକରି, ସାମାଜିକ ଦୂରତା ରଖି ନିଜ ଘରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଦଳୀୟ ନେତା ଓ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଦେଶ ତଥା ଓଡ଼ଆ ଜାତି ପାଇଁ ବିଜୁବାବୁଙ୍କ ତ୍ୟାଗପୂର୍ତ୍ତ ଜୀବନୀ ସଂପର୍କରେ ପରିବାର ସହ ଆଲୋଚନା କରିବାକୁ ମଧ୍ୟ କହିଛନ୍ତି ନବୀନ ।  ସେପଟେ ବିଜେଡି ପକ୍ଷରୁ ଆୟୋଜନ କରାଯାଉଥିବା ସମାଜସେବା କାର୍ଯ୍ୟକ୍ରମ ‘ଜୀବନବିନ୍ଦୁ’ ଜାରି ରହିଛି । ୧୯୯୭ ମସିହା  ଏପ୍ରିଲ’ ୧୭ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କର ପରଲୋକ ହୋଇଥିଲା ।

ରୋଗ ଯନ୍ତ୍ରଣାରୁ ମୁକ୍ତି ମିଳିବ, ଋଣ ସମସ୍ୟାର ସମାଧାନ ହେବ

ମେଷ

ଅଶ୍ୱିନୀ ନକ୍ଷତ୍ର-ଚାକିରୀ ସମସ୍ୟା ଦୁର ହେବ, ବ୍ୟବସାୟ ପାଇଁ ଯୋଜନା କରିବେ

ଦ୍ୱିଜା ନକ୍ଷତ୍ର-ଦୁଃଶ୍ଚିନ୍ତା ଦୁର ହେବ, ସମ୍ମାନ ପାଇବେ

କୃତ୍ତିକା ନକ୍ଷତ୍ର- ମାନହାନି ଘଟିବ, କୋର୍ଟକଚେରୀ ସମସ୍ୟା ଦେଖାଦେବ

ମା’ଲକ୍ଷ୍ମୀଙ୍କୁ ୩ଟି ପଦ୍ମଫୁଲରେ ପୂଜା କରନ୍ତୁ

ବୃଷ

କୃତ୍ତିକା ନକ୍ଷତ୍ର-ମାଙ୍ଗଳିକ କାମ ପାଇଁ ଯୋଜନା କରିବେ

ରୋହିଣୀ ନକ୍ଷତ୍ର-ଅଧୁରା କାମକୁ  ପୂରା କରିବେ, ସମ୍ମାନ ବଢିବ

ମଗଶିରା -ପ୍ରତି କାମରେ ବାଧା ରହିବ, ଅର୍ଥ ସମସ୍ୟା ରହିବ

ଶ୍ରୀବିଷ୍ଣୁଙ୍କୁ ପୂଜା କରନ୍ତୁ ସମସ୍ୟା ଦୂରେଇ ଯିବ

ମିଥୁନ

ମୃଗଶିରା ନକ୍ଷତ୍ର-ରୋଗ ଯନ୍ତ୍ରଣାରୁ ମୁକ୍ତି ମିଳିବ, ଋଣ ସମସ୍ୟାର ସମାଧାନ ହେବ

ଆଦ୍ରା ନକ୍ଷତ୍ର- ଆର୍ଥିକ ସହାୟତା ମିଳିବ, ଶରୀର ସୁସ୍ଥ ରହିବ

ପୁନର୍ବସୁ ନକ୍ଷତ୍ର-ମାନସିକ ଅଶାନ୍ତି ରହିବ,ଦୁର୍ଘଟଣାର ଯୋଗ ରହିଛି

ଘରେ ଅନ୍ନରେ କିଛି ଘିଅ ମିଶାଇ ଖାଆନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର-ଧନ ଲାଭର ଯୋଗ ରହିଛି, ପ୍ରେମ ସଂପର୍କ ଠିକ୍‌ ରହିବ

ପୁଷ୍ୟ।- ଅବିବାହିତ ମାନଙ୍କ ପାଇଁ ପ୍ରସ୍ତାବ ଆସିପାରେ

ଅଶ୍ଳୀଷା-ଶତବାଧା ଦେଖାଦେବ, ବେପାରରେ ସମସ୍ୟା

ମା’ଲକ୍ଷ୍ମୀଙ୍କୁ  ଗୋଲାପ ଫୁଲରେ ପୂଜା କରନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର-ଶତ୍ରୁମାନେ ବନ୍ଧୁଙ୍କ ପରି ଆଚରଣ କରିବେ,ପୂର୍ବରୁ ଲାଗିଥିବା ଶତ୍ରୁତାର ସମାଧାନ ହେବ

ପୂବାଫାଲଗୁନି-ଅସମ୍ଭବ କାମ ସବୁ ସମ୍ଭବ ହେବ, ଚାକିରୀ ସମସ୍ୟା ଦୂରେଇ ଯିବ

ଉତ୍ତରାଫାଲଗୁନି-ଯାହା ବି କିଛି କରିବେ ସେଥିରେ ବାଧା ଆସିବ

ମା’ଲକ୍ଷ୍ମୀଙ୍କୁ ଖେଚେଡି ଭୋଗ ଅର୍ପଣ କରନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନି -ମହିଳାମାନଙ୍କ ପାଇଁ ଦିନଟି ଭଲରେ କଟିବ

