ସ୍ୱାସ୍ଥ୍ୟକର୍ମୀ ୧୪ ଦିନ କାମ କରିବେ,୧୪ ଦିନ କ୍ୱାରେଣ୍ଟାଇନରେ ରହିବେ

ଭୁବନେଶ୍ୱର:  ରାଜ୍ୟରେ ସଂକ୍ରମଣ ହାର୍ କମ୍ ରହିଛି । ୬୦ଟି ପଜିଟିଭ୍ କେସ୍ ଆସିଛି । ରାଜ୍ୟରେ ଟେଷ୍ଟିଂ କାପାସିଟି ବଢ଼ିଛି । ବସ୍ତିବାସିନ୍ଦା, ସ୍ୱାସ୍ଥ୍ୟ କର୍ମଚାରୀ, ଦୋକାନୀ, ଲକ୍ଷଣ ନଥିବା ଲୋକଙ୍କୁ ମଧ୍ୟ ଟେଷ୍ଟ କରାଯିବ । ଆଗାମୀ ୮ରୁ ୧୦ ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଯେତେଶୀଘ୍ର ସଂକ୍ରମିତ ଚିହ୍ନଟ ହେବେ ସେତେ ଭଲ ହେବ । ଏଭଳି କହିଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର ।

କୋଭିଡ୍ ୧୯ କରୋନା ଭାଇରସ ମୁକାବିଲା ପାଇଁ ରାଜ୍ୟ.ସରକାରଙ୍କ ରଣନୀତି ବାବଦରେ ସୂଚନା ଦେଇ ସୁରେଶ ମହାପାତ୍ର କହିଥିଲେ ଯେ,  ପଜିଟିଭ୍ କେସ୍ ଆସିନଥିବା ଜିଲ୍ଲାରେ ମଧ୍ୟ କୋଭିଡ୍ ହସ୍ପିଟାଲ ନିର୍ମାଣ ହେଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଓ ଜିଲ୍ଲାଗୁଡ଼ିକରେ ମୋଟ ୩୫ଟି କୋଭିଡ୍ ହସ୍ପିଟାଲ୍ ତିଆରି ହେଉଛି । ୨୪ଟି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇ ସାରିଥିବା ବେଳେ ଆସନ୍ତା ୨୦ ତାରିଖ ମଧ୍ୟରେ ଅନ୍ୟ ୧୧ଟି ମେଡିକାଲ୍ କାର୍ଯ୍ୟକ୍ଷମ ହେବ । କେନ୍ଦୁଝର ଜିଲ୍ଲାର ଡୁବୁରୀ ସହିତ ତିନୋଟି କୋଭିଡ୍ ହସ୍ପିଟାଲକୁ ଟାଟା ନିଜ ଅର୍ଥରେ ପରିଚାଳନା କରୁଛି । ଟାଟାର ଏହି କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମହାପାତ୍ର ଟାଟାକୁ ଧନ୍ୟବାଦ ଜଣାଇଛନ୍ତି ।

ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ ଦ୍ୱାରା ସଂକ୍ରମଣ ରୋକିହେବ । ଅନ୍ୟ ସ୍ଥାନରେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଥିଲେ । ଏହାକୁ ଦେଖି ଆମେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛୁ । ସ୍ୱାସ୍ଥ୍ୟକର୍ମୀ ୧୪ ଦିନ କାମ କରିବେ, ୧୪ ଦିନ କ୍ୱାରେଣ୍ଟାଇନରେ ରହିବ । ଏଥିପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି । ଡାକ୍ତରଙ୍କ ରହିବା ଠାରୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରାଯାଇଛି ।  ଫଳରେ ଅନ୍ୟ ମେଡିକାଲ ଗୁଡ଼ିକରେ ରୋଗୀ ସେବା ସ୍ୱାଭାବିକ ରହିବ । ସଂକ୍ରମଣର ଭୟ ମଧ୍ୟ ରହିବ ନାହିଁ ବୋଲି କହିଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର ।

Leave a Reply