spot_img
Home Blog Page 7301

ଧାର ଟଙ୍କା ଫେରସ୍ତ କରିବା ନେଇ ବ୍ୟାଙ୍କ ଓ ED କରୁନାହାନ୍ତି ସହଯୋଗ: ମାଲ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ଲାଗି ଉପୁଜିଥିବା ପରିସ୍ଥିତିକୁ ନେଇ କରୁଣା ମନୋଭାବ ଜାତ ହୋଇଛି ପଳାତକ ବିଜୟ ମାଲ୍ୟାଙ୍କ ମନରେ । ବ୍ୟାଙ୍କରୁ ଧାର ନେଇଥିବା ସମସ୍ତ ଟଙ୍କା ଫେରାଇବାକୁ ସେ ପ୍ରସ୍ତୁତ ଅଛନ୍ତି ବୋଲି ଟ୍ୱିଟ୍ କରି ଏହା ଜଣାଇଛନ୍ତି ମାଲ୍ୟା । ହେଲେ ବ୍ୟାଙ୍କ କିମ୍ୱା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏଥିରେ ସାହାଯ୍ୟ କରୁନଥିବା ଟ୍ୱିଟ୍‌ରେ ସେ ଅଭିଯୋଗ କରିଛନ୍ତି ।

କେନ୍ଦ୍ର ସରକାର କରୋନା ମୁକାବିଲା ନେଇ ସମଗ୍ର ଦେଶକୁ ଲକ୍‌ଡାଉନ୍‌ କରିବା ଭଳି ଅକଳ୍ପନୀୟ ନିଷ୍ପତ୍ତି ନେଇଛନ୍ତି ।  ଆମେ ଏହାକୁ ସମ୍ମାନ କରୁ, କିନ୍ତୁ ଏହି କାରଣରୁ ମୋର ସମସ୍ତ କମ୍ପାନୀର କାର୍ଯ୍ୟ ଠପ୍‌ ହୋଇଗଲା |

Business Insider

ସମସ୍ତ ପ୍ରକାର ଉତ୍ପାଦନ ମଧ୍ୟ ବନ୍ଦ ଅଛି | ଏହା ସତ୍ତ୍ୱେ, ଆମେ ଆମର କର୍ମଚାରୀମାନଙ୍କୁ ଘରକୁ ପଠାଉନାହୁଁ ଏବଂ ସେମାନଙ୍କୁ ଖର୍ଚ୍ଚ ଅଯଥାରେ ଟଙ୍କ ଦେବାକୁ ପଡ଼ୁଛି ।  ଏଦିଗରେ ସରକାର ଆମକୁ ସାହାଯ୍ୟ କରିବା ଦରକାର ।

ଏଥିସହିତ ସେ ଆହୁରି ଲେଖିଛନ୍ତି ଯେ, ସମସ୍ତ ଟଙ୍କା ଫେରସ୍ତ ନେଇ ସେ ଅନେକ ଥର ଅଫର ଦେଇଛନ୍ତି । ବ୍ୟାଙ୍କଗୁଡ଼ିକ ଟଙ୍କା ନେବାକୁ ପ୍ରସ୍ତୁତ ନୁହଁନ୍ତି କିମ୍ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସାହାଯ୍ୟ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଏଭଳି ସଙ୍କଟ ସମୟରେ ଅର୍ଥମନ୍ତ୍ରୀ ତାଙ୍କ କଥା ଶୁଣିବେ।

Enforcement Directorate - Wikipedia

ସୂଚନା ଯୋଗ୍ୟ ଯେ, ବିଜୟ ମାଲ୍ୟା ଟ୍ୱିଟର ମାଧ୍ୟମରେ ଏହାପୂର୍ବରୁ ମଧ୍ୟ ଅଫର ଦେଇଛନ୍ତି । ଯଦିଓ ସେ ନିଜେ ଭାରତ ଆସିବାକୁ ପ୍ରସ୍ତୁତ ନୁହଁନ୍ତି ଏବଂ ଗତ ଚାରି ବର୍ଷ ଧରି ଲଣ୍ଡନରେ ଅଛନ୍ତି।

ବିଜୟ ମାଲ୍ୟା ୯ ହଜାର କୋଟିର ଋଣ ଟଙ୍କା ଫେରସ୍ତ କରିବାରେ ବିଫଳ ହେବା ପରେ ମାର୍ଚ୍ଚ ୨ , ୨୦୧୬ରେ ଭାରତରୁ ପଳାଇ ଯାଇଥିଲେ। ସେ ବର୍ତ୍ତମାନ କିଙ୍ଗଫିସର ଏୟାରଲାଇନ୍ସର ଅପରେସନ ପାଇଁ ଏହି ଋଣ ନେଇଥିଲେ।

