spot_img
Home Blog Page 7355

ମାଙ୍ଗଳିକ କାମ ଯୋଗୁଁ ବ୍ୟସ୍ତ ରହିବେ, ଚାକିରୀରେ ସ୍ଥାନାନ୍ତରିତ ଯୋଗ

ମେଷ ରାଶି-

ଅଶ୍ୱିନୀ ନକ୍ଷତ୍ର-ଶୁଭ ଖବର, ଅର୍ଥ ମିଳିବ, ଆଶା ପୂରଣ ହେବ

ଦ୍ୱିଜା ନକ୍ଷତ୍ର- ମାଙ୍ଗଳିକ କାମରେ ଯୋଗଦାନ ଦେବେ, ବନ୍ଧୁଙ୍କ ସହିତ ଦେଖା ହେବ

କୃତ୍ତିକାନକ୍ଷତ୍ର- କାମରେ ବାଧା ସୃଷ୍ଟି ହେବ, ଅର୍ଥ ପ୍ରାପ୍ତି ହୋଇନପାରେ ।

ମା’ ଦକ୍ଷିଣକାଳୀଙ୍କୁ ପୂଜା କରନ୍ତୁ

ବୃଷ ରାଶି-

କୃତ୍ତିକା ନକ୍ଷତ୍ର- ମାଙ୍ଗଳିକ କାମ ଯୋଗୁ ବ୍ୟସ୍ତ ରହିବେ, ଚାକିରୀ ସମସ୍ୟା ଦୂର ହେବ

ରୋହିଣୀ ନକ୍ଷତ୍ର -ପ୍ରମୋଶନ ହୋଇପାରେ, ବ୍ୟପାର ପାଇଁ ଯୋଜନା କରିବେ

ମୃଗଶିରା ନକ୍ଷତ୍ର- ଚାକିରୀ ସମସ୍ୟା ରହିବ, ଅର୍ଥ ପ୍ରାପ୍ତିରେ ବାଧା ସୃଷ୍ଟି ହେବ

ଧଳା ରଙ୍ଗର ଫୁଲରେ ମା’ଦକ୍ଷିଣକାଳୀଙ୍କୁ ପୂଜା କରନ୍ତୁ

ମିଥୁନ ରାଶି-

ମୃଗଶିରା ନକ୍ଷତ୍ର-ସୁସମ୍ବାଦ ପାଇବେ, ପିତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ

ଆଦ୍ରା ନକ୍ଷତ୍ର- ମହିଳା ମାନଙ୍କ ପାଇଁ ଶୁଭ ରହିଛି, ଚାକିରୀରେ ସ୍ଥାନାନ୍ତରିତ ଯୋଗ

ପୁନର୍ବସୁ ନକ୍ଷତ୍ର- ବ୍ୟାପାରରେ କ୍ଷତି ସହିବେ, ଚାକିରୀ ପାଇଁ  ସମସ୍ୟା ରହିଛି

ବେଲପତ୍ରରେ ମା’ଦକ୍ଷିଣକାଳୀଙ୍କୁ ପୂଜା କରନ୍ତୁ

କର୍କଟ ରାଶି-

ପୁନର୍ବସୁ ନକ୍ଷତ୍ର-ଶରୀର ସୁସ୍ଥ ରହିବ, ଶତ୍ରୁ ଭୟ ଦୂର ହେବ

ପୁଷ୍ୟ। ନକ୍ଷତ୍ର -ଉତ୍ତରାଧିକାରୀ ସୂତ୍ରରେ ଧନ ମିଳିବ, କାମରେ ବାଧା ରହିବ ନାହିଁ

ଅଶ୍ଲେଷା ନକ୍ଷତ୍ର- ଶରୀର ଅସୁସ୍ଥ ରହିପାରେ, ଧନହାନି ଓ ମାନହାନି ହୋଇପାରେ

ମା’କାଳୀଙ୍କୁ ନଡିଆ ଅର୍ପଣ କରନ୍ତୁ

ସିଂହ ରାଶି-

ମୃଘାନକ୍ଷତ୍ର- ଅବିବାହିତମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ, ଶୁଭ କାମର ସୂଚନା ରହିଛି

ପୂର୍ବା ଫାଲଗୁନୀ ନକ୍ଷତ୍ର- ବ୍ୟାପାରରେ ଉନ୍ନତି ହେବ, ଅର୍ଥ ପ୍ରାପ୍ତି ସହ ସୁସମ୍ବାଦ ମିଳିପାରେ

ଉତ୍ତରା ଫାଲଗୁନୀ ନକ୍ଷତ୍ର- ଦାମ୍ପତ୍ୟ ଜୀବନରେ ବାଧା ଆସିବ

ମା’ଦକ୍ଷିଣକାଳୀଙ୍କୁ ସିନ୍ଦୁର ଦାନ କରନ୍ତୁ

କନ୍ୟା ରାଶି-

ଉତ୍ତରା ଫାଲଗୁନୀ ନକ୍ଷତ୍ର-ଋଣ ସହଜରେ ମିଳିବ, ଶତ୍ରୁମାନେ ମିତ୍ର ପରି ବ୍ୟବହାର କରିବେ

ହସ୍ତା ନକ୍ଷତ୍ର- ଅର୍ଥ ପ୍ରାପ୍ତି ହେବ, କୋର୍ଟ କଚେରୀରେ ବିଜୟୀ ହେବେ, ଚାକିରୀ ସମସ୍ୟା ଦୂର ହେବ

