କଟକ: କଟକ ସଦର ଅଞ୍ଚଳ ଷଣ୍ଢପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟାହ୍ନଭୋଜନ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି । ଅସୁସ୍ଥ ଅନୁଭବ କରୁଥିବା ୩୩ଜଣ ଛାତ୍ରଛାତ୍ରୀଙ୍କୁ କଟକ ଶିଶୁ ଭବନ ପଠାଯାଇଛି। ଭର୍ତ୍ତି ସମସ୍ତ ଛାତ୍ରଛାତ୍ରୀଙ୍କ ଅବସ୍ଥା ସ୍ଥିର ଥିବା ଶିଶୁ ଭବନ ଅଧ୍ୟକ୍ଷ ଡଃ ସରୋଜ ଶତପଥୀ ସୂଚନା ଦେଇଛନ୍ତି ।
ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ
ବାଲେଶ୍ଵର: ରାଇବାଣିଆରେ ପୁଣି ଲଜ୍ଜା । ଅପହରଣ ପରେ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ । ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ରାଇବାଣିଆ ଥାନା ଅଞ୍ଚଳର ଜୈନିକ ନାବାଳିକାକୁ ଜଳେଶ୍ୱର ନଶ୍ଚିମପୁର ଅଞ୍ଚଳର ଅଶୋକ ଦତ୍ତ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ ନାବାଳିକାଙ୍କ ପରିବାର ।
ଗତ ୭ ତାରିଖ ଦିନ ନାବାଳିକାର ପରିବାର ଏନେଇ ରାଇବାଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ରାଇବାଣିଆ ଥାନାରେ ମାମଲା ରୁଜୁ ପରେ ଏକ ସ୍ୱତନ୍ତ୍ର ପୋଲିସ ଟିମ ପୁରୀରୁ ନାବାଳିକାଙ୍କୁ ଉଦ୍ଧାର କରିଯାଇଛି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଳେଶ୍ୱର SDPO ସୂଚନା ଦେଇଛନ୍ତି ।
କଂଗ୍ରେସକୁ ମମତାଙ୍କ ଝଟକା, CAA ବିରୋଧୀ ବୈଠକରେ ଯୋଗ ଦେବେ ନାହିଁ ବୋଲି କଲେ ସ୍ପଷ୍ଟ
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳଙ୍କୁ ଝଟ୍କା ଦେଇଛନ୍ତି । ରାଜଧାନୀ ଦିଲ୍ଲୀରେ ଜାନୁୟାରୀ ୧୩ରେ ଆୟୋଜିତ ହେବାକୁ ଥିବା ବିରୋଧୀ ଦଳ ବୈଠକରେ ସେ ଯୋଗଦେବେ ନାହିଁ ବୋଲି କହିଛନ୍ତି । ମମତାଙ୍କ ମତରେ କଂଗ୍ରେସ ଓ ବାମଦଳ ପଶ୍ଚିମବଙ୍ଗରେ ଦୂଷିତ ରାଜନୀତି କରୁଛନ୍ତି । ସେଥିପାଇଁ ସେ ଏକା ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର(ଏନ୍ଆର୍ସି) ବିରୋଧରେ ଲଢିବେ ବୋଲି ସ୍ଥିର କରିଥିବା କହିଛନ୍ତି।

ସୂଚନାଯୋଗ୍ୟ, ମମତା ସିଏଏ ଓ ଏନ୍ଆର୍ସିକୁ ଆରମ୍ଭରୁ ବିରୋଧ କରୁଥିବା ବେଳେ ଏହାକୁ ନେଇ କିଛି ରାଲି ମଧ୍ୟ ଆୟୋଜନ କରି ସାରିଛନ୍ତି। ଏହାକୁ ନେଇ ସେ ସବୁ ବେଳେ ମୋଦି ସରକାର ବିଶେଷ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି।