ଜୁନ୍‌ ୩୦ ପର୍ଯ୍ୟନ୍ତ ବଢିଲା ଗାଡ଼ି ପରମିଟ୍ ଅବଧି

ଭୁବନେଶ୍ୱର: ଦେଶରେ ଲକ୍‌ଡାଉନ୍‌ ପାଇଁ ବଢ଼ିଲା ସବୁପ୍ରକାର ଗାଡ଼ି କାଗଜପତ୍ର ସଂପର୍କିତ ଅବଧି । ୨୦୨୦ ଜୁନ୍‌ ୩୦ ପର୍ଯ୍ୟନ୍ତ ଗାଡ଼ି ପରମିଟ୍‌ ଅବଧି ବଢାଯାଇଛି । କେନ୍ଦ୍ର ପରିବହନ ମନ୍ତ୍ର।ଳୟ ପକ୍ଷରୁ ପରମିଟ୍‌ ଅବଧି ବଢାଯାଇଛି । ଡ୍ରାଇଭିଂ ଲାଇସେନ୍‌ସ, ପରମିଟ୍‌, ରେଜିଷ୍ଟ୍ରେସନ୍‌, ଫିଟ୍‌ନେସ ପାଇଁ ବଢାଯାଇଛି ଅବଧି । ଫେବ୍ରୁଆରୀ ୧ରୁ ଜୁନ୍‌ ୩୦ ସୁଦ୍ଧା ସରୁଥିବା ଗାଡ଼ି ଡକ୍ୟୁମେଣ୍ଟ ପାଇଁ ଏହା ଲାଗୁ ହେବ । ଏନେଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ର।ଳୟ ନିର୍ଦ୍ଦେଶ ଦେଇଛି ।

ଫଳରେ ଫେବ୍ରୁଆରୀ ୧ରୁ ସରୁଥିବା ଡକ୍ୟୁମେଣ୍ଟ ଜୁନ୍‌ ୩୦ ପର୍ଯ୍ୟନ୍ତ ବୈଧ ରହିବ । ଦେଶରେ ଲକ୍‌ଡାଉନ୍‌ ଚାଲିଥିବାରୁ କାଗଜପତ୍ର ନବୀକରଣ ସମ୍ଭବ ହେଇପାରୁନି । ତେଣୁ କେନ୍ଦ୍ର ସରକାର ଅବଧି ବୃଦ୍ଧି କରିଛନ୍ତି । ଲର୍ଣ୍ଣିଂ ଲାଇସେନ୍‌ସ ଓ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧି ମଧ୍ୟ ଜୁନ୍‌ ୩୦ ପର୍ଯ୍ୟନ୍ତ ବଢାଯାଇଛି। ପରିବହନ ମନ୍ତ୍ର।ଳୟ ନିର୍ଦ୍ଦେଶିତ ଡକ୍ୟୁମେଣ୍ଟ ମଧ୍ୟ ବୈଧ । କେନ୍ଦ୍ରର ନିର୍ଦ୍ଦେଶନାମା ପରେ ଏ ସଂପର୍କରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।

ଅଫିସ୍‌ରେ ବସ୍‌ ଆପଣଙ୍କ ଉପରେ ବହୁତ ଖୁସି ରହିବେ, ଆଜିର ଦିନରେ ମା’ ଦୁର୍ଗାଙ୍କୁ ଧ୍ୟାନ କରନ୍ତୁ

