ନିର୍ଭୟରେ ଖାଆନ୍ତୁ ମାଛ, ମାଂସ ଓ ଅଣ୍ଡା

ନୂଆଦିଲ୍ଲୀ: କରୋନା ପାଇଁ ଆମିଷ ଖାଇବା ଛାଡ଼ି ଦେଇଛନ୍ତି କି ? ତେବେ, ଗୁଜବକୁ ଆଦୌ ବିଶ୍ୱାସ କରନ୍ତୁ ନାହିଁ । ବରଂ ସୁସ୍ଥ ରହିବା ପାଇଁ ମାଛ, ମାଂସ ଓ ଅଣ୍ଡାକୁ ନିର୍ଭୟରେ ଖାଇ ପାରିବେ । ମାଛ, ମାଂସ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ହେଉଥିବା ମିଥ୍ୟା ଖବର ସୋସିଆଲ୍ ମିଡିଆରେ ପ୍ରଚାର ପରେ କେନ୍ଦ୍ର ସରକାର ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି । କେନ୍ଦ୍ର ସରକାରଙ୍କ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରାଳୟ ପ୍ରେସ୍ ରିଲିଜ୍ ଜାରି କରି କହିଛି ଆମିଷ ଖାଇଲେ କରୋନା ହେବ ନାହିଁ । ବରଂ ଆପଣ ସୁସ୍ଥ ରହିବେ ବୋଲି କୁହାଯାଇଛି ।

ମାଛ, ଅଣ୍ଡା ଓ ଚିକେନରେ ପ୍ରୋଟିନ ପରିମାଣ ରହିଛି । ଏସବୁ ଖାଇଲେ ଆପଣଙ୍କ ଶରୀର ସୁସ୍ଥ ରହିବ ଓ ଆପଣଙ୍କ ଶରୀର ପାଇଁ ଆବଶ୍ୟକ ଥିବା ପ୍ରୋଟିନ୍ ମିଳିବ । ତେବେ, ଏସବୁ ଖାଇବା ବେଳେ ସ୍ୱଚ୍ଛତା, ସଫାସୁତୁରା ପ୍ରତି ଧ୍ୟାନ ଦେବାକୁ ପଡ଼ିବ ।

ସଫା ସୁତୁରା କରି ଆମିଷ କରି ଖାଇଲେ କୌଣସି ରୋଗ ହେବ ନାହିଁ । ଆଉ ସୋସିଆଲ୍ ମିଡିଆରେ ପ୍ରଚାରିତ ହେଉଥିବା ଗୁଜବ ଓ ମିଥ୍ୟା ଖବର ପ୍ରତି ଧ୍ୟାନ ନ ଦେବାକୁ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

କରୋନାରୁ ବର୍ତ୍ତିବା ପାଇଁ କଣ ସବୁ କରିବେ ?

 

Leave a Reply