ଚିତ୍ରା ନକ୍ଷତ୍ର- ଋଣଭାର ବଢିବ, ଗୁପ୍ତଶତ୍ରୁ ଦ୍ଵାରା ହଇରାଣ ହେବେ

ଗୋଟିଏ ଘିଅ ଦୀପ ମା’ଦକ୍ଷିଣକାଳୀଙ୍କୁ ଅର୍ପଣ କରନ୍ତୁ

ତୁଳା ରାଶି-

ଚିତ୍ରା ନକ୍ଷତ୍ର- ବ୍ୟାପାର ନେଇ ଯୋଜନା କରିବେ, ଅର୍ଥ ମଧ୍ୟ ପାଇପାରନ୍ତି ।

ସ୍ୱାତୀ ନକ୍ଷତ୍ର- ଛାତ୍ରଛାତ୍ରୀମାନଙ୍କ ପାଇଁ ଶୁଭ ରହିବ, ଚାକିରୀ ସମସ୍ୟା ଦୂର ହେବ

ବିଶାଖା ନକ୍ଷତ୍ର- ସମ୍ମାନ ହାନି ଓ ସନ୍ତାନ କଷ୍ଟପାଇପାରନ୍ତି ।

ମା’ଦକ୍ଷିଣକାଳୀଙ୍କୁ କିଛି ସମୟ ଧ୍ୟାନ କରନ୍ତୁ

ବିଛା ରାଶି-

ବିଶାଖା ନକ୍ଷତ୍ର- ଘର ନିର୍ମାଣ କାମରେ ବାଧା ରହିବ ନାହିଁ , ଅର୍ଥ ପ୍ରାପ୍ତି ହେବ

ଅନୁରାଧା ନକ୍ଷତ୍ର- ଯାନବାହାନ କ୍ରୟ କରିବେ, ବନ୍ଧୁଙ୍କ ଠାରୁ ଅର୍ଥ ସାହାଯ୍ୟ ପାଇବେ

ଜ୍ୟେଷ୍ଠା ନକ୍ଷତ୍ର- ଭୂମି ବିବାଦ ଦେଖାଦେବ, ଦେହକଷ୍ଟ ଓ ଅର୍ଥହାନି ହୋଇପାରେ

ମା’ଦକ୍ଷିଣକାଳୀଙ୍କୁ  ହଳଦିଆ ମନ୍ଦାର ଫୁଲ ଅର୍ପଣ କରି ପୂଜା କରନ୍ତୁ

ଧନୁ ରାଶି-

ମୂଳାନକ୍ଷତ୍ର- ଭାଇଭଉଣୀ ଭିତରେ ଉତ୍ତମ ବୁଝାମଣା ହେବ, ବାହାରକୁ ଯାଇ ପାରନ୍ତି

ପୂର୍ବାଷାଡା ନକ୍ଷତ୍ର-ଯାତ୍ରା ଯୋଗ ଅଛି, ଅର୍ଥ ପ୍ରାପ୍ତି ହୋଇପାରେ

ଉତ୍ତରାଷାଡା ନକ୍ଷତ୍ର-ବ୍ୟାପାରରେ କ୍ଷତି ହୋଇପାରେ , ଧନହାନି ମଧ୍ୟ ଘଟିପାରେ

ମା’ କାଳୀଙ୍କୁ କିଛି ହଳଦିଆ ଦ୍ରବ୍ୟରେ ପୂଜା କରନ୍ତୁ

ମକର ରାଶି-

ଉତ୍ତରାଷାଡା ନକ୍ଷତ୍ର-ଅର୍ଥ ସମସ୍ୟା ଦୂରହେବ, ପରିବାରରେ ମାଙ୍ଗଳିକ କାମ ହୋଇପାରେ

ଶ୍ରବଣା ନକ୍ଷତ୍ର- ବ୍ୟାପାର ଯୋଜନା ସଫଳ ହେବ, ସମ୍ମାନ ପ୍ରାପ୍ତି ହେବ ।

ଧନିଷ୍ଠା ନକ୍ଷତ୍ର-ଧନହାନି ଘଟିବ, ଘରେ ଅଶାନ୍ତି ଦେଖା ଦେବ, ସମ୍ମାନ ହାନି ହୋଇପାରେ

ମା’ଦକ୍ଷିଣକାଳୀଙ୍କୁ ଅପରାଜିତା ଫୁଲରେ ପୂଜା କରନ୍ତୁ, ସମସ୍ୟା ଦୂର ହେବ

କୁମ୍ଭ ରାଶି-

ଧନିଷ୍ଠା ନକ୍ଷତ୍ର- ମାଙ୍ଗଳିକ କାମରେ ଯୋଗଦାନ ଦେବେ, ଅର୍ଥ ପ୍ରାପ୍ତି ହୋଇପାରେ

ଶତଭିଷା ନକ୍ଷତ୍ର- ବହୁଦିନର ଆଶା ପୂରଣ ହେବ, କିଣାବିକା ନେଇ ଶୁଭ ଫଳ ପାଇପାରନ୍ତି

ପୂର୍ବାଭାଦ୍ରପଦ ନକ୍ଷତ୍ର- ଦେହକଷ୍ଟ ଲାଗିରହିବ, ଔଷଧ ବ୍ୟୟ ବଢିବ

ମା’ଦକ୍ଷିଣକାଳୀଙ୍କୁ ଚମ୍ପା ଫୁଲରେ ପୂଜା କରନ୍ତୁ

ମୀନ ରାଶି-

ପୂର୍ବାଭାଦ୍ରପଦ ନକ୍ଷତ୍ର – ଦୂର ଯାତ୍ରାର ସୁଯୋଗ ପାଇବେ, ବାହାନ ସମସ୍ୟା ରହିଥିଲେ ତାହା  ଦୂର ହେବ

ଉତ୍ତରାଭାଦ୍ରପଦ ନକ୍ଷତ୍ର- ଶରୀର ରୋଗମୁକ୍ତ ରହିବ, ଦିନଟି ଆନନ୍ଦରେ କଟିବ

ରେବତୀ ନକ୍ଷତ୍ର- ଦୁର୍ଘଟଣା ଘଟିପାରେ, ରାଜଦଣ୍ଡ ଭୟ ରହିଛି, ଧନ ହାନି ହୋଇପାରେ

ମା’ଦକ୍ଷିଣକାଳୀଙ୍କୁ କିଛି ମିଠା ଭୋଗ  ଅର୍ପଣ କରନ୍ତୁ, ମନସ୍କାମନା ପୂର୍ଣ୍ଣ ହେବ

 

ଜ୍ୟୋତିର୍ବିଦ ବିପିନ୍‌ କୁମାର ରାଉତରାୟ

ଯୋଗାଯୋଗ-9937343533

 

ଫ୍ୟାନ୍‌ରେ ଓହଳି ଟିକ୍‌ଟକ୍‌ କରୁଥିଲ, ଉଡ଼ିଗଲା ପ୍ରାଣ ବାୟୁ

ନୟାଗଡ: ଟିକ୍‌ଟକ୍‌ ନିଶା ନେଲା ଜୀବନ । ବେକରେ ଲୁଗା ଲଗାଇ ଫ୍ୟାନ୍‌ରେ ଓହଳି ଟିକ୍‌ଟକ୍‌ କରୁଥିବା ବେଳେ ଉଡ଼ିଗଲା ପ୍ରାଣ ବାୟୁ । ଏଭଳି ଘଟଣା ଘଟିଛି ନୟାଗଡର ଅରବିନ୍ଦ ନଗରରେ । ପ୍ରଥମେ ଆହତ ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ମାମଲାରେ ପୋଲିସ ତଦନ୍ତ କରୁଛି ।

ଟିକ୍‌ଟକ୍‌ କରୁଥିବା ବେଳେ ଅସାବଧନତା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ଅନୁମାନ କରୁଛି । ଅରବିନ୍ଦ ନଗରର ଆନନ୍ଦ ସାହୁଙ୍କ ପୁଅ ପ୍ରେମାନନ୍ଦ ତାଙ୍କ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ । ସେଠାରେ ଏକ ରୁମରେ କବାଟ ଦେଇ ଟିକ୍‌ଟକ୍‌ କରିଥିଲେ ।

ଅନେକ ସମୟ ପର୍ଯ୍ୟନ୍ତ କବାଟ ନଖୋଲିବାରୁ ଘର ଲୋକ ଆସି କବାଟ ଖୋଲି ପ୍ରେମାନନ୍ଦ ଗୁରୁତର ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ତାଙ୍କୁ ସାଙ୍ଗେ ସାଙ୍ଗେ ମେଡିକାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ପ୍ରେମାନନ୍ଦ ଦଶମ ଶ୍ରେଣୀରେ ପାଠ ପଢୁଥିଲେ ।

କରୋନା ନେଇ କେନ୍ଦ୍ର ସରକାରଙ୍କ ବଡ଼ ଖୁଲାସା, ରୋହିଙ୍ଗ୍ୟାଙ୍କ ଜମାତ୍ ଲିଙ୍କ୍ !

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି କରିବାକୁ ଯୋଜନା କରାଯାଉଥିବା ଗୁଇନ୍ଦା ସୂଚନା ପରେ କଡ଼ା ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଗୃହ ମନ୍ତ୍ରାଳୟ ବଡ଼ ଖୁଲାସା କରିବା ସହ ରୋହିଙ୍ଗ୍ୟାଙ୍କ, ଜମାତ୍ ଲିଙ୍କର ଖୋଳତାଡ଼ ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି । ରୋହିଙ୍ଗ୍ୟା ଶରଣାର୍ଥୀ ଓ ତବିଲିଗି ଜମାତ୍ ସହ ସମ୍ପର୍କ କଣ ? ରୋହିଙ୍ଗ୍ୟା ମୁସଲିମ୍ ଓ ସେମାନଙ୍କ ପରିଚିତଙ୍କ କୋଭିଡ୍ ଟେଷ୍ଟ ପାଇଁ ଗୃହ ମନ୍ତ୍ରାଳୟ କହିଛି ।

