ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୭କୁ ବୃଦ୍ଧି, ୩ ଜଣଙ୍କ ମୃତ୍ୟୁ ।
ଛାଡ଼ପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ କଲେ ଅକ୍ଷୟଙ୍କ ସ୍ତ୍ରୀ
ଫାଶୀରୁ ବର୍ତ୍ତିବା ଲାଗି ନିର୍ଭୟା ଦୋଷୀଙ୍କ ନୂଆ ନାଟକ । ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ କଲେ ଦୋଷୀ ଅକ୍ଷୟଙ୍କ ପତ୍ନୀ ପୁନିତା । ଛାଡ଼ପତ୍ର ନେଇ ଫ୍ୟାମିଲି କୋର୍ଟରେ ଆବେଦନ କରିଛନ୍ତି । ଆବେଦନରେ ସେ ଅକ୍ଷୟଙ୍କ ବିଧବାଭାବରେ ବଞ୍ଚିବାକୁ ଚାହୁଁନଥିବା ଉଲ୍ଲେଖ କରିଛନ୍ତି । ତେବେ ବଳାତ୍କାର ମାମଲାରେ ତାଙ୍କ ସ୍ୱାମୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ତାଙ୍କୁ ଫାଶୀ ଦିଆଯିବା ଉଚିତ ବୋଲି ସେ କହିଛନ୍ତି ।
ଅକ୍ଷୟଙ୍କ ପତ୍ନୀଙ୍କ ଓକିଲ ମୁକେଶ କୁମାର ସିଂ କହିବା ହେଲା ଯେ, ହିନ୍ଦୁ ବିବାହ ଆଇନ ୧୩ (2) (II) ଅନୁଯାୟୀ କେତେକ ମାମଲାରେ ମହିଳାଙ୍କ ଛାଡ଼ପତ୍ର କରିବାର ଆଇନଗତ ଅଧିକାର ରହିଛି। ସେ କହିଛନ୍ତି ଯେ, ଯଦି ଜଣେ ମହିଳାଙ୍କ ସ୍ୱାମୀ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେ ଛାଡପତ୍ର ପାଇଁ ଆବେଦନ କରିପାରିବେ।

ଅପରପକ୍ଷରେ ଅକ୍ଷୟଙ୍କ ପତ୍ନୀଙ୍କ ଏହି ଆବେଦନକୁ ଆଇନ ବିଶେଷଜ୍ଞମାନେ ଫାଶୀ ଟାଳିବାର ନୂଆ କୌଶଳ ଭାବେ ଅଭିହିତ କରିଛନ୍ତି । ଆଇନ ବିଶେଷଜ୍ଞଙ୍କ ଅନୁଯାୟୀ ଅକ୍ଷୟଙ୍କୁ ଏହା ଉପରେ ନୋଟିସ୍ ଜାରି କରିପାରିବେ ଏବଂ ତାଙ୍କୁ ଉପସ୍ଥିତ ରହିବାକୁ ମଧ୍ୟ କହିପାରନ୍ତି କୋର୍ଟ ।
ଆସନ୍ତା ୨୦ରେ ଅକ୍ଷୟଙ୍କ ସମେତ ୪ ଦୋଷୀଙ୍କୁ ଦିଆଯିବ ଫାଶୀ
ମାମଲାର ୪ଜଣ ଦୋଷୀଙ୍କୁ ମାର୍ଚ୍ଚ ୨୦ରେ ସକାଳ ୫ଟା ୩୦ରେ ଫାଶୀ ଦିଆଯିବ | ତେବେ ଫାଶୀରୁ ବର୍ତ୍ତିବା ପାଇଁ ଅକ୍ଷୟ ମଧ୍ୟ ସବୁ ପ୍ରକାର ଚେଷ୍ଟା କରିଥିଲେ । କିନ୍ତୁ ନିମ୍ନ ଅଦାଲତରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ତାଙ୍କର ସବୁ ପ୍ରୟାସ ଫେଲ୍ ମାରିଲା ।

ରାଷ୍ଟ୍ରପତି ମଧ୍ୟ ଅକ୍ଷୟଙ୍କ ଦୟା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାପରେ ଅକ୍ଷୟ, ପୱନ, ମୁକେଶ ଏବଂ ବିନୟଙ୍କର ସମସ୍ତ ଆଇନଗତ ରାସ୍ତା ବନ୍ଦ ହୋଇଯାଇଛି ।
ଦୋଷୀମାନେ ICJରେ କରିଛନ୍ତି ଆବେଦନ
ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଚାରିଜଣଙ୍କ ମଧ୍ୟରୁ ତିନିଜଣ ସେମାନଙ୍କ ମୃତ୍ୟୁ ସ୍ଥଗିତ ରଖିବାକୁ ଅନ୍ତର୍ଜାତୀୟ କୋର୍ଟରେ ପହଞ୍ଚିଛନ୍ତି।
![]()
କୁହାଯାଉଛି ଯେ ଅଭିଯୁକ୍ତ ଅକ୍ଷୟ, ପୱନ ଏବଂ ବିନୟ ଅନ୍ତର୍ଜାତୀୟ କୋର୍ଟରେ ଆବେଦନ କରିଛନ୍ତି। ଏହି ତିନି ଦୋଷୀ ଆଇସିଜେକୁ ଚିଠି ଲେଖି ସେମାନଙ୍କୁ ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି। ଦୋଷୀଙ୍କ ଓକିଲ ଏପି ସିଂ କହିଛନ୍ତି ଯେ ମୃତ୍ୟୁଦଣ୍ଡ ବିରୋଧରେ ସାରା ବିଶ୍ୱରେ ବିଭିନ୍ନ ସଂଗଠନ ଆଇସିଜେ ନିକଟରେ ଆବେଦନ କରିଛନ୍ତି ।
କରୋନା ଭାଇରସ ଟୀକା ତିଆରି କରୁଥିବା ଜର୍ମାନୀ କମ୍ପାନୀ ଉପରେ କବଜା ଚାହୁଁଥିଲା ଆମେରିକା !
ଆମେରିକା କରୋନା ଭାଇରସ ତିଆରି କରିଥିବା ଦାବି କରୁଛି । ଦାବି ଅନୁସାରେ ଏହା ବର୍ଷକ ଭିତରେ ବଜାରରେ ଉପଲବ୍ଧ ହେବ । କିନ୍ତୁ ଏହା ଭିତରେ ଏମିତି ଗୋଟିଏ ଖବର ଆସୁଛି, ଯାହା ଆମେରିକାର ଦୋମୁହାଁ ଓ ବ୍ୟବସାୟରେ ଏକାଧିପତ୍ୟ ନୀତିକୁ ପଦାରେ ପକାଉଛି । ଦ ଗାର୍ଡିଆନ୍ ଅନୁସାରେ କରୋନା ଭାଇରାସ ଟୀକା ତିଆରି ଲକ୍ଷ୍ୟ ପାଖାପାଖି ପହଞ୍ଚିଥିବା ଗୋଟିଏ ଜର୍ମାନୀ କମ୍ପାନୀର ଟେକ୍ ଓଭର କରିବାକୁ ହ୍ୱାଇଟ୍ ହାଉସ୍ ଚାହୁଁଥିଲା ।

ଦ ଗାର୍ଡିଆନ୍ ଅନୁସାରେ ଟ୍ରମ୍ପ ଚାହୁଁଥିଲେ ଯେ, କମ୍ପାନୀ ଯେଉଁ ଟିକା ତିଆରି କରିବ କେବେଳ ତାହା ଆମେରିକାକୁ ବିକ୍ରି କରିବ । ଆମେରିକାକୁ କମ୍ପାନୀ ତା’ର ରିସର୍ଚ୍ଚ ଆଣ୍ଡ୍ ଡେଭଲପମେଣ୍ଟ୍(ଆର ଆଣ୍ଡ୍ ଡି) ଫେସିଲିଟି ଉଠାଇ ନେବା ।

କ୍ୟୁର୍ ଭ୍ୟାକ୍ ନାମକ ଏହି କମ୍ପାନୀକୁ ଟ୍ରମ୍ପ୍ ବଡ ଧରଣର ଅଫର ଦେଇଥିଲେ ବୋଲି କୁହାଯାଉଛି । ତେବେ କମ୍ପାନୀ ଆମେରିକା ଅଫରକୁ ପ୍ରତ୍ୟାଖାନ କରିଦେଇଥିଲା । ରିପୋର୍ଟ ଅନୁସାରେ ଜର୍ମାନୀ ସରକାର ଆମେରିକାର ଏଭଳି ଅଫର ଖବର ପାଇବା ପରେ କ୍ୟୁର ଭ୍ୟାକକୁ ଦେଶ ନଛାଡିବା ପାଇଁ ପାଲଟା ଅଫର ଦେଇଥିଲେ ।

ଆମେରିକା ଏଭଳି ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ଜର୍ମାନୀ ଅର୍ଥନୈତିକ ମନ୍ତ୍ରଣାଳୟ ତାଙ୍କ ଦେଶର କଂପାନି ଅଧିଗ୍ରହଣ ପାଇଁ ବିଦେଶୀ ରାଷ୍ଟ୍ରଙ୍କ ଉଦ୍ୟମ ବିରୋଧରେ ଆଇନ ଆଣିବ ବୋଲି କହିଛି ।

ଆପଣଙ୍କ ସ୍ମାର୍ଟଫୋନରୁ କେମିତି ହଟାଇବେ କରୋନା ଭାଇରସ୍, ଜାଣନ୍ତୁ
କରୋନା ଭାଇରସ୍କୁ ନେଇ ଭୟରେ ପୁରା ବିଶ୍ୱ । କାହା ମୁହଁରେ ମାସ୍କ ତ ଆଉ କାହା ହାତରେ ଗ୍ଲୋବ୍ସ । କେବଳ କରୋନାରୁ ବଞ୍ଚିବା ପାଇଁ ମଣିଷ ଏହି ସବୁ ଉପାୟକୁ ଆପଣେଇଛି । ବିଭିନ୍ନ ଦେଶ ମଧ୍ୟ ଏହି କରୋନ ଭାଇରସକୁ ନେଇ ଆପଣେଇଛି ଭିନ୍ନ ଭିନ୍ନ ପଦକ୍ଷେପ । କିନ୍ତୁ ଆପଣ ମାନେ ଭୁଲି ଯାଉନାହାନ୍ତି ତ ଆପଣଙ୍କର ସବୁଠାରୁ ଆବ୍ୟଶ୍ୟକ ଥିବା ଜିନିଷ ଆପଣଙ୍କ ପାଇଁ କରୋନା ଆଣି ଦେଇପାରେ ? ବ୍ୟବହାର କରୁଥିବା ସ୍ମାର୍ଟଫୋନରେ କରୋନା ଥାଇପାରେ ବୋଲି ଆପଣ ଭାବୁନାହାନ୍ତି କି ? ସ୍ମାର୍ଟଫୋନରୁ ବି ଆପଣଙ୍କୁ କରୋନା ହୋଇପାରେ ? ଯେତେବେଳେ ଆପଣ ଫୋନଙ୍କୁ କରୋନା ମୁକ୍ତ କରୁଛନ୍ତି ଏହି ସବୁ କ୍ଷେତ୍ର ଉପରେ ଧ୍ୟାନ ଦିଅନ୍ତୁ ।
୧- ଆପଣଙ୍କର ସ୍ମାର୍ଟଫୋନ୍ ସଫା କରିବା ସମୟରେ ଏକ ବ୍ୟବହାର ଯୋଗ୍ୟ ଗ୍ଲୋଭସ୍ ବ୍ୟବହାର କରନ୍ତୁ ।

୨- ଆପଣଙ୍କର ସ୍ମାର୍ଟଫୋନ୍ ସଫା କରିବା ପାଇଁ କୌଣସି ପ୍ରକାରର ବ୍ଲିଚ୍ ବ୍ୟବହାର କରନ୍ତୁ ନାହିଁ । କାରଣ ଏଥିରେ କରୋନା ଭାଇରସ୍ ମରିବନି କିନ୍ତୁ ଆପଣଙ୍କ ଫୋନ ଖରାପ ହୋଇଯାଇପାରେ ।

୩- ଆପଣଙ୍କର ସ୍ମାର୍ଟଫୋନ୍ ସଫା କରିବା ପାଇଁ କୌଣସି ଭିନେଗାର ମଧ୍ୟ ବ୍ୟବହାର କରନ୍ତୁ ନାହିଁ ।

୪- ଆଇଫୋନ୍ ସଫା କରିବା ପାଇଁ ସ୍ପ୍ରେ କ୍ଲିନର୍ ସିଧାସଳଖ ବ୍ୟବହାର କରାଯିବା ଉଚିତ୍ ନୁହେଁ ବୋଲି ଆପଲ କହିଛି ।

୫- ଭଲକରି ପରିଷ୍କାର କରିବା ପାଇଁ ଆପଣଙ୍କ ସ୍ମାର୍ଟଫୋନକୁ କୌଣସି ପ୍ରକାରର ତରଳ ପଦାର୍ଥରେ ବୁଡ଼ାନ୍ତୁ ନାହିଁ ।

୬- ଆପଣଙ୍କ ସ୍ମାର୍ଟଫୋନ୍ ସଫା କରିବା ପାଇଁ ଆଲକୋହଲକୁ ବ୍ୟବହାର କରନ୍ତୁ ନାହିଁ ।

୭- କେବଳ ସ୍ମାର୍ଟଫୋନ୍ ସଫା କରିବା ପାଇଁ ସଂକ୍ରାମକ ନଥିବା ଓ୍ୱାଇପ୍ ଏବଂ ୭୦% ଆଇସୋପ୍ରୋପିଲ୍ ଆଲକୋହଲ୍ ଓ୍ୱାଇପ୍କୁ ବ୍ୟବହାର କରନ୍ତି ।

୮- ସ୍ମାର୍ଟଫୋନ୍ ସଫା କରିବା ପାଇଁ କେବଳ ଏକ ଲେନ୍ସ ସଫା କରୁଥିବା କପଡା ପରି ଏକ ନରମ, ସାମାନ୍ୟ ଓଦା, ଲିନଟମୁକ୍ତ କପଡା ବ୍ୟବହାର କରନ୍ତୁ ।

୯- ଆମେରିକୀୟ ଟେଲିକମ୍ ସେବା ପ୍ରଦାନକାରୀ ଏଟି ଆଣ୍ଡ ଟି କହିଛି ଯେ ଫୋନରେ ସ୍ପ୍ରେ କରିବା ପରେ କାଗଜ ଟାୱେଲ ବ୍ୟବହାର କରାଯାଇପାରିବ ।

୧୦- ପ୍ରିମିୟମ୍ ସ୍ମାର୍ଟଫୋନ୍ ଯାହା IP68 ରେଟିଂ ସହିତ ଆସେ ତାହାକୁ ଜଳ-ପ୍ରତିରୋଧକ ସାବୁନ୍ ପାଣି କିମ୍ବା ହ୍ୟାଣ୍ଡ୍ ସାନିଟାଇଜର ସହିତ ସଫା କରାଯାଇପାରିବ ।

୧୧- ଫୋନକୁ ସଫା କରିସାରିବା ପରେ ଆପଣ ନିଜ ହାତକୁ ସାବୁନ ଏବଂ ସାନିଟାଇଜରରେ ହାତକୁ ଭଲସେ ଧୋଇଦିଅନ୍ତୁ ।

କରୋନା ମୁକାବିଲା ଦିଗରେ ସରକାରଙ୍କୁ ସହଯୋଗ ଲାଗି ପୁରୀ ଗଜପତିଙ୍କ ଅପିଲ୍
ପୁରୀ: ବିଦେଶରୁ ଫେରୁଥିବା ବ୍ୟକ୍ତିଙ୍କୁ ପୁରୀ ଗଜପତିଙ୍କ ଅପିଲ। ସମସ୍ତେ କୋଭିଡ୍ ପୋର୍ଟାଲରେ ପଞ୍ଜୀକରଣ କରନ୍ତୁ। ଘରେ ୧୪ ଦିନ ଯାଏଁ ଆଇସୋଲେସନରେ ରୁହନ୍ତୁ। ସରକାରଙ୍କ ସତର୍କତାମୂଳକ ପଦକ୍ଷେପକୁ ମାନନ୍ତୁ। ଗଜପତି ନିଜେ ଏହିସବୁ ଉପଦେଶ ମାନିଛନ୍ତି। ଗତ ୧୫ତାରିଖରେ ସେ ଓ ତାଙ୍କ ପରିବାର ଆମେରିକାରୁ ଫେରିଛନ୍ତି। ଏହାପରେ କୋଭିଡ୍ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି। ଭୁବନେଶ୍ବର ବାସଭବନରେ ସେ ୧୪ ଦିନ ଆଇସୋଲେସନରେ ରହିବେ।
କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ: ଆଗୁଆ ଦିଆଯିବ ୪ ମାସର ଭତ୍ତା
ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପ । ଅଗ୍ରୀମ ଭତ୍ତା ଦେବେ ରାଜ୍ୟ ସରକାର । ଏପ୍ରିଲ, ମେ’, ଜୁନ୍ ଓ ଜୁଲାଇ ମାସର ଭତ୍ତା ଆଗୁଆ ଦିଆଯିବ । ଏହାଦ୍ଵାରା ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ । ୨୮ ଲକ୍ଷ ମଧୁବାବୁ ପେନସନ ହିତାଧିକାରୀଙ୍କୁ ଭତ୍ତା ମିଳିବ।

ଏନଏସଏପିର ୨୦ଲକ୍ଷ ହିତାଧିକାରୀଙ୍କୁ ବି ଭତ୍ତା ମିଳିବ। ଚଳିତ ମାସ ୧୯ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ସଂଗ୍ରହ କରାଯିବା ସହ ଚଳିତ ମାସ ଶେଷ ସୁଦ୍ଧ ଭତ୍ତା ଦିଆଯିବ । ତେବେ ଭତ୍ତା ଆଣିବାକୁ ଯିବା ବେଳେ ସ୍ୱଚ୍ଛତାକୁ ଗୁରୁତ୍ବ ଦିଆଯିବ। ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ଏନେଇ ସୂଚନା ଦେଇଛନ୍ତି ।

ଦେଶ ପରେ ଦେଶ ବ୍ୟାପିବାରେ ଲାଗିଛି କରୋନା ଭାଇରସ୍ । ଏଭିଳ ସମୟରେ ଏହାକୁ ବ୍ୟାପିବାରୁ ରୋକିବା ଲାଗି ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ପୂର୍ବରୁ ସିନେମା ହଲ୍, ମାର୍କେଟ କମ୍ଫ୍ଳେକ୍ସ, ସ୍କୁଲ, କଲେଜ ବନ୍ଦ କରାଯାଇଥିବା ବେଳେ ବହୁ ସଂଖ୍ୟାରେ ସମାଗମ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଅର୍ଥାତ ସଭା ସମିତି, ଭୋଜି ଭଳି କାର୍ଯ୍ୟକମ ଆୟୋଜନ ଉପରେ କଟକଣା ଲଗାଯାଇଛି । ବିିଭିନ୍ନ ଜାନି ଯାତ୍ରାକୁ ମଧ୍ୟ ବନ୍ଦ କରାଯିବା ସହ ରାଜ୍ୟର କିଛି ପର୍ଯ୍ୟଟନସ୍ଥଳୀରେ ୧୪୪ ଧାରା ଲାଗୁ କରାଯାଇଛି । ଆବଶ୍ୟକ ନଥିଲେ ଘରୁ ବାହାରିବାକୁ ବାରଣ କରାଯାଉଛି ।
https://www.facebook.com/nandighoshatv/videos/509211706451752/
ମହୋଦଧି ଓ ଚନ୍ଦ୍ରଭାଗାରେ ୧୪୪ ଧାରା
ପୁରୀ: କରୋନା ଭୟ ଏବେ ପୂରା ଦେଶରେ ଦେଖିବାକୁ ମିଳିଛି । ଏଥିରୁ ବର୍ତ୍ତିପାରିନି ଓଡ଼ିଶା, ସୋମବାର ଭୁବନେଶ୍ୱରରେ ଜଣେ କୋରନା ରୋଗୀ ଚିହ୍ନଟ ହେବା ପରେ ଏବେ କିଛି ଜିଲ୍ଲାରେ ସରକାର ୧୪୪ ଧାରା ଲାଗୁ କରିଛନ୍ତି । ଏହି ଧାରାରେ ଗୋଟିଏ ସ୍ଥାନରେ ୫ଜଣ ଲୋକେ ଏକାଠି ରହିପାରିବେ ନାହିଁ ।
ବିଶେଷକରି ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଏହି ଧାରା ଲାଗୁ କରାଯାଇଛି । ବହୁପରିମାଣର ବିଦେଶୀ ପର୍ଯ୍ୟଟକ ପୁରୀ କୋଣାର୍କକୁ ଆସୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।
ପୁରୀ ଜିଲ୍ଲାର ବିଶେଷ ଜନଗହଳୀ ପୂର୍ଣ୍ଣ ସ୍ଥାନରେ ସରକାର ୧୪୪ ଧାରା ଲାଗୁ କରିଛନ୍ତି । ଏଥିରେ ସାମିଲ ହୋଇଛି ପୁରୀ ମହୋଦଧି କୂଳ ଏବଂ ଚନ୍ଦ୍ରଭାଗା । ଏହି ୨ସ୍ଥାନରେ ଆଜି ୧୪୪ ଧାରା ଲାଗୁ ହେବା ସହ ଜିଲ୍ଲାପାଳ ଜରୁରୀ ନଥିଲେ ଘରୁ ବାହାରିବାକୁ ମନାକରିଛନ୍ତି ।
ଓଲଟିଲା ଗୋଳା ବାରୁଦ ଭର୍ତ୍ତି ମାଲ ବାହି ଟ୍ରେନ୍, ପୁରା ଅଞ୍ଚଳକୁ କବଜା କଲା ଭାରତୀୟ ସେନା
ଓଲଟିଲା ଗୋଳା ବାରୁଦ ଭର୍ତ୍ତି ଟ୍ରେନ୍ । ଟ୍ରେନ୍ ଯୋଗେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିଲା ଏହି ସାମରିକ ଯାନ । ଏହି ସବୁ ବୋମା, ଗୁଳି, ଟ୍ୟାଙ୍କ ହେଉଛି ଭାରତୀୟ ସେନାର । ଟ୍ରେନ୍ ଓଲଟିବା ପରେ ସେନା ସମଗ୍ର ଅଞ୍ଚଳକୁ ସୁରକ୍ଷା ଦୃଷ୍ଟିରୁ ନିଜ ଅଧିନକୁ ନେଇଛି । ଏଭଳି ଘଟଣା ଝାରଖଣ୍ଡର ଲାତେହାର ଜିଲ୍ଲାର ଟେରୀ ରେଲଓ୍ୱେ ଷ୍ଟେସନରେ ଦେଖିବାକୁ ମିଳିଛି । ଏଭଳି ଏକ ଦୁର୍ଘଯଣା ସୋମବାର ସକାଳ ୫ ଟାରେ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ,ଭାରତୀୟ ସେନାର ବୋମା, ଗୁଳି, ଟ୍ୟାଙ୍କ ଭର୍ତ୍ତି ଟ୍ରେନ୍ ସେନାଦ୍ୱାରା ଟ୍ରେନ୍ ଯୋଗେ ରାଞ୍ଚିରୁ ବାହାରି ଅନ୍ୟତ୍ର ଏକ ସ୍ଥାନକୁ ଯାଉଥିଲା । ଦକ୍ଷିଣ ପୂର୍ବ ରେଳ ଲାଇନରୁ ପୂର୍ବ କେନ୍ଦ୍ରୀୟ ରେଳ ଲାଇନ ପର୍ଯ୍ୟନ୍ତ ଟ୍ରାକ ପରିବର୍ତ୍ତନ କରୁଥିବା ବେଳେ ଟ୍ରେନ୍ଟି ଟ୍ରାକ୍ରୁ ତଳକୁ ଖସିଯାଇଥିଲା ।

ଯାହା ଫଳରେ ସମସ୍ତ ସାମରିକ ଅସ୍ତ୍ରଶସ୍ତ୍ର, ଟ୍ରକ୍ ଏବଂ ଟ୍ୟାଙ୍କ ଟ୍ରେନ୍ ତଳକୁ ଖସିଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ଏହି ଟ୍ରେନରେ କେବଳ ରେଳ କର୍ମଚାରୀ ଏବଂ ଭାରତୀୟ ସେନାହିଁ ଉପସ୍ଥିତ ଥିଲେ । ଟ୍ରେନ୍ଟି ଓଲଟିବା ପରେ ପୁରା ଅଞ୍ଚଳକୁ ଭାରତୀୟ ସେନା ତାର ଅଧିନକୁ ନେଇଥିଲା ।

ସେପଟେ ଏହି ଦୁର୍ଘଟଣାରେ କୌଣସି ସେନା କିମ୍ବା ରେଳ କର୍ମଚାରୀ ମାନେ ଆହତ ହୋଇନଥିବା ସୂଚନା ମିଳିଛି । ରେଳ କର୍ମଚାରୀମାନେ ଟ୍ରେନକୁ ସିଧା କରି ଦେଇଛନ୍ତି ।

ଏମିତି ଷ୍ଟେସନ, ଯାହାର ଟିକେଟ୍ କାଉଣ୍ଟର ଗୋଟିଏ ରାଜ୍ୟରେ ଏବଂ ଷ୍ଟେସନ ମାଷ୍ଟର ବସନ୍ତି ଅନ୍ୟ ରାଜ୍ୟରେ !
ଭାରତରେ ଏମିତି ଏକ ରେଳ ଷ୍ଟେସନ ଅଛି ଯାହା ଭାରତ-ପାକିସ୍ତାନ ବର୍ଡରଠୁ କମ୍ ନୁହେଁ । ଭାରତରେ ଥିବା ଦୁଇଟି ରାଜ୍ୟ ମଧ୍ୟରେ ଏମିତି ଏକ ରେଳ ଷ୍ଟେସନ ଅଛି ଯାହାକୁ ଦେଖିଲେ ଆପଣ ଦୁଇ ଦେଶର ବର୍ଡର କଥା ମନେ ପଡ଼ିଯିବ । କାରଣ ଏହି ରେଳ ଷ୍ଟେସନଟି ଦୁଇଟି ରାଜ୍ୟର ବର୍ଡରେ ରହିଛି ଯାହାର ଅଧା ମହାରାଷ୍ଟ୍ରରେ ଏବଂ ଅଧା ଗୁଜୁରାଟରେ ପଡେ । ତେବେ ଆସନ୍ତୁ ଆପଣଙ୍କୁ ଏହି ଷ୍ଟେସନ୍ ବିଷୟରେ ତଥା ଏହି ଦୁଇ ରାଜ୍ୟର ବିଭକ୍ତ ବିଷୟରେ କିଛି ବିଶେଷ କଥା ଜାଣିବା ।

