ମହୋଦଧି ଓ ଚନ୍ଦ୍ରଭାଗାରେ ୧୪୪ ଧାରା

ପୁରୀ: କରୋନା ଭୟ ଏବେ ପୂରା ଦେଶରେ ଦେଖିବାକୁ ମିଳିଛି  । ଏଥିରୁ ବର୍ତ୍ତିପାରିନି ଓଡ଼ିଶା, ସୋମବାର ଭୁବନେଶ୍ୱରରେ ଜଣେ କୋରନା ରୋଗୀ ଚିହ୍ନଟ ହେବା ପରେ ଏବେ କିଛି ଜିଲ୍ଲାରେ ସରକାର ୧୪୪ ଧାରା ଲାଗୁ କରିଛନ୍ତି । ଏହି ଧାରାରେ ଗୋଟିଏ ସ୍ଥାନରେ ୫ଜଣ ଲୋକେ ଏକାଠି ରହିପାରିବେ ନାହିଁ ।

ବିଶେଷକରି ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଏହି ଧାରା ଲାଗୁ କରାଯାଇଛି । ବହୁପରିମାଣର ବିଦେଶୀ ପର୍ଯ୍ୟଟକ ପୁରୀ କୋଣାର୍କକୁ ଆସୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

ପୁରୀ ଜିଲ୍ଲାର ବିଶେଷ ଜନଗହଳୀ ପୂର୍ଣ୍ଣ ସ୍ଥାନରେ ସରକାର ୧୪୪ ଧାରା ଲାଗୁ କରିଛନ୍ତି । ଏଥିରେ ସାମିଲ ହୋଇଛି ପୁରୀ ମହୋଦଧି କୂଳ ଏବଂ ଚନ୍ଦ୍ରଭାଗା । ଏହି ୨ସ୍ଥାନରେ ଆଜି ୧୪୪ ଧାରା ଲାଗୁ ହେବା ସହ ଜିଲ୍ଲାପାଳ ଜରୁରୀ ନଥିଲେ ଘରୁ ବାହାରିବାକୁ ମନାକରିଛନ୍ତି ।

Leave a Reply