ଗୃହ ମନ୍ତ୍ରାଳୟର ସୂଚନା ଅନୁଯାୟୀ ରୋହିଙ୍ଗ୍ୟା ମୁସଲମାନ ମାନେ ତବିଲିଗି ଜମାତ ସହ ଇଜତିମା ଓ ଅନ୍ୟ ଧାର୍ମିକ ସମ୍ମେଳନରେ ଭାଗ ନେଉଥିଲେ । ସେମାନ ମଧ୍ୟ ଏହି ଧାର୍ମିକ ସମ୍ମିଳନୀରେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଦେଶର ବିଭିନ୍ନ କ୍ୟାମ୍ପରେ ରହୁଥିବା ରୋହିଙ୍ଗ୍ୟା ଜମାତରେ ଭାଗନେବା ପରେ ଆଉ ଫେରିନାହାଁନ୍ତି । ହାଇଦ୍ରାବାଦରେ ଥିବା ରୋହିଙ୍ଗ୍ୟା କ୍ୟାମ୍ପର କୋଭିଡ୍ ଟେଷ୍ଟ ପାଇଁ କୁହାଯାଇଛି ।

ତବଲିଗି ଜମାତ ଯାଇଥିବା ଓଡ଼ିଆଙ୍କ ମଧ୍ୟରୁ ୩ ଚିହ୍ନଟ

ତେଲଙ୍ଗାନାରେ ରହୁଥିବା ରୋହିଙ୍ଗ୍ୟା ସମୁଦାୟର ଲୋକମାନେ ତବିଲିଗି ଜମାତ୍ ସହ ହରିୟାଣାର ମେୱାନରେ ହୋଇଥିବା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଶ୍ରମ ବିହାର ଓ ଶାହିନବାଗରେ ରହୁଥିବା ରୋହିଙ୍ଗ୍ୟା ମଧ୍ୟ ତବଲିଗି ଯାଇଥିଲେ । ଏଥିସହ ଡେରାବାସୀ, ପଞ୍ଜାବ ଓ ଜମ୍ମୁ କଶ୍ମୀରରେ ରହୁଥିବା ରୋହଙ୍ଗ୍ୟା ଜମାତରେ ଭାଗ ନେଇ ଫେରିଥିବା ଗୃହ ମନ୍ତ୍ରାଳୟ ସୂଚନା ଦେଇଛି । ତେଣୁ, ସେମାନଙ୍କ ସ୍କ୍ରିନିଂ ସହ ତଥ୍ୟ ଦେବାକୁ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି ।

ତବଲିଗି ଜମାତ ଯାଇଥିବା ଓଡ଼ିଆଙ୍କ ମଧ୍ୟରୁ ୩ ଚିହ୍ନଟ

ଗୃହ ମନ୍ତ୍ରାଳୟର ସୂଚନା ମୁତାବକ ଦିଲ୍ଲୀ, ଜମ୍ମୁ କଶ୍ମୀର ଓ ହାଇଦ୍ରାବାଦ ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୪୦ ହଜାର ରୋହିଙ୍ଗ୍ୟା ରହୁଛନ୍ତି । ଏପରିକି ଜମାତ୍ ଯାଇଥିବା ୫୦୦ ଜଣଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ପ୍ରାୟ ୨୦ ଜଣଙ୍କ ମୃତ୍ୟୁ ହୋଇଛି ।

ମାର୍ଚ୍ଚରେ ଦିଲ୍ଲୀର ନିଜାମୁଦ୍ଦିନରେ ହୋଇଥିବା ତବିଲିଗି ଜମାତ ମରକଜ ଲାଗି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀ ପୋଲିସ୍ ଜମାତର ମୌଲାନା ମୋହମ୍ମଦ ସାଦ ସେମତ ଅନ୍ୟ କିଛି ଜଣଙ୍କ ନାଁରେ ହତ୍ୟା ଭଳି ସଙ୍ଗୀନ ମାମଲା ରୁଜୁ କରିଛି । ଜମାତରେ ସାମିଲ୍ ହୋଇଥିବା ପ୍ରାୟ ୧୮୯୦ ଜଣଙ୍କ ନାଁରେ ଲୁକଆଉଟ୍ ସର୍କୁଲାର ଜାରି ହୋଇଛି ।

ସୁସ୍ଥ ହେଲେ ରାଜ୍ୟର ଆଉ ୨ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟର ଆଉ ୨ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ତେବେ, ଆରୋଗ୍ୟ ଲାଭ କରିଥିବା ୨ ଜଣ ରାଜଧାନୀ ଭୁବନେଶ୍ୱରର । ପୂର୍ବରୁ ୧୯ ଜଣ ସଂକ୍ରମିତଙ୍କ ନମୁନା ନେଗେଟିଭ୍ ଆସିବା ପରେ ସେମାନଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା ।

ଶୁକ୍ରବାର ୨ ଆକ୍ରାନ୍ତ ସୁସ୍ଥ ହେବା ପରେ ଆରୋଗ୍ୟଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ମୋଟ ୪୬ ଜଣ ସଂକ୍ରମିତ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୨କୁ ଖସିଛି । ସେହିଭଳି ରାଜ୍ୟରେ ମୋଟ ୬୦ ଜଣ ସଂକ୍ରମିତ ହୋଇଥିବା ବେଳେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୮କୁ ଖସି ଆସିଛି । ଆରୋଗ୍ୟ ଲାଭ କରିଥିବା ୨ ଜଣଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି ।

ବ୍ୟାଙ୍କ ଉପରେ ନିର୍ଭର କରେ ଆପଣ ତିନି ମାସ ପାଇଁ EMI ଦେବେ କି ନାହିଁ ,କାହିଁକି ଜାଣନ୍ତୁ

ରାଜଧାନୀରେ ୪୬ ଆକ୍ରାନ୍ତଙ୍କ ମଧ୍ୟରୁ ଏବେ ଯାଏଁ ୧୪ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟର ୬୦ ସଂକ୍ରମିତଙ୍କ ମଧ୍ୟରୁ ୨୧ ଜଣ ଭଲ ହୋଇ ଘରକୁ ଫେରି ସଂଗରୋଧରେ ଅଛନ୍ତି । ସଂକ୍ରମଣ ରୋକିବାକୁ ଆକ୍ରାନ୍ତଙ୍କ ଅଞ୍ଚଳକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ।

ସୋସିଆଲ ମିଡିଆ ଛାଡ଼ିଲେ ପରିନିତୀ ଚୋପ୍ରା, ଜାଣନ୍ତୁ କାହିଁକି…

ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଏବେ ବଲିଉଡ୍‌ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଥିବା ଦେଖାଯାଉଛି। ହେଲେ ବଲିଉଡ୍‌ ନାୟିକା ପରିଣିତି ଚୋପ୍ରା ଏବେ ସୋସିଆଲ ମିଡିଆ ଛାଡିଥିବା ସମସ୍ତଙ୍କୁ ଟିକେ ଅଲଗା ଲାଗିଛି। ପରିଣିତି ନିଜ ପାଇଁ ସୋସିଆଲ ମିଡିଆରୁ କିଛିଦିନ ବିରତି ନେଇଥିବା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଥିବା ଦେଖାଯାଇଛି। ତେବେ ସମ୍ପୂର୍ଣ୍ଣ ରୂପେ ନୁହେଁ ସେ କିଛି ସମୟ ପାଇଁ ସୋସିଆଲ ମିଡିଆରୁ ଦୂରେଇ ରହିବେ ବୋଲି ଲେଖିଛନ୍ତି।

ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଖୁବ୍‌ଶୀଘ୍ର ସେ ତାଙ୍କ ପ୍ରଶଂସକଙ୍କୁ ଭେଟିବେ। ଅର୍ଥାତ୍‌ ଅଳ୍ପ କିଛିଦିନ ପାଇଁ ସେ ସୋସିଆଲ ମିଡିଆ ଛାଡୁଛନ୍ତି ବୋଲି ଜଣାପଡିଛି। ନିକଟରେ ସେ ବୋହୂ ବେଶରେ ସଜେଇ ହୋଇ ସୋସିଆଲ ମିଡିଆରେ ଯେଉଁ ଫଟୋ ଅପଲୋଡ କରିଥିଲେ ତାକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ। ଆଉ ଏବେ ସେ ସୋସିଆଲ ମିଡିଆ କିଛି ସମୟ ପାଇଁ ଛାଡିବା ଘଟଣା ତାଙ୍କ ପ୍ରଶଂସକଙ୍କୁ ସାମାନ୍ୟ ନିରାଶ କରିଛି ବୋଲି କୁହାଯାଉଛି।