ମହାରାଷ୍ଟ୍ର ଏବଂ ଗୁଜୁରାଟ ସୀମାରେ ଥିବା ଏହି ଷ୍ଟେସନର ନାମ ହେଉଛି ନବାପୁର ରେଳ ଷ୍ଟେସନ । ଏହି ଷ୍ଟେସନରେ ଏକ ବେଞ୍ଚ ଅଛି, ଯାହାର ଅଧା ମହାରାଷ୍ଟ୍ର ଏବଂ ଅଧା ଗୁଜୁରାଟରେ । ଯେଉଁମାନେ ଏହି ବେଞ୍ଚରେ ବସିଛନ୍ତି ସେମାନେ କେଉଁ ରାଜ୍ୟରେ ବସିଛନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ପଡିବ ।

ଏହି ଷ୍ଟେସନ ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଷ୍ଟେସନଟିର ଟିକେଟ୍ କାଉଣ୍ଟର ମହାରାଷ୍ଟ୍ରରେ ପଡିଥିବା ବେଳେ ଷ୍ଟେସନ ମାଷ୍ଟର ଗୁଜୁରାଟରେ ବସିଛନ୍ତି । କେବଳ ଏତିକି ନୁହେଁ, ଏହି ଷ୍ଟେସନରେ ଚାରୋଟି ଭିନ୍ନ ଭାଷାରେ ହିନ୍ଦୀ, ଇଂରାଜୀ, ଗୁଜରାଟୀ ଏବଂ ମରାଠୀରେ ଘୋଷଣା ଅଛି, ଯାହାଦ୍ୱାରା ମହାରାଷ୍ଟ୍ର ଏବଂ ଗୁଜରାଟର ଉଭୟ ରାଜ୍ୟରୁ ଆସୁଥିବା ଯାତ୍ରୀମାନେ ସହଜରେ ବୁଝିପାରିବେ । ଏହା ବ୍ୟତୀତ ସୂଚନା ମଧ୍ୟ ଚାରୋଟି ଭାଷାରେ ଲେଖାଯାଇଥାଏ ।

ଟିକେଟ୍ କାଉଣ୍ଟର ଏବଂ ଷ୍ଟେସନ ମାଷ୍ଟରଙ୍କୁ ଛାଡ଼ି ପୋଲିସ ଷ୍ଟେସନ ମହାରାଷ୍ଟ୍ରର ନଂଦୁରବାର ଜିଲ୍ଲାର ନବାପୁରରେ ଆସେ,ଯେଉଁଠିକି ଅପେକ୍ଷା ଗୃହଠାରୁ ଆରମ୍ଭ କରି ପାଣି ଟାଙ୍କି ଗୁଜୁରାଟର ତାପି ଜିଲ୍ଲାର ଉଚ୍ଛଳରେ ରହିଛି ।
ଦୁଇଟି ରାଜ୍ୟରେ ବିଭକ୍ତ ଏହି ନବାପୁର ରେଳ ଷ୍ଟେସନର ନିୟମ ମଧ୍ୟ ଦୁଇ ରାଜ୍ୟ ହିସାବରେ ଲାଗୁ ହୋଇଥାଏ । ଗୁଜୁରାଟରେ ମଦ ବିକ୍ରି ଉପରେ ଏବଂ ମହାରାଷ୍ଟ୍ରରେ ପାନ ମସାଲା ଏବଂ ଗୁଟଖା ଉପରେ ନିଷେଧାଦେଶ ଅଛି । ଏଭଳି ପରିସ୍ଥିତିରେ ଯଦି ଜଣେ ବ୍ୟକ୍ତି ଗୁଜରାଟ ଅଂଶରେ ଗୁଟଖା ବିକ୍ରି କରନ୍ତି, ତେବେ ଏହା ଠିକ ଅଛି, କିନ୍ତୁ ଯଦି ସେ ହଠାତ୍ ମହାରାଷ୍ଟ୍ର ସୀମାକୁ ପଳାଇ ଆସନ୍ତି ତେ ସେ ଅପରାଧୀ ହୋଇଯାଏ ।

ନବାପୁର ରେଳ ଷ୍ଟେସନର ମୋଟ ଲମ୍ବ ୮୦୦ ମିଟର । ଷ୍ଟେସନଟି ମହାରାଷ୍ଟ୍ରରେ ୩୦୦ ମିଟର ଅଂଶ ଏବଂ ଗୁଜୁରାଟରେ ୫୦୦ ମିଟର ଅଂଶ ଉପରେ ରହିଛି । ଏହି କାରଣରୁ ଯଦି ଟ୍ରେନ୍ ମହାରାଷ୍ଟ୍ରରୁ ଆସୁଛି ତା’ହେଲେ ଏହାର ଇଞ୍ଜିନ ଗୁଜୁରାଟରେ ଅଛି ଏବଂ ଯଦି ଟ୍ରେନ୍ ଗୁଜୁରାଟରୁ ଆସୁଛି ତେବେ ଏହାର ଇଞ୍ଜିନ ମହାରାଷ୍ଟ୍ରରେ ଅଛି ।