ହସ୍ତା ନକ୍ଷତ୍ର-ଦୁର ଭ୍ରମଣର ଯୋଗ ରହିଛି, ସୁସମ୍ବାଦ ପାଇବେ

ଚିତ୍ରା ନକ୍ଷତ୍ର-ଚାକିରୀରେ ସମସ୍ୟା ହୋଇପାରେ, କୈାଣସି କାମ ଆଗେଇବ ନାହିଁ

ଶ୍ରୀବିଷ୍ଣୁଙ୍କୁ ପୂଜା କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର-କିଛି ଆର୍ଥିକ ସାହାଯ୍ୟ ପାଇବେ, ଘରେ ସୁଖ, ଶାନ୍ତି ପାଇବେ

ସ୍ୱାତୀ ନକ୍ଷତ୍ର-କେହି ଜଣେ ଆପଣଙ୍କୁ ସାହାଯ୍ୟ କରିପାରନ୍ତି

ବିଶାଖା ନକ୍ଷତ୍ର-ଦୁର୍ଘଟଣା ଘଟିପାରେ,ବନ୍ଧୁ ବିବାଦ ଦେଖାଦେବ

ମହାଦେବଙ୍କୁ ରକ୍ତ ଚନ୍ଦନରେ  ପୂଜା କରନ୍ତୁ, ମନୋସ୍କାମନା ପୂରଣ ହେବ

ବିଛା ରାଶି

ବିଶାଖା ନକ୍ଷତ୍ର-ବେପାରରେ ସଫଳତା ପାଇବେ, ଆର୍ଥିକ ଲାଭ ହେବ

ଅନୁରାଧା ନକ୍ଷତ୍ର-ନିଜର ଧୈଯ୍ୟ ଯୋଗୁ କାମରେ ସଫଳତା ପାଇବେ

ଜ୍ୟୋଷ୍ଠା ନକ୍ଷତ୍ର-ଝଗଡା ଭିତରେ ଦିନଟି କଟିବ, ଅଧାରେ ସବୁ କାମ ଅଟକି ଯିବ

ଶ୍ରୀହନୁମାନଙ୍କୁ ଗୋଗୁଳ ଧୂପ ଦେଇ ପୂଜା କରନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର-ମାନ,ସମ୍ମାନ ବଢିବ, ଘରେ ଶାନ୍ତି ରହିବ

ପୂବାଷାଢା-ମାଙ୍ଗଳିକ କାମରେ ଯ଼ୋଗଦାନ ସହିତ ବେପାରରେ ଲାଭ  ପାଇବେ

ଉତ୍ତରାଷାଢା-କୈାଣସି କାମ ବି ସଫଳ ହେବ ନାହିଁ, ଅର୍ଥ ଚିନ୍ତା ଲାଗି ରହିବ

ମା’ଲକ୍ଷ୍ମୀଙ୍କୁ ନିଷ୍ଠାର ସହିତ ପୂଜା କରନ୍ତୁ

ମକର ରାଶି

ଉତ୍ତରାଷାଢା-ମାଙ୍ଗଳିକ କାମ ହେବ,ନୂଆ କିଛି କରିବା ପାଇଁ ଯୋଜନା କରିବେ

ଶ୍ରବଣା-ରାଜନୀତିରେ ସଫଳ ହେବେ, ମାନ ସମ୍ମାନ ବଢିବ

ଧନିଷ୍ଠା ନକ୍ଷତ୍ର-ମାନସିକ ଦୁଃଶ୍ଚିନ୍ତା ଓ ଅର୍ଥ ଚିନ୍ତା ଲାଗି ରହିବ

ମହାଦେବଙ୍କୁ ଅପରାଜିତା ଫୁଲରେ ପୂଜା କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ଦୁରଯାତ୍ରା ପାଇଁ କିଛି ଖବର ପାଇପାରନ୍ତି, ସରକାରୀ ଅର୍ଥ ମିଳିବ