ମେଷ ରାଶି-

ଅଶ୍ୱିନୀ ମେଷ- କିଛି ଧାର୍ମିକ କାର୍ଯ୍ୟ ପାଇଁ ସମୟ ଦେବେ

ଦ୍ୱିଜା ମେଷ-ଦୂରଯାତ୍ରା କରନ୍ତୁ ନାହିଁ କଷ୍ଟ ରହିଛି

କୃତ୍ତିକା ମେଷ- ବୁଝାମଣାରେ ଭୁଲ୍‌ ରହିପାରେ

ମା’ଦୁର୍ଗାଙ୍କୁ ଲାଲ୍‌ ସାମଗ୍ରୀ  ଅର୍ପଣ କରନ୍ତୁ

ବୃଷ ରାଶି-

କୃତ୍ତିକା ବୃଷ-ଅନେକ ଦିଗରୁ ଲାଭବାନ୍‌ ହୋଇପାରନ୍ତି

ରୋହିଣୀ ବୃଷ-କେହି ଆପଣଙ୍କୁ କିଛି ଉପହାର ଦେଇପାରନ୍ତି

ମୃଗଶିରା ବୃଷ-ସବୁ କ୍ଷେତ୍ରରେ ଶୁଭ ରହିଛି

ମା’ଦୁର୍ଗାଙ୍କୁ ଲବଙ୍ଗର ମାଳ ସହିତ କିଛି ଭୋଗ ଅର୍ପଣ କରନ୍ତୁ

ମିଥୁନ ରାଶି-

ମୃଗଶିରା -ନୂତନ କର୍ମ ମିଳିପାରେ

ଆଦ୍ରା ମିଥୁନ-ଯାହା ବି କାମ କରିବେ ବୁଝାମଣାରେ ହିଁ କରିବେ

ପୁର୍ନବସୁ-ଯଦି କିଛି ମହତ୍‌ କାମ ପାଇଁ ପଦକ୍ଷେପ ନେବେ ନିଶ୍ଚୟ ନିଅନ୍ତୁ

ମା’ଦୁର୍ଗାଙ୍କୁ ବେଲପତ୍ରରେ ପୂଜା କରନ୍ତୁ

କର୍କଟ ରାଶି-

ପୁର୍ନବସୁ- ଅଫିସ୍‌ରେ ବସ୍‌ ଆପଣଙ୍କ ଉପରେ ବହୁତ ଖୁସି ରହିବେ

ପୁଷ୍ୟ। କର୍କଟ- ଯଦି କୈାଣସି ମିଟିଂ ରହିଛି ତେବେ ନିଶ୍ଚୟ ଉପସ୍ଥିତି ରୁହନ୍ତୁ

ଅଶ୍ଲେଷା- ବାପାଙ୍କ ଠାରୁ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ

ଅଶୋକାଫୁଲ  ମା’ଦୁର୍ଗାଙ୍କୁ ଅର୍ପଣ କରନ୍ତୁ

ସିଂହ ରାଶି-

ମୃଘା-ନିଜର ଖୁସି ପାଇଁ ଅନାବଶ୍ୟକ କାମ କରନ୍ତୁ ନାହିଁ

ପୂର୍ବାଫାଲଗୁନି- ଶରୀରରେ କୈାଣସି ସ୍ଥାନରେ ସମସ୍ୟା ଦେଖାଦେଇପାରେ

ଉତ୍ତରାଫାଲ୍‌ଗୁନି- ମାନ ସମ୍ମାନରେ କ୍ଷତି,ସଭାରେ ସମାଲୋଚନାର ଶିକାର ହୋଇପାରନ୍ତି

ମା’ଦୁର୍ଗାଙ୍କୁ ହଳଦୀ କିଛି ଅର୍ପଣ କରନ୍ତୁ

କନ୍ୟା ରାଶି-

ଉତ୍ତରାଫାଲଗୁନି- ପୂର୍ବରୁ କାହା ସହିତ ରହିଥିବା ସଂପର୍କରେ ତିକ୍ତତା ଦୂର ହେବ

ହସ୍ତା କନ୍ୟା-ନୂଆ ବ୍ୟବସାୟ ଆରମ୍ଭ କରିବେ

ଚିତ୍ରା କନ୍ୟା-ଯାହା ଭାବିଛନ୍ତି କରିବା ପାଇଁ ତାହାର ଓଲଟା ଫଳ ପାଇବେ

ଅତରରେ ପୂଜା କରନ୍ତୁ ମା’ଦୁର୍ଗାଙ୍କୁ

ତୁଳା ରାଶି-

ଚିତ୍ରା ତୁଳା- ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ, ସତର୍କ ରହିଥିବେ

ସ୍ୱାତୀ ତୁଳା- କୋର୍ଟ କଚେରୀ ବିବାଦରେ ଛନ୍ଦି ହୋଇଯିବେ

ବିଶାଖା ତୁଳା- ପରିଶ୍ରମ ଅଧିକ କରିବେ କିନ୍ତୁ ଫଳକୁ ଆଶା କରନ୍ତୁ ନାହିଁ

ଦୁର୍ଗା ଚାଳିଶା ପାଠ  କରନ୍ତୁ

ବିଛା ରାଶି-

ବିଶାଖା- କିଛି ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ

ଅନୁରାଧା- ବିଦ୍ୟାରେ ଉନ୍ନତି ସହ ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ

ଜ୍ୟୋଷ୍ଠା- ନୂତନ ବସ୍ତ୍ର,ଅଳଙ୍କାର ଉପହାର ସୂତ୍ରରେ ପାଇପାରନ୍ତି

ଅଶୋକ ପତ୍ରରେ ଓଁ ଲେଖି ମା’ଦୁର୍ଗାଙ୍କୁ ପୂଜା କରନ୍ତୁ

ଧନୁ ରାଶି-

ମୂଳା ନକ୍ଷତ୍ର-ମା’ଙ୍କ ଠାରୁ ଆଶିର୍ବାଦ୍‌ ପାଇବେ

ପୂର୍ବାଷାଢା- ଅନେକ ଦିନରୁ ବକେୟା ଥିବା କାର୍ଯ୍ୟରେ ସଫଳତା ପାଇବେ

ଉତ୍ତରାଷାଢା-ଦିନଟି ସବୁ ଦିଗରୁ ଶୁଭ ରହିବ

ମା’ଦୁର୍ଗାଙ୍କୁ ଲେମ୍ବୁର ମାଳ ଅର୍ପଣ କରନ୍ତୁ

ମକର ରାଶି-

ଉତ୍ତରାଷାଢା- କିଛି ଗୁରୁତ୍ୱପୂର୍ଣ କାର୍ଯ୍ୟରେ ଦୂର ଯାତ୍ରା କରିପାରନ୍ତି

ଶ୍ରବଣା- ଦୂରଯାତ୍ରା କରନ୍ତୁ ନାହିଁ ଅନେକ ବାଧା ରହିଛି

ଧନିଷ୍ଠା-ପଡୋଶୀଙ୍କ ସହିତ କିଛି ବିବାଦ ଆସିପାରେ

ମା’ଙ୍କୁ ଘିଅ ଦୀପ ୩ଟି ଅର୍ପଣ କରନ୍ତୁ

କୁମ୍ଭ ରାଶି-

ଧନିଷ୍ଠା- କଳାକାରମାନଙ୍କ ପାଇଁ ଶୁଭ ଦିନଟି

ଶତଭିଷା-ଖାଦ୍ୟ କଷ୍ଟ ରହିଥିବାରୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ

ପୂର୍ବଭାଦ୍ର – ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ

ସିନ୍ଦୁର ଓ ହଳଦୀ କିଛି ମା’ଙ୍କୁ ଅର୍ପଣ କରନ୍ତୁ

ମୀନ ରାଶି-

ପୂର୍ବଭାଦ୍ର-କିଛି ଦୁଃଖ ଘଟଣା ରହିଥିଲେ ତାହା ଦୂର ହୋଇଯିବ

ଉତ୍ତରଭାଦ୍ର-ବ୍ୟାଙ୍କ କାରବାର କରୁଥିଲେ ଅସୁବିଧା ବହୁତ ରହିବ

ରେବତୀ- ଦାମ୍ପତ୍ୟ ଜୀବନରେ ଖୁସି ମିଳିବ, ଅବିବାହିତମାନଙ୍କ ପାଇଁ ପ୍ରସ୍ତାବ ଆସିପାରେ

ମା’ଦୁର୍ଗାଙ୍କୁ ଅଶୋକପତ୍ରରେ ସିନ୍ଦୁର ଓ ଘିଅ ଦ୍ଵାରା  ଓଁ ଲେଖି ଅର୍ପଣ କରନ୍ତୁ

 