ଖରା ଛୁଟିରେ ଦୁର୍ବଳ ଛାତ୍ରଛାତ୍ରୀ ନେବେ ସ୍ୱତନ୍ତ୍ର କ୍ଲାସ
ଭୁବନେଶ୍ୱର: ଶିକ୍ଷକଙ୍କୁ ମିଳିବନି ଖରା ଛୁଟି । ଏଣିକି ଗ୍ରୀଷ୍ମ ଅବକାଶରେ ଦୁର୍ବଳ ଛାତ୍ରଛାତ୍ରୀଙ୍କ ସ୍ୱତନ୍ତ୍ର କ୍ଲାସ ନେବେ ଶିକ୍ଷକ । ଉଜ୍ଜଳ ଉତ୍ଥାନ ଉତ୍କର୍ଷ ମାଧ୍ୟମରେ ପିଲାଙ୍କୁ ପାଠ ପଢାଇବେ ଶିକ୍ଷକ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।
ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଆଗାମୀ ଗ୍ରୀଷ୍ମଛୁଟିରେ ଶିକ୍ଷକମାନେ ସଂପୂର୍ଣ୍ଣ ଛୁଟି ନେଇପାରିବେ ନାହିଁ । ଏହି ସମୟରେ ବିଦ୍ୟାଳୟର ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ସେମାନେ ପାଠ ପଢ଼ାଇବେ। ଅଭିଭାବକମାନେ ଚାହିଁ ଥାଆନ୍ତି କି ସେମାନଙ୍କ ପିଲାମାନଙ୍କୁ କିଭଳି ଅଧିକ ଗୁରୁତ୍ବର ସହ ପାଠପଢ଼ାଯାଉ। ତେଣୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଘରୋଇ ବିଦ୍ୟାଳୟ ତୁଳନାରେ ସରକାରୀ ବିଦ୍ୟାଳୟରେ ମାଟ୍ରିକ୍ ପାସ୍ ହାର କମ୍ ରହୁଛି। ଏହି ସମସ୍ୟା ଦୂର କରିବା ଲାଗି ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ଭାବେ ପାଠ ପଢ଼ାଯିବା ଜରୁରୀ ହୋଇପଡ଼ିଛି । ଏହାକୁ ନଜରରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ବ୍ୟବସ୍ଥା ଆରମ୍ଭ କରାଯାଇଛି।
ସିଲିଣ୍ଡର ଟ୍ରକରେ ନିଆଁ, ବର୍ତ୍ତି ପାରିଲାନି ସ୍କୁଲ ବସ୍
ଗୁଜୁରାଟ: ସୁରଟରେ ଗ୍ୟାସ ସିଲିଣ୍ତର ଭର୍ତ୍ତି ଏକ ଟ୍ରକରେ ହଠାତ୍ ନିଆଁ ଲାଗିଲା । ଏବଂ ସିଲିଣ୍ଡର ଫାଟିବାର ଶବ୍ଦରେ ଭୟଭିତ ହେଲେ ପାଖାପାଖି ଲୋକ । ଏଥିରୁ ବର୍ତ୍ତି ପାରିଲାନି ସ୍କୁଲ ବସ୍ । କିନ୍ତୁ ସମୟ ଥାଉ ଥାଉ ପିଲାଙ୍କୁ ସ୍କୁଲ ବସରୁ ବାହାର କରି ଦିଆଯାଇଥିଲା । ଫଳରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଏହି ଦୁର୍ଘଟଣାରେ ସ୍କୁଲବସ୍ ସହ କିଛି ଅଟୋ ମଧ୍ୟ ଜଳି ଯାଇଛି । ଘଟଣାଟି ସୁରଟ ଓଲପାଡ଼ ଅଞ୍ଚଳରେ ଦେଖିବାକୁ ମିଳିଛି ।

ସୁରଟରେ ଗ୍ୟାସ ସିଲିଣ୍ଡ ଭର୍ତ୍ତି ଏକ ଟ୍ରକ୍ ଯାଉଥିବାବେଳେ ହଠାତ୍ ଟ୍ରକରେ ନିଆଁ ଲାଗିଯାଇଥଲା ଏବଂ ଗୋଟେ ପରେ ଗୋଟେ ସିଲିଣ୍ଡର ଫାଟିବାକୁ ଲାଗିଥିଲା । ଯାହା ଫଳରେ ରାସ୍ତାରେ ଯାଉଥିବା ଗାଡ଼ି ଗୁଡ଼ିକରେ ନିଆଁ ବ୍ୟାପିବାରେ ଲାଗିଥିଲା । ଆଉ ଏହାର ଶିକାର ହୋଇଥିଲା ସ୍କୁଲ ବସ୍ । ତେବେ ନିଆଁ କେଉଁ କାରଣରୁ ଲାଗିଥିଲା ସେ ନେଇ ତନାଘନା ଜାରୀ ।