ଅଭିନେତ୍ରୀ ଖୁବ୍‌ଶୀଘ୍ର ଦିବାକର ବାନାର୍ଜୀଙ୍କ ଫିଲ୍ମ ‘ସନ୍ଦିପ ଔର ପିଙ୍କି ଫରାର’ରେ ନଜର ଆସିବେ ବୋଲି ଜଣାପଡିଛି। ଏଥିରେ ତାଙ୍କସହ ‘ଇସକଜାଦେ’ର ସହକଳାକାର ଅର୍ଜୁନ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିବ।

ବୈଜ୍ଞାନିକଙ୍କ ମତ: ଏବେ କରୋନା ଚିହ୍ନଟ କରିବ କୁକୁର

ଲଣ୍ଡନ: କରୋନା ଭୂତାଣୁ ଯୋଗୁ ସମଗ୍ର ବିଶ୍ୱବାସୀ ଚିନ୍ତାରେ। ଏହି ମାରାତ୍ମକ ଭୂତାଣୁ ଯୋଗୁ ହଜାର ହଜାର ଲୋକଙ୍କ ଜୀବନ ହାନି ହୋଇସାରିଥିବା ବେଳେ ଲକ୍ଷାଧିକ ଲୋକ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଏଭଳି ପରିସ୍ଥିତିରେ ପ୍ରତ୍ୟେକ ଦେଶର ବୈଜ୍ଞାନିକମାନେ ଦିନରାତି ଏକ କରି ଏହି ଭୂତାଣୁ ରୋକିବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି। ଇତିମଧ୍ୟରେ କିଛି ବୈଜ୍ଞାନିକ ଏକ ନୂଆ ଉପାୟ ଖୋଜି ପାଇଛନ୍ତି। ଯାହାଦ୍ୱାରା ଏହି ଭୂତାଣୁ ବ୍ୟାପିବାକୁ ରୋକାଯାଇପାରିବ। ବାସ୍ତବରେ ଏହି ମହାମାରୀକୁ ରୋକିବାରେ କୁକୁରମାନଙ୍କ ସହାୟତା ନିଆଯିବ। କୁକୁର ଶୁଙ୍ଘି ଏହି ଭୂତାଣୁ ଚିହ୍ନଟ କରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ସାଧାରଣତଃ ମଣିଷ ତୁଳନାରେ କୁକୁରର ଘ୍ରାଣଶକ୍ତି ୧୦ ହଜାର ଗୁଣ ଅଧିକ। ଖାଲି ଏତିକି ନୁହେଁ, ଡ୍ରଗ୍ସ ଏବଂ ବିସ୍ଫୋରକ ସାମଗ୍ରୀ ଚିହ୍ନଟ କରିବାର କ୍ଷମତା ମଧ୍ୟ କୁକୁରମାନଙ୍କର ରହିଛି। ଲଣ୍ଡନ୍‌ ସ୍କୁଲ ଅଫ୍‌ ହାଇଜିନ୍‌ ଏବଂ ଟ୍ରପିକାଲ ମେଡିସିନ୍‌ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, କୁକୁରମାନେ ଶ୍ୱାସରୋଗ ସହିତ ଜଡ଼ିତ ଯେକୌଣସି ରୋଗକୁ ସହଜରେ ଜାଣିପାରିଥାନ୍ତି। କୁକୁରମାନେ ଶୁଙ୍ଘି ମ୍ୟାଲେରିଆ ଭଳି ରୋଗ ମଧ୍ୟ ଚିହ୍ନଟ କରିବାରେ ସକ୍ଷମ ଅଟନ୍ତି।

ଏହି କଥା ଜଣାପଡ଼ିବା ପରେ ବ୍ରିଟେନ୍‌ର ଚାରିଟେବୁଲ ଟ୍ରଷ୍ଟ ବୈଜ୍ଞାନିକମାନଙ୍କ ସହିତ ମିଶି ଏହା ଉପରେ ଗବେଷଣା ଜାରି ରଖିଛି। କୁକୁର କରୋନା ଭାଇରସ୍‌ ଚିହ୍ନଟ କରିବାରେ ସହଯୋଗ କରିପାରିବ କି ନାହିଁ ତାହା ଜାଣିବା ପାଇଁ ଚେଷ୍ଟା ଚଳାଇଛି। ଅନୁଷ୍ଠାନ ପକ୍ଷରୁ କୁହାଯାଇଛି, ଏନେଇ କୁକୁରମାନଙ୍କୁ ସ୍ବତନ୍ତ୍ର ତାଲିମ ଦେବାକୁ ପଡ଼ିବ। ଏଥିସହ ଉକ୍ତ ସଂସ୍ଥା ଏହା ଉପରେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛି।

 

ଲଣ୍ଡନ ସ୍କୁଲ୍‌ ଅଫ୍‌ ହାଇଜିନ୍‌ ଏବଂ ଟ୍ରପିକାଲ ମେଡିସିନ୍‌ର ରୋଗ ନିୟନ୍ତ୍ରଣ ମୁଖ୍ୟ କହିଛନ୍ତି, କୁକୁରମାନେ ମ୍ୟାଲେରିଆକୁ ସଠିକ୍‌ ଭାବରେ ଚିହ୍ନଟ କରିବାରେ ସକ୍ଷମ ଅଟନ୍ତି। ତେଣୁ ମହାମାରୀ କରୋନା ଭୂତାଣୁ ଚିହ୍ନଟ କରିବାରେ କୁକୁରମାନେ ସହାୟକ ହେବେ ବୋଲି ଆଶା ଏବଂ ବିଶ୍ୱାସ।

କୁମ୍ଭକର୍ଣ୍ଣର ପୂର୍ବଜନ୍ମର ରହସ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

୧. କୁମ୍ଭକର୍ଣ୍ଣର ଭୋଜନ ଅଭ୍ୟାସ ପାଇଁ ଦେବତା ମଧ୍ୟ ଚିନ୍ତିତ ଥିଲେ

କୁମ୍ଭକର୍ଣ୍ଣ ରାମାୟଣର ଏକ ପ୍ରମୁଖ ଚରିତ୍ର । ରାବଣର ଏହି ଭାଇ ଏତେ ବିଶାଳ ଏବଂ ଭୟଙ୍କ ଥିଲା ଯେ ସେ ଏକା ସାଙ୍ଗରେ ୧୬ଟି ଗାଁର ଭୋଜନ ଖାଇ ଶେଷ କରିଦେଉଥିଲେ । ଖାଲି ସେତିକି ନୁହେଁ ଖାଦ୍ୟ ନମିଳିଲେ ସେ ପ୍ରଜା ମାନଙ୍କୁ ମଧ୍ୟ ଜୀବନ୍ତ ଖାଇଦେଉଥିଲେ । କୁମ୍ଭକର୍ଣ୍ଣର ଏହି ଅଭ୍ୟାସ ଦେଖି ସ୍ୱଂୟ  ବ୍ରହ୍ମା ମଧ୍ୟ ଚିନ୍ତିତ ଥିଲେ । ତେଣୁ ଯେତେବେଳେ କୁମ୍ଭକର୍ଣ୍ଣ ବ୍ରହ୍ମାଙ୍କୁ ତପସ୍ୟା କଲେ ବରଦାନ ମାଗିବା ସମୟରେ ମା ସରସ୍ୱତୀ କୁମ୍ଭକର୍ଣ୍ଣଙ୍କ କଣ୍ଠରେ ଯାଇ ବସିପଡ଼ିଲେ । ଏହାର ପରିଣାମ ସ୍ୱରୂପ କୁମ୍ଭକର୍ଣ୍ଣ ଇନ୍ଦ୍ରାଶନ କହିବା ବଦଳରେ ନିଦ୍ରାଶନ କହିଥିଲା । ବ୍ରହ୍ମା ଏଥିରେ ହସିଦେଇ ସୃଷ୍ଟିର ରକ୍ଷା ପାଇଁ ତାକୁ ତଥାସ୍ତୁ ବୋଲି କହିଥିଲେ  ।

