ବିଜେପି ଅଭିଯୋଗକୁ ବିଜେଡିର ଖଣ୍ଡନ: କହିଲେ, ବିଜେପି ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ

ୟେସ୍‌ ବ୍ୟାଙ୍କ୍‌ରେ ମହାପ୍ରଭୁଙ୍କ ଟଙ୍କା ଜମା କରାଯିବା ପ୍ରସଂଗରେ ବିଜେଡିର ପ୍ରେସ୍‌ମିଟ । ସାମ୍ୱାଦିକ ସମ୍ମଳନୀରେ ବିଜେପିର ଅଭିଯୋଗାକୁ ନିରାଧାର କହିଲେ ବିଜେଡି ନେତା ସଞ୍ଜୟ ଦାସବର୍ମା । ୟେସ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ଟଙ୍କା ବାବଦରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସ୍ପଷ୍ଟୀକରଣ ଦେଇଛନ୍ତି । ଏଥି ପାଇଁ ଆତଙ୍କିତ ଆବଶ୍ୟକ ନାହିଁ  ।

ବିଜେଡି ସାଂସଦ ମାନେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି । ଟଙ୍କା ସୁରକ୍ଷିତ ଥିବା ନେଇ ମନ୍ତ୍ରୀ ଆଶ୍ୱସ୍ତ କରିଛନ୍ତି । ଘରୋଇ ବ୍ୟାଙ୍କରୁ ଟଙ୍କା ଉଠାଇ ଆଣିବା ଲାଗି କହି ଲୋକଙ୍କୁ ଭୟଭୀତ କରାନଯାଉ । ଫଳରେ ବ୍ୟାଙ୍କରେ ଅଚଳାବସ୍ଥା ସୃଷ୍ଟି ହେବ ବୋଲି ରିଜର୍ଭ ବ୍ୟାଙ୍କ କହିଛନ୍ତି ।  ରିଜର୍ଭ ବ୍ୟାଙ୍କ ସରଭିଲାନ୍ସରେ ଅନ୍ୟ ବ୍ୟାଙ୍କଗୁଡ଼ିକ କାମ କରନ୍ତି । ତଦନ୍ତ ପାଇଁ ସର୍ବଦଳୀୟ ଗୃହ କମିଟି ଗଠନ ହୋଇଛି । ଜମାରାଶି ନେଇ ଗୃହ କମିଟି ବିସ୍ତୃତ ଆଲୋଚନା କରିବ । ଆରବିଆଇ ଓ କେନ୍ଦ୍ର ସରକାରଙ୍କୁ ଭେଟିବ କମିଟି । ବିଜେପିର ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ବିଜେପି ମିଛରେ ବୟାନବାଜି କରୁଥିବା ଅଭିଯୋଗ କରିଛନ୍ତି ବିଜେଡି ନେତା ସଞ୍ଜୟ ଦାସ ବର୍ମା ।

ଅପରପକ୍ଷରେ ପୂର୍ବରୁ ବିଜେପି ପ୍ରେସମିଟ୍ କରି ଗୃହ କମିଟି ନିରପେକ୍ଷ ତଦନ୍ତ କରିବା ନେଇ ଆଶଙ୍କା ପ୍ରକଟ କରିଥିଲା । କମିଟି  ଅଭିଜିତ ଆୟାରଙ୍କ ମାମଲାରେ ଯେଉଁଭଳି ଭାବେ ବିରୋଧୀ ଦଳ ନେତାଙ୍କୁ ଅଧ୍ୟକ୍ଷ କରାଯାଇଥିଲା ସେହିଭଳି ଏହି ମାମଲାରେ ମଧ୍ୟ ଅଧ୍ୟକ୍ଷ କରାଯିବାକୁ ପ୍ରେସ୍‌ମିଟରେ ଦାବି କରିଥିଲେ  କମିଟ ସଦସ୍ୟ ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ  ।

ବାଚସ୍ପତିଙ୍କୁ ହାତବାରିସି କରି ଗୃହକୁ ବନ୍ଦ କରିଦେଇଥିବା ଅଭିଯୋଗ କରିଥିଲା ବିଜେପି । ଏଥିସହିତ ଘରୋଇ ବ୍ୟାଙ୍କ୍‌ରେ କେତେ ଟଙ୍କା ଜମା ଅଛି ସେ ନେଇ ରାଜ୍ୟ ଅର୍ଥ ମନ୍ତ୍ରୀଙ୍କ ପକ୍ଷରୁ ଶ୍ୱେତପତ୍ର  ଜାରିକରିବାକୁ ଦାବି କରିଛି ବିଜେପି । ୟେସ୍‌ ବ୍ୟାଙ୍କ୍‌ ସମ୍ପର୍କିତ ପ୍ରଶ୍ନବାଣରୁ ରକ୍ଷା ପାଇବାକୁ ବିଧାନସଭା ବନ୍ଦ କରିଥିବା ଅଭିଯୋଗ କରିଥିଲେ ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀ ।

Leave a Reply