ଓଲଟିଲା ଗୋଳା ବାରୁଦ ଭର୍ତ୍ତି ମାଲ ବାହି ଟ୍ରେନ୍‌, ପୁରା ଅଞ୍ଚଳକୁ କବଜା କଲା ଭାରତୀୟ ସେନା

ଓଲଟିଲା ଗୋଳା ବାରୁଦ ଭର୍ତ୍ତି ଟ୍ରେନ୍‌ । ଟ୍ରେନ୍‌ ଯୋଗେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିଲା ଏହି ସାମରିକ ଯାନ । ଏହି ସବୁ ବୋମା, ଗୁଳି, ଟ୍ୟାଙ୍କ ହେଉଛି ଭାରତୀୟ ସେନାର । ଟ୍ରେନ୍‌ ଓଲଟିବା ପରେ ସେନା ସମଗ୍ର ଅଞ୍ଚଳକୁ ସୁରକ୍ଷା ଦୃଷ୍ଟିରୁ ନିଜ ଅଧିନକୁ ନେଇଛି । ଏଭଳି ଘଟଣା ଝାରଖଣ୍ଡର ଲାତେହାର ଜିଲ୍ଲାର ଟେରୀ ରେଲଓ୍ୱେ ଷ୍ଟେସନରେ ଦେଖିବାକୁ ମିଳିଛି । ଏଭଳି ଏକ ଦୁର୍ଘଯଣା ସୋମବାର ସକାଳ ୫ ଟାରେ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ,ଭାରତୀୟ ସେନାର ବୋମା, ଗୁଳି, ଟ୍ୟାଙ୍କ ଭର୍ତ୍ତି ଟ୍ରେନ୍‌ ସେନାଦ୍ୱାରା ଟ୍ରେନ୍‌ ଯୋଗେ ରାଞ୍ଚିରୁ ବାହାରି ଅନ୍ୟତ୍ର ଏକ ସ୍ଥାନକୁ ଯାଉଥିଲା । ଦକ୍ଷିଣ ପୂର୍ବ ରେଳ ଲାଇନରୁ ପୂର୍ବ କେନ୍ଦ୍ରୀୟ ରେଳ ଲାଇନ ପର୍ଯ୍ୟନ୍ତ ଟ୍ରାକ ପରିବର୍ତ୍ତନ କରୁଥିବା ବେଳେ ଟ୍ରେନ୍‌ଟି ଟ୍ରାକ୍‌ରୁ ତଳକୁ ଖସିଯାଇଥିଲା  ।

ଯାହା ଫଳରେ ସମସ୍ତ ସାମରିକ ଅସ୍ତ୍ରଶସ୍ତ୍ର, ଟ୍ରକ୍ ଏବଂ ଟ୍ୟାଙ୍କ ଟ୍ରେନ୍‌ ତଳକୁ ଖସିଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ଏହି ଟ୍ରେନରେ କେବଳ ରେଳ କର୍ମଚାରୀ ଏବଂ ଭାରତୀୟ ସେନାହିଁ ଉପସ୍ଥିତ ଥିଲେ । ଟ୍ରେନ୍‌ଟି ଓଲଟିବା ପରେ ପୁରା ଅଞ୍ଚଳକୁ ଭାରତୀୟ ସେନା ତାର ଅଧିନକୁ ନେଇଥିଲା ।

ସେପଟେ ଏହି ଦୁର୍ଘଟଣାରେ କୌଣସି ସେନା କିମ୍ବା ରେଳ କର୍ମଚାରୀ ମାନେ ଆହତ ହୋଇନଥିବା ସୂଚନା ମିଳିଛି । ରେଳ କର୍ମଚାରୀମାନେ ଟ୍ରେନକୁ ସିଧା କରି ଦେଇଛନ୍ତି ।

Leave a Reply