ଛାଡ଼ପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ କଲେ ଅକ୍ଷୟଙ୍କ ସ୍ତ୍ରୀ

1 min read

ଫାଶୀରୁ ବର୍ତ୍ତିବା ଲାଗି ନିର୍ଭୟା ଦୋଷୀଙ୍କ ନୂଆ ନାଟକ । ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ କଲେ ଦୋଷୀ ଅକ୍ଷୟଙ୍କ ପତ୍ନୀ ପୁନିତା । ଛାଡ଼ପତ୍ର ନେଇ ଫ୍ୟାମିଲି କୋର୍ଟରେ ଆବେଦନ କରିଛନ୍ତି । ଆବେଦନରେ ସେ ଅକ୍ଷୟଙ୍କ ବିଧବାଭାବରେ ବଞ୍ଚିବାକୁ ଚାହୁଁନଥିବା ଉଲ୍ଲେଖ କରିଛନ୍ତି । ତେବେ ବଳାତ୍କାର ମାମଲାରେ ତାଙ୍କ ସ୍ୱାମୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ତାଙ୍କୁ ଫାଶୀ ଦିଆଯିବା ଉଚିତ ବୋଲି ସେ କହିଛନ୍ତି ।

ଅକ୍ଷୟଙ୍କ ପତ୍ନୀଙ୍କ ଓକିଲ ମୁକେଶ କୁମାର ସିଂ କହିବା ହେଲା ଯେ, ହିନ୍ଦୁ ବିବାହ ଆଇନ ୧୩ (2) (II) ଅନୁଯାୟୀ କେତେକ ମାମଲାରେ ମହିଳାଙ୍କ ଛାଡ଼ପତ୍ର କରିବାର ଆଇନଗତ ଅଧିକାର ରହିଛି। ସେ କହିଛନ୍ତି ଯେ, ଯଦି ଜଣେ ମହିଳାଙ୍କ ସ୍ୱାମୀ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେ ଛାଡପତ୍ର ପାଇଁ ଆବେଦନ କରିପାରିବେ।

Image result for nirbhaya

ଅପରପକ୍ଷରେ ଅକ୍ଷୟଙ୍କ ପତ୍ନୀଙ୍କ ଏହି ଆବେଦନକୁ ଆଇନ ବିଶେଷଜ୍ଞମାନେ ଫାଶୀ ଟାଳିବାର ନୂଆ କୌଶଳ ଭାବେ ଅଭିହିତ କରିଛନ୍ତି । ଆଇନ ବିଶେଷଜ୍ଞଙ୍କ ଅନୁଯାୟୀ ଅକ୍ଷୟଙ୍କୁ ଏହା ଉପରେ ନୋଟିସ୍ ଜାରି କରିପାରିବେ ଏବଂ ତାଙ୍କୁ ଉପସ୍ଥିତ ରହିବାକୁ ମଧ୍ୟ କହିପାରନ୍ତି କୋର୍ଟ ।

ଆସନ୍ତା ୨୦ରେ ଅକ୍ଷୟଙ୍କ ସମେତ ୪ ଦୋଷୀଙ୍କୁ ଦିଆଯିବ ଫାଶୀ

ମାମଲାର ୪ଜଣ ଦୋଷୀଙ୍କୁ ମାର୍ଚ୍ଚ ୨୦ରେ ସକାଳ ୫ଟା ୩୦ରେ ଫାଶୀ ଦିଆଯିବ | ତେବେ ଫାଶୀରୁ ବର୍ତ୍ତିବା ପାଇଁ ଅକ୍ଷୟ ମଧ୍ୟ ସବୁ ପ୍ରକାର ଚେଷ୍ଟା କରିଥିଲେ । କିନ୍ତୁ ନିମ୍ନ ଅଦାଲତରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ତାଙ୍କର ସବୁ ପ୍ରୟାସ ଫେଲ୍‌ ମାରିଲା ।

Image result for rashtrapati bhavan

ରାଷ୍ଟ୍ରପତି ମଧ୍ୟ ଅକ୍ଷୟଙ୍କ ଦୟା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାପରେ ଅକ୍ଷୟ, ପୱନ, ମୁକେଶ ଏବଂ ବିନୟଙ୍କର ସମସ୍ତ ଆଇନଗତ ରାସ୍ତା ବନ୍ଦ ହୋଇଯାଇଛି ।

ଦୋଷୀମାନେ ICJରେ କରିଛନ୍ତି ଆବେଦନ 

ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଚାରିଜଣଙ୍କ ମଧ୍ୟରୁ ତିନିଜଣ ସେମାନଙ୍କ ମୃତ୍ୟୁ ସ୍ଥଗିତ ରଖିବାକୁ ଅନ୍ତର୍ଜାତୀୟ କୋର୍ଟରେ ପହଞ୍ଚିଛନ୍ତି।

Image result for international court of justice

କୁହାଯାଉଛି ଯେ ଅଭିଯୁକ୍ତ ଅକ୍ଷୟ, ପୱନ ଏବଂ ବିନୟ ଅନ୍ତର୍ଜାତୀୟ କୋର୍ଟରେ ଆବେଦନ କରିଛନ୍ତି। ଏହି ତିନି ଦୋଷୀ ଆଇସିଜେକୁ ଚିଠି ଲେଖି ସେମାନଙ୍କୁ ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି। ଦୋଷୀଙ୍କ ଓକିଲ ଏପି ସିଂ କହିଛନ୍ତି ଯେ ମୃତ୍ୟୁଦଣ୍ଡ ବିରୋଧରେ ସାରା ବିଶ୍ୱରେ ବିଭିନ୍ନ ସଂଗଠନ ଆଇସିଜେ ନିକଟରେ ଆବେଦନ କରିଛନ୍ତି ।

Leave a Reply