୨୦୩ ଦେଶରେ ପହଞ୍ଚିଲା କରୋନା ଭାଇରସ୍‌, ୨୪ ଘଣ୍ଟାରେ ଇଟାଲୀରେ ୯୦୦ ଲୋକଙ୍କ ମୃତ୍ୟୁ

1 min read

ବିଶ୍ୱରେ କିଲର କରୋନା ପ୍ରଭାବ । ୨୦୩ ଦେଶରେ ପହଞ୍ଚିଛି କରୋନା ସଂକ୍ରମଣ । କରୋନାରେ ସାରା ବିଶ୍ୱରେ ଗଲାଣି ୩୭ ହଜାରରୁ ଅଧିକ ଜୀବନ । ସୁପର ପାଓ୍ୱାର ଆମେରିକାରେ କରୋନାର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଛି । ଲକ୍ଷେ ୬୦ ହଜାର ଡେଇଁଛି ଆକ୍ରାନ୍ତଙ୍କ ସଂଖ୍ୟା । ଯାହା ଚୀନ୍‌ ତୁଳନାରେ ଦୁଇ ଗୁଣ ଅଧିକ । ସେପଟେ ଆମେରିକାରେ କୋଭିଡ୍‌-19 ନେଲାଣି ୩ହଜାରରୁ ଅଧିକ ଜୀବନ । ସଂକ୍ରମଣ ରୋକିବାକୁ ଆମେରିକାରେ ଗାଇଡ୍‌ଲାଇନ୍‌କୁ ଆହୁରି କଡାକଡି କରାଯାଇଛି । ଆସନ୍ତା ୩୦ ଦିନ ଗୁରୁତ୍ୱପୂର୍ଣ୍ଣ ବୋଲି ଡୋନାଲ୍‌ଡ ଟ୍ରମ୍ପ୍‌ କହିଛନ୍ତି । କରୋନା ସଂକ୍ରମଣ ସହ ଯୁଝୁଥିବା ଆମେରିକା ମହାମାରୀର କେନ୍ଦ୍ର ହୋଇଛି ।

ଓ୍ୱାଶିଂଟନ୍‌ ଓ ନ୍ୟୁୟର୍କ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ନ୍ୟୁୟର୍କରେ ୧୨ଶହରୁ ଅଧିକ କରୋନାରେ ପ୍ରାଣ ହରାଇଛନ୍ତି । ସେହିପରି ଇଟାଲୀରେ ୧ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇଥିବେ ବେଳେ ୨୪ ଘଣ୍ଟା ମଧ୍ୟରେ ୯ଶହ ଲୋକଙ୍କର ଜୀବନ ଯାଇଛି । ସ୍ପେନରେ ୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୫ ଶହରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ସାରା ବିଶ୍ୱରେ ଏବେ ସାଢ଼େ ୭ ଲକ୍ଷ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୭ ହଜାର ଅଧିକ ଲୋକଙ୍କ ଜୀବନ ନେଲାଣି କିଲର କରୋନା ।

ଦେଶରେ କାୟା ବିସ୍ତାର କରିଚାଲିଛି କରୋନା, ୨୪ ଘଣ୍ଟାରେ ୨୦୦ରୁ ଅଧିକ ନୂଆ ମାମଲା

Leave a Reply