କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରର ୩ଟି କୋଭିଡ୍ ହସ୍ପିଟାଲ ବୁଲି ଦେଖିଲେ 5-ଟି ସଚିବ

1 min read

ବାଲେଶ୍ୱର: ୩ ଜିଲ୍ଲାର କୋଭିଡ୍ ହସ୍ପିଟାଲ ପରିଦର୍ଶନରେ 5-ଟି ସଚିବ ଭି.କେ. ପାଣ୍ଡିଆନ୍‌ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ 5-ଟି ସଚିବ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଉଭୟ ପ୍ରଥମେ କେନ୍ଦୁଝର ଓ ପରେ ବାରିପଦା ଯାଇ କୋଭିଡ୍ ପରିଦର୍ଶନ କରିଥିବାବେଳେ ପରେ ବାଲେଶ୍ୱର ହସ୍ପିଟାଲ ବୁଲି ଦେଖିଥିଲେ ।

କେନ୍ଦୁଝର ସଦର ବ୍ଲକ ରାଙ୍କରେ ନିର୍ମାଣଧୀନ କୋଭିଡ୍ ହସ୍ପିଟାଲ ବୁଲି ଦେଖିଛନ୍ତି । ଏହି ସମୟରେ ହସ୍ପିଟାଲକୁ ଯାଇଥିବା ସବୁ ରାସ୍ତାକୁ ସିଲ କରାଯାଇଥିଲା । ସେହିପରି ମୟୂରଭଞ୍ଜ ବାରିପଦାର ବାଙ୍କିଶୋଳ କିସ୍‌ ପରିସରରେ ଗତକାଲି ଉଦଘାଟିତ ହୋଇଥିବା ଦୁଇ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଥିଲେ ମୁଖ୍ୟ ଶାସନ ସଚିବ ଓ 5-ଟି ସଚିବ ।

ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ଉଭୟ ହସ୍ପିଟାଲର ସ୍ଥିତି ସମୀକ୍ଷା ସହ ଡାକ୍ତର ଓ କର୍ମଚାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ସୀମାନ୍ତରେ ଲକଡାଉନକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମୟୂରଭଂଜ ଜିଲ୍ଲାପାଳ ଭିନିତ ଭରଦ୍ଵାଜ, ଏସପି ସ୍ମିଥ ପି. ପରମାର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରୂପଭାନୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ୨୦ଟି ଆଇସିୟୁ ସୁବିଧା ରହିଛି । 5-ଟି ସଚିବ ଓ ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ପାଇଁ ତିନି ହସପିଟାଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।

Leave a Reply