୨. କୁମ୍ଭକର୍ଣ୍ଣର ପୂର୍ବଜନ୍ମ

ରାବଣର ଅନୁରୋଧ କ୍ରମେ କୁମ୍ଭକର୍ଣ୍ଣକୁ ୬ ମାସରେ ଥରେ ନିଦରୁ ଉଠିବା ପାଇଁ ବରଦାନ ଦିଆଗଲା । ଯାହାଫଳରେ କୁମ୍ଭକର୍ଣ୍ଣ ୬ ମାସରେ ଥରେ ଉଠି ଭୋଜନ କରି ପୁଣି ଶୋଇପଡୁଥିଲା । ଏହି ଭାୟଙ୍କର ରାକ୍ଷସର କାହାଣୀ କେବଳ ଏତିକି ନୁହେଁ । ରାମାୟଣରେ କୁମ୍ଭକର୍ଣ୍ଣର ପୂର୍ବଜନ୍ମର କାହାଣୀ ମଧ୍ୟ ଉଲ୍ଲେଖ ରହିଛି ।  ଏହି ଭୟଙ୍କର ରାକ୍ଷସ ମହାଭାରତରେ ଭଗବାନ ବିଷ୍ଣୁଙ୍କ ସହିତ ଯୁଦ୍ଧ ମଧ୍ୟ କରିସାରିଛି ।

୩. ଭଗବାନ ବିଷ୍ଣୁଙ୍କ ସହ ୫ ହଜାର ବର୍ଷ ଯାଏ କରିଥିଲା ଯୁଦ୍ଧ

ପୂର୍ବଜନ୍ମରେ ଭଗବାନ ବିଷ୍ଣୁଙ୍କୁ ଯୁଦ୍ଧ ପାଇଁ ଆହ୍ୱାନ ଦେଇ ବୈକୁଣ୍ଠ ଯାଏ ପହଞ୍ଚଯାଇଥିଲା ଏହି ରାକ୍ଷସ । ନିଜ ଭାଇ ମାନଙ୍କୁ ନେଇ କୁମ୍ଭକର୍ଣ୍ଣ ଭଗବାନ ବିଷ୍ଣୁଙ୍କ ସହ ୫ ହଜାର ବର୍ଷ ଯୁଦ୍ଧ କରିଥିଲା ଯାହା ଦେବୀଭଗବତ ପୁରାଣରେ ଉଲ୍ଲେଖ ରହିଛି । ପୂର୍ବଜନ୍ମରେ କୁମ୍ଭକର୍ଣ୍ଣ ମଧୁ ନାମକ ଜଣେ ରାକ୍ଷସ ଥିଲା ଏବଂ ତା ଭାଇର ନାଁ କୈଟଭ ଥିଲା । ଭଗବାନ ବିଷ୍ଣୁଙ୍କ ସହ ଯୁଦ୍ଧ କରିବାର ଯେତେବେଳେ ୫ ହଜାର ବର୍ଶ ହୋଇଗଲା ସେତେବେଳେ ଦେବୀ ଯୋଗମାୟା ତାର ବୁଦ୍ଧିକୁ ହରଣ କରିନେଲେ ।  କୁମ୍ଭକର୍ଣ୍ଣ ଅହଂକାରରେ ଆସି ଭଗବାନ ବିଷ୍ଣୁଙ୍କୁ ବରଦାନ ମାଗିବାକୁ କହିଲା ଆଉ ବିଷ୍ଣୁଙ୍କ ଜାଲରେ ଫସିଗଲା ।

୪. ପୂର୍ବଜନ୍ମରେ କୁମ୍ଭକର୍ଣ୍ଣର ଏଭଳି ହୋଇଥିଲା ମୃତ୍ୟୁ   

ଭଗବାନ ବିଷ୍ଣୁ କହିଲେ ଯେ, ‘ତୁମେ ନିଜର ମୃତ୍ୟୁର ଉପାୟ କୁହ ।’ ନିଜ ବଚନରେ ମଧୁ ଏବଂ କୈଟଭ ଫସିଯାଇଥିଲେ । ସେ କହିଲା ତା ମୃତ୍ୟୁ କେବଳ ଭଗବାନଙ୍କ ଜଙ୍ଘରେ ହୋଇପାରିବ । ତାପରେ ଭଗବାନ ନିଜ ଶରୀରକୁ ବିସ୍ତାର କରି ନିଜ ଯଙ୍ଘରେ ଦୁଇ ଭାଇଙ୍କୁ ରଖି ସୁଦର୍ଶନ ଚକ୍ରରେ ଦୁହିଁଙ୍କ କର ମର୍ଦନ କରିଥିଲେ ।

୫. ମରିବା ପୂର୍ବରୁ କୁମ୍ଭକର୍ଣ୍ଣ ବିଭୀଷଣକୁ କ’ଣ କହିଥିଲା-

କୁମ୍ଭକର୍ଣ୍ଣ ରାକ୍ଷସ ହୋଇ ବି ରାମଙ୍କ ମାୟା ଜାଲକୁ ବୁଝିପାରିଥିଲା । ସେ ଭାଇ ରାମକୁ ମଧ୍ୟ ବୁଝାଇବାକୁ ଚେଷ୍ଟା କରିଥିଲା ଯେ ରାମ କୌଣସି ସାଧାରଣ ବ୍ୟକ୍ତି ନୁହଁନ୍ତି । ୟାଙ୍କ ସହ ଲଢ଼େଇ କଲେ ରାକ୍ଷସ ଜାତିର ବିନାଶ ହେବା ଥୟ ।  କିନ୍ତୁ ରାବଣ ନିଜ ଅହଂକାରରେ ବୁଡ଼ି ରହିଥିଲା । ସେ କୁମ୍ଭକର୍ଣ୍ଣକୁ ହି କଟୁକଥା କହିଥିଲା । ରାମଙ୍କ ହାତରେ ମରିଲେ ମୋକ୍ଷ ପାଇବେ ବୋଲି ଜାଣି ମଧ୍ୟ କୁମ୍ଭକର୍ଣ୍ଣ ଭାଇ ରାବଣର ଆଦେଶ ମାନି ଯୁଦ୍ଧ କ୍ଷେତ୍ରକୁ ଆସିଥିଲେ । ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ କୁମ୍ଭକର୍ଣ୍ଣ ବିଭୀଷଣକୁ ଆସି ରାମଙ୍କ ସହିତ ମିଶି ଧର୍ମର ପାଳନ କରିବାକୁ ଆଦେଶ ଦେଲେ । ସେ କହିଥିଲେ, ଏହି ଯୁଦ୍ଧ ପରେ ରାକ୍ଷସ ଜାତିକୁ କେହି ଅଗ୍ନୀ ଦେବା ପାଇଁ ନଥିବେ । ଏହି ସମୟରେ କେବଳ ତୁମେ ହି ବଞ୍ଚିପାରିବା ଆଉ ମୋତେ ଅଗ୍ନି ଦେଇ ମୋ ଆତ୍ମାକୁ ମକ୍ତି ଦେଇପାରିବ ।