ଜ୍ୟୋତିର୍ବିଦ ଶ୍ୟାମ ସୁନ୍ଦର ବାଗ୍‌

ଲକ୍‌ଡାଉନ୍‌ ବେଳେ ବାର ଖୋଲି ମଦ ବିକ୍ରି କରୁଥିଲେ, ପୋଲିସ ବାନ୍ଧି ନେଲା

କଳାହାଣ୍ଡି: କରୋନା ପାଇଁ ସାରା ରାଜ୍ୟକୁ ଲକ୍‌ଡାଉନ୍‌ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଦୋକା ଛାଡ଼ିଦେଲେ ଅନ୍ୟ ସବୁ ଦୋକାନ ବଜାର ବନ୍ଦର ରହିଛି । କିନ୍ତୁ ଏହାରି ଭିତରେ ବାର ମାଲିମ କିନ୍ତୁ ତାଙ୍କ ବେପାର କରିବାରେ ବ୍ୟସ୍ତ । ଏପଟେ ଲୋକେ ମଲେ ମରନ୍ତୁ ସେକଥା ତାଙ୍କର ଚିନ୍ତା ନାହିଁ । ଏନେଇ  ଲକ୍‌ଡାଉନ୍‌ ବେଳେ ବିଦେଶୀ ମଦ ବିକ୍ରି ଅଭିଯୋଗରେ ବାର ମାଲିକଙ୍କୁ ଗିରଫ କରିଛି ପୋଲିସ୍‌ ।

ଭବାନୀପାଟଣାର ହିନ୍ଦ ପ୍ଲାଜା ହୋଟେଲ୍‌ ବାରରେ ବିଦେଶୀ ମଦ ବିକ୍ରୀ ହେଉଥିବା ଅଭିଯୋଗ ହୋଇଥିଲା । ଏନେଇ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ହୋଟେଲ୍‌ରେ ରେଡ୍‌ କରାଯାଇଥିଲା । ରେଡ୍‌ ବେଳେ ବାରରୁ ଲକ୍ଷାଧିକ ଟଙ୍କାର ମଦ ଜବତ ହୋଇଥିବା ସୂଚନା ଦେଇଛି ପୋଲିସ । ଘଟଣାରେ ବାର ମାଲିକଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ବିକ୍ରମ ଜିତ୍‌ ସିଂ । ବିକ୍ରମଙ୍କ ସହ ହୋଟେଲ୍‌ର ଅନ୍ୟ ଦୁଇ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ ।

ଦେଶରେ କାୟା ବିସ୍ତାର କରିଚାଲିଛି କରୋନା, ୨୪ ଘଣ୍ଟାରେ ୨୦୦ରୁ ଅଧିକ ନୂଆ ମାମଲା

୨୦୩ ଦେଶରେ ପହଞ୍ଚିଲା କରୋନା ଭାଇରସ୍‌, ୨୪ ଘଣ୍ଟାରେ ଇଟାଲୀରେ ୯୦୦ ଲୋକଙ୍କ ମୃତ୍ୟୁ

ବିଶ୍ୱରେ କିଲର କରୋନା ପ୍ରଭାବ । ୨୦୩ ଦେଶରେ ପହଞ୍ଚିଛି କରୋନା ସଂକ୍ରମଣ । କରୋନାରେ ସାରା ବିଶ୍ୱରେ ଗଲାଣି ୩୭ ହଜାରରୁ ଅଧିକ ଜୀବନ । ସୁପର ପାଓ୍ୱାର ଆମେରିକାରେ କରୋନାର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଛି । ଲକ୍ଷେ ୬୦ ହଜାର ଡେଇଁଛି ଆକ୍ରାନ୍ତଙ୍କ ସଂଖ୍ୟା । ଯାହା ଚୀନ୍‌ ତୁଳନାରେ ଦୁଇ ଗୁଣ ଅଧିକ । ସେପଟେ ଆମେରିକାରେ କୋଭିଡ୍‌-19 ନେଲାଣି ୩ହଜାରରୁ ଅଧିକ ଜୀବନ । ସଂକ୍ରମଣ ରୋକିବାକୁ ଆମେରିକାରେ ଗାଇଡ୍‌ଲାଇନ୍‌କୁ ଆହୁରି କଡାକଡି କରାଯାଇଛି । ଆସନ୍ତା ୩୦ ଦିନ ଗୁରୁତ୍ୱପୂର୍ଣ୍ଣ ବୋଲି ଡୋନାଲ୍‌ଡ ଟ୍ରମ୍ପ୍‌ କହିଛନ୍ତି । କରୋନା ସଂକ୍ରମଣ ସହ ଯୁଝୁଥିବା ଆମେରିକା ମହାମାରୀର କେନ୍ଦ୍ର ହୋଇଛି ।

