କରୋନା ମୁକାବାଲା ନେଇ ସହାୟତାର ହାତ ବଢ଼ାଇଲେ ମୁକେଶ ଅମ୍ୱାନୀ: ୫୦୦ କୋଟି ସହାୟତା ନେଇ କଲେ ଘୋଷଣା

1 min read

ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ସହାୟତାର ହାତ ବଢ଼ାଇଛି ରିଲାଏନ୍ସ ଇଣ୍ଡଷ୍ଟ୍ରି । ୫୦୦ କୋଟି ସହାୟତା ପ୍ରଦାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ୱାନୀ । ପ୍ରଧାନମନ୍ତ୍ରୀଙ୍କ କୋଭିଡ-୧୯ ଫଣ୍ଡକୁ ପ୍ରଦାନ କରାଯିବ ସହାୟତା ରାଶି । ଏ ବାବଦର ଟଙ୍କାରେ କରୋନା ହସ୍ପିଟାଲ ନିର୍ମାଣ, ଅସହାୟଙ୍କୁ ଖାଦ୍ୟ ଯୋଗାଇବା ଏବଂ ଜରୁରୀକାଳୀନ ସେବାରେ ନିୟୋଜିତ ଗାଡ଼ିରେ ଇନ୍ଦନ ଢ଼ାଲିବା ଖର୍ଚ୍ଚରେ ବ୍ୟବହାର କରାଯିବ । ଏଥିସହିତ ଅତିରିକ୍ତ ଭାବେ ମହାରାଷ୍ଟ୍ର, ଗୁଜୁରାଟ ସରକାରଙ୍କୁ କରୋନା ମୁକାବିଲା ୫ କୋଟି ଟଙ୍କା ଲେଖାଏଁ ସହାୟତା ଯୋଗାଇଦେବ ରିଲାଏନ୍ସ ଇଣ୍ଡଷ୍ଟ୍ରି ।

ସୂଚନା ଯୋଗ୍ୟଯେ, କରୋନା ମୁକାବିଲା ନେଇ ପିଏମ୍‌ କେୟାର ଫଣ୍ଡକୁ ସହୟତା ଦାନ କରିବା ନେଇ ଦେଶବାସୀଙ୍କୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ ।

କରୋନା ଭାଇରାସର ଆତଙ୍କରୁ ଦେଶ ଖୁବଶୀଘ୍ର ମୁକୁଳିବ । କରୋନା ବିରୋଧୀ ଯୁଦ୍ଧରେ ଦେଶବାସୀଙ୍କ ସହ ସମ୍ପୂର୍ଣ୍ଣ ରିଲାଏନ୍ସ ଇଣ୍ଡଷ୍ଟ୍ରି ଅଛି ବୋଲି କହିଛନ୍ତି ମୁକେଶ ଅମ୍ୱାନୀ । ଏବଂ ଆମେ କରୋନ ବିରୋଧରେ ଯୁଦ୍ଧ ଜିତିବୁ ବୋଲି କହିଛନ୍ତି ମୁକେଶ ।

Leave a Reply