କରୋନାକୁ ହରାଇବା ପାଇଁ ଗବେଷଣା କରୁଛନ୍ତି ଦେଶର ୪ ନାମୀ ସଂସ୍ଥା

ନୂଆଦିଲ୍ଲୀ: କିଲର୍ କରୋନାକୁ ନେଇ ସାରା ଦୁନିଆରେ ଡର । ସଂକ୍ରମଣ ରୋକିବାକୁ ଦେଶରେ ଲାଗୁ ହୋଇଛି ଲକଡାଉନ୍ । ମହାମାରୀ କରୋନାକୁ ମାତ୍ ଦେବା ପାଇଁ ଆଗେଇ ଆସିଛନ୍ତି ଦେଶର ଅଗ୍ରଣୀ ୪ ସଂସ୍ଥା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଶୁକ୍ରବାର ମହାମାରୀ ପାଇଁ ଭ୍ୟାକ୍ସିନ୍ ରିସର୍ଚ୍ଚ କରୁଥିବା ୪ ସଂସ୍ଥା ସମ୍ବନ୍ଧରେ ସୂଚନା ଦେଇଛି ।

ବ୍ୟାଙ୍କ ଉପରେ ନିର୍ଭର କରେ ଆପଣ ତିନି ମାସ ପାଇଁ EMI ଦେବେ କି ନାହିଁ ,କାହିଁକି ଜାଣନ୍ତୁ

କାଉନସିଲ୍ ଫର ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ

ଭାରତର ବିଜ୍ଞାନ ଓ ପ୍ରଦ୍ୟୋଗିକ ମନ୍ତ୍ରାଳୟ ଅଧୀନରେ ଆସୁଥିବା କାଉନସିଲ୍ ଫର ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ୧୯୪୨ ମସିହାରେ ସ୍ଥାପିତ ହୋଇଥିଲା । ଏହା ଅଧୀରେ ୩୯ଟି ଲ୍ୟାବ ଓ ୫୦ଟି କ୍ଷେତ୍ରୀୟ କାର୍ଯ୍ୟାଳୟ ଦେଶର ବିଭିନ୍ନ ଭାଗରେ ରହିଛି । ଏହି ସଂସ୍ଥା ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ଗବେଷଣା କାମ କରୁଛି ।

ଡିପାର୍ଟମେଣ୍ଟ ଅଫ୍ ବାୟୋଟେକ୍ନୋଲଜି

ଏହି ସଂସ୍ଥା ମଧ୍ୟ ବିଜ୍ଞାନ ଓ ପ୍ରାଦ୍ୟୋଗିକ ମନ୍ତ୍ରାଳୟ ଅଧିନରେ କାମ କରେ । ଏହା ୧୯୮୬ ମସିହାରେ ଦେଶରେ ବାୟୋସାଇନ୍ସ କ୍ଷେତ୍ରରେ କାମ ପାଇଁ ପ୍ରତିଷ୍ଠା ହୋଇଥିଲା ।

ଡିପାର୍ଟମେଣ୍ଟ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲଜି

୧୯୭୧ ମସିହାରେ ଦେଶରେ ସାଇନ୍ସ ଆଣ୍ଡ ଟେକ୍ନୋଲଜି କ୍ଷେତ୍ରକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଏହା ପ୍ରତିଷ୍ଠା ହୋଇଥିଲା । ଏହା ବିଜ୍ଞାନ ଓ ପ୍ରାଦ୍ୟୋଗିକ ସମ୍ବନ୍ଧୀୟ ନୀତି ପ୍ରସ୍ତୁତ କରିବା ସହ ଜୈବ ଇନ୍ଧନ ଉତ୍ପାଦନ, ପ୍ରକ୍ରିୟାକରଣ, ମାନ ନିର୍ଦ୍ଧାରଣ ଓ ପ୍ରୟୋଗ ସହ ଜଡ଼ିତ ସ୍ୱଦେଶୀ ପ୍ରାଦ୍ୟୋଗିକ ମନ୍ତ୍ରାଳୟ ବିକାଶ ପାଇଁ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗ ମଧ୍ୟରେ ସମନ୍ୱୟ ରଖେ ।

ଡିପାର୍ଟମେଣ୍ଟ ଅଫ୍ ଆଟୋମିକ ଏନର୍ଜି

୧୯୫୪ ମସିହା ଅଗଷ୍ଟ ୩ ତାରିଖରେ ଆଣବିକ ଶକ୍ତି ବିଭାଗ ପ୍ରତିଷ୍ଠା ହୋଇଥିଲା । ଏହା ଆଣବିକ ଶକ୍ତି ଟେକ୍ନୋଲଜିର ବିକାଶ, ବିକିରଣ ଟେକ୍ନୋଲଜିର ବିଭିନ୍ନ କ୍ଷେତ୍ର ଯେପରିକି କୃଷି, ଚିକିତ୍ସା, ଶିଳ୍ପ ଆଦି ଗବେଷଣା କ୍ଷେତ୍ରରେ ସକ୍ରିୟ ଅଛି ।

କରୋନା ସହ ଏମିତି ଲଢିଥାନ୍ତି ରୋଗୀ, ସୁସ୍ଥ ହେବାକୁ ଲାଗିଥାଏ ୬ ସପ୍ତାହ

କାବୁରେ ଆସୁନି କରୋନା । କରୋନାଠୁ ବଞ୍ଚିବାକୁ ପ୍ରତ୍ୟେକ ଦେଶର ସରକାର କଠୋର ନିଷ୍ପତ୍ତି ନେଉଛନ୍ତି । ଏକ ଲକଡାଉନ ଏବଂ ସଟଡାଉନ କରି ଏହି ସଂକ୍ରମଣ ରୋକିବାକୁ ପ୍ରୟାସ କରାଯାଉଛି । ତଥାପି କରୋନା ଭାଇରସ୍ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଭାରତରେ ମଧ୍ୟ କରୋନା ଯୋଗୁଁ ପ୍ରଥମ ପର୍ଯ୍ୟାୟ ୨୪ ମାର୍ଚ୍ଚରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ଲକଡାଉନ କରାଯାଇଥିବା ବେଳେ ପରେ ଏହାକୁ ବଢାଇ ଦ୍ୱିତୀୟ ପର୍ଯ୍ୟାୟ ୩ ମେ ପର୍ଯ୍ୟନ୍ତ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ କରୋନା ଭୁତାଣୁ ଯୋଗୁଁ ୧୨୭୫୯ରୁ ଅଧିକ ଲୋକ ସଂକ୍ରମିତ ହୋଇଥିବାବେଳେ ୪୨୦ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ବିଶ୍ୱବ୍ୟାପୀ କରୋନାରୁ ସଂକ୍ରମଣ ସଂଖ୍ୟା ୨୧.୫୧ ଲକ୍ଷରୁ ଅଧିକ ହୋଇଥିବାବେଳେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ସଂଖ୍ୟା ୧.୪୩ ଲକ୍ଷ ଟପିଛି ।

ସମଗ୍ର ବିଶ୍ୱରେ ୫.୨୬ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ଏବଂ ଭାରତରେ ୧୫୦୦ରୁ ଅଧିକ ଲୋକ କରୋନାକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଆପଣମାନଙ୍କ ମନରେ ଏକ ପ୍ରଶ୍ନ ଉଠୁଥିବ ଯେ, ଏହି ଭୂତାଣୁ ଶରୀରକୁ କିପରି ଆକ୍ରମଣ କରିଥାଏ ଏବଂ ଶରୀର କେଉଁସ୍ଥାନରେ ଆକ୍ରମଣ କରିଥାଏ । ଆପଣମାନଙ୍କ ମନରେ ପ୍ରଶ୍ନ ଥିବ ଆମ ଶରୀର କରୋନା ସହ କିପରି ଲଢେ । ଆସନ୍ତୁ ଜାଣିବା ଏମିତି କିଛି ପ୍ରଶ୍ନର ଉତ୍ତର

କରୋନା ଭୂତାଣୁ ଶରୀର ଉପରେ କିପରି ଆକ୍ରମଣ କରେ?

