କରୋନା ଭାଇରସ ଟୀକା ତିଆରି କରୁଥିବା ଜର୍ମାନୀ କମ୍ପାନୀ ଉପରେ କବଜା ଚାହୁଁଥିଲା ଆମେରିକା !

ଆମେରିକା କରୋନା ଭାଇରସ ତିଆରି କରିଥିବା ଦାବି କରୁଛି । ଦାବି ଅନୁସାରେ ଏହା ବର୍ଷକ ଭିତରେ ବଜାରରେ ଉପଲବ୍ଧ ହେବ । କିନ୍ତୁ ଏହା ଭିତରେ ଏମିତି ଗୋଟିଏ ଖବର ଆସୁଛି, ଯାହା ଆମେରିକାର ଦୋମୁହାଁ ଓ ବ୍ୟବସାୟରେ ଏକାଧିପତ୍ୟ ନୀତିକୁ ପଦାରେ ପକାଉଛି । ଦ ଗାର୍ଡିଆନ୍ ଅନୁସାରେ କରୋନା ଭାଇରାସ ଟୀକା ତିଆରି ଲକ୍ଷ୍ୟ ପାଖାପାଖି ପହଞ୍ଚିଥିବା ଗୋଟିଏ ଜର୍ମାନୀ କମ୍ପାନୀର ଟେକ୍ ଓଭର କରିବାକୁ ହ୍ୱାଇଟ୍ ହାଉସ୍ ଚାହୁଁଥିଲା ।

ଦ ଗାର୍ଡିଆନ୍ ଅନୁସାରେ ଟ୍ରମ୍ପ ଚାହୁଁଥିଲେ ଯେ, କମ୍ପାନୀ ଯେଉଁ ଟିକା ତିଆରି କରିବ କେବେଳ ତାହା ଆମେରିକାକୁ ବିକ୍ରି କରିବ । ଆମେରିକାକୁ କମ୍ପାନୀ ତା’ର ରିସର୍ଚ୍ଚ ଆଣ୍ଡ୍ ଡେଭଲପମେଣ୍ଟ୍(ଆର ଆଣ୍ଡ୍ ଡି) ଫେସିଲିଟି ଉଠାଇ ନେବା ।

କ୍ୟୁର୍ ଭ୍ୟାକ୍ ନାମକ ଏହି କମ୍ପାନୀକୁ ଟ୍ରମ୍ପ୍ ବଡ ଧରଣର ଅଫର ଦେଇଥିଲେ ବୋଲି କୁହାଯାଉଛି । ତେବେ କମ୍ପାନୀ ଆମେରିକା ଅଫରକୁ ପ୍ରତ୍ୟାଖାନ କରିଦେଇଥିଲା । ରିପୋର୍ଟ ଅନୁସାରେ ଜର୍ମାନୀ ସରକାର ଆମେରିକାର ଏଭଳି ଅଫର ଖବର ପାଇବା ପରେ କ୍ୟୁର ଭ୍ୟାକକୁ ଦେଶ ନଛାଡିବା ପାଇଁ ପାଲଟା ଅଫର ଦେଇଥିଲେ ।

ଆମେରିକା ଏଭଳି ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ଜର୍ମାନୀ ଅର୍ଥନୈତିକ ମନ୍ତ୍ରଣାଳୟ ତାଙ୍କ ଦେଶର କଂପାନି ଅଧିଗ୍ରହଣ ପାଇଁ ବିଦେଶୀ ରାଷ୍ଟ୍ରଙ୍କ ଉଦ୍ୟମ ବିରୋଧରେ ଆଇନ ଆଣିବ ବୋଲି କହିଛି ।

Leave a Reply