ନବାପୁର ରେଳ ଷ୍ଟେସନକୁ ଦୁଇଟି ରାଜ୍ୟରେ ବିଭକ୍ତ କରିବା ପଛରେ ଏକ କାହାଣୀ ଅଛି । ବାସ୍ତବରେ, ଯେତେବେଳେ ଏହି ଷ୍ଟେସନ ନିର୍ମାଣ ହେଲା, ମହାରାଷ୍ଟ୍ର ଏବଂ ଗୁଜୁରାଟ ବିଭାଜିତ ହୋଇନଥିଲା । ସେହି ସମୟରେ ନୱାପୁର ଷ୍ଟେସନ ୟୁନାଇଟେଡ୍ ମୁମ୍ବାଇ ପ୍ରଦେଶରେ ପଡୁଥିଲା, କିନ୍ତୁ ମେ୧, ୧୯୬୧ରେ ଯେତେବେଳେ ମୁମ୍ବାଇ ପ୍ରଦେଶର ବିଭାଜନ ହୋଇଥିଲା, ଏହାକୁ ମହାରାଷ୍ଟ୍ର ଏବଂ ଗୁଜୁରାଟର ଦୁଇଟି ରାଜ୍ୟରେ ବିଭକ୍ତ କରାଯାଇଥିଲା । ଏହି ବିଭାଗରେ ନବାପୁର ଷ୍ଟେସନ ଦୁଇ ରାଜ୍ୟ ମଧ୍ୟରେ ଆସିଥିଲା ଏବଂ ସେବେଠାରୁ ଏହାର ଭିନ୍ନ ପରିଚୟ ରହିଛି।
ତେବେ ନବାପୁର ପ୍ରଥମ ରେଳ ଷ୍ଟେସନ ନୁହେଁ, ଯାହା ଦୁଇ ରାଜ୍ୟର ସୀମା ସହିତ ସଂଯୁକ୍ତ । ଏହା ବ୍ୟତୀତ ଭବାନୀ ମାଣ୍ଡି ହେଉଛି ଦେଶର ଦ୍ୱିତୀୟ ରେଳ ଷ୍ଟେସନ, ଯାହା ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ଦୁଇ ରାଜ୍ୟ ମଧ୍ୟରେ ବିଭକ୍ତ ।
ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ, ବଜାରରେ ମହଜୁଦ ଅଛି ଅତ୍ୟାବଶ୍ୟକୀୟ ସାମଗ୍ରୀ
ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ଅଛି, ଏ ନେଇ କୌଣସି ପ୍ରକାର ଅଭାବ ଦେଖାଯିବନାହଁ । PDS ସାମଗ୍ରୀ ଆଗୁଆ ଯୋଗାଇଦିଆଯିବ । ପୂର୍ବରୁ ୩ମାସ ପାଇଁ ଆଗୁଆ ଯୋଗାଇଦିଆଯାଇଥିଲା ଏବଂ ଏବେ ବି ଯୋଗାଇଦିଆଯିବ । ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ଏବଂ ଏହାକୁ କାର୍ଯ୍ୟକାରୀ କରାଯିବ ।

ବଜାରରେ ନିଆଣ୍ଟିଆ କିଛି ନାହିଁ । ଏଣୁ କୌଣସି ପ୍ରକାର ଗୁଜବ ପ୍ରଚାରରେ ବିଶ୍ୱାସ କରନ୍ତୁ ନାହିଁ। ଏବଂ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏଥିସହିତ ଗୁଜବକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଶ୍ରୀ ସ୍ୱାଇଁ ।

୫ରୁ ଅଧିକ ଭିଡ଼ ଭିତରକୁ ଗଲେ ମାସ୍କ ପିନ୍ଧିବାର ଆବଶ୍ୟକତା ରହିଛି । ଡେଟଲ ଦ୍ୱାରା ମଧ୍ୟ ହାତ ଧୋଇପାରିବେ । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାନିଟାଇଜର୍ ଓ ମାସ୍କ ଉତ୍ପାଦନ ଅଧିକ ମାତ୍ରାରେ ଚାଲିଛି ।

ସ୍ଥିତି ନେଇ ଆମ ବିଭାଗ ସଚେତନ ଅଛି ଏବଂ ଅନ୍ୟ ବିଭାଗ ସହ ସମନ୍ୱୟ ରଖିଥିବା କହିଛନ୍ତି ମନ୍ତ୍ରୀ ।