ଓ୍ୱାଶିଂଟନ୍‌ ଓ ନ୍ୟୁୟର୍କ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ନ୍ୟୁୟର୍କରେ ୧୨ଶହରୁ ଅଧିକ କରୋନାରେ ପ୍ରାଣ ହରାଇଛନ୍ତି । ସେହିପରି ଇଟାଲୀରେ ୧ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇଥିବେ ବେଳେ ୨୪ ଘଣ୍ଟା ମଧ୍ୟରେ ୯ଶହ ଲୋକଙ୍କର ଜୀବନ ଯାଇଛି । ସ୍ପେନରେ ୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୫ ଶହରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ସାରା ବିଶ୍ୱରେ ଏବେ ସାଢ଼େ ୭ ଲକ୍ଷ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୭ ହଜାର ଅଧିକ ଲୋକଙ୍କ ଜୀବନ ନେଲାଣି କିଲର କରୋନା ।

ଦେଶରେ କାୟା ବିସ୍ତାର କରିଚାଲିଛି କରୋନା, ୨୪ ଘଣ୍ଟାରେ ୨୦୦ରୁ ଅଧିକ ନୂଆ ମାମଲା

ଦିଲ୍ଲୀରେ କରୋନାକୁ ନେଇ ଚିନ୍ତାଜନକ ସ୍ଥିତି, ନିଜାମୁଦ୍ଦିନ୍‌ ମରକାଜରେ ସାମିଲ ୧୦ଜଣଙ୍କର କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଛି କରୋନା ସଂକଟ । ନିଜାମୁଦ୍ଦିନ ମରକାଜରେ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ୧୦ଜଣଙ୍କର କରୋନା ସଂକ୍ରମୃଣରେ ମୃତ୍ୟୁ ହୋଇଛି । ଏହା ମଧ୍ୟରୁ ତେଲେଙ୍ଗାନାରେ ସର୍ବାଧିକ ୬ ଜଣ ପ୍ରାଣ ହରାଇଛନ୍ତି । ତାମିଲନାଡୁ, କର୍ଣ୍ଣାଟକ ଓ ଜମ୍ମୁକାଶ୍ମୀରରେ ମଧ୍ୟ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ଅନ୍ୟ ଜଣେ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଛି ।

ଧାର୍ମିକ ଏକତ୍ରିକରଣରେ ପ୍ରାୟ ୨ହଜାର ଲୋକ ସାମିଲ ହୋଇଥିଲେ । ଦେଶର ବିଭିନ୍ନ ରାଜ୍ୟ ସହ ବିଦେଶୀ ନାଗରିକ ମଧ୍ୟ ଏଥିରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସାମିଲ ୨ଶହରୁ ଅଧିକ ଲୋକଙ୍କଠାରେ କରୋନା ସଂକ୍ରମଣ ନେଇ ଆଶଙ୍କା କରାଯାଉଛି । ସେଠାରେ ଥିବା ୧୬୩ ଜଣଙ୍କୁ ଦିଲ୍ଲୀ ଲୋକନାୟକ ହସପିଟାଲରେ ଭର୍ତ୍ତି କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୫ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି ।

ଦେଶରେ କାୟା ବିସ୍ତାର କରିଚାଲିଛି କରୋନା, ୨୪ ଘଣ୍ଟାରେ ୨୦୦ରୁ ଅଧିକ ନୂଆ ମାମଲା

ଏମାନଙ୍କ ମଧ୍ୟରୁ ୧୯ଜଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେପଟେ ଆଣ୍ଡାମାନରେ ୧୦ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ସେମାନଙ୍କ ମଧ୍ୟରୁ ୯ଜଣ ମରକାଜ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ୯ ଆକ୍ରାନ୍ତ ଗତ ୨୪ ତାରିଖରେ ଅଲଗା ଅଲଗା ବିମାନରେ ଆଣ୍ଡାମାନ ଆସିଥିଲେ । ମରକାଜର ମୌଲାନାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ନିୟମ ଉଲ୍ଲଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦିଲ୍ଲୀ ସରକାର କହିଛନ୍ତି ।

ଦେଶରେ କାୟା ବିସ୍ତାର କରିଚାଲିଛି କରୋନା, ୨୪ ଘଣ୍ଟାରେ ୨୦୦ରୁ ଅଧିକ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ ସଂଖ୍ୟା । କରୋନାରେ ୧୩ ଶହରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏଯାଏଁ କରୋନାରେ ୪୩ ଜଣଙ୍କର ଜୀବନ ଗଲାଣି । ଗତ ୨୪ ଘଣ୍ଟାରେ ୨ଶହରୁ ଅଧିକ ନୂଆ ମାମଲା ସାମନାକୁ ଆସିଛି । ମହାରାଷ୍ଟ୍ର ଓ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦ ଉପରେ ରହିଛି । ତେବେ ବର୍ତ୍ତମାନ ଦିଲ୍ଲୀ ସ୍ଥିତି ଉଦ୍‌ବେଗଜନକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୫ଟି ନୂଆ ମାମଲା ସାମନାକୁ ଆସିଛି ।