କରୋନା ଭୂତାଣୁ ନାକ, ପାଟି କିମ୍ବା ଆଖି ଦେଇ ଶରୀରକୁ ପ୍ରବେଶ କରି ଶ୍ୱାସ ନଳି କିମ୍ବା ଫୁସଫୁସ ଭିତରକୁ ଯାଇ ସେଠାରେ ଲାଗି ରହିଥାଏ ।

ଭୂତାଣୁ ଧୀରେ ଧୀରେ ତା ଅଧିନକୁ ଆଣିବା ଆରମ୍ଭ କରିଦିଏ । ଏବଂ କୋଷ ଗୁଡ଼ିକୁ ମାରି ତାକୁ ନିଜ ଭଳି ଭାଇରସରେ ପରିଣତ କରିଦିଏ । ଏହା ପରେ, ସେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ବିସ୍ତାର କରିବାର କ୍ଷମତା ହାସଲ କରେ ।

ଯେତେବେଳେ ଭୂତାଣୁ ଅନେକ କୋଷକୁ ମାରିବାରେ ସକ୍ଷମ ହୁଏ, ସେତେବେଳେ ଆମର ଇମ୍ୟୁନି ସିଷ୍ଟମ୍ ଏହାର ମୁକାବିଲା କରିବାକୁ ଲାଗେ, ଯାହାଫଳରେ ଆମକୁ ସାମାନ୍ୟ ଜଳନ ଅନୁଭବ କରାଇଥାଏ । ଯାହା ଫଳରେ ଫୁସଫୁସ ଭିତରେ ଥିବା ନଳିରେ ଏକ ତରଳ ପଦାର୍ଥ ଜମା ହେବାରେ ଲାଗିଥାଏ, ଯାହା ଶୁଖିଲା କାଶ ସହ ଶ୍ୱାସ ନେବାରେ ଅସୁବିଧା ସୃଷ୍ଟି କରାଏ ।

  • ଗୁରୁତର ଅବସ୍ଥାରେ ଫୁସଫୁସରେ ଜ୍ୱଳନ ଅନୁଭବ କାରଣରୁ ସାଇଟୋକାଇନ୍ ଷ୍ଟୋର୍ମ ଡର ସୃଷ୍ଟି କରିଦେଇଥାଏ । ଯାହା SARS ଏବଂ MERS ରୋଗୀଙ୍କ କ୍ଷେତ୍ରରେ ଏକ ସାଧାରଣ ଲକ୍ଷଣ ଥିଲା ।
  • ଯେତେବେଳେ ଅନେକ ଆଲଭୋଲି ଅର୍ଥାତ୍ ଫୁସଫୁସ ଭିତରେ ଥିବା ନଳି ଏହି ଭୂତାଣୁ କାରଣରୁ ନଷ୍ଟ ହୋଇଯାଏ, ତେବେ ରୋଗୀକୁ ଭେଣ୍ଟିଲେଟର ଆବଶ୍ୟକ ହୋଇଥାଏ । ଗୁରୁତର ଅବସ୍ଥା ହୋଇଯାଇଥିବାରୁ ଶରୀରର ଅନେକ ଅଂଶ ବିଫଳ ହେବା ଆରମ୍ଭ କରି ରୋଗୀମାନେ ପ୍ରାଣ ହରାଇଥାନ୍ତି ।

କରୋନାର ସାଧାରଣ ମାମଲାରେ କ’ଣ ହୁଏ?

ଜଣେ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ପ୍ରାୟ ୬ ସପ୍ତାହ ଲାଗିଥାଏ ଏବଂ ଅଧିକାଂଶ ରୋଗୀ କରୋନା ଭୂତାଣୁର ସାମାନ୍ୟ ଲକ୍ଷଣ ଦେଖନ୍ତି । କେବଳ ୧୫ରୁ ୨୦ ପ୍ରତିଶତ ମାମଲା ଅଧିକ ଗମ୍ଭୀର ଅଟେ । ସାମାନ୍ୟ ପରିସ୍ଥିତିରେ ସାମାନ୍ୟ କଫ, ଜ୍ୱର, ଛାତି ଯନ୍ତ୍ରଣା ଏବଂ ମାଂସପେଶୀ ଯନ୍ତ୍ରଣା ହେବାର ଜଣାପଡ଼ିଛି । ଏହିପରି ରୋଗୀମାନେ ପ୍ରାୟ ଦୁଇ ସପ୍ତାହ ମଧ୍ୟରେ ସୁସ୍ଥ ହୁଅନ୍ତି । ଏହିପରି ଲୋକମାନେ ଆଇସେଲେସନ କରି ସୁସ୍ଥ ହୋଇପାରିବେ ।  ଯଦି ଏପରି କିଛି ରୋଗୀ ଅଛନ୍ତି ତେବେ ସେମାନେ ସଂକ୍ରମିତ ହୋଇ ଆରୋଗ୍ୟ ହୁଅନ୍ତି ଏବଂ ସେମାନଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ ।

ମଧ୍ୟମ ଧରଣ ମାମଲାରେ ହସ୍ପିଟାଲ ଯିବାକୁ ପଡେ

କମ୍ ଗୁରୁତର ସଂକ୍ରମଣ ମାମଲାରେ  ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।  ଏପରି ପରିସ୍ଥିତିରେ ରୋଗୀମାନେ ନିଶ୍ୱାସ ନେବାରେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି। କେତେକ ରୋଗୀ ଉଚ୍ଚ ଜ୍ୱର ଏବଂ ବଦହଜମି ଦେଖାଦିଏ । ଏହିପରି ରୋଗୀଙ୍କୁ ଆଇ ବି ଫ୍ଲୁଡ ଦେବା ଆବଶ୍ୟକ । ତେଣୁ ସେମାନଙ୍କୁ ହସ୍ପିଟାଲ ଯିବାକୁ ପଡେ ।

ଗୁରୁତର ମାମଲା ଜୀବନ ନେଇଥାଏ

କରୋନା ଭୂତାଣୁ ସଂକ୍ରମଣର ମାତ୍ର ୧୫-୨୦ ପ୍ରତିଶତ ମାମଲା ସାଂଘାତିକ ହୋଇପାରେ । ଏହିପରି ରୋଗୀଙ୍କ ଫୁସଫୁସରେ ଅତ୍ୟଧିକ ତରଳ ପଦାର୍ଥ ଜମା ହୋଇଯାଏ ଫଳରେ ନିଶ୍ୱାସ ପ୍ରଶ୍ୱାସ ନେବା କଷ୍ଟକର ହୋଇଯାଏ ଏବଂ ଭେଣ୍ଟିଲେଟର ଆବଶ୍ୟକ ପଡ଼ିଥାଏ । କିଛି ସପ୍ତାହ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ରଖିବା ଆବଶ୍ୟକ ହେବା ସହ ବୃଦ୍ଧ ଏବଂ ପୂର୍ବରୁ କୌଣସି ରୋଗ କିମ୍ବା ହୃଦ ରୋଗରେ ପୀଡିତ ରୋଗୀମାନେ କିଛିଟା ଏଥିରୁ ମୁକ୍ତି ପାଇବାକୁ ସକ୍ଷମ ହୋଇପାରନ୍ତି । ଏପରି ପରିସ୍ଥିତିରେ, ୩୦-୪୦ ପ୍ରତିଶତ ଲୋକ ମୃତ୍ୟୁ ବରଣ କରନ୍ତି । ଏହିପରି ରୋଗୀମାନଙ୍କୁ ଭେଣ୍ଟିଲେଟରରୁ ବାହାର କରିବା ପୂର୍ବରୁ ସେ କିଛି ଗିଳିବାରେ ସକ୍ଷମ ଅଛନ୍ତି କି ନାହିଁ ତାହାକୁ ନିଶ୍ଚିତ କରିବାକୁ ପଡେ । ଏହା କମ୍ ଅମ୍ଳଜାନ ଆବଶ୍ୟକ କରେ ଏବଂ କାର୍ବନ ଡାଇଅକ୍ସାଇଡ୍ ସଫା କରିବାର ସାହାଜ୍ୟ କରେ ।

କେତେବେଳେ ରୋଗୀ ଡିସଚାର୍ଜ ହୁଅନ୍ତି ?