ଭିଜିଲାନ୍ସ ଜାଲରେ ଫସିଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ଡାଟା ଏଣ୍ଟ୍ରି ଅପରେଟର
ଭଦ୍ରକ: ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାଟା ଏଣ୍ଟ୍ରି ଅପରେଟର । ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗର ଡାଟା ଏଣ୍ଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡା । କଣ୍ଟ୍ରାକ୍ଟର ଦିଗମ୍ବର ଦାସଙ୍କ ଠାରୁ ୧୦ଲକ୍ଷ ଟଙ୍କାର କାମକୁ ଅନଲାଇନରେ କରେଇଦେବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ୩୦ ହଜାର ଟଙ୍କା ନେଉଥିବା ବେଳେ ତାଙ୍କୁ ଭଦ୍ରକ ଭିଜିଲାନ୍ସ ଧରିଥିଲେ ।

ଦିଗମ୍ବର ଦାସ ଆର୍ଥିକ ବର୍ଷ ୨୦୧୭-୧୮ ମସିହା ପାଇଁ ସାଳନ୍ଦୀ ବନ୍ଧ ଠାରୁ ତୁମ୍ଭାପାଦୀ ଓ ଦୈସିଂ ଠାରୁ କୁଡ଼ିଆମାଳ ପର୍ଯ୍ୟନ୍ତ କଙ୍କ୍ରିଟ ରୋଡ୍ର ୧୦ଲକ୍ଷ ବିଲ୍ ଟଙ୍କାକୁ ଅନ୍ଲାଇନ୍ ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ଏନେଇ କଣ୍ଟ୍ରାକ୍ଟର ଦିଗମ୍ବର ଦାସ ଭଦ୍ରକ ଭିଜିଲାନ୍ସର ସହାୟତା ଲୋଡ଼ିଥିଲେ । ଯୋଜନା ମୁତାବକ ଆଜି ସକାଳୁ ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଫିସ ଖୋଲିବା ପରେ ଦିଗମ୍ବର ଡାଟା ଏଣ୍ଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡାଙ୍କୁ ୩୦ ହଜାର ଟଙ୍କା ଦେଉଥିବା ବେଳେ ଟଙ୍କା ସହ ଧରିଥିଲା ଭିଜିଲାନ୍ସ ।
ସିଆଚିନ ୱାର ମେମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଭାରତୀୟ ସେନାମୁଖ୍ୟ
ସିଆଚିନ: ସିଆଚିନ୍ରେ ଆର୍ମି ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ । ପଦ ଗ୍ରହଣ ପରେ ପ୍ରଥମ ଥର ସେ ସିଆଚିନ୍ ଗସ୍ତ କରି ସେଠାକାର ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି । ସିଆଚିନରେ ମୁତୟନ ସମସ୍ତ ଯବାନଙ୍କୁ ସେ ନୂଆବର୍ଷର ଅଭିନନ୍ଦନ ଜଣାଇବା ସହିତ ସିଆଚିନ୍ ୱାର ମେମୋରିଆଲ ଠାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଖରାପ ପାଗ ସତ୍ତ୍ୱେ ଭାରତୀୟ ଯବାନ ସେଠାରେ ମୁତୟନ ରହି ଶତ୍ରୁ ଉପରେ କଡ଼ା ନଜର ରଖି ଦେଶକୁ ସୁରକ୍ଷା ଦେଉଥିବାରୁ ସେମାନଙ୍କୁ ପ୍ରଶଂସା କରିଛନ୍ତି ସେନାମୁଖ୍ୟ । ମୁତୟନ ଥିବା ଯବାନଙ୍କ ପାଖରେ ଆବଶ୍ୟକ ଖାଦ୍ୟ ପଦାର୍ଥ ଏବଂ ପୋଷାକ ଯେଭଳି ଠିକ୍ ସମୟରେ ପହଞ୍ଚିପାରିବ ସେ ନେଇ ଉଦ୍ୟମ ଅବ୍ୟାହତ ରହିଥିବା ସେ କହିଛନ୍ତି। ଯବାନଙ୍କୁ ରାସନ୍ଠୁ ନେଇ ଅନ୍ୟ ଆବଶ୍ୟକ ସାମଗ୍ରୀ ସୁଚାରୁ ଭାବେ କିପରି ଯୋଗାଯିବ, ତା’ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ।

ଠିକ୍ ସମୟରେ ସମସ୍ତ ଯବାନ୍ ଛୁଟିରେ ଯେଭଳି ଘରକୁ ଯାଇପାରିବେ, ସେ ଦିଗରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଜେନେରାଲ ନରୱାଣେ କହିଛନ୍ତି । ଏତେ ଦୂରରେ ରହିଲେ ବି ସବୁ ଯବାନଙ୍କ ସ୍ଥାନ ତାଙ୍କ ହୃଦୟରେ ବୋଲି ସେ କହିଛନ୍ତି । ସୂଚନା ଅନୁଯାୟୀ, ସେନାମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନରାୱଣେ ପ୍ରଥମ ଥର ପାଇଁ ସିଆଚେନ୍ ପରିଦର୍ଶନରେ ଯାଇଛନ୍ତି । ପରେ ସିଆଚିନ ଯୁଦ୍ଧରେ ଭାରତୀୟ ଯବାନଙ୍କ ପ୍ରଦର୍ଶନକୁ ପ୍ରଶଂସା କରି ସେଠାରେ ମୁତୟନ ଥିବା ସମସ୍ତ ଯବାନ ମାନଙ୍କୁ ବ୍ୟାଚ୍ ପ୍ରଦାନ କଲେ ସେନାମୁଖ୍ୟ ।
ଜାନୁଆରୀ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ। ଫେବ୍ରୁଆରୀ ୧୧ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ। ଏହାପରେ ମାର୍ଚ୍ଚ ୨ରୁ ଏପ୍ରିଲ ୩ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଚାଲିବ।
ଜାନୁଆରୀ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ। ଫେବ୍ରୁଆରୀ ୧୧ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ। ଏହାପରେ ମାର୍ଚ୍ଚ ୨ରୁ ଏପ୍ରିଲ ୩ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଚାଲିବ।
କମିବ ପାରା, ପୁଣି ଭିଜିବ ସାରା ରାଜ୍ୟ । କୋହଲା ପାଗ ଯୋଗୁଁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ କମିବ ବୋଲି ପାଣିପାଗ ବିଭାଗ ସୂଚନା
କମିବ ପାରା, ପୁଣି ଭିଜିବ ସାରା ରାଜ୍ୟ । କୋହଲା ପାଗ ଯୋଗୁଁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ କମିବ ବୋଲି ପାଣିପାଗ ବିଭାଗ ସୂଚନା