ଦିଲ୍ଲୀରେ ଏଯାଏଁ ୯୭ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ କରାଯାଇଛି । ଦେଶରେ କୋଭିଡ୍‌-19 ଏବେ ଲୋକାଲ୍‌ ଟ୍ରାନ୍‌ସମିସନ୍‌ ବା ସେକେଣ୍ଡ ଷ୍ଟେଜ୍‌ରେ ଥିବା ସରକାର କହିଛନ୍ତି । ଅଧିକାଂଶ ପଜିଟିଭ୍‌ କେସର ଏକ ଟ୍ରାଭେଲ୍‌ ହିଷ୍ଟ୍ରି ରହିଛି । ତେଣୁ କରୋନା ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ହିଁ ଅସ୍ତ୍ର । ଗୋଷ୍ଠୀ ସଂକ୍ରମଣ ନେଇ ପ୍ରମାଣ ମିଳିଲେ ଲୋକଙ୍କୁ ଅଧିକ ଆଲର୍ଟ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ର।ଳୟ ପକ୍ଷରୁ କୁହାଯାଇଛି।

କରୋନା ମୁକାବାଲା ନେଇ ସହାୟତାର ହାତ ବଢ଼ାଇଲେ ମୁକେଶ ଅମ୍ୱାନୀ: ୫୦୦ କୋଟି ସହାୟତା ନେଇ କଲେ ଘୋଷଣା

ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ସହାୟତାର ହାତ ବଢ଼ାଇଛି ରିଲାଏନ୍ସ ଇଣ୍ଡଷ୍ଟ୍ରି । ୫୦୦ କୋଟି ସହାୟତା ପ୍ରଦାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ୱାନୀ । ପ୍ରଧାନମନ୍ତ୍ରୀଙ୍କ କୋଭିଡ-୧୯ ଫଣ୍ଡକୁ ପ୍ରଦାନ କରାଯିବ ସହାୟତା ରାଶି । ଏ ବାବଦର ଟଙ୍କାରେ କରୋନା ହସ୍ପିଟାଲ ନିର୍ମାଣ, ଅସହାୟଙ୍କୁ ଖାଦ୍ୟ ଯୋଗାଇବା ଏବଂ ଜରୁରୀକାଳୀନ ସେବାରେ ନିୟୋଜିତ ଗାଡ଼ିରେ ଇନ୍ଦନ ଢ଼ାଲିବା ଖର୍ଚ୍ଚରେ ବ୍ୟବହାର କରାଯିବ । ଏଥିସହିତ ଅତିରିକ୍ତ ଭାବେ ମହାରାଷ୍ଟ୍ର, ଗୁଜୁରାଟ ସରକାରଙ୍କୁ କରୋନା ମୁକାବିଲା ୫ କୋଟି ଟଙ୍କା ଲେଖାଏଁ ସହାୟତା ଯୋଗାଇଦେବ ରିଲାଏନ୍ସ ଇଣ୍ଡଷ୍ଟ୍ରି ।

ସୂଚନା ଯୋଗ୍ୟଯେ, କରୋନା ମୁକାବିଲା ନେଇ ପିଏମ୍‌ କେୟାର ଫଣ୍ଡକୁ ସହୟତା ଦାନ କରିବା ନେଇ ଦେଶବାସୀଙ୍କୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ ।

କରୋନା ଭାଇରାସର ଆତଙ୍କରୁ ଦେଶ ଖୁବଶୀଘ୍ର ମୁକୁଳିବ । କରୋନା ବିରୋଧୀ ଯୁଦ୍ଧରେ ଦେଶବାସୀଙ୍କ ସହ ସମ୍ପୂର୍ଣ୍ଣ ରିଲାଏନ୍ସ ଇଣ୍ଡଷ୍ଟ୍ରି ଅଛି ବୋଲି କହିଛନ୍ତି ମୁକେଶ ଅମ୍ୱାନୀ । ଏବଂ ଆମେ କରୋନ ବିରୋଧରେ ଯୁଦ୍ଧ ଜିତିବୁ ବୋଲି କହିଛନ୍ତି ମୁକେଶ ।

କରୋନାକୁ ନେଇ ଭାରତ ଅଧିକ ଚିନ୍ତିତ ହେବାର ଆବଶ୍ୟକତା ନାହିଁ, କାହିଁକି ଏମିତି କହିଲେ ପଦ୍ମ ବିଭୂଷଣ ଡା.ନାଗେଶ୍ୱର ରେଡ୍ଡୀ

ନୂଆଦିଲ୍ଲୀ: କରୋନାକୁ ନେଇ ଦେଶବ୍ୟାପୀ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ |  ପଦ୍ମ ବିଭୂଷଣ ଡ. ଡି ନାଗେଶ୍ୱର ରେଡ୍ଡୀ  ଏ ନେଇ ଅଭୟ ବାଣୀ ଶୁଣାଇଛନ୍ତି । କରୋନା ଭାଇରସ୍‌କୁ ନେଇ ତାଙ୍କ ଅଧ୍ୟୟନ ଅନୁସାରେ ଭାରତ କରୋନାକୁ ନେଇ ଅଧିକ ଚିନ୍ତିତ ହେବାର କୌଣସି କାରଣ ନାହିଁ । ଏହା ସହ ସେ ଏବେ ଚାଲିଥିବା ଲକ୍ ଡାଉନ୍ ୩ରୁ ୪ ସପ୍ତାହ ପର୍ଯ୍ୟନ୍ତ ହିଁ ଜାରି ରହିବା ଠିକ୍ ବୋଲି କହିଛନ୍ତି ।