କୌଣସି ରୋଗୀ ସେତେବେଳେ ଡିସଚାର୍ଜ ହୁଅନ୍ତି ଯେତେବେଳେ ତାଙ୍କ ରିପୋର୍ଟ କ୍ରମାଗତ ଦୁଇଥର ନେଗେଟିଭ୍ ଆସେ । ତଥାପି, ବିଭିନ୍ନ ଦେଶରେ କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ନିୟମ କରାଯାଇଛି । ଚାଇନାରେ, ଯଦି ଜଣେ ରୋଗୀ ୩-୪ ଦିନ ଜ୍ୱରରେ ପୀଡିତ ନୁହଁନ୍ତି ଏବଂ ଫୁସଫୁସରେ ଜ୍ୱଳନ ଅନୁଭବ କରନ୍ତି ନାହିଁ, ତେବେ ସେ ଆରୋଗ୍ୟ ହୋଇଥିବା ମାନିନିଆଯାଏ । ଏଥି ସହିତ, ଯୁକ୍ତରାଷ୍ଟ୍ରରେ ରୋଗୀଙ୍କଠାରେ  ସାମାନ୍ୟ ଲକ୍ଷଣ ଦେଖାଗଲେ ମଧ୍ୟ ତାଙ୍କୁ ଅତିକମରେ ସପ୍ତାହେ ପର୍ଯ୍ୟନ୍ତ ହସ୍ପିଟାଲରେ ରଖାଯାଏ । ଅନ୍ୟପକ୍ଷରେ ଭାରତ ଭଳି ଦେଶରେ, ଡିସଚାର୍ଜ ହେବା ପରେ ମଧ୍ୟ ଅତି କମରେ ୧୪ ଦିନ ସେଲ୍ଫ କ୍ୱାରେଣ୍ଟାଇନରେ ରହିବାକୁ ପଡିଥାଏ ।

କରୋନା ଭୟାବହତା: ୨୦୨୨ ଯାଏ ଜାରି କରାଯାଇପାରେ ସୋସିଆଲ ଡିସଣ୍ଟାସିଂ

ୱାଶିଂଟନ: କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ଅଦ୍ୟାବଧି ବିଶ୍ୱର କୌଣସି ରାଷ୍ଟ୍ର ଭାକ୍‌ସିନ ପ୍ରସ୍ତୁତ କରିପାରି ନାହାନ୍ତି। ସାମାଜିକ ଦୂରତ୍ୱ ବା ସୋସିଆଲ ଡିଷ୍ଟାନ୍ସିଂ ହିଁ ଏହି ଘାତକ ମହାମାରୀରୁ ମୁକ୍ତି ପାଇଁ ଏକମାତ୍ର ଔଷଧ ବୋଲି ବିବେଚନା କରାଯାଉଛି। ତେବେ ସୋସିଆଲ୍‌ ଡିଷ୍ଟାନ୍ସିଂ ଅବଲମ୍ବନ ଲାଗି କେବଳ ଗୋଟିଏ ଥର ଲକ୍‌ଡାଉନ୍‌ କରିଦେଲେ ଏହି ଭୂତାଣୁ ନିୟନ୍ତ୍ରଣକୁ ଆସିବ ନାହିଁ। ବର୍ଷ ବର୍ଷ ଧରି ମଝିରେ ମଝିରେ ଏହି ଉପାୟକୁ ଆପଣାଇବାକୁ ପଡ଼ିବ। ଅନ୍ତତଃ ୨୦୨୨ ପର୍ଯ୍ୟନ୍ତ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପଡ଼ିବ ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି।

ଜର୍ନାଲ ସାଇନ୍ସରେ ପ୍ରକାଶିତ ନିବନ୍ଧ ଅନୁସାରେ ଥରେ ଲକ୍‌ଡାଉନ୍‌ କରିଦେବା ଫଳରେ ମହାମାରୀ କରୋନା ନିୟନ୍ତ୍ରଣକୁ ଆସିବ ନାହିଁ। କଟକଣା ନିରନ୍ତର ଲାଗି ନ ରହିଲେ ଏହାର ଅତିରିକ୍ତ ବୃଦ୍ଧି ବର୍ତ୍ତମାନଠାରୁ ଆହୁରି ଭୟଙ୍କର ହୋଇପାରେ। ଏପରି କି ଭାକ୍‌ସିନ ନ ବାହାରିଲେ ଅଥବା ପ୍ରଭାବଶାଳୀ ଚିକିତ୍ସା କରା ନ ଗଲେ ୨୦୨୫ ପର୍ଯ୍ୟନ୍ତ କରୋନା ଭାଇରସ୍‌ ପୁଣି ମୁଣ୍ଡ ଟେକିପାରେ ବୋଲି ହାଭାର୍ଡ ୟୁନିଭର୍ସିଟିର ଏପିଡେମିଓଲୋଜି ପ୍ରଫେସର ମାର୍କ ଲିପ୍‌ଷ୍ଟିକ୍‌ ସତର୍କ କରାଇଦେଇଛନ୍ତି।

ବିଶ୍ୱବିଦ୍ୟାଳୟର ମହାମାରୀ ବିଜ୍ଞାନ ଆନୁକୂଲ୍ୟରେ ଅଧ୍ୟୟନର ନେତୃତ୍ୱ ନେଇଥିବା ଲିପ୍‌ଷ୍ଟିକ୍‌ କହିଛନ୍ତି, ସଂକ୍ରମଣ ମୁଖ୍ୟତଃ ଦୁଇ ପ୍ରକାର ଲୋକଙ୍କଠାରୁ ବଢ଼ିଥାଏ। ଗୋଟିଏ ହେଲା ସଂକ୍ରମିତ ଓ ଅନ୍ୟଟି ଅତି ସମ୍ବେଦନଶୀଳ ବ୍ୟକ୍ତିଙ୍କଠାରୁ। ଯଦି ପର୍ଯ୍ୟାପ୍ତ ପରିମାଣର ପ୍ରତିଷେଧକ ଉପଲବ୍ଧ ନ ଥିବ ତେବେ ବହୁସଂଖ୍ୟକ ଲୋକଙ୍କ ଜୀବନ ବିପଦ ମଧ୍ୟକୁ ଠେଲି ହୋଇଯିବା ଆଶଙ୍କା ରହିଛି।

୨୦୨୦ ଗ୍ରୀଷ୍ମରେ ଏହି ଭୂତାଣୁ ସଂକ୍ରମଣ ହ୍ରାସ ପାଇବ ବୋଲି ପୂର୍ବରୁ ଯାହା ଅନୁମାନ କରାଯାଉଥିଲା ତାହା ସମ୍ପୂର୍ଣ୍ଣ ଭାବେ ଭୁଲ ପ୍ରମାଣିତ ହୋଇଛି ବୋଲି ଲିପ୍‌ଷ୍ଟିକ୍‌ କହିଛନ୍ତି। ତାଙ୍କର ଏହି ରିପୋର୍ଟ ଆମେରିକା ସରକାରଙ୍କ ସାଇଣ୍ଟିଫିକ୍‌ ଆଡ୍‌ଭାଇଜରି ଗ୍ରୁପ୍‌ ଫର୍‌ ଏମର୍ଜେନ୍ସି (ସେଜ୍‌) ପକ୍ଷରୁ ଉନ୍ମୋଚିତ ହୋଇଛି। ହାଭାର୍ଡ ଟି.ଏଚ୍‌. ଚାନ୍‌ ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥର ଗବେଷକମାନେ ମଧ୍ୟ ଅନୁରୂପ ମତବ୍ୟକ୍ତ କରି ବିଶ୍ୱବାସୀଙ୍କୁ ସତର୍କ କରାଇଛନ୍ତି।