ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ, ବଜାରରେ ମହଜୁଦ ଅଛି ଅତ୍ୟାବଶ୍ୟକୀୟ ସାମଗ୍ରୀ

1 min read

ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ଅଛି, ଏ ନେଇ କୌଣସି ପ୍ରକାର ଅଭାବ ଦେଖାଯିବନାହଁ । PDS ସାମଗ୍ରୀ ଆଗୁଆ ଯୋଗାଇଦିଆଯିବ । ପୂର୍ବରୁ ୩ମାସ ପାଇଁ ଆଗୁଆ ଯୋଗାଇଦିଆଯାଇଥିଲା ଏବଂ ଏବେ ବି ଯୋଗାଇଦିଆଯିବ । ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ଏବଂ ଏହାକୁ କାର୍ଯ୍ୟକାରୀ କରାଯିବ ।

ବଜାରରେ ନିଆଣ୍ଟିଆ କିଛି ନାହିଁ । ଏଣୁ କୌଣସି ପ୍ରକାର ଗୁଜବ ପ୍ରଚାରରେ ବିଶ୍ୱାସ କରନ୍ତୁ ନାହିଁ। ଏବଂ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏଥିସହିତ ଗୁଜବକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଶ୍ରୀ ସ୍ୱାଇଁ ।

୫ରୁ ଅଧିକ ଭିଡ଼ ଭିତରକୁ ଗଲେ ମାସ୍କ ପିନ୍ଧିବାର ଆବଶ୍ୟକତା ରହିଛି । ଡେଟଲ ଦ୍ୱାରା ମଧ୍ୟ ହାତ ଧୋଇପାରିବେ । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାନିଟାଇଜର୍‌ ଓ ମାସ୍କ ଉତ୍ପାଦନ ଅଧିକ ମାତ୍ରାରେ ଚାଲିଛି ।

ସ୍ଥିତି ନେଇ ଆମ ବିଭାଗ ସଚେତନ ଅଛି ଏବଂ ଅନ୍ୟ ବିଭାଗ ସହ ସମନ୍ୱୟ ରଖିଥିବା କହିଛନ୍ତି ମନ୍ତ୍ରୀ ।

Leave a Reply