ଏକ ଇଂରାଜୀ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ, ଭାରତକୁ ଚୀନରୁ ସିଧାସଳଖ ଏହି ଭାଇରସ ଆସିନଥିଲା । ଏହା ଅପ୍ରତ୍ୟକ୍ଷ ଭାବେ ଅନ୍ୟ ଦେଶ ଦେଇ ଭାରତକୁ ପ୍ରବେଶ କରିଛି । ଭାଇରସର ଜେନୋମ କ୍ରମ ଓ ଏହା ଉପରେ ଉତ୍ତାପର ପ୍ରଭାବକୁ ନେଇ ହୋଇଥିବା ଅଧ୍ୟୟନରୁ ଏହା ଜଣାପଡୁଛି ।

ତାଙ୍କ ଅନୁସାରେ  କରୋନା ଭାଇରସ ଆରଏନଏ ପ୍ରକାରର ଭାଇରସ । ଏହା ବାଦୁଡିଙ୍କଠାରେ ଥିବା ଅନୁମାନ କରାଯାଉଛି । ବାଦୁଡି ଡିଏନଏରେ ଅଳ୍ପ ପରିବର୍ତ୍ତନ କାରଣରୁ ମଣିଷକୁ ସଂକ୍ରମିତ ହୋଇଥିଲା । ତେବେ ଆମେରିକା ଓ ଇଟାଲୀରେ ସକ୍ରିୟ ଥିବା ଭାଇରସର ଜେନୋ ଟାଇପ୍ ଭାରତରେ ସକ୍ରିୟ ଥିବା ଜେନୋ ଟାଇପଠାରୁ ଅଲଗା । ଚାରିଟି ଦେଶରେ ଭାଇରସର ଜେନୋମର ସିକ୍ୱେନସିଂ କରାଯାଇଛି । ଚାରି ଦେଶରେ ସିକ୍ୱେନ୍ସ ଅଲଗା । ଇଟାଲୀ ଜେନୋ ସିକ୍ୱେନ୍ସଠାରୁ ଭାରତରେ ସକ୍ରିୟ ଥିବା ଭାଇରସ ଜେନୋଟାଇପ୍ ଅଲଗା ।

Corona: Caught in corona crossfire: How the current crisis has ...

ଇଟାଲୀ ତୁଳନାରେ ଭାରତରେ ଏହି ଭାଇରସ ଏକ ଭିନ୍ନ ଜିନୋମ କ୍ରମ ଅଛି | ଏହାର ବହୁତ ମହତ୍ତ୍ୱ ରହିଛି କାରଣ ଭାରତୀୟ ଭୂତାଣୁରେ, ଜେନୋମର ସ୍ପାଇକ୍ ପ୍ରୋଟିନରେ ଏକକ ପରିବର୍ତ୍ତନ ହୁଏ | ସ୍ପାଇକ୍ ପ୍ରୋଟିନ୍ ହେଉଛି ସେହି କ୍ଷେତ୍ର ଯାହା ମାନବ କୋଷ ସହିତ ସଂଲଗ୍ନ ହୁଏ | ଗୋଟିଏ ଛୋଟ ପରିବର୍ତ୍ତନ ଘଟି, ଯାହା ସେହି ସଂଲଗ୍ନକୁ ଦୁର୍ବଳ କରିଦିଏ |

ଇଟାଲୀ ଭାଇରସରେ ତିନୋଟି ପରିବର୍ତ୍ତନ ଘଟିଛି । ଯେଉଁଥିପାଇଁ ଏହା ଅଧିକ ମାରାତ୍ମକ ହୋଇ ପଡିଛି ।  କିନ୍ତୁ ଭାରତରେ ସକ୍ରିୟ ଥିବା ଭାଇରସରେ ଗୋଟିଏ ପରିବର୍ତ୍ତନ ଘଟିଛି । ତେଣୁ ଭାରତରେ ଏହା ଅଧିକ ବ୍ୟାପିବ ନାହିଁ କିମ୍ବା ଅଧିକ ମାରାତ୍ମକ ହେବ ନାହିଁ । ଏହାସହ ଇଟାଲୀରେ ଅନ୍ୟକେତକ କାରକ ମଧ୍ୟ ମୃତ୍ୟୁର କାରଣ ବନୁଛନ୍ତି । ଇଟାଲୀରେ ବୟସ୍କଙ୍କ ସଂଖ୍ୟା ଅଧିକ ଓ କରୋନା ଶିକାରଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ 70-80 ବର୍ଷରୁ ଅଧିକ । , ଧୂମପାନ, ମଦ୍ୟପାନ, ମଧୁମେହ, ଉଚ୍ଚ ରକ୍ତଚାପ ଆଦି ଜୀବନଶୈଳୀ ରୋଗ ମଧ୍ୟ ତା’ର କାମ ଦେଖାଉଛି ।

ତେବେ ଭାରତରେ ସକ୍ରିୟ ଥିବା ଭାଇରସର ଜିନ୍ କ୍ରମରେ ପାର୍ଥକ୍ୟ ରହିଛି । ତେଣୁ ଏହା କମ କ୍ଷତିକାରକ ହେବ କାରଣ କୋଷ ସହିତ ଏହାର ସଲଗ୍ନତା ସେତେ ସୁଦୃଢ ନୁହେଁ ।