ଶତଭିଷା ନକ୍ଷତ୍ର-କର୍ମନିଯୁକ୍ତିର ଯୋଗ ରହିଛି, ଇଛା ଯାହା ବି କରିଥିବେ ତାହା ପୂରଣ ହେବ

ପୂର୍ବଭାଦ୍ର-କାଯ୍ୟରେ ବାଧା ଆସିବ, ଅଶୁଭ ସମାଚାର ପାଇବେ

ଶନିଦେବଙ୍କୁ ମନ୍ଦାର ଫୁଲରେ ପୂଜା କରନ୍ତୁ

ମୀନ ରାଶି

ପୂର୍ବଭାଦ୍ର-ଚାକିରୀରେ ସଫଳତା ପାଇବେ, ପ୍ରମୋଶନ ବି ପାଇପାରନ୍ତି

ଉତ୍ତରଭାଦ୍ର-ବିବାହ ଭଳି ଶୁଭ କାର୍ଯ୍ୟ ପାଇଁ କିଛି ଯୋଜନା କରିବେ

ରେବତୀ-ଚାକିରି ଓ ଋଣରେ ସମସ୍ୟା ଆସିପାରେ

ଦେବୀ ଦୁର୍ଗାଙ୍କୁ ପୂଜା କରନ୍ତୁ

                                                                                                   ଜ୍ୟୋତିର୍ବିଦ ବିପିନ୍‌ କୁମାର ରାଉତରାୟ

                                                                                                       ଯୋଗାଯୋଗ-9937343533

କରୋନା ଲକଡାଉନ୍: ଇଟାଲୀରେ ବାଲକୋନିରୁ ୱାଇନ୍ ପାର୍ଟି, ଭାଇରାଲ ହେଲା ଭିଡିଓ

(ସ୍ମୃତିଲଗ୍ନା ନନ୍ଦ) ଇଟାଲୀ ଦିନେ ବିଶ୍ୱର ଖୁସୀ ବାସିଆ ଦେଶଙ୍କ ତାଲିକାରେ ୩୬ ନମ୍ବରରେ ଥିଲା । ବିଶ୍ୱର ୧୯୫ ଦେଶ ଭିତରେ ଖୁସିବାସିଆ ଦେଶ ତାଲିକାର ୩୬ ନମ୍ବରରେ ରହିବା କିଛି ଛୋଟକଥା ନୁହଁ । କିନ୍ତୁ କରୋନା ସବୁକିଛି ବଦଳାଇ ଦେଇଛି । ଯେଉଁ ଦେଶର ଲୋକ ଦିନେ ନିଜ ହସ,ନିଜ ନାଚ ଓ ଗୀତ ପାଇଁ ପ୍ରସିଦ୍ଧ ଥିଲେ ଏବେ ସେମାନେ ଜିଉଁଛନ୍ତି ଡରି ଡରି । ମୃତ୍ୟୁ ସେଠିକି ଆସିଛି କରୋନା ରୂପରେ । ହଜାର ହଜାର ଲୋକଙ୍କ ଶବ ଦେଖି ସତେ ଯେମିତି ଇଟାଲୀ ପଥର ପାଲଟି ଯାଇଛି ।

କରୋନା ବିପତ୍ତି ଏବେ ଇଟାଲୀବାସିନ୍ଦାଙ୍କୁ ପ୍ରଭାବିତ କରିଛି । ସ୍ୱାଭାବିକ  ନାହିଁ ଜୀବନ ଯାତ୍ରା । ଲକଡ଼ାଉନର କଟକଣା ସହ ରକ୍ଷା ହେଉଛି ସାମାଜିକ ଦୂରତା । ଏ ଦେଶରେ ୨୦ଲକ୍ଷ ୭୨ହଜାର ଲୋକ କରୋନା ଆକ୍ରାନ୍ତ ହୋଇ ସାରିଥିବା ବେଳେ ମୃତ୍ୟୁସଂଖ୍ୟା ବଢିଯାଇଛି ।

https://www.facebook.com/nandighoshatv/videos/273920736955872/

ତଥାପି ମୃତ୍ୟୁର କଳାଛାୟା ଭିତରେ ବି ଜୀବନକୁ ଉପଭୋଗ କରିବାକୁ ଭୁଲିନାହାନ୍ତି ଇଟାଲୀ ନାଗରିକ । କରୋନା ଇଟାଲୀ ନାଗରିକଙ୍କୁ ଘରେ ଲକଡାଉନ୍ ଭିତରେ ରହିବାକୁ ବାଧ୍ୟ କରିଛି । କିନ୍ତୁ, ସେମାନଙ୍କ ମନୋବଳକୁ ଭାଙ୍ଗିପାରିନି । ଇଟାଲୀବାସୀ ମୃତ୍ୟୁକୁ ଆଙ୍ଗୁଠି ଦେଖାଉଛନ୍ତି । ଯାହାର ଉଦାହରଣ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଲକଡାଉନ୍ ଭିତରେ ବି ୱାଇନ୍ ପାର୍ଟି

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଇଟାଲୀର କୌଣସି ଏକ ସ୍ଥାନର ବାସିନ୍ଦା ନିଜ ନିଜ ବାଲକୋନୀରେ ଛିଡ଼ା ହୋଇ କରୁଛନ୍ତି ୱାଇନ୍ ପାର୍ଟି । ତେବେ, ସେମାନେ ଏହି ପାର୍ଟି କରିବାକୁ ସାମାଜିକ ଦୂରତା ନିୟମକୁ ଭାଙ୍ଗି ନାହାନ୍ତି ପରସ୍ପର ସହ କଥା ହେବା, ସୁଖଦୁଃଖ ବାଣ୍ଟିବା ଏମାନଙ୍କର ସବୁଦିନିଆ ଅଭ୍ୟାସ । ଲକଡ଼ାଉନର ଲକ୍ଷ୍ମଣ ରେଖା ଚୋରି କରିପାରିନି ଏମାନଙ୍କ ଓଠରେ ହସ । ଇରାଲିଆନଙ୍କର ଏ ଖୁସି ହେବାର ଅନ୍ଦାଜକୁ ଫେସବୁକରେ ପୋଷ୍ଟ କରିଥିଲେ ମୌର ରିକିଗ୍ଲାନୋ ଯାହା ସୋସିଆଲ ମିଡିଆରେ ଭାଇରାଲ ହେବା ସହ ବର୍ତ୍ତମାନ ସୁଦ୍ଧା ୭ ମିଲିଅନ ଭିୟୁ ହାସଲ କରିପାରିଛି । ୨ ଲକ୍ଷ ୯୫ ହଜାର ବ୍ୟାକ୍ତି ଏହାକୁ ସେୟାର କରିଛନ୍ତି ।

ଏପ୍ରିଲ୍ ମାସର ବିଦ୍ୟୁତ୍ ବିଲରେ ସେସୁ ଦେବ ରିହାତି

ଭୁବନେଶ୍ୱର: ସଂଘର୍ଷ ସମୟରେ ଜାରି ରହିଛି ବିଦ୍ୟୁତ୍ ସେବା । ସେସୁ ପ୍ରାୟ ୨୭ ଲକ୍ଷ ପରିବାର ସହ ବିଭିନ୍ନ ସରକାରୀ ଓ ବାଣିଜ୍ୟିକ ଅନୁଷ୍ଠାନକୁ ସେବା ଯୋଗାଉଛି । କରୋନା ପାଇଁ ସାମାଜିକ ଦୂରତା ରକ୍ଷା ଜରୁରୀ ହୋଇ ପଡ଼ିଛି । ଫଳରେ ସେସୁ ମିଟର ରିଡିଂ, ବିଲିଂ ଓ ଦେୟ ଆଦାୟ କରିପାରୁନାହିଁ । ଏଥିପାଇଁ ସେସୁ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି ।

ବିଲିଂ ତଥ୍ୟ ମେସେଜ୍ ଓ ଇମେଲ୍ ମାଧ୍ୟମରେ ଗ୍ରାହକଙ୍କୁ ଦିଆଯିବା ସହ କଲ ସେଣ୍ଟର ମାଧ୍ୟମରେ ସୂଚନା ଦିଆଯାଉଛି । ଗ୍ରାହକ ଅନଲାଇନରେ ପେ ଟିଏମ୍, ଏୟାରଟେଲ୍ ସହ ଡେବିଟ ଓ କ୍ରେଡିଟ କାର୍ଡ ମାଧ୍ୟମରେ ଦେୟ ପ୍ରଦାନ କରିପାରିବେ । ଶେଷ ଥର ବିଲ୍ ହିସାବରେ ବିଲ୍ ତିଆରି କରାଯାଇ ପରେ ଆଡଜଷ୍ଟ କରାଯିବ । ବିଭିନ୍ନ ଅଫିସରେ ସେସୁ ପକ୍ଷରୁ ଚେକ୍ ବକ୍ସ ବସାଯାଇଛି ।

ଏଥିସହ ସେସୁ ବିଦ୍ୟୁତ୍ ବିଲରେ ୪ ପ୍ରତିଶତ ରିହାତି ଦେବାକୁ ଘୋଷଣା କରିଛି । ଯେଉଁ ଗ୍ରାହକ ଏପ୍ରିଲ ମାସର ବିଲ୍ ଚଳିତ ମାସରେ ପେମେଣ୍ଟ କରିବେ ତାଙ୍କୁ ଏହି ରିହାତି ମିଳିବ । ମାର୍ଚ୍ଚ ୨୨ରୁ ୩୧ ମଧ୍ୟରେ ବିଲ୍ ଦେଇପାରି ନଥିବା ଗ୍ରାହକଙ୍କୁ ମଧ୍ୟ ରିହାତି ମିଳିବ । ବର୍ତ୍ତମାନ ମିଳୁଥିବା ରିହାତି ବାଦ୍ ୪ ପ୍ରତିଶତର ସ୍ୱତନ୍ତ୍ର ରିହାତି ପାଇବେ ଗ୍ରାହକ ।

ଲକଡାଉନରେ ଘରେ ମଦ ଡେଲିଭରୀ କରୁଛି କୁକୁର

ଓ୍ବାଶିଂଟନ୍‌: କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଏହାକୁ ରୋକିବା ପାଇଁ ଅଧିକାଂଶ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିରୁ ମଧ୍ୟ ବାଦ୍‌ ପଡ଼ିନି ଆମେରିକା। ଏଠାରେ ମଧ୍ୟ ଲକ୍‌ଡାଉନ୍‌ ଜାରି ହୋଇଛି। ଏଭଳି ପରିସ୍ଥିତିରେ ଲୋକମାନେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରୁଛନ୍ତି। ଆମେରିକାର ମେରିଲ୍ୟାଣ୍ଡର ଏକ ମଦ ଦୋକାନ ସାମାଜିକ ଦୂରତାର ସମସ୍ତ ନିୟମ ଅନୁସରଣ କରି ଗ୍ରାହକଙ୍କୁ ମଦ ବିତରଣ କରିବାର ଏକ ନୂତନ ଉପାୟ ଅବଲମ୍ବନ କରୁଛି।

ବାସ୍ତବରେ, ଏକ କୁକୁର କ୍ୱାରାଣ୍ଟାଇନ୍‌ ସମୟରେ ଲୋକମାନଙ୍କୁ ମଦ ପରିବହନ କରୁଛି। ସୋଡା ନାମକ ଏହି କୁକୁରକୁ ମଦ ଦୋକାନରେ ସାହାଯ୍ୟ କରିବା ପାଇଁ ରଖାଯାଇଛି। କୁକୁର ମାଧ୍ୟମରେ ଗ୍ରାହକଙ୍କ ନିକଟରେ ମଦ ସହଜରେ ପହଞ୍ଚିପାରୁଛି। ‘ଷ୍ଟୋନ୍‌ ଅର୍ବାନ ଓ୍ବାଇନାରୀ’ ପକ୍ଷରୁ ନିଜର ଫେସ୍‌ବୁକ୍‌ ପେଜ୍‌ରେ କୁକୁରର ଫଟୋ ଏବଂ ଭିଡିଓଗୁଡ଼ିକୁ ଶେୟାର କରାଯାଇଛି। ଯାହାକୁ ଲୋକେ ବେଶ୍‌ ପସନ୍ଦ କରିଛନ୍ତି।

ଲୋକଙ୍କ ନିକଟରେ ମଦ ପହଞ୍ଚାଇବା ଲାଗି ସୋଡା ପିଠିରେ ଏକ କଷ୍ଟମାଇଜ୍‌ କପଡ଼ା ବନ୍ଧା ଯାଇଛି। ଯେଉଁଥିରେ ଏକ ସମୟରେ ଦୁଇଟି ମଦ ବୋତଲ ରଖାଯାଇପାରିବ। ଫଳରେ ଗ୍ରାହକଙ୍କର ଯେମିତି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। କରୋନା ସମୟରେ ସାମାଜିକ ଦୂରତା ରକ୍ଷା କରିଥିବା ଲୋକଙ୍କୁ ମଦଦୋକାନ ମାଲିକଙ୍କ ଏହି କୌଶଳ ବେଶ୍‌ ସୁହାଉଛି।

ଥରେ ଶରୀରରେ ଆଣ୍ଟିବଡି ତିଆରି ହେଲେ ଆଉ ହେବ ନାହିଁ କରୋନା ? ଜାଣନ୍ତୁ ICMRର ଉତ୍ତର…

ନୂଆଦିଲ୍ଲୀ: ଆଣ୍ଟିବଡି ଓ କରୋନା ଭାଇରସ୍ ସଂକ୍ରମଣକୁ ନେଇ ICMR ବା ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ବଡ଼ ସୂଚନା ଦେଇଛି । ICMR ଅନୁଯାୟୀ, ଯେତେବେଳେ ଜଣେ ସୁସ୍ଥ ବ୍ୟକ୍ତିଙ୍କୁ କୌଣସି ଭାଇରସ୍ ସଂକ୍ରମିତ ହୁଏ । ସେତେବେଳେ ଭାଇରସ୍ ସହ ମୁକାବିଲା କରିବା ପାଇଁ ଶରୀରରେ ଆଣ୍ଟିବଡି ତିଆରି ହୋଇଥାଏ । ତେବେ, ଆପଣଙ୍କ ଶରୀରରେ ଆଣ୍ଟିବଡି ତିଆରି ହୋଇଥିଲେ ମଧ୍ୟ ଏହି ଆଣ୍ଟିବଡି ଯେ ପୁଣି ଥରେ କରୋନା ଭାଇରସ୍ ଆଟାକ୍ କଲେ ତାକୁ ମାରିଦେବ ତା ନୁହେଁ ।

କିନ୍ତୁ, କୌଣସି ଭାଇରସ୍ ବିପକ୍ଷରେ ଥରେ ତିଆରି ହୋଇଥିବା ଆଣ୍ଟିବଡିର ମାନେ ନୁହେଁ ପୁଣି ଥରେ ସଂକ୍ରମଣ ହେଲେ ସେ ଭାଇରସକୁ ରୋକିଦେବ । ତେଣୁ, ଆପଣଙ୍କ ଶୀରରରେ ଆଣ୍ଟିବଡି ଥିଲେ ଆପଣଙ୍କୁ କରୋନା ଭାଇରସ୍ ସଂକ୍ରମଣ କରିବ ନାହିଁ ଏହା କହିହେବ ନାହିଁ ।

ପ୍ଲାଜ୍ମା ଥେରାପି ଦ୍ୱାରା ଭାରତରେ ଆରମ୍ଭ ହେବ ସ୍ୱତନ୍ତ୍ର ଚିକିତ୍ସା…

ପ୍ରଥମେ IGM ପୁଣି IGG

ମନ୍ୟୁଷ ଶରୀରକୁ କୌଣସି ଭାଇରସ୍ ଆଟାକ୍ କଲେ ତା’ସହ ଲଢ଼ିବା ପାଇଁ ଶରୀର ଅସ୍ତ୍ର ତିଆରି କରେ ଯାହାକୁ ଆଣ୍ଟିବଡି କୁହନ୍ତି । ଆଣ୍ଟିବଡି, ଭାଇରସର ଠିକ୍ ବିପରୀତ । ଏହା ଭାଇରସକୁ ଶରୀର ଭିତରେ ଅକାମୀ କରିଦିଏ । ICMR ଅନୁଯାୟୀ ଆଣ୍ଟିବଡି କେତକ ପ୍ରକାରର ହୋଇଥାନ୍ତି । ଗୋଟିଏ ଆଇଜିଏମ୍ ଶରୀରରେ ବେଶୀ ଦିନ ତିଷ୍ଠି ରହେନାହିଁ । କିଛିଦିନ ପରେ ନଷ୍ଟ ହୋଇ ଯାଇଥାଏ । ଆଇଜିଏମ୍ ଆଣ୍ଟିବଡି ଶରୀରରେ ଥିଲେ, ସଂକ୍ରମଣ କିଛି ସମୟ ପୂର୍ବରୁ ହୋଇଥାଏ । ଯେତେବେଳେ କି, ଆଇଜିଜି ଆଣ୍ଟିବଡି ଶରୀରେ ଥିଲେ ରୋଗ ପ୍ରତିଷେଧକ ଶକ୍ତି ବଢ଼ିଥାଏ । କିନ୍ତୁ ଶରୀରରେ ଆଇଜିଜି ଆଣ୍ଟିବଡି ଦେଖାଗଲେ, ଆଇଜିଏମ୍ ଦେଖାନଗଲେ ଏହା ପୁରୁଣା ସଂକ୍ରମଣ ବୋଲି ଧରାଯିବ ।

 

ଶିଳ୍ପାଙ୍କ ଝିଅକୁ ହେଲା ୨ ମାସ,ଲକଡାଉନରେ ଏମିତି ଦୁଇ ପିଲାଙ୍କ ସହ ଦିନ ବିତାଉଛନ୍ତି …

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ବୁଧବାର ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍‌ରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ନିଜର ୨ମାସର ଝିଅ ସାମିଶାଙ୍କୁ ଧରି ଖେଳୁଛନ୍ତି। ଏହା ସହିତ ସେ ନିଜ ଫ୍ୟାନ ମାନଙ୍କୁ କହିଛନ୍ତି ଯେ, ୧୫ ନମ୍ବର ତାଙ୍କ ପାଇଁ ବହୁତ ଲକି। କାରଣ ଏହି ଦିନ ତାଙ୍କ ଝିଅ ଜନ୍ମ ହୋଇଥିଲା। ଏହି ୧୫ ତାରିଖରେ ତାଙ୍କ ଟିକ୍‌ଟକ୍‌ ଆପ୍‌ରେ ୧୫ ମିଲିୟନ ଫଲୋର୍ସ ମଧ୍ୟ ହୋଇଛନ୍ତି। ସେଥିଲାଗି ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ ଝିଅକୁ ୧୫ ତାରିଖରେ ୨ମାସ ହୋଇଛି।

ସେ ତାଙ୍କ ଝିଅକୁ ଧରି ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ କୋଳକୁ ଏକ ଝିଅ ଆସିଥିବାରୁ ସେ ଭାଗବାନଙ୍କୁ ମଧ୍ୟ ବହୁତ  କୃତଜ୍ଞତା ଜ୍ଞାପନ କରିଛନ୍ତି। ତେବେ ସେ ଲକ୍‌ଡାଉନ୍‌ରେ ବିଲକୁଲ ବି ବୋର୍‌ ହେଉନାହାନ୍ତି। ଦୁଇ ପିଲାଙ୍କ ପାଖରେ ସମୟ କିପରି କଟିଯାଉଛି ସେ ଜାଣି ମଧ୍ୟ ପାରୁନାହାନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ କରୋନା ମହାମାରୀ ସହ ଲଢେଇ କରିବାକୁ ହେଲେ, ଘରେ ସୁରକ୍ଷିତ ଭାବେ ରହିବାକୁ ପଡ଼ିବ। ଘରୁ ବାହାରନ୍ତୁ ନାହିଁ। ସୁରକ୍ଷିତ ରହୁନ୍ତୁ, ସତର୍କ ରୁହନ୍ତୁ।

ଲକ୍‌ଡାଉନରେ ମାନସିକ ସନ୍ତୁଳନ ଠିକ୍‌ ରଖିବା ପାଇଁ ୧୨ଟି ଫର୍ମୁଲା

ଭୁବନେଶ୍ୱର: କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ଜାରି କରାଯାଇଛି । ମେ ୩ ପର୍ଯ୍ୟନ୍ତ ଘରେ ବନ୍ଦୀ ଜୀବନ କାଟିବାକୁ ପଡ଼ିବ । ସାମାଜିକ ଦୂରତା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ତେବେ ଏହି ସମୟରେ ଘରେ ରହି ରହି କିଛି ଲୋକମାନଙ୍କର ମାନସିକ ସନ୍ତୁଳନ ଠିକ୍‌ ରହିନପାରେ । ତେବେ ଲକଡାଉନ୍‌ ବେଳେ କେମିତି ରଖିବେ ମାନସିକ ସନ୍ତୁଳନ । ପରିସ୍ଥିତକୁ କେମିତି ଗ୍ରହଣ କରିବେ । ଏନେଇ  ଭାରତୀୟ ମନୋବିଜ୍ଞାନୀ ସଂଘର  ମୁଖ୍ୟ ଡାକ୍ତର ଅମ୍ରିତ ପାଟ୍ଟଯୋଶୀଙ୍କ ୧୨ ଫର୍ମୁଲା ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ସୁବ୍ରତ ବାଗଚୀ ।

  1. କରୋନା ମହାମାରୀ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ସାଜିଛି । ଏ ସମୟରେ ପରିସ୍ଥିତିକୁ ଗ୍ରହଣ କରନ୍ତୁ ଓ ସ୍ୱୀକାର କରନ୍ତୁ,ଗ୍ରହଣ ନକଲେ କଷ୍ଟ ପାଇବେ ବାଗଚୀ ପରାମର୍ଶ ଦେଇଛନ୍ତି  ।
  2. ସାହାସ ଓ ଆଶା ରଖିବା ସହ ପ୍ରଶାସନ ଉପରେ ଭରସା ରଖନ୍ତୁ  ।
  3. ଭୟ ଏବଂ ଆଶଙ୍କା ଏକ ସାଧାରଣ ପ୍ରତିକ୍ରିୟା ।
  4. ପାରସ୍ପରିକ ମନୋମାଳିନ୍ୟକୁ ଭୁଲି ଏକାଠି କାମ କରନ୍ତୁ  ।
  5. କର୍ମଜୀବୀ, ଗୃହସ୍ଥ ଏବଂ ସାମାଜିକ ସତ୍ତାକୁ ଲକଡାଉନ୍‌ ସମୟରେ ଘର ଭିତରେ ଅଲଗା ଅଲଗା କରନ୍ତୁ  ।
  6. ବ୍ୟକ୍ତିଗତ ତ୍ୟାଗର ସମୟ ଆଗକୁ ଆସୁଛି, ଆଗକୁ ମଧ୍ୟ ଆହୁରି କଷ୍ଟ ସମୟ ଆସୁଛି । ସେଥିପାଇଁ ପ୍ରସ୍ତୁତ ରହିବାକୁ ବାଗଚୀ କହିଛନ୍ତି ।
  7. ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ଆଖିରେ ଧନୀ ଗରିବ ସମସ୍ତେ ସମାନ ।
  8. ପରସ୍ପର ପ୍ରତି ସହନଶୀଳ ହୁଅନ୍ତୁ  ।
  9. ମିଥ୍ୟ। ଆଶ୍ୱାସନା ପାଇଁ ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ ।
  10. ସଂକ୍ରମିତଙ୍କୁ ସମବେଦନା ଜଣାନ୍ତୁ ।
  11. ସ୍ୱାସ୍ଥ୍ୟକର୍ମୀଙ୍କୁ ସମ୍ମାନ ଦିଅନ୍ତୁ, ସନ୍ଦେହ ଦୃଷ୍ଟିରେ ଦେଖନ୍ତୁ ନାହିଁ  ।
  12. ନିଜ ସମୟକୁ ନିଜେ ସଜାଡ଼ି ନିଅନ୍ତୁ ବାଗଚୀ ପରାମର୍ଶ ଦେଇଛନ୍ତି ।

କରୋନା କାଳ : ଯଦି ପାଦରେ ଦେଖାଯାଉଛି ଏଭଳି ଦାଗ,ତେବେ ହୋଇଯାନ୍ତୁ ସାବଧାନ !

ମାଦ୍ରିଦ୍‌: କରୋନା ସଂକ୍ରମଣ ପୂର୍ବରୁ ଶରୀରରେ କେତେକ ଲକ୍ଷଣ ପ୍ରକାଶ ପାଇଥାଏ। ସେସବୁ ମଧ୍ୟରେ ଥଣ୍ଡା, କାଶ, ସର୍ଦ୍ଦି, ଜ୍ୱର, ଗଳା ଦରଜ ଆଦି ରହିଛି। ଏହାସହିତ କେତେକଙ୍କ ଘ୍ରାଣ ଶକ୍ତି କମି ଯାଉଥିବା କୁହାଯାଉଛି।

ସେହିପରି କିଛି ଲୋକଙ୍କଠାରେ ଆଖି ପୋଡ଼ିବା ସମସ୍ୟା ମଧ୍ୟ ଦେଖାଦେଇଥାଏ । ତେବେ ଏହା ସହିତ ପାଦରେ ରକ୍ତ ଜମାଟ ବାନ୍ଧିବା ଭଳି ଲକ୍ଷଣ ମଧ୍ୟ  ଦେଖାଦେଇଥାଏ ବୋଲି ସ୍ପେନ୍‌ର କିଛି ଗବେଷକ ସୂଚନା ଦେଇଛନ୍ତି।

ଏନେଇ ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି । ଇଟାଲି, ସ୍ପେନ୍‌ ଏବଂ ଫ୍ରାନ୍ସ୍‌ର ବହୁ ଲୋକଙ୍କଠାରେ  କରୋନା ସଂକ୍ରମଣ ପୂର୍ବରୁ  ମିଳିମିଳା ଭଳି ଲାଲ୍‌ ଦାଗ ପାଦରେ ଦେଖାଯାଇଥିଲା ବୋଲି  ସ୍ପାନିଶ୍‌ ଜେନେରାଲ କାଉନସିଲ୍‌ ଅଫ୍‌ ଅଫିସିଆଲ୍‌ ପେଡ଼ିଆଟ୍ରିକ୍‌ କଲେଜର ଗବେଷକ ଦାବି କରିଛନ୍ତି।

ଏପରି ଲକ୍ଷଣ ଦେଖାଦେବା ପରେ ଶୀଘ୍ର ଚିକିତ୍ସା କଲେ ସଂକ୍ରମିତ ସୁସ୍ଥ ହୋଇ ଯାଉଥିବା ରିପୋର୍ଟରେ ଦର୍ଶାଯାଇଛି।

କରୋନା ଯୋଦ୍ଧା: ୧୪ ଦିନ ପରେ ପରିବାରକୁ ଫେରିଲେ ଗୋଲାମୁଣ୍ଡା ବ୍ଲକ୍ ବିଡିଓ ସ୍ନିଗ୍ଧା

ଧର୍ମଗଡ଼: ଏବେ କରୋନା କବଳରେ ସାରା ବିଶ୍ଵ l କରୋନାର ମୁକାବିଲା ପାଇଁ ସରକାରଠୁ ଆରମ୍ଭ କରି ଡାକ୍ତର ନର୍ସ ଆଶାକର୍ମୀ, ଶିକ୍ଷକ ତତ୍ପର ଥିବାବେଳେ ପ୍ରଶାସନିକ ଅଧିକାରୀଙ୍କ ନିଦ ହଜାଇଛି ମହାମାରୀ କରୋନା l ମହାମାରୀ କରୋନା କରିଛି ପରିବାରଠୁ  ଅଲଗା । ଏହି କରୋନା କେଉଁଠି ସ୍ଵାମୀକୁ ସ୍ତ୍ରୀଠୁ ତ ସ୍ତ୍ରୀକୁ ସ୍ୱାମୀଠୁ ଆଉ କେଉଁଠି ମାଆ ଠାରୁ ପୁଅ ଝିଅକୁ କରିଛି ଅଲଗା । ଲୋକଙ୍କ ସେବା କରିବା ନିଶା ସେମାନଙ୍କୁ ପରିବାରଠୁ ଅଲଗା ରହିବାକୁ ବାଧ୍ୟ କରିଛି ।

ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖମାର ହଳଦୀ ପଞ୍ଚାୟତରେ କରୋନା ରୋଗୀ ଚିହ୍ନଟ ପରେ ଗୋଲାମୁଣ୍ଡା ବ୍ଲକ କରୋନା ମୁକାବିଲା ଦାୟିତ୍ଵରେ ଥିବା ଗୋଲାମୁଣ୍ଡା ବିଡ଼ିଓ ଶ୍ରୀମତୀ ସ୍ନିଗ୍ଧା ରାଣୀ ପ୍ରଧାନ ଏବେ ପରିବାରଠୁ ଅଲଗା । ଆଜକୁ ୧୪ଦିନ ହେବ ନିଜ ପୁଅ ଝିଅଙ୍କୁ ଛାଡି ଅଲଗା ହୋମକ୍ୱାରେନଣ୍ଟାଇନ୍ ରହୁଛନ୍ତି ସେ । ସେପଟେ ତାଙ୍କ ସ୍ୱାମୀ ମଧ୍ୟ ମାଲକାନଗିରି ପଡିଆ ବ୍ଲକରେ ବିଡିଓ ଥିବା ବେଳେ ଏବେ କରୋନା ପାଇଁ ନିଜ ସ୍ତ୍ରୀ ଓ ପୁଅ ଝିଅକୁ ଦେଖି ପାରୁ ନାହାଁନ୍ତି । କରୋନା ମୁକାବିଲା ଦାୟିତ୍ଵରେ ଥିବା ସ୍ନିଗ୍ଧା ନିଜ ସ୍ୱାବ୍ ପରୀକ୍ଷା ପାଇଁ ପଠଯାଇଥିଲେ ଏବଂ ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଆଜି ସେ ପୁଅ ଝିଅ ସହ ମିଶି ରହୁଥିବା କହିଛନ୍ତି l