ଡା. ଡି ନାଗେଶ୍ୱର ରେଡ୍ଡୀ ୨୦୦୨ରେ ପଦ୍ମଶ୍ରୀ ଓ ୨୦୧୬ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ ହୋଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଅପିଲ୍: କହିଲେ, ମା’ ମାଉସୀଙ୍କ ଉପରେ ଲକ୍‌ଡାଉନ୍‌ର ବୋଝ ଲଦନ୍ତୁ ନାହିଁ

କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ହୋଇଥିବା ଲକଡାଉନରେ ପରିବାରର ମା, ମାଉସୀ, ଭାଉଜ ଓ ଭଉଣୀଙ୍କ ଉପରେ ସବୁ ବୋଝ ଲଦନ୍ତୁ ନାହିଁ । ଆଜି ସରକାରଙ୍କ କରୋନା ମୁଖପାତ୍ର ସୁବ୍ରତ ବାଗଚୀଙ୍କ ଜରିଆରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାର୍ତ୍ତା ଦେଇଛନ୍ତି । ଏଥିସହିତ କରୋନା ରୋଗୀଙ୍କ ପାଇଁ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । କୋଭିଡ-୧୯ ହସ୍‌ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କୁ ମିଳିବ ମାଗଣା ଚିକିତ୍ସା ।

କରୋନା ଲକଡାଉନ ଏବେ ମହିଳାଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି … ସୋସିଆଲ ମିଡିଆରେ ଅସନ୍ତୋଷ ଜାହିର କରୁଛନ୍ତି ମହିଳା… ରୋଷେଇ ଠାରୁ ଆରମ୍ଭ କରି ବାସନ ମଜା ଓ ଲୁଗାସଫା ଯାଏଁ ସବୁ ଭାର ମହିଳାଙ୍କ ଉପରେ । ଏଭଳି ସ୍ଥିତି ବିବ୍ରତ କରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ । ମା, ମାଉସୀ, ଭାଉଜ ଓ ଭଉଣୀଙ୍କ ଉପରେ ଲକଡାଉନର ସମସ୍ତ ବୋଝ ଲଦିଦିଆନଯାଉ । ସେମାନେ ଭାଙ୍ଗିପଡ଼ିଲେ ଦେଶ ଭାଙ୍ଗିପଡିବ, ଆଜି ରାଜ୍ୟ ସରକାରଙ୍କ କରୋନା ମୁଖପାତ୍ର ସୁବ୍ରତ ବାଗଚୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ବାର୍ତ୍ତା ଦେଇଛନ୍ତି । ସମସ୍ତେ ସଂଯମତା ରକ୍ଷା କରିବା ସହ ପୂଜା ଛୁଟି ପରି ମଉଜ ମଜଲିସ ନକରିବାକୁ ଆହ୍ଵାନ ଦେଇଛନ୍ତି ସରକାର ।

ଅନ୍ୟପଟେ ଲକଡାଉନରେ ୧୦ ପ୍ରତିଶତ ଲୋକ ଦାୟିତ୍ୱହୀନ ହେଉଥିବା ନଜରକୁ ଆସିଛି । ଏହାକୁ ଦୃଷ୍ଟିରେ ରଖି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛି । କ୍ୱରେଣ୍ଟାଇନ୍‌ ନିର୍ଦ୍ଦେଶକୁ ଉଲଂଘନ ଅଭିଯ଼ୋଗରେ ୬୧ଟି ମାମଲା ଦାଏର ହୋଇଥିବା ବେଳେ ଲକଡାଉନ ଉଲଂଘନ ଅଭିଯ଼ୋଗରେ ୧୫ଶହରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତେଣୁ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି ପୋଲିସ ଡିଜି । ଛାନିଆ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ ନକିଣିବାକୁ ମଧ୍ୟ ପୋଲିସ ଡିଜି ପରାମର୍ଶ ଦେଇଛନ୍ତି ।

ରାଜ୍ୟ ବାହାରେ ପ୍ରାୟ ୧ ଲକ୍ଷ ୨୦ ହଜାର ଓଡିଆ ଫସିରହିଛନ୍ତି । ସେମାନଙ୍କ ଖାଇବା ପିଇବା ଓ ରହିବା ପାଇଁ ଅନ୍ୟ ରାଜ୍ୟ ସହ ଯ଼ୋଗାଯ଼ୋଗ କରାଯାଇ ପଦକ୍ଷେପ ନିଆଯାଇଛି । ସେହିଭଳି ଓଡିଶାରେ ପ୍ରାୟ ୨୦ ହଜାର ଅନ୍ୟରାଜ୍ୟ ଶ୍ରମିକ ରହିଛନ୍ତି । ସେମାନଙ୍କ ପାଇଁ ଗ୍ରାମାଞ୍ଚଳରେ ୨୫୦ଟି କ୍ୟାମ୍ପ ହୋଇଛି । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଟୋଲ ଫ୍ରି ନମ୍ବର ଜାରି ହୋଇଛି । ଅନ୍ୟ ରାଜ୍ୟର ଶ୍ରମିକଙ୍କ ସୁରକ୍ଷା ରାଜ୍ୟ ସରକାରଙ୍କ ଉତ୍ତରଦାୟିତ୍ୱ ବୋଲି କହିଛନ୍ତି ରାଜ୍ୟ ଶ୍ରମ ସଚିବ ।

ଗତ ୪୮ଘଣ୍ଟା ମଧ୍ୟରେ ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇନାହିଁ । ତେବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ରାଜ୍ୟରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୭୬ ଜଣ ଆଇସୋଲେସନରେ ଅଛନ